Suna Besha - The Sakala
ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆଜି ରାଜରାଜେଶ୍ୱର ବା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି। ତେବେ କାର୍ତ୍ତିକ ମାସ ପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ଶ୍ରୀଜିଉ । ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକରୁ ବ୍ୟାରିକେଡରେ ଭକ୍ତମାନେ ଯାଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ଝଟକୁଛନ୍ତି ମହାବାହୁ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି।  ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ।
ବର୍ଷକୁ ୫ ଥର ହୁଏ ମହାପ୍ରଭୁଙ୍କ ସୁନାବେଶ
ବର୍ଷକୁ ପାଞ୍ଚ ଥର ମହାପ୍ରଭୁଙ୍କ ସୁନା ବେଶ କରାଯାଏ। ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ଏହା ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।
ଏଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
କେବେଠୁ ଆରମ୍ଭ ହୋଇଛି ସୁନାବେଶ
ସୁନାବେଶକୁ ନେଇ ଅନେକ ଲୋକକଥା ରହିଛି । ଲୋକ କଥା ଦେଖିଲେ ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳେ। ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ ୩ୟ(୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । ଉତ୍କଳର ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ ।
ରଥ ଉପରେ ସୁନାବେଶ
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ମହାପ୍ରଭୁଙ୍କର ଏହି ଲାବଣ୍ୟମୟ ସୁବର୍ଣ୍ଣ ବେଶ କେବେଠାରୁ ଆରମ୍ଭ ହେଲା ତାହା ଠିକ୍‌‌ ଭାବେ କହିବା କଷ୍ଟକର। ଏ ସମ୍ପର୍କରେ ସ୍କନ୍ଦ ପୁରାଣ କିମ୍ବା ନୀଳାଦ୍ରି ମହୋଦୟ ଭଳି ଗ୍ରନ୍ଥମାନଙ୍କରେ କିଛି ଉଲ୍ଲେଖ ନାହିଁ। ତେବେ ମହାପ୍ରଭୁଙ୍କର ଏହି ଦିବ୍ୟ ବେଶକୁ ସର୍ବଧର୍ମ, ସର୍ବମତବାଦର ଜନସାଧାରଣ ଓ ଭକ୍ତଗଣ ଆନନ୍ଦରେ ଦର୍ଶନ କରିଥାନ୍ତି। ଏହିଦିନ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଲାଗିଥାଏ। ରଥ ଉପରେ ହେଉଥିବା ସୁନାବେଶର ନାମ ହେଉଛି ବଡ଼ତଢାଉ ବେଶ। ବଡ଼ତଢାଉ ବେଶ ସମ୍ପର୍କରେ ଜଣାଯାଏ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ଜୟଦୁର୍ଗାଙ୍କ କୃପାରୁ ଦକ୍ଷିଣ ଭାରତ ବିଜୟ କରି ୧୬ଟି ହସ୍ତୀ ପୃଷ୍ଠରେ ବିପୁଳ ଧନରତ୍ନ ଲଦି ନିଜ ରାଜ୍ୟକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ।
ଗଜପତି ମହାରାଜାଙ୍କର ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ଆଗ୍ରହ ଲକ୍ଷ୍ୟ କରି ବଡ଼ତଢାଉ ସେବକ (ଅଳଙ୍କାରଗୁଡ଼ିକୁ ଭଣ୍ଡାରରୁ ଆଣି ବେଶ ଶେଷ ହେବା ପରେ ପୁଣି ଭଣ୍ଡାର ମଧ୍ୟରେ ଗଣି କରି ରଖନ୍ତି) ଶ୍ରୀଛାମୁରେ ଜଣାଇଥିଲେ ଯେ, ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବର୍ଷ ମଧ୍ୟରେ ହେଉଥିବା ସକଳ ବେଶକୁ ସମସ୍ତ ବର୍ଗର ଲୋକେ ଦର୍ଶନ କରିପାରୁ ନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ବାହୁଡ଼ା ଦିନ ରଥତ୍ରୟ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତା’ ପରଦିନ ରଥ ଉପରେ ଠାକୁରମାନଙ୍କ ସର୍ବସମ୍ମୁଖରେ ସୁନାବେଶରେ ସୁସଜ୍ଜିତ କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ। ବଡ଼ତଢାଉ ସେବକଙ୍କ ଅନୁରୋଧକ୍ରମେ ସେହି ଦିନଠାରୁ ରାଜା କପିଳେନ୍ଦ୍ର ଦେବ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଠାକୁରମାନଙ୍କୁ ରଥ ଉପରେ ବଡ଼ ଏକାଦଶୀଦିନ ଚିତ୍ତାକର୍ଷକ ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତଢାଉ ବେଶ ନାମରେ ପ୍ରସିଦ୍ଧ ଲାଭ କରିଛି। ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଦୁର୍ଲ୍ଲଭ ସୁନାବେଶ ଆରମ୍ଭ ହୋଇଥାଏ। ଏହି ବେଶରେ ମେକାପ, ପୁଷ୍ପାଳକ ଓ ଖୁଣ୍ଟିଆ ସେବକ ପ୍ରମୁଖ ସାହାଯ୍ୟ କରିଥାନ୍ତି। ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି। ଏହିଦିନ ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁରମାନେ ମଇଲମ ହୁଅନ୍ତି। ଏହାପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୁଅନ୍ତି। ପରେ ଫୁଟାଲାଗି (ଟାଇଟ ବସ୍ତ୍ର ପରିଧାନ କରନ୍ତି) ହୁଅନ୍ତି। ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥାନ୍ତି।
ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନଥିବା ବେଳେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ(ଖ୍ରୀଷ୍ଟାବ୍ଦ୧୨୧୧-୧୨୩୮) ଘୋଷଣା କରିଥିଲେ। ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ ହୋଇଥିବା ଅନୁମାନ କରାଯାଏ। କିଛି ବିଶେଷଜ୍ଞଙ୍କ ମତରେ ସମ୍ରାଟ କପିଳେନ୍ଦ୍ର ଦେବ(ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରାଜକୀୟତା ତାଙ୍କ ରାଜବେଶରେ ପ୍ରତିଫଳିତ ହୁଏ।
ଆଜି ଶ୍ରୀଜିଉଙ୍କ ସୁନାବେଶ: ମହଣମହଣ ସୁନା‌ରେ ଝଲସିବେ ମହାବାହୁ
ପୁରୀ: ବୁଧବାର ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର (ଚାଙ୍ଗଡ଼ା ଘର)ରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ବୁଧବାର ପୂର୍ବାହ୍ନରେ ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଚାଙ୍ଗଡା ଘର) ଖୋଲାଯିବ।
ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା ହେବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼଼ିବା ପରେ ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‌‌ ସଅଳ ନୀତିକାନ୍ତି କରାଯିବା ଲାଗି ପୂର୍ବରୁ ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି। ସେହିପରି ସୁନାବେଶ ସମୟରେ ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ଭଲ ଭାବେ ଦର୍ଶନ କରିପାରିବେ। ସେହିପରି ରଥ ଉପରକୁ ଅଣସେବାୟତ ଚଢ଼ିବେ ନାହିଁ। ସେହିପରି କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଯଦି କେହି ଏହାକୁ ନ ମାନନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଆସନ୍ତାକାଲି ସୁନାବେଶ, ନିୟୋଜିତ ହେବେ ୧୯୦ ପ୍ଲାଟୁନ ଫୋର୍ସ
ପୁରୀ: ଆସନ୍ତାକାଲି ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଆସନ୍ତାକାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ହୀରାନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ।
ସନ୍ଧ୍ୟା ଆଳତି ପରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏହାପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ। ଅପରାହ୍ଣ ୫ଟାରେ ସୁନାବେଶ ଆରମ୍ଭ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ ଦିନ ୨ଟା ସୁଦ୍ଧା ଠାକୁରଙ୍କୁ ସୁନାବେଶ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି।
ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକିୟ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇଛି। ଅଧିକ ଭିଡ଼ ହେଲେ ଶ୍ରୀମାର୍ଗ ଦେଇ ଯିବେ ଶ୍ରଦ୍ଧାଳୁ। ପାଖାପାଖି ୧୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ। ଏନେଇ ୩ରଥର ସଜଡ଼ା ବା ମରାମତି କାର୍ଯ୍ୟ ଶେଷ ହୋଇଛି। ଏଠାରେ ରଥ ଦକ୍ଷିଣମୋଡ କାର୍ଯ୍ୟକ୍ରମରେ ରଥକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି। ଆଜି ପୂର୍ବାହ୍ଣ ୯ଟାରେ ତିନିଦିଅଁଙ୍କର ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଦିଅଁ ରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି। ଭକ୍ତ ଗଣ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ତାପରେ ଅଢ଼େଇଟାରୁ ଅଁଳାଭେଟି, ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ ବୋଲି ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ପାଖରୁ ଜଣାପଡିଛି। ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ। ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ। ବୁଧବାର ଅନ୍ତିମ ଦିନରେ ସୁଭଦ୍ରା ରଥ ସହି ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ।
ଅନୁରୂପ ସାନ ଜଗନ୍ନାଥ ମହାପ୍ରଭୁଙ୍କର ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ। ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ। ଅପରପକ୍ଷରେ ବଡ଼ଦାଣ୍ଡ ସମେତ ସହରରେ ରଥଯାତ୍ରା ମେଳାରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ସମାଗମ଼ ଲାଗିରହିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ଛୁଟିଦିନ ପାଇଁ ସିନେମା ହଲ ସର୍କସ ଓ ଦୋଳି ତଥା ମେଳା ପଡିଆରେ ଭିଡ ଲାଗିଛି।
ଆଜି ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ବିଭିନ୍ନ ପାଟବସ୍ତ୍ର ଏବଂ ରତ୍ନଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରାତଃରେ ଠାକୁରଙ୍କ ଅବକାଶ ନୀତି ପରେ ଏହି ବେଶ କରାଯାଇଥିଲା। ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୂଜ, ଶ୍ରୀପୟର, କୀରିଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡ଼ଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ଜଗନ୍ନାଥ ମହାପ୍ରଭୁ ରୂପାର ଶଙ୍ଖ ଏବଂ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏହାସହିତ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରିଥିଲେ। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହିତ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥିଲେ।
ରଥଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ
ପୁରୀ: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଉଛନ୍ତି ।ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ଆଜି ସଅଳ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରତ୍ନଭଣ୍ଡାରରୁ ସେବାୟତମାନେ ମହାପ୍ରଭୁଙ୍କର ସୁନା ଅଳଙ୍କାରଗୁଡ଼ିକ ରଥ ଉପରକୁ ନେଇଯାଇଛନ୍ତି। ଏବେ ରଥ ଉପରେ ମହାପ୍ରଙ୍କୁ ବେଶ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଜିଉମାନେ ପ୍ରାୟତ ସୁନା ଅଳଙ୍କାରେ ସୁସଜ୍ଜିତ ହୋଇସାରିଲେଣି।   ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ। ଏହା ପରେ ବେଶ ଓଳାଗି ହେବ।
ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।ରଥ ଉପରେ ସୁନାବେଶ ବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୁଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।ଭକ୍ତମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଛି। ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା କରାଯାଇଛି।
ଅନ୍ୟପଟରେ ମହାପ୍ରଭୁଙ୍କର ମନଲୋଭା ସୁନାବେଶ ‌ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ସୃଷ୍ଟି ହୋଇଛି। ସୁନାବେଶ ଦର୍ଶନ ପାଇଁ ଭକ୍ତମାନେ ଯେପରିକି ଆଦୌ ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍‌ ବ୍ୟତୀତ ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ। ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ।
ସୁନା ବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର
ପୁରୀ: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଉଛନ୍ତି । ତେବେ ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ,  ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ ।
ରଥଯାତ୍ରା ପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବାବେଳେ ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।
ଅନ୍ୟପଟେ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ଯନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।