OUAT - The Sakala

କୃଷିରେ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ଲୋକପ୍ରିୟ କରାଇବା ଆବଶ୍ୟକ: କୃଷିମନ୍ତ୍ରୀ
ଭୁବନେଶ୍ୱର:  ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି । ଚାଷୀଭାଇ ଓ ଭଉଣୀମାନଙ୍କ ଅକ୍ଳାନ୍ତ ପରିଶ୍ରମ, ରାଜ୍ୟ ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ କ୍ରମାଗତ ଅଧିକ ପୁଞ୍ଜି ବିନିଯୋଗ ଓ ଯୁଗୋପଯୋଗୀ ଯୋଜନା ପ୍ରଣୟନ ଏବଂ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ଉଦ୍ଭାବିତ ନୂତନ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ସଫଳ ପ୍ରୟୋଗ ଦ୍ୱାରା ରାଜ୍ୟ କୃଷି କ୍ଷେତ୍ରରେ ଆଜି ଏକ ସ୍ୱତ ନ୍ତ୍ର ପରିଚ ୟ ସୃଷ୍ଟି କରିପାର ଛିି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି କୌଣସି ବିଶ୍ୱବିଦ୍ୟାଳୟର ଅସଲ ପରିଚୟ ହେଉଛି ଏହାର ଗବେଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଶିକ୍ଷାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ ୟର ଭିତ୍ତିଭୂମି ସୁଦ ଢ଼ୃକରିବା ଓ କୃଷିଶିକ୍ଷା, ଗବେ ଷଣା ଓ ସଂପ୍ରସାରଣ କ୍ଷେତ୍ରରେ ଉନ୍ନତି ଆଣି ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ନୂତନ ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଓଡ଼ିଶାର କୃଷି-ଜୈବ ବିବିଧତାକୁ ନେଇ ଉନ୍ନତ ଫସଲ କିସମ, ଫସଲ ପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ, ଫସଲର ବିବିଧିକରଣ ଏବଂ ଅଣ-ଋତୁର ପନିପରିବା ଚାଷକୁ ଚାଷୀମାନଙ୍କ ମଧ୍ୟରେ ବହୁଳ ଭାବରେ ଆଦୃତ କରାଇବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଧାନ ବ୍ୟତୀତ ଡାଲିଜାତୀୟ ଫସଲ, ତୈଳବୀଜ, ଅର୍ଥକରୀ ଫସଲ, ଉଚ୍ଚ ମୂଲ୍ୟଯୁକ୍ତ ପନିପରିବା ଓ ଫଳ ଇତ୍ୟାଦି ଅଧିକ ପରିମାଣରେ ଚାଷ କରିବାର ସମୟ ଆସିଛି । ସେହିପରି ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ମରୁଡ଼ି ସହନଶୀଳ ଫସଲ କିସମ ବିକାଶ, ଅନ୍ତଃଫସଲ ଚାଷ, ବର୍ଷାଜଳ ସଂରକ୍ଷଣ, ସମନ୍ୱିତ କୃଷି ଓ ମାଛଚାଷ, ପ୍ରାଣୀ ପାଳନ ଆଦି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଚାକିରି ସର୍ବସ୍ୱ ନହୋଇ ନୂତନ ଷ୍ଟାର୍ଟଅପ୍‌ ଆଦି ବିକଶିତ କରିବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନକୁ ଉପଯୋଗ କରି କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହାଦ୍ୱାରା ସେମାନେ ନିଜ ପାଇଁ ତଥା ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବେ । ଏଥିସହିତ କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଷ୍ଟିରେ ରଖି ମହିଳା-ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗରୁତ୍ୱାରୋପ କରିଛନ୍ତି ।

ଉତ୍ସବରେ ସଭାପତିତ୍ୱ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ବିଶ୍ୱବିଦ୍ୟାଳୟ ବିଭିନ୍ନ ସମୟରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଫସଲ ପ୍ରଜାତି, ପ୍ରାଣୀ ଓ ପକ୍ଷୀର ପ୍ରଜାତି ବିକଶିତ କରି ଉତ୍ପାଦନ ବୃଦ୍ଧି ସହିତ କୃଷକ ଓ ମହିଳାମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର, ଶିକ୍ଷକ ଓ ଗବେଷକ ବିଦେଶରେ ଶିକ୍ଷାଲାଭ କରୁଛନ୍ତି ।

ଏହାଦ୍ୱାରା ଜ୍ଞାନର ଆଦାନ ପ୍ରଦାନ ସହିତ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ରାଉଳ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କହିଲେ କୃଷି କ୍ଷେତ୍ରରେ ପାରମ୍ପରିକ ଜ୍ଞାନକୌଶଳର ରୂପାନ୍ତରଣ ସହ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି । ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ମାଣ୍ଡିଆର ଚାରିଗୋଟି ପାରମ୍ପରିକ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ସାମିଲ କରିଛି ବୋଲି ଶ୍ରୀ ଲେଙ୍କା କହିଥିଲେ ।

ଉତ୍ସବରେ ସଂପ୍ରସାରଣ ଶିକ୍ଷାର ଡିନ୍‌ ଡ. ପ୍ରସନ ଜିତ୍‌ ମଶ୍ର  ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ମହାବିଦ୍ୟାଳୟର ୫୦ ହଜାର ବର୍ଗଫୁଟ ବିଶିଷ୍ଟ ତୃତୀୟ ମହଲାର ଶୁଭ ଉଦ୍‌ଘାଟନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଓ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ନୂତନ ୱେବ୍‌ସାଇଟ୍‌, ଓୟୁଏଟି ସଂଗୀତ, କୃଷକଙ୍କ ପାଇଁ ଆପ୍‌, ଓୟୁଏଟି ଭିଡିଓ, ଭ ଜିିଅନ୍‌ ପୁସ୍ତକ, ଚାଷୀ ସଂସାର ପୁସ୍ତିକା ଆଦିର ଶୁଭ ଉନ୍ମୋଚନ କରାଯାଇଥିଲ । ପ୍ରତିଷ୍ଠା ଦିବସ ଅବସରରେ ଓମ୍ବାଡ୍‌ସି ଦ୍ୱାରା ପ୍ରଦତ୍ତ ଆର୍ଥିକ ଅନୁଦାନରେ ଓମ୍ବାଡ୍‌ସି ଜିଲ୍ଲାର ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଷିକିଆ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ଓୟୁଏଟିରେ ୫ଟି ସଚିବ: ରୂପାନ୍ତରଣ କାର୍ଯ୍ଯର ତଦାରଖ କରିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ଗୁରୁତ୍ବ
ଭୁବନେଶ୍ବର: ଭୁବନେଶ୍ବର ଓୟୁଏଟିର ରୂପାନ୍ତରଣ  ପ୍ରକ୍ରିୟା ଆରମ୍ଭ। OUATର ରୂପାନ୍ତରଣ ପାଇଁ ପ୍ରାୟ ୭୨୭ କୋଟି ଟଙ୍କା ଖର୍ଚ୍ଚ ହେବ। OUATରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ। ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ। ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ। ଚାଷୀଙ୍କ ପାଇଁ ୨୦୦ ଶଯ୍ଯା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି। ୫୦୦ ଶଯ୍ଯା ବିଶିଷ୍ଟ ଷ୍ଟୁଡେଣ୍ଟ ନିର୍ମାଣ କାର୍ଯ୍ଯ ଜାରି ରହିଛି। ୫ଟି ସଚିବ ଭିକେ ପାଣ୍ଡିଆନ୍ ରୂପାନ୍ତରଣ କାମ ତଦାରଖ କରୁଛନ୍ତି। ରୂପାନ୍ତରଣ କାମ ନେଇ ଭିସିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ। ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ କାମ ସାରିବାକୁ ୫ଟି ସଚିବ ଗୁରୁତ୍ବ ଦେଇଛନ୍ତି।

ଓୟୁଏଟିରେ ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ତମ୍ପ ପେଟରୁ ବାହାରିଲା ବୋତଲ ଠିପି
ଭୁବନେଶ୍ୱର: ଭୁବନେଶ୍ୱର ବାସୁଆଘାଇ ଅଞ୍ଚଳର ଆଶୁତୋଷ ଦାସଙ୍କ ଘର କାମ ଚାଲୁଥିବା ସମୟରେ ଶ୍ରମିକମାନେ ଏକ ଅସୁସ୍ଥ ସାପ ଦେଖି ସ୍ନେକ୍‍ ହେଲପ୍ଲାଇନ୍‍ ସଦସ୍ୟଙ୍କୁ ଜଣେଇଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ବହ୍ଲା ପଟା ଭିତରେ ପଶିଥିବା ଏକ ସାଢ଼େ ୩ ଫୁଟ ଲମ୍ୱର ତମ୍ପ ସାପ ଉଦ୍ଧାର କରିଥିଲେ। ତେବେ ସାପକୁ ଧରିବା ବେଳେ ସାପଟିର ଦୁର୍ବଳ ସ୍ୱାସ୍ଥ୍ୟ ସାଙ୍ଗକୁ ପେଟରେ ଏକ ଆବୁ ଭଳି କଣ ଜିନିଷ ଦେଖିବାକୁ ପାଇଥିଲେ। ସାପଟି କିଛି ଖାଦ୍ୟ ଗିଳିଥିବା ସନ୍ଦେହ କରି ତାକୁ ବ୍ୟାଗରେ ଭର୍ତ୍ତି କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ।

ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ପରୀକ୍ଷା କରି କିଛି ଗୋଟେ କଠିନ ପଦାର୍ଥ ତା ପେଟ ଭିତରେ ଥିବାର ଅନୁଭବ କରିଥିଲେ। ସାପକୁ ଓୟୁଏଟି ସ୍ଥିତ ଭେଟେରେନାରି କଲେଜକୁ ନେଇଥିଲେ। ଓୟୁଏଟିର ଭେଟେରିନାରି ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣୀ ନାଥ ସାପଟିର ଏକ୍ସରେ କରେଇଥିଲେ। ସେଥିରେ ସାପର ପେଟ ଭିତରେ କିଛି ଗୋଟେ ବଳୟ ଭଳି ପଦାର୍ଥ ଥିବା ଦେଖା ଯାଉଥିଲା। ସେଇ କଠିନ ପଦାର୍ଥକୁ କାଢ଼ିବାର ଆଉ କୌଣସି ବାଟ ନ ଥିବାରୁ ସାପଟିକୁ ଅପରେସନ ଟେବୁଲକୁ ନିଆ ଯାଇଥିଲା। ସାପକୁ ପ୍ରଥମେ ଆନାସ୍ଥେସିଆ ଦେବା ପରେ ଡାକ୍ତର ନାଥ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ଅନ୍ୟ ପିଜି ଛାତ୍ର ସର୍ଜରୀ ଆରମ୍ଭ କରିଥିଲେ। ଯତ୍ନର ସହିତ ସାପଟିର ପେଟ ପାଖରେ ୨ ପରସ୍ତ କାଟିବା ପରେ ନୀଳ ରଙ୍ଗର ଏକ ପଦାର୍ଥ ଦେଖା ଯାଇଥିଲା। ଆଉ ଟିକିଏ କାଟିବା ପରେ ସେଇ କଠିନ ପଦାର୍ଥଟି ଏକ ବୋତଲର ପ୍ଲାଷ୍ଟିକ ଠିପି ବୋଲି ସ୍ପଷ୍ଟ ହୋଇଥିଲା। ଡାକ୍ତର ନାଥ ଫୋରସେପ ଧରି ଧୀରେ ଧୀରେ ସେଇ ଠିପିଟିକୁ ବାହାରକୁ ଟାଣି ଆଣିଥିଲେ। ଏହାପରେ ସାପଟିର ଅନ୍ତନଳୀକୁ ଷ୍ଟିଚ ପକେଇବା ପରେ ବାହାର ଚମଡ଼ାକୁ ସିଲେଇ କରାଯାଇଥିଲା। ସେହିପରି ସାପଟି ଆନାସ୍ଥେସିଆ ପ୍ରଭାବରୁ ମୁକ୍ତ ହେବା ପରେ ତାର ଦୁର୍ବଳ ସ୍ୱାସ୍ଥ୍ୟ ଲକ୍ଷ କରି ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଅକ୍ସିଜେନ ଦିଆଯାଇଥିଲା। ସାପଟିକୁ ଆଣ୍ଟିବାୟୋଟିକ ଏବଂ ପେନ କିଲର ଇଞ୍ଜେକ୍‍ସନ ଦିଆଯାଇଛି। ପୂରା ଅପରେସନ ସରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ଉକ୍ତ ଠିପିଟି ଏକ ମଦ ବୋତଲ ଥିଲା ବୋଲି ଜଣାପଡ଼ିଥିଲା।

ଡାକ୍ତର ଇନ୍ଦ୍ରମଣୀ ନାଥ କହିଛନ୍ତି, ୪/୫ ଦିନ ପରେ ତାକୁ ତରଳ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିଛୁ। ୭ ଦିନ ନିରୀକ୍ଷଣରେ ରହିବା ପରେ ଆମେ ସାପ ବିଷୟରେ କିଛି ସଠିକ କହି ପାରିବୁ। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ମଦ ବା ମଦ ବୋତଲ ଠିପି ସହିତ ସାପର କିଛି ସମ୍ପର୍କ ନାହିଁ। ହୁଏତ କୌଣସି ମୂଷା ସେଇ ଠିପିକୁ କାମୁଡି ଥାଇ ପାରେ ଏବଂ ଏଇଟା କରିବା ଭିତରେ ଠିପିରେ ମୂଷାର ଦେହର ଗନ୍ଧ ରହିଥିବ। ସେଇ ଗନ୍ଧ ରେ ସାପ ର ବିଚାର ବିଭ୍ରାଟ ହେତୁ ସେ ପ୍ଲାଷ୍ଟିକ ଠିପି ଟିକୁ ଭୁଲ ବଶତଃ ଗିଳି ଦେଇଛି।

ରାଜଧାନୀରେ ଚାଞ୍ଚଲ୍ୟ: ଓୟୁଏଟି କ୍ୟାମ୍ପସ୍‌ରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବ ବିଶ୍ବବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୁଲିସ । ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତ ମହିଳା ପ୍ରଫେସର ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି ।

ଗତକାଲି ବିଳମ୍ବିତ ରାତିରେ ବେକରେ ଏକ ଲୁଗା ଲଗାଇ ବାସନ୍ତୀ ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାସନ୍ତୀଙ୍କ ମୃତଦେହ ଝୁଲୁଥିବା ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାସନ୍ତୀଙ୍କ ଏକ ଶିଶୁ ପୁତ୍ର ଥିବା ବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ ତାହାର ଖୋଳତାଡ଼ କରୁଛି ପୁଲିସ୍‌।

ଓୟୁଏଟିରେ ଉନ୍ନତ କଦଳୀ ଚାଷ ସମ୍ପର୍କିତ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ରେ ସ୍ଵଳ୍ପ ଖର୍ଚ୍ଚରେ କଦଳୀ ଚାଷ ସମ୍ପର୍କିତ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପୱନ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଦୁଇ ଦିନ ଧରି ରାଜ୍ୟର ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ୫୦ ଜଣ ବୈଜ୍ଞାନିକ ତାଲିମ୍ ନେଇଥିଲେ। ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପର ବୈଜ୍ଞାନିକ ସୌଦାମିନୀ ସ୍ବାଇଁ କଦଳୀ ଚାରାର ବୃହତ୍ ବଂଶବିସ୍ତାର ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। କଦଳୀ ଚାଷର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିବା ସହିତ କମ୍ ଖର୍ଚ୍ଚରେ କିପରି ଚାଷୀମାନେ ଉପକୃତ ହୋଇପାରିବେ ସେନେଇ ବିଶେଷ ଧ୍ୟାନ ଦିଅଯାଇଥିଲା। ଏହି ଅଭିନବ କୌଶଳ ଦ୍ବାରା କଦଳୀ ଚାଷୀମାନେ ବିଶେଷ ଉପକୃତ ହେବା ସହିତ ଚାଷ ପ୍ରତି ଅଧିକ ସଂଖ୍ୟକ ଚାଷୀ ଆକୃଷ୍ଟ ହେବେ ବୋଲି ବିଶ୍ବବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକ ସୀମାଞ୍ଚଳ ସାହୁ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରସନଜିତ୍‌ ମିଶ୍ର ମତ ରଖିଥିଲେ। କାର୍ଯ୍ୟକ୍ରମରେ ମଧ୍ୟ କଦଳୀ ଗଛର ବିଭିନ୍ନ ରୋଗ ଓ ପୋକ ତଥା ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି
ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ୟ୍ୟ ନିର୍ଭର କରିଥାଏ । ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ୟ୍ୟନ୍ତ ଚାଲିଥାଏ । ଏଥର ଜୁନ ୧ରେ କେରଳ ଓ ଜୁନ ୧୦ରେ ଓଡ଼ିଶା ଛୁଇଁଥିଲା ମୌସୁମୀ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି । କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ମୌସୁମୀ ସମୟ ୪୦ ଦିନ ଅତିବାହିତ କରିସାରିଛି ।

ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି । ଚଳିତ ବର୍ଷ ୪୦ ଦିନ ବିତିଗଲାଣି । ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଆଉ ଶେଷ ପର୍ୟ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ବୋଲି ଏହି ଆପାତକାଳୀନ ରିପୋର୍ଟରେ ଉଲ୍ଲେଖ କରିଛି ଓୟୁଏଟି ।