Baleswar FM University - The Sakala

ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ, ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳୁ: ଏବିଭିପି
ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବାଲେଶ୍ବରର FM କଲେଜ‌ରେ ଘଟିଥିବା ଯୌନ ଏବଂ ମାନସିକ ନିର୍ଯାତନାର ଭୟଙ୍କର ଘଟଣାର ଦୃଢ଼ ନିନ୍ଦା କରିଛି। ଯାହା ଜଣେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଏହି ଅମାନବୀୟ କାର୍ଯ୍ୟ ସମଗ୍ର ଛାତ୍ର ସମାଜର ବିବେକକୁ ଦୋହଲାଇ ଦେଇଛି। ଘଟଣାର ପ୍ରଥମ ଦିନରୁ  ABVP ପୀଡିତାଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିଲା। ତାଙ୍କୁ ନୈତିକ ଏବଂ ଭାବପ୍ରବଣ ସମର୍ଥନ ଦେଇଥିଲା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

ABVP ତୁରନ୍ତ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା ଏବଂ ନ୍ୟାୟ ଦାବି କରି ଅଧ୍ଯକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲା। ABVP ପୀଡିତାଙ୍କ ସହିତ ଠିଆ ହୋଇଥିଲା। ଛାତ୍ରୀ ଜଣକ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କଲାପରେ ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ପାଇଁ ଗୋଟେ ମୂଲ୍ୟବାନ ଜୀବନ ଆଜି ଚାଲିଗଲା। ପ୍ରଥମ ଦିନରୁ କଲେଜ କର୍ତ୍ତୃପକ୍ଷ ଏବଂ ଶିକ୍ଷା ବିଭାଗ ଘଟଣାକୁ ଗୁରୁତର ସହ ନେଇ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତେ ତାହେଲେ ଏପରି ଦୁର୍ଭାଗ୍ୟଜନକ ଘଟଣା ଆଜି ଘଟି ନ ଥାନ୍ତା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଶିକ୍ଷା ବିଭାଗର ଦାୟିତ୍ବ ହୀନତା ସମସ୍ତଙ୍କ ସାମ୍ନାକୁ ଆସିଛି ବୋଲି ABVP କହିଛି।

ବିଜେଡ଼ି ନେତା ଓ କର୍ମୀଙ୍କ ଉପରେ ପୁଲିସର ରବର ବୁଲେଟ ମାଡକୁ ସାଂସଦ ମାନସ ମଙ୍ଗରାଜଙ୍କ ଦୃଢ ନିନ୍ଦା
ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜେଡ଼ି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ଗୁଣ୍ଡାଗିରିକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୁଲିସର ରବର ବୁଲେଟ ମାଡକୁ ଦୃଢ ନିନ୍ଦା କରିଛନ୍ତି। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ ଏହା ପୁଲିସ ଜାଣିଛି। ନିର୍ଦ୍ଦିଷ୍ଟ ନିୟମାବଳୀରେ ଏହା ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହା ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି ବୋଲି ସେ କହିଛନ୍ତି।

ସୌମ୍ୟାଶ୍ରୀଙ୍କ ଆତ୍ମାର ସଦ୍‌ଗତି ଓ ନ୍ୟାୟ ପ୍ରଦାନ ପାଇଁ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା
ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ମାନବ ଶୃଙ୍ଖଳ ସହ କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କରାଯାଇଥିଲା।

ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ଛାତ୍ର ଓ ଯୁବ ଜନତା ଦଳର କର୍ମୀମାନଙ୍କ ସହିତ ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ କରିବାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରଣବ ପ୍ରକାଶ ଦାସ, ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା, ଉପସଭାପତି ଅତନୁ ସବ୍ୟସାଚୀ ନାୟକ, ସାଂସଦ  ସୁଲତା ଦେଓ, ବିଧାୟକ ଅରୁଣ ସାହୁ,  ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଅନନ୍ତ ନାରାୟଣ ଜେନା, ଧ୍ରୁବ ସାହୁ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ମନ୍ମଥ ରାଉତରାୟଙ୍କ ସହିତ ଯୁବ ଓ ଛାତ୍ର ବିଜେଡିର ନେତା ଧୃତିରଂଜନ ମାର୍ଥା, ଏଲିନା ଦାସ, ବିଜୟ କେତନ ସାହୁ, ଜ୍ୟୋସ୍ନାମୟୀ ପରିଡା, ସୁଭ୍ରାଂଶୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ଇପ୍‌ସିତା ସାହୁ, ରଶ୍ମିରେଖା ମଲ୍ଲିକ, ମିକୁ ପ୍ରଧାନ, ପ୍ରଦୋଷ ପରିଡା, ସୁଜିତ ପାଲଟାସିଂହ, ଛବି ମହାଲି, ଦିଲ୍ଲୀପ ସେନାପତି, ଶୁଭ୍ରଜିତ ପାଢୀ, ରଶ୍ମୀରଂଜନ ଦାସ, ଅବିନାଶ କୁମାର ପ୍ରଧାନ, ବାସୁଦେବ ଶାହା, ଏସ୍‌କେ ଅମିର ମହମ୍ମଦ, ମହୀକ୍ଷିତା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ଲଗ୍ନାଦିପ୍‌ ମିଶ୍ର, ସତ୍ୟଜିତ ପଟ୍ଟନାୟକ, ଅଫ୍‌ତାବ ଆଲମ ଖାନ୍‌, ଆଶୀଷ ସାହୁ, ପୃଥ୍ୱୀରାଜ ପଣ୍ଡା, ଦୀପକ ସାହୁ, ସୌମ୍ୟରଂଜନ ତ୍ରିପାଠୀ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ସୌଭାଙ୍ଗୀନି ସାହୁ, କିଶୋର ବେହେରା, ସୌମ୍ୟ ସାର୍ଥକ ରାୟ, ମନୋଜ ମହାନ୍ତି, ଅସ୍ମିତ୍‌ ଦାସ, ଦେବୁ ରାଉତରାୟ, ଯୋଗେଶ ଜେନା, ସମିମ୍‌ ଅଖତାର, ରକି ଦାସ, ଅସିମ ମହାନ୍ତି, ତାବରେଜ୍‌ ଖାନ୍‌, ସ୍ନେହାଶିଷ ଜେନା, ସତ୍ୟଜିତ ସାହୁ, ସଂକେତ ରାୟ, ମନୋରଂଜନ ସ୍ୱାଇଁ, ଅସିତ ରଞ୍ଜନ ଦାସ୍‌ ,  ପ୍ରକାଶ ଦଳାଇ, ସନ୍ତୋଷ ମହାପାତ୍ର, ସଂଜୀବ ପୃଷ୍ଟି, ସୁମନ ବେହେରା ଓ ସୁଚିସ୍ମିତା ବେହେରା ପ୍ରମୁଖ ଯୋଗଦାନ କରିଥିଲେ।

ବାଲେଶ୍ବର ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
ବାଲେଶ୍ଵର: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ବାଲେଶ୍ଵର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି। ତାଙ୍କୁ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ୍ ୨୦୨୦ ଅନୁସାରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ। କାର୍ଯ୍ୟରେ ଯୋଗ ଦେବାଠାରୁ ୪ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି। ସେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ଵବିଦ୍ୟାଳୟର ପିଏମ୍ ଆଣ୍ଡ ଆଇଆର୍ ବିଭାଗର ପ୍ରଫେସର ଭାବେ ଅବସର ନେଇଛନ୍ତି। ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ତ୍ରିପାଠୀଙ୍କ ୩୯ ବର୍ଷର ଅଭିଜ୍ଞତା ରହିଛି। ଏହାବ୍ୟତୀତ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ୧୦ଟି ପୁସ୍ତକ ରଚନା କରିଥିବା ବେଳେ ୧୭ ଜଣ ପିଏଚଡି ଓ ୪୯ ଜଣ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ଗାଇଡ୍ କରିଛନ୍ତି। ତେବେ କୁଳପତି ଦାୟିତ୍ୱ ନେବା ପରେ ବିଶ୍ବବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫକିର ମୋହନ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ଉଦ୍ୟମ କରିବେ। ଏଥିସହ ଦେଶର ଶହେଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫକିର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାନିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା। ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିଲା।