Odisha Union of Journalists - The Sakala

ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା
ଭୁବନେଶ୍ୱର: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା। ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ମିଶ୍ରଣ କରାଯିବ ନାହିଁ। ବରଂ ଏହା ପୂର୍ବପରି ସମ୍ପୂର୍ଣ୍ଣ ପୃଥକ୍ ଭାବେ କାର୍ଯ୍ୟକାରୀ ହେବ ଏବଂ ସାମ୍ବାଦିକମାନେ ନିଜର ସ୍ୱାସ୍ଥ୍ୟ ସୁବିଧା ପାଇବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଯେଉଁ ସାମ୍ବାଦିକମାନେ ପୂର୍ବରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ନିୟମିତ ଭାବେ ଏହାର ସୁବିଧା ପାଇପାରିବେ। ଏହାବ୍ୟତୀତ ଯେଉଁମାନେ ଏପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇନାହାନ୍ତି, ସେମାନେ ସରକାରଙ୍କ ନିର୍ଦ୍ଧାରିତ ନିୟମ ଏବଂ ଯୋଗ୍ୟତା ଭିତ୍ତିରେ ନୂତନ ଭାବେ ଆବେଦନ କରିପାରିବେ। ଦୁଇଟି ସ୍ୱାସ୍ଥ୍ୟ ବୀମା ଯୋଜନାର ମିଶ୍ରଣକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସରକାରଙ୍କ ଏହି ସ୍ପଷ୍ଟୀକରଣ ବିରାମ ଲଗାଇବା ସହ ସାମ୍ବାଦିକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍ସ (OUJ) ପକ୍ଷରୁ ସ୍ୱାଗତ କରାଯାଇଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ଯୋଜନାକୁ ପୃଥକ୍ ଭାବେ ଜାରି ରଖିଥିବାରୁ ସଂଘ ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ରାଜ୍ୟବ୍ୟାପୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ଏହି ବୀମା ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସଂଘ ପକ୍ଷରୁ ମତବ୍ୟକ୍ତ କରାଯାଇଛି।