Palasuni Accident - The Sakala

ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
ଭୁବନେଶ୍ୱର: ଦାମି କାର୍‌ରେ ନିଶାସକ୍ତ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଳାଶୁଣିରେ ସିରିଜ ଦୁର୍ଘଟଣା । ୩ କାର୍ ଏବଂ ୨ ବାଇକ ଭାଙ୍ଗି ଚୁରମାର୍ । ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ଭୋର ସମୟରେ ଜଣେ ମଦ୍ୟପ ଚାଳକ ଏକ ବିଳାସପୂର୍ଣ୍ଣ କାର୍‌କୁ ଦ୍ରୁତ ଗତିରେ ଚଳାଇ ଏକାଧିକ ଗାଡ଼ିକୁ ଧକ୍କା ଦେଇଛନ୍ତି।

ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା କାର୍‌ଟିର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ଥିଲା। ଏହି ଦ୍ରୁତଗାମୀ କାର୍‌ଟି ପ୍ରଥମେ ଏକ ଅଲ୍ଟୋ କାର୍‌କୁ ଧକ୍କା ଦେଇଥିଲା। ଏହାପରେ ଭାରସାମ୍ୟ ହରାଇ ଏକ ସ୍ୱିଫ୍ଟ ଡିଜାୟାର ଏବଂ ପରେ ଦୁଇଟି ମୋଟରସାଇକେଲ୍‌କୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଧକ୍କା ଫଳରେ ସମୁଦାୟ ତିନୋଟି କାର୍ ଏବଂ ଦୁଇଟି ଦୁଇ ଚକିଆ ଯାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜିଥିଲା।

ଖବର ପାଇ ମଞ୍ଚେଶ୍ୱର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।