ACF Soumya Murder Case - The Sakala
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ, ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ। ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଏଥି ସହିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ କୌଣସି ସମ୍ପର୍କ ନାହିଁ।
ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ ଜଳିଯାଉଥିବା ସମୟରେ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରିବାକୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ। ଏଥି ପାଇଁ ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜସିଟ ଦାଖଲ ହୋଇଛି। ସିଆରପିସି ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।
ଏଥିସହ ସେ କହିଥିଲେ, ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ସୌମ୍ୟ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତଦନ୍ତରେ ଯାହା କିଛି ପ୍ରମାଣ ମିଳିଥିଲା,‌ ସେହି ଅନୁସାରେ ଚାର୍ଜସିଟ କରାଯାଇଥିବା ସହ ୮୧ଜଣ ସାକ୍ଷୀ ମଧ୍ୟ ରହିଛନ୍ତି। ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ। ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ।
ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଖଇରାରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍
ଖଇରା: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ଆଜି ପୂର୍ବାହ୍ନରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନଙ୍କ ପୈତୃକ ଗାଁ ଖଇରା ଥାନା ଅଧିନସ୍ଥ ବେଗୁନିଆ ଗାଁରେ ପହଞ୍ଚିିିଥିବା ଜଣାପଡିଛି ।କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବେଗୁନିଆ ବାସଭବନରେ ପହଞ୍ଚି ତାଙ୍କ ବାପା ଅଭିରାମ, ମାଆ ତୁଳସୀ, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା ଓ ବଡ଼ ଭାଇ ରଞ୍ଜନଙ୍କୁ ଦୀର୍ଘ ସାଢ଼େ ତିନି ଘଣ୍ଟା ପଚରା ଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଜେରା ସମୟରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ସୌମ୍ୟ ଫୋନରେ ବାର୍ତ୍ତାଳାପ ସମୟରେ ପରିବାର ଲୋକଙ୍କୁ ଦେଇଥିବା ବିଭିନ୍ନ ସୂଚନା ବିଶେଷ କରି, ବିଦ୍ୟାଭାରତୀ ଓ ଡିଏଫଓ ସହ ସମ୍ପର୍କ ବିଷୟରେ ପ୍ରକାଶ କରିଥିବା ଜଣାପଡିଛି। ଏହି ବୟାନ ରେକର୍ଡ ସମୟରେ ଟିମ ସହ ଖଇରା ଥାନା ପୁଲିସ ମଧ୍ୟ ଉପସ୍ଥିତ ଥିଲା ବୋଲି କୁହାଯାଇଛି। ବେଗୁନିଆରୁ ଏହି ଟିମ ଫେରିବା ପରେ କପ୍ତିପଦାର ଗୌଡ଼ଗାଁକୁ ଯାଇ ବିଦ୍ୟା ଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀ ଓ ଡିଏଫ୍‌ଓଙ୍କର ହୋଇପାରେ ଲାଇ ଡିଟେକ୍ସନ ଟେଷ୍ଟ!
ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଛନ୍ତି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା। ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ  । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପ୍ରାୟ ୩ ଘଣ୍ଟା ଜେରା କରିଛନ୍ତି। ଜେରା ସୟମରେ କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଡିଏଫଓ। ତେବେ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ। ଆବଶ୍ୟକ ପଡ଼ିଲେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି।
ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ଆଜି ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯିବା ପରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍‌ପିଟାଲ୍‌ରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଜମାନବନ୍ଦୀ ନେଲା ବେଳେ ଡିଏଫଓ ଉପସ୍ଥିତ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି। କିନ୍ତୁ କ’ଣ ଲେଖାଯାଉଥିଲା, ସେ ତାହା ଜାଣି ନଥିବା କହିଛନ୍ତି।
କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆହୁରି କହିଛନ୍ତି, ସୌମ୍ୟରଞ୍ଜନଙ୍କୁ ଡିଏଫ୍‌ଓ ଜାଣିଶୁଣି ନାଇଟ୍ ଡ୍ୟୁଟିରେ ପକାଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ଜେରା ବେଳେ ସେହି ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେହିପରି ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର ସଂପର୍କ ଥିବା ବିଷୟରେ ମଧ୍ୟ ପଚରା ଯାଇଥିଲା। ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ସହିତ ତାଙ୍କର କିଛି ସଂପର୍କ ନଥିଲା ବୋଲି ଡିଏଫଓ କହିଥିଲେ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇ ବାହାରକୁ ଆସିବା ପରେ ଗଣମାଧ୍ୟମରେ କିଛି କହିବାକୁ ମନା କରି ଦେଇଥିଲେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା। ସୌମ୍ୟରଞ୍ଜନଙ୍କ ଜମାନବନ୍ଦୀ ନେଲା ବେଳେ ସେ ଉପସ୍ଥିତ ଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ସେଠାରେ ନଥିଲେ ବୋଲି କହିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ସେ ସେତେବେଳେ ଉପସ୍ଥିତ ଥିବା କହିଥିଲେ। ଡିଏଫଓ କହିଥିଲେ, ମୁଁ ଯାହା କହିବା କଥା କତଦନ୍ତକାରୀ ଟିମ୍ ଙ୍କୁ କହିସାରିଛି । ଦୟାକରି ମୋତେ ଛାଡନ୍ତୁ, ମୋର ଅନ୍ୟ ସରକାରୀ କାମ ଅଛି ବୋଲି ଡିଏଫଓ କହିଛନ୍ତି ।
ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଗଜପତି ଡିଏଫ୍‌ଓଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ
ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଜେରାରେ ପଡ଼ିଲା ଗଜପତି ଡିଏଫଓଙ୍କ ପାଳି । ଆଜି ତଦନ୍ତକାରୀ ଟିମ୍ ଆଗରେ ହାଜର ହୋଇଛନ୍ତି ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ପାରଳାଖେମୁଣ୍ଡି ପୁଲିସ ଗେଷ୍ଟ ହାଉସ୍‌ରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ପଚରାଉଚରା ଚଳାଇଛନ୍ତି । ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର ଲୋକ ।
ବୋହୂ ବିଦ୍ୟାଭାରତୀଙ୍କ ସହ ଗଜପତି ଡିଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡିଏଫଓଙ୍କ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ବି ହୋଇଥିଲା । ପୂର୍ବରୁ ତଦନ୍ତ ବେଳେ ଗଜପତି ପୋଲିସ ତାଙ୍କୁ କ୍ଲିନଚିଟ୍ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଆଜି ତାଙ୍କୁ ପଚରାଉଚରା କରାଯାଉଛି ।
ଘଟଣାରେ ଏ ପର୍ୟ୍ୟନ୍ତ ୧୪ଜଣଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ନେଇ ସୂଚନା ମିଳିଛି । ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ମମତା ଅଧିକ ସମୟ ଆମ୍ୱୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ଓ ମାମଲାର ପ୍ରମାଣ ନଷ୍ଟ କରିବାରେ ମଧ୍ୟ ସହଯୋଗ କରିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୂର୍ବରୁ ସୌମ୍ୟଙ୍କ ଦୁଇ ସହଯୋଗୀ ଏସିଏଫ୍, ବନ ବିଭାଗ କର୍ମଚାରୀ, ତହସିଲଦାର, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ଦୁଇ ଡାକ୍ତରଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ  ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚାରା ଉଚାରା କରିଛି କ୍ରାଇମବ୍ରାଞ୍ଚ। ହେଲେ ମୃତ୍ୟୁ କାଳୀନ ଜମାନବନ୍ଦିକୁ ନେଇ ରହିଥିବା ସନ୍ଦେହ ଘନିଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ମୃତ୍ୟୁ କାଳିନ ଜମାନ ବନ୍ଦି ଦେବାକୁ ସକ୍ଷମ ହେଲେ ତାକୁ ନେଇ ଆପତ୍ତି ରହିଛି । ଡ଼ାକ୍ତର କହିଥିଲେ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରଲ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ଜମାନବନ୍ଦୀ ଲେଖା ହେବା ସମୟରେ ଗଜପତି ଡିଏଫ୍‌ଓ  ଉପସ୍ଥିତ ଅଛନ୍ତି । ସେପଟେ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁ ନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହ କୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭିଡିଓର ଯାଞ୍ଚ କରାଯିବ । ଯଦି ସତ୍ୟତା ଥାଏ ତାହା ହେଲେ ତଦନ୍ତ ପରିସରଭୁକ୍ତ କରାଯିବ ।
ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର
ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ। ଏବେ କ୍ରାଇମବ୍ରାଞ୍ଚ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଥିଲା ।
CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଡିଏଫଓ ଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବିଦ୍ୟାଭାରତୀଙ୍କ ଚିଠି ପରେ ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ, ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୁଁ ମୋର ଚାକିରି ଛାଡି, ତୁମ ପାଇଁ ଦାସ ହେଇ ସାରାଦିନ ରହିବି । ବାସ୍ ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର ।
ଫେବ୍ରୁଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏଭଳି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ପରବର୍ତ୍ତୀ ସମୟରେ କିଛି ଘଟେ ଏଥିପାଇଁ ମୁଁ ପ୍ରସ୍ତୁତ ରହିଛି । ତେବେ ଯଦି କୌଣସି ସମସ୍ୟା ହୁଏ ସେ ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଦେବେ । ସୌମ୍ୟରଂଜନଙ୍କ ହାତଲେଖା ଏହି ଡାଏରି ମିଳିବାପରେ ତାଙ୍କର ବିଦ୍ୟାଭାରତୀଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହା ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଯେଉଁ ଚିଠି ସାମ୍ନାକୁ ଆସିଥିଲା, ସେଥିରେ ସୌମ୍ୟଙ୍କ ପାଇଁ କେବଳ ଭରି ରହିଥିଲା ଘୃଣା ଆଉ ଘୃଣା । ହେଲେ ଆଜି ଏହି ଡାଏରି ହିଁ ବୟାନ କରୁଛି ବିଦ୍ୟାଭାରତୀଙ୍କୁ କେତେ ଭଲ ପାଉଥିଲେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ।
ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ଟ୍ଵିଷ୍ଟ । ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି ମିଳିଛି, ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଚିଠିରେ ଲେଖିଛନ୍ତି କି, “ହେ ଭଗବାନ, କିଛି ବି କରିକି ଡିଭୋର୍ସ କରେଇ ଦିଅ। ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି । ସାରା ଜୀବନ କିଛି ବି କରିବି । ଡିଭୋର୍ସ କରାଇଦିଅ । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି । ଏତେ ଦୁଃଖରେ କହିଲି , ଆଖି ଲୁହ ବି ଗଡୁଛି ।” ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି । ଚିଠିରେ ଏପରି କିଛି କଥା ମଧ୍ୟ ଅଛି ଯାହା ସାଧାରଣରେ କହି ହେବନି । ବେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମଧ୍ୟ ଲେଖିଛନ୍ତି । ଏଥିରୁ ଜଣାପଡୁଛି ଯେ ସ୍ୱାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା । ସେହିପରି ଏପ୍ରିଲ ପହିଲା, ଦୁଇ ଏପ୍ରିଲରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ । ଚିଠିରେ ଗାର କାଟି ହେଟ ଲେଖିଛନ୍ତି ।
ଗତ ମଙ୍ଗଳବାର ଦିନ ମଧ୍ୟ ଏପରି ଏକ ଚିଠି ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିଲା । ଯେଉଁଥିରେ ବିଦ୍ୟା ତାଙ୍କ ମନର କଥାକୁ ବେଶ ଦୁଃଖ ସହକାରେ ପ୍ରକାଶ କରିଥିଲେ । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଥିଲା । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଥିଲା
ଅପରପକ୍ଷେ, ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥି ନାୟକ। ଏଥିସହ ସେ କହିଛନ୍ତି, ବିଦ୍ୟାଭାରତୀଙ୍କୁ ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ। ପଚରାଉଚରା କଲେ ମାମଲାରେ ଡିଏଫ୍ଓଙ୍କ ସଂପୃକ୍ତି ସମ୍ପର୍କରେ ଜଣାପଡ଼ିବ। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଅାଇନଗତ ପ୍ରତିବନ୍ଧକ ନାହିଁ। ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥି ନାୟକ ।