Corona vaccine - The Sakala
ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତରେ ତିଆରି ପ୍ରଥମ କୋଭିଡ୍‌ ନାଜାଲ ଭ୍ୟାକସିନ
ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା । ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଭୋପାଳରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ (ଆଇଆଇଏସ୍‌ଏଫ୍‌)ରେ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଏହି ଟିକାକୁ ନାକ ଜରିଆରେ ନିଆଯିବ ।
ଭୋପାଳରେ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଗଣତନ୍ତ୍ର ଦିବସରେ ଏହି ନାଜାଲ ଟିକାକୁ ଲଞ୍ଚ କରାଯିବ । ସେ କହିଛନ୍ତି ଯେ, ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacInd କୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ନାମ iNCOVACC ରହିଛି । ଏହାର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ। ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି। ତେବେ ହସପିଟାଲ ପକ୍ଷରୁ ସେମାନଙ୍କର ଅତିରିକ୍ତ ଚାର୍ଜ ମିଶାଇ ପାରନ୍ତି । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ।
ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣର ବିସ୍ଫୋରଣକୁ ଦେଖି ସତର୍କ ହୋଇପଡିଛନ୍ତି ଭାରତ ସରକାର। ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଏହି ଟିକାକୁ ସରକାରଙ୍କ ମଞ୍ଜୁରି ମିଳିବା ପରେ ଏବେ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହି ନାଜାଲ୍ ଟିକାର ଗୋଟିଏ ଡୋଜର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି ।
ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍‌ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଟ୍ରାଏଲ୍ ସମୟରେ ଟିକା ନେଉଥିବା ଲୋକଙ୍କ ଦେହରେ ନାଜାଲ ଭ୍ୟାକସିନ୍ ଆଣ୍ଟିବଡି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।
କରୋନା ଟିକା ନେବାପରେ ବଢୁଛି ହୃଦ୍‌ରୋଗର ଆଶଙ୍କା !
ନୂଆଦିଲ୍ଲୀ: କରୋନା ଏବଂ ହୃଦୟ ରୋଗ ମଧ୍ୟରେ ସମ୍ବନ୍ଧକୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। କରୋନା ଟିକା ନେବା ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗର ବିପଦ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ଆମେରିକାର ଲସ୍‌ ଆଞ୍ଜେଲସ୍‌ ସ୍ଥିତ ସିଡର-ସ୍ମିଡଟ୍‌ ସିନାଇରେ କାର୍ଡିଆକ୍‌ ଇନଷ୍ଟିଚ୍ୟୁଟ ଏହା ଉପରେ ଅଧ୍ୟୟନ କରିଛି। ବୈଜ୍ଞାନିକ ଏଲନ ସି କ୍ବାନ କହିଛନ୍ତି ଯେ ଗବେଷଣାରେ ୨୦୨୦ ଏବଂ ୨୦୨୨ ମଧ୍ୟରେ ଟିକା ନେଇଥିବା ୨, ୮୪, ୫୯୨ ଲୋକଙ୍କ ଉପରେ ସର୍ଭେ କରାଯାଇଥିଲା। ଏହା ସହିତ ହୃଦୟ ରୋଗ ଥାଇ କରୋନାରେ ସଂକ୍ରମିତ ୧୨, ୪୬୦ ରୋଗୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ କରୋନା ଟିକା ଲଗାଇବାର ୯୦ ଦିନ ପରେ ପୋଷ୍ଟୁରାଲ ଅର୍ଥୋଷ୍ଟ୍ରାଟିକ ଟ୍ୟାକିକାଡିଆ ସିଣ୍ଡ୍ରୋମ (ପିଓଟିଏସ) ଭଳି ରୋଗ ହେବାର ସମ୍ଭାବନା ୫ ଗୁଣ ବୃଦ୍ଧି ପାଇଥିଲା।
ଗବେଷଣାରେ ପୁଣି କୁହାଯାଇଛି ଯେ କରୋନା ସଂକ୍ରମଣ ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଏହି ଗବେଷଣା ପିୟର-ରିଭ୍ୟୁ ଜର୍ଣ୍ଣାଲ ନେଚର କାର୍ଡିଓଭାସ୍କୁଲାରରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ପିଓଟିଏସ୍‌ ହେଉଛି ସ୍ନାୟବିକ ବ୍ୟବସ୍ଥା ସମ୍ବନ୍ଧିତ ଏକ ସମସ୍ୟା। ଏହା ମୁଖ୍ୟତଃ ତରୁଣୀଙ୍କୁ ପ୍ରଭାବିତ କରିଥାଏ। ପିଓଟିଏସ୍‌ ହେଲେ ୧୦ ମିନିଟ ଛିଡା ହେଲେ ହୃତସ୍ପନ୍ଦନ ମିନିଟ୍‌କୁ ୩୦ ଥର ବୃଦ୍ଧି ପାଇଥାଏ କିମ୍ବା ମିନିଟ୍‌ରେ ୧୨୦ ଥର ହୋଇଥାଏ।
ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ
ଭୁବନେଶ୍ୱର: ଡେଡଲାଇନ ସରିଥିଲେ ବି ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ । ମାଗଣା ଟିକାକରଣ ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ ଥିଲେ ସୁଦ୍ଧା ଏହାକୁ ଆଗକୁ ମଧ୍ୟ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି ।
ଏବେସୁଦ୍ଧା ରାଜ୍ୟରେ ୯୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇ ସାରିଲେଣି । ସେହିଭଳି ବୁଷ୍ଟର ଡୋଜ ନେବାରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଏବେ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି ୧୧୫୦ ଟୀକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି ।
ଭାରତକୁ ଆଉ ଏକ ସଫଳତା, ନାଜାଲ କରୋନା ଟିକାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତ ଆଉ ଏକ ସଫଳତା ପାଇଛି। ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ଏଣିକି ନାକରେ କରୋନା ଟିକା ନେଇ ପାରିବେ।  ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଟିକାକୁ ଅନୁମୋଦନ ଦିଆଯାଇଛି। କରୋନା ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ନାଜାଲ ନାକ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅନୁମୋଦନ କରିଛନ୍ତି। ଏହା କୋଭିଡ -୧୯  ବିରୋଧରେ ଭାରତ ପ୍ରଥମ ନାଜାଲ ଟିକା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ କରି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।
ସରୁଛି ମାଗଣା ଟିକାର ଅବଧି, ତୁରନ୍ତ ବୁଷ୍ଟର ଡୋଜ୍ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଆହ୍ୱାନ
ଭୁବନେଶ୍ୱର: ମାଗଣା ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି, ଏହା ପୂର୍ବରୁ ତୁରନ୍ତ ବୁଷ୍ଟର ଡୋଜ୍ ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ପ୍ରିକସନ ଡୋଜ ନେଇଛନ୍ତି । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ । ଏହାସହିତ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନ ଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।
‘ବୁଷ୍ଟର୍ ଡୋଜ୍‌’ ନେଲେ ମାଗଣାରେ ଖାଇବାକୁ ମିଳୁଛି ଛୋଲେ ଭଟ୍ଟୁରେ
ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ‘ବୁଷ୍ଟର୍‌ ଡୋଜ୍’ ଏବେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ, ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଚଣ୍ତୀଗଡ଼ର ୪୫ ବର୍ଷୀୟ ସଞ୍ଜୟ ରାଣା ଆଗେଇ ଆସିଛନ୍ତି। ଚଳିତବର୍ଷ ବୁଷ୍ଟର୍‌ ଡୋଜ୍‌ ନେବାକୁ ଖୁବ୍‌ କମ୍‌ ଲୋକ ଆସୁଥିବାରୁ ସେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଦେବା ଆରମ୍ଭ କରିଛନ୍ତି। କୋଭିଡ୍‌ ଟିକା ନେବା ସମୟରେ ମଧ୍ୟ ସେ ଏହିପରି ଅଫର୍‌ ଦେଇ ଚର୍ଚ୍ଚାକୁ ଆସିଥିଲେ। ସଞ୍ଜୟ ଏକ ସାଇକଲ୍‌ରେ ଦୀର୍ଘ ୧୫ ବର୍ଷ ହେବ ଛୋଲେ ଭଟ୍ଟୁରେ ବ୍ରିକି କରିଆସୁଛନ୍ତି। ତେବେ ସେ ଲୋକମାନଙ୍କୁ ବୁଷ୍ଟର୍‌ ଡୋଜ୍‌ ନେବା ପାଇଁ ମନାଇବା ଲକ୍ଷ୍ୟରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏପରି କରିବା ପାଇଁ ସଞ୍ଜୟଙ୍କୁ ତାଙ୍କ ଝିଅ ପ୍ରେରଣା ଦେଇଥିଲେ।
ସଞ୍ଜୟ କୁହନ୍ତି, ‘ଗତବର୍ଷ କୋଭିଡ୍‌ ଟିକାକୁ ନେଇ ଅନେକ ଗୁଜବ ପ୍ରଚାରିତ ହେଉଥିଲା। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତଧାରଣା ଦୂର କରିବା ପାଇଁ ମୁଁ ଏଭଳି ଏକ ଅଫର୍‌ ଆଣିଥିଲି। ମୁଁ ଏହି ଅଫର୍‌ ଆରମ୍ଭ କରିବା ପରେ ନିୟମିତ ୫୦ ଲୋକ ମୋ’ ଠାରୁ ଖାଉଥିଲେ। ଏହାପରେ ଲୋକେ ମୋର ଏହି କାମକୁ ପ୍ରଶଂସା କଲେ। ୪୦ ଟଙ୍କାର ଏକ ଛୋଲେ ଭଟ୍ଟୁରେ ପ୍ଲେଟ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇଥାଏ।’ ଯେଉଁ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇଛନ୍ତି ବୋଲି ତାଙ୍କୁ ଫୋନ୍‌ରେ ମେସେଜ୍‌ ଦେଖାନ୍ତି, ସେମାନଙ୍କୁ ସଞ୍ଜୟ ମାଗଣାରେ ଛୋଲେ ଭଟ୍ଟୁରେ ଖାଇବାକୁ ଦିଅନ୍ତି। ସଞ୍ଜୟ କୁହନ୍ତି, ‘କରୋନାକୁ ହରାଇବା ପାଇଁ ଟିକା ନେବା ବହୁତ ଜରୁରି। ଗତବର୍ଷ ପ୍ରାୟ ସାତ ମାସ ଧରି କୋଭିଡ୍‌ ଟିକା ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟ୍ଟୁରେ ଖୁଆଇଥିଲି। ଏଥର ବି କିଛି ମାସ ପର୍ଯ୍ୟନ୍ତ ମାଗଣା ଛୋଲେ ଭଟ୍ଟୁରେ ଖୁଆଇବି।’
ଗୋଟିଏ ସିରିଞ୍ଜ୍‌ରେ ୩୯ ଛାତ୍ରଙ୍କୁ ଦେଲେ କରୋନା ଟିକା !
ଭୋପାଳ: ମଧ୍ୟପ୍ରଦେଶରୁ ମେଡିକାଲ ଅବହେଳାର ଭୟାନକ ଚିତ୍ର ସାମ୍‌ନାକୁ ଆସିଛି। ସାଗର ଜିଲ୍ଲାର ଜୈନ ପବ୍ଲିକ ସ୍କୁଲରେ ବୁଧବାର ଗୋଟିଏ ସିରିଞ୍ଜରେ ୩୯ଛାତ୍ରଙ୍କୁ କରୋନା ଟିକା ଦିଆଯାଇଛି। କରୋନା ଟିକାକରଣରେ ସ୍ୱାସ୍ଥ୍ୟ ବିଭାଗ ଅବହେଳାର ଏହି ଚିତ୍ର ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ସ୍କୁଲରେ ଟିକାକରଣ ପାଇଁ ଜଣେ ନର୍ସିଂ ଛାତ୍ରଙ୍କୁ ପଠା ଯାଇଥିଲା। ସେ ଗୋଟିଏ ସିରିଞ୍ଜରେ ଛାତ୍ରଙ୍କୁ ଟିକା ଦେଇଥିଲେ। ଅଭିଭାବକ ହଙ୍ଗାମା କରିବାରୁ ନର୍ସିଂ ଛାତ୍ର କହିଥିଲେ ଯେ ଅଧିକାରୀମାନେ ଗୋଟିଏ ସିରିଞ୍ଜ ଦେଇ ପଠାଇଛନ୍ତି। ଏହି ସିରିଞ୍ଜରେ ସମସ୍ତଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଜିଲ୍ଲା ଟିକାକରଣ ଅଧିକାରୀ ଡ.ଏସଆର ରୋଶନଙ୍କୁ ନିଲମ୍ବିତ କରିଦିଆଯାଇଛି। ଜିଲ୍ଲାପାଳ ଏହି ମାମଲାର ରିପୋର୍ଟ ମାଗିଛନ୍ତି।
ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ୧୯ ଶିଶୁଙ୍କ ରକ୍ତ ନମୁନା ନିଆଯାଇଛି। ସମସ୍ତଙ୍କ ରିପୋର୍ଟ ସ୍ବାଭାବିକ ରହିଛି। କୌଣସି ପ୍ରକାରର ସଂକ୍ରମଣ ଦେଖାଯାଇନାହିଁ। ଆଉ କିଛି ରିପୋର୍ଟ ଆସିବା ବାକି ରହିଛି। ଜୈନ ପବ୍ଲିକ ସ୍କୁଲରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଜ କର୍ମଚାରୀଙ୍କ ବଦଳରେ ନର୍ସିଂ ଛାତ୍ରଙ୍କୁ ପଠାଇଥିଲେ। ନର୍ସିଂ ତୃତୀୟ ବର୍ଷର ଛାତ୍ର ଜିତେନ୍ଦ୍ର ଟିକା ଲଗାଇବା ଆରମ୍ଭ କରିଥିଲେ। ସେ ଜଣଙ୍କ ପରେ ଜଣେ ୩୯ ଛାତ୍ରଙ୍କୁ ଟିକା ଦେଇଥିଲେ।
ବାଧ୍ଯତାମୂଳକ ନୁହେଁ ଟିକାକରଣ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଭିଡ ଟିକାକରଣ ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଟିକା ନେହାକୁ କାହାରିକୁ ବାଧ୍ଯ କରାଯାଇପାରବି ନାହିଁ। ଏହା ସହିତ ଟିକାକରଣର ପାର୍ଶ୍ବ ପ୍ରତିକ୍ରିୟାର ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବସାଧାରଣ ସ୍ଥାନରେ ଟିକାକରଣ କରାଯାଇ ନ ଥିବା ଲୋକଙ୍କ ପ୍ରବେଶ ଉପରେ କେତେକ ରାଜ୍ୟ ସରକାର ଏବଂ ସଂଗଠନ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତ  ଠିକ ନୁହେଁ। ସାମ୍ପ୍ରତିକ ପରିସ୍ଥିତିରେ ଏଗୁଡିକ ପ୍ରତ୍ୟାହାର କରାଯିବା ଉଚିତ୍। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ କରିବାକୁ ବାଧ୍ୟ କରାଯାଇ ପାରିବନି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ଟିକାକରଣ ନୀତିକୁ ଅନ୍ୟାୟ ଏବଂ ମନମୁଖୀ ବୋଲି କୁହାଯାଇପାରିବ ନାହିଁ। ସରକାର ଜନସାଧାରଣଙ୍କ ହିତରେ ନୀତି ପ୍ରସ୍ତୁତ କରିପାରିବେ ଏବଂ କିଛି ସର୍ତ୍ତ ମଧ୍ଯ ଲଗାଇ ପାରିବେ। ତେବେ COVID-19 ଟିକାକରଣର ପ୍ରତିକୂଳ ପ୍ରଭାବ ଉପରେ ତଥ୍ୟ ସାର୍ବଜନୀନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ଜଷ୍ଟିସ୍ ବି.ଆର ଗାଭାଇ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧  ଅନୁଯାୟୀ ଶାରୀରିକ ସ୍ୱାଧୀନତା ଏବଂ ଅଖଣ୍ଡତା ସୁରକ୍ଷିତ ରଖିବାର ଅଧିକାର ରହିଛି। ଯେପର୍ଯ୍ୟନ୍ତ କୋଭିଡ ମାମଲା ସଂଖ୍ୟା କମ୍ ରହିଛି ଆମେ ପରାମର୍ଶ ଦେଉଛୁ ଯେ ଟିକାକରଣ ହୋଇନଥିବା ଲୋକଙ୍କ ସର୍ବସାଧାରଣ ସ୍ଥାନରେ ପ୍ରବେଶ  ପ୍ରତିବନ୍ଧକ ନ ଲାଗୁ ଏବଂ ଯଦି ଲାଗୁ କରାଯାଇଥାଏ ତେବେ ପ୍ରତ୍ୟାହାର କରାଯିବାକୁ ଖଣ୍ଡପୀଠ କହିଥିଲେ।
ତେବେ ଜାକବ ପୁଲିଏଲଙ୍କ ଦ୍ବାରା  ଦାଖଲ ହୋଇଥିବା ଏକ ଆବେଦନ ଉପରେ ଟିକାକରଣକୁ ବାଧ୍ଯତାମୂଳକ କରାଯାଇ ପରିବ ନହିଁ ବୋଲି କୋର୍ଟ କହିଛନ୍ତି। ମହାମାରୀର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋର୍ଟ ଏହି ପରାମର୍ଶ ଦେଇଛନ୍ତି।
୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଟିକା ଦେବାପାଇଁ ଅନୁମୋଦନ ଦେଲା NTAGI
ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (NTAGI) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି। କୁହାଯାଇଛି କି କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।
NTAGI approves Serum Institute of India’s Covovax for the 12-17 age group: Sources #COVID19 pic.twitter.com/v84yzEAEMA
— ANI (@ANI) April 29, 2022
ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି।
ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।
ବୁଧବାରଠାରୁ ପିଲାଙ୍କୁ ଦିଆଯିବ ଟିକା
ନୂଆଦିଲ୍ଲୀ: କରୋନାକୁ ହରାଇବା ପାଇଁ ଟିକାକରଣ ଉପରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଏଣିକା ଟିକା ଦିଆଯିବ। ମାର୍ଚ୍ଚ ୧୬ ଅର୍ଥାତ ବୁଧବାରରୁ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।
बच्चे सुरक्षित तो देश सुरक्षित!
मुझे बताते हुए खुशी है की 16 मार्च से 12 से 13 व 13 से 14 आयुवर्ग के बच्चों का कोविड टीकाकरण शुरू हो रहा है।
साथ ही 60+ आयु के सभी लोग अब प्रिकॉशन डोज लगवा पाएँगे।
मेरा बच्चों के परिजनों व 60+ आयुवर्ग के लोगों से आग्रह है की वैक्सीन जरूर लगवाएँ।
— Dr Mansukh Mandaviya (@mansukhmandviya) March 14, 2022
ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।
ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?
ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।
ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।