MP Santrupt Misra - The Sakala

MMDR ସଂଶୋଧନ ଆକ୍ଟ ପ୍ରସଙ୍ଗ: ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି କହିଲା ବିଜେଡି
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆକ୍ଟ ୨୦୨୬ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଏହି ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହି ପୁଣି ବିଜେପି ଉପରେ ବର୍ଷିଛି । ଏହି ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ବେଳେ ବିଜେପି ସାଂସଦ ମାନେ ଏହାକୁ ସମର୍ଥନ କରିଥିଲେ, ଯେଉଁଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ କରୁନାହିଁ ବୋଲି ବିଜେଡି କହିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ଡ. ସଂତୃପ୍ତ ମିଶ୍ର କହିଥିଲେ, ଏମଏମଡିଆର ଆକ୍ଟ ମାଧ୍ୟମରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କର ଅଧିକାର ସବୁଦିନ ପାଇଁ କେନ୍ଦ୍ର ସରକାର ଛଡାଇ ନେଲା । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଅ ଜଣିଆ ଖଣ୍ଡପୀଠ ଦ୍ୱାରା ୨୫ ଜୁଲାଇ ୨୦୨୬ରେ ପ୍ରଦାନ କରାଯାଇଥିବା ଜଜମେଣ୍ଟରେ ରାଜ୍ୟ ମାନେ ଖଣି ଓ ଖଣି ଥିବା ଜମି ଉପରେ ଟିକସ ଓ ଲେଭି ଲଗାଇ ପାରିବେ । ଏହାଛଡ଼ା ୨୦୦୫ ମସିହାରୁ ଟିକସ ଲେଭି ବାବଦକୁ ବାକି ଥିବା ଟିକସକୁ ମଧ୍ୟ ଆଦାୟ ହେବ ବୋଲି କହିଥିଲେ । ଏହି ଜଜମେଣ୍ଟ ଅନୁଯାୟୀ ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ପାଇବାକୁ ହକଦାର ହୋଇଥିଲା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ମିଳିବ ବୋଲି ପଥ ପରିଷ୍କାର ହୋଇଥିଲା । ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।

ଡ. ମିଶ୍ର କହିଥିଲେ, ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ଏହି ଆକ୍ଟ ବିରୋଧରେ ମୁହଁ ଖୋଲିବା ପାଇଁ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସାଂସଦ ମାନଙ୍କୁ ଚିଠି ଲେଖିଥିଲେ । ବିଜେପି ନେତାମାନେ ଏହି ଆକ୍ଟ ଯୋଗୁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି । କିନ୍ତୁ, ନଭେମ୍ୱର ୨୦୨୫ ରେ ପ୍ରକାଶିତ ଓଡିଶା ରିଭୁ୍ୟରେ, ଖଣି ବକେୟା ବାବଦକୁ ଓଡିଶା ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ଅଧିକ ୧୨, ୦୦୦ କୋଟି ଟଙ୍କା ଓଡିଶା ପାଇବାକୁ ଯାଉଥିବା ବେଳେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି କୁହାଯାଇଥିଲା । ଏହାଛଡା, ଓଡ଼ିଶା ସରକାରଙ୍କ ତରଫରୁ ଓଡିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ଆଫିଡେଫିଟ ମାଧ୍ୟମରେ କହିଥିଲେ, ବକେୟା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟ ଓ ଏହା ନମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ।

ଡ. ମିଶ୍ର ଆହୁରି ମଧ୍ୟ କହିଥିଲେ, ଉଭୟ ଓଡିଶା ରିଭୁ୍ୟ ଓ ଆଡ଼ଭୋକେଟ ଜେନେରାଲଙ୍କ ଅଫିଡେଫିଟରେ ଖଣି ଟିକସ ଓ ବକେୟା ବାବଦକୁ ମିଳିବାକୁ ଥିବା ଟଙ୍କା ଓଡ଼ିଶାର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିବା ବେଳେ ଏବେ ବିଜେପି ନେତା ମାନେ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢୁଛନ୍ତି । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଓଡିଶା ରିଭୁ୍ୟ ଓ ଆଡ଼ଭୋକେଟ ଜେନେରାଲଙ୍କ ଆଫିଡେଫିଟରେ ଦିଆଯାଇଥିବା ତଥ୍ୟ କ'ଣ ଭୁଲ ଥିଲା କି ନା ବିଜେପି ନେତା ମାନେ ନିଜର ସ୍ଥିତିକୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି । ରାଜ୍ୟ ମାନଙ୍କ ଠାରୁ ଖଣି ଓ ଖଣି ଥିବା ଜମି ଉପରୁ ସବୁଦିନ ପାଇଁ ଅଧିକାର ଛଡାଇ ନେବା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ।