Jagatpur Industrial Estate - The Sakala

କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
କଟକ: କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି କ୍ଷୀର କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳେ କାରଖାନାର ୟୁନିଟ୍-୨ ରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁକୁ ଆୟତ୍ତ କରିଛି ୪ ଅଗ୍ନିଶମ ଗାଡ଼ି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭:୩୦ ସମୟରେ କାରଖାନାର ଷ୍ଟୋରେଜ୍ ଏରିଆରେ ଥିବା ଡିପ୍ ଫ୍ରିଜରରୁ ନିଆଁ ବାହାରିଥିଲା ଏବଂ ଖୁବ୍ ଶୀଘ୍ର ଏହା ମୁଖ୍ୟ କୋଠାକୁ ବ୍ୟାପି ଯାଇଥିଲା। ଫ୍ରିଜରରେ ବିପୁଳ ପରିମାଣର ଲହୁଣୀ ଏବଂ ଘିଅ ଗଚ୍ଛିତ ଥିବାରୁ ନିଆଁ ଦ୍ରୁତ ଗତିରେ ଚାରିଆଡ଼କୁ ଖେଳି ଯାଇଥିଲା ବୋଲି ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୪ଟି ଅଗ୍ନିଶମ ଗାଡ଼ି ଏବଂ ୨୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ନିଆଁ କାରଖାନାର ଭିତର ଅଂଶକୁ ବ୍ୟାପି ଯାଇଥିବାରୁ, ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ଏବଂ ନିଆଁ ଲିଭାଇବା କାର୍ଯ୍ୟକୁ ସହଜ କରିବା ପାଇଁ ଏକ ଜେସିବି ମେସିନ୍ ସାହାଯ୍ୟରେ କୋଠାର କିଛି ଅଂଶକୁ ଭଙ୍ଗାଯାଇଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି।