India Junior Kho-Kho Championship 2026 - The Sakala

ଭାରତରେ 'ଖୋ ଖୋ' ର ପ୍ରଗତିକୁ ସୁଦୃଢ଼ କରୁଛି ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ ୨୦୨୬
ପୁରୀ: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ (ଡିଏସୱାଇଏସ), ଭାରତୀୟ ଖୋ ଖୋ ଫେଡେରେସନ (କେକେଏଫ୍‌ଆଇ) ଏବଂ ଓଡ଼ିଶା ଖୋ ଖୋ ଆସୋସିଏସନ (ଓକେକେଏ) ସହଭାଗୀତାରେ ଆୟୋଜିତ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ୍ ୨୦୨୬, ତିନି ଦିନିଆ ରୋମାଞ୍ଚକର ପ୍ରତିଯୋଗିତା ପରେ ଅଗଷ୍ଟ  ୩୧, ୨୦୨୬ ରେ ଉଦ୍‌ଯାପିତ ହୋଇଛି।  ଜୁନିଅର ବାଳକ ଏବଂ ଜୁନିଅର ବାଳିକା ବର୍ଗରେ ୧୨ ଟି ଦଳକୁ ନେଇ ଆୟୋଜିତ ଏହି ଚାମ୍ପିଅନସିପ୍ ରେ ଦେଶର ୧୮୦ ଜଣ ଉଦୀୟମାନ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ନିଜର ଦ୍ରୁତଗତି, ଦକ୍ଷତା, ଶୃଙ୍ଖଳା ଏବଂ ଉତ୍କୃଷ୍ଟ ଦଳଗତ ସମନ୍ୱୟର ଚମତ୍କାର ପ୍ରଦର୍ଶନ କରିଥିଲେ।

୨୯ ଅଗଷ୍ଟ, ୨୦୨୬ରେ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଆୟୋଜିତ ଏହି ଚାମ୍ପିଅନସିପ୍ ର ଉଦଘାଟନୀ ସମାରୋହରେ କେକେଏଫଆଇ ର ସଭାପତି ଶ୍ରୀ ସୁଧାଂଶୁ ମିତ୍ତଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ କେକେଏଫଆଇ ର ଉପାଧ୍ୟକ୍ଷ ତଥା ଓକେକେଏର ସଚିବ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ଆନ୍ଧ୍ର ପ୍ରଦେଶ ଖୋ ଖୋ ଆସୋସିଏସନର ସଭାପତି ଶ୍ରୀ ଏମ୍. ଭି.ଏସ୍.ଏସ୍ ପ୍ରସାଦ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର ବିଭାଗ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ ପ୍ରମୁଖ ଉପସ୍ଥିତ ଥିଲେ।

ଏକ ରୋମାଞ୍ଚକର ଫାଇନାଲରେ ଓଡ଼ିଶାକୁ ୪ ପଏଣ୍ଟରେ ପରାସ୍ତ କରି (ମହାରାଷ୍ଟ୍ର ୨୪ -୨୦ ଓଡ଼ିଶା) ଜୁନିଅର ବାଳିକା ବର୍ଗରେ, ମହାରାଷ୍ଟ୍ର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା। ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପଞ୍ଜାବ ତାମିଲନାଡୁକୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଥିଲା। ତୁଳସୀ ନାଏକ (ଓଡ଼ିଶା)ଙ୍କୁ ଟୁର୍ଣ୍ଣାମେଣ୍ଟର ବେଷ୍ଟ ଆଟାକର ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ମୈଥିଳୀ ପାୱାର (ମହାରାଷ୍ଟ୍ର) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ପାଇଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ନେହା ଲାମକାନେ (ମହାରାଷ୍ଟ୍ର)ଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ଯାଇଥିଲା।

ସେହିପରି ଜୁନିଅର ବାଳକ ବର୍ଗରେ, କର୍ଣ୍ଣାଟକ ଏକ ରୋମାଞ୍ଚକର ଫାଇନାଲରେ ମହାରାଷ୍ଟ୍ରକୁ ମାତ୍ର ୨ ପଏଣ୍ଟ (ମହାରାଷ୍ଟ୍ର ୩୪-୩୬ କର୍ଣ୍ଣାଟକ), ରେ ପରାସ୍ତ କରି ଚାମ୍ପିଅନସିପ୍ ଜିତିବା ଦର୍ଶକମାନଙ୍କୁ ନିଜ ପ୍ରଦର୍ଶନ ଦ୍ଵାରା ମନ୍ତ୍ରମୁଗ୍ଧ କରିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚ୍ ରେ ଓଡ଼ିଶା କୋଲାହାପୁର କୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିଲା। ଇବ୍ରାହିମ୍ (କର୍ଣ୍ଣାଟକ) ଟୁର୍ଣ୍ଣାମେଣ୍ଟର ବେଷ୍ଟ ଆଟାକର ଭାବରେ ବିବେଚିତ ହୋଇଥିବାବେଳେ ପାର୍ଥ ଦେବକାଟେ (ମହାରାଷ୍ଟ୍ର) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଡିଫେଣ୍ଡର ଭାବରେ ସମ୍ମାନିତ ହୋଇଥିଲେ। ମ୍ୟାଚ୍ ଗୁଡ଼ିକରେ ତାଙ୍କର ଅସାଧାରଣ ଦକ୍ଷତା ପାଇଁ, ଅନିକେତ (କର୍ଣ୍ଣାଟକ) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇ, ଏଏମ୍/ଏନ୍ଏସ୍ ଇଣ୍ଡିଆର ମାନବ ସମ୍ବଳ ଏବଂ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ଏବଂ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି, “ମୁଁ ଅଂଶଗ୍ରହଣ କରିଥିବା ସମସ୍ତ ଦଳ ଏବଂ ଅସାଧାରଣ ଦକ୍ଷତା ଓ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବିଜେତାମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜୁନିଅର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ ପୁଣି ଥରେ ପ୍ରମାଣିତ କରିଛି ଯେ କିପରି ସଂଗଠିତ ତାଲିମ ଏବଂ ପ୍ରତିସ୍ପର୍ଦ୍ଧାମୂଳକ ଅଭିଜ୍ଞତା ଖୋ ଖୋକୁ ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ମଧ୍ୟରେ ସାମିଲ କରିପାରିବ। ଦେଶ ମଧ୍ୟରୁ ଶ୍ରେଷ୍ଠ ଦଳଗୁଡ଼ିକୁ ଏକତ୍ର କରି, ଆମେ ପ୍ରତିଭାକୁ ପ୍ରୋତ୍ସାହିତ କରୁଛୁ ଏବଂ କ୍ରୀଡ଼ା ପାଇଁ ଏକ ଜୀବନ୍ତ ବତାବରଣର ନିର୍ମାଣ କରୁଛୁ।

୩୧ ଅଗଷ୍ଟ, ୨୦୨୬ରେ ଅନୁଷ୍ଠିତ ସମାପନ ଉତ୍ସବରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ଶ୍ରୀ କେ. ରବି କୁମାର, ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବିଜେତା ଏବଂ ପାରା ଆଥଲେଟ୍ ସୁଶ୍ରୀ ସୁଚିତ୍ରା ପରିଡା, କେକେଏଫଆଇର ଉପାଧ୍ୟକ୍ଷ ଏବଂ ଓକେକେଏ ର ସଚିବ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର ବିଭାଗ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ, ପୁରୀର ଜିଲ୍ଲା କ୍ରୀଡା ଅଧିକାରୀ (ଡିଏସ୍ଓ) ଶ୍ରୀ ଚନ୍ଦନ କୁମାର ସାହୁ ଏବଂ ପୁରୀର ଜିଲ୍ଲା ଲୋକସମ୍ପର୍କ ଅଧିକାରୀ (ଡିପିଆରଓ) ଶ୍ରୀ ସନ୍ତୋଷ କୁମାର ସେଠୀଙ୍କ ସହିତ ପ୍ରଶିକ୍ଷକ, ଅଧିକାରୀ ଏବଂ ଆଥଲେଟମାନେ ଉପସ୍ଥିତ ଥିଲେ।

ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ପୂର୍ବରୁ ନିଜକୁ ଏକ ନିରନ୍ତର ପ୍ରତିଭା ନିର୍ମାଣକାରୀ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିଛି, ଯାହାର ଆଥଲେଟମାନେ ଖୋ ଖୋ ବିଶ୍ୱକପ୍, ଜାତୀୟ କ୍ରୀଡ଼ା ଏବଂ ଖେଲୋ ଇଣ୍ଡିଆ ୟୁଥ ଗେମ୍ ସମେତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଗୌରବ ହାସଲ କରିଛନ୍ତି। ଜାତୀୟ ସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରିବା ସହିତ ଏହି କେନ୍ଦ୍ର ବର୍ଷ ବର୍ଷ ଧରି ପଦକ ବିଜେତା ଆଥଲେଟ ଓ ଖୋ ଖୋ ତାରକା ସୃଷ୍ଟି କରିଛି, ଯାହା ଏହି ସ୍ୱଦେଶୀ କ୍ରୀଡ଼ାରେ ଏକ ପ୍ରମୁଖ ସ୍ଥଳୀ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରୁଛି।