UN WFP - The Sakala

ଢେଙ୍କାନାଳରେ ଖୋଲିଲା ଚାଉଳ ATM: ହିତାଧିକାରୀଙ୍କ ପାଇଁ ସହଜ ହେଲା ରାସନ ସାମଗ୍ରୀ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)କୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ ଏବଂ ହିତାଧିକାରୀଙ୍କ ପାଇଁ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ସୋମବାର ଦିନ ଢେଙ୍କାନାଳ ଠାରେ ଚାଉଳ ATM ଉଦ୍‌ଘାଟିତ ହୋଇଛି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ର ମିଳିତ ଆନୁକୂଲ୍ୟରେ ଏହି ଅତ୍ୟାଧୁନିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦ୍‌ଘାଟନ କରିଛନ୍ତି।

ଡବ୍ଲ୍ୟୁଏଫ୍‌ପି (WFP) ଓଡ଼ିଶା ମୁଖ୍ୟ ହିମାଂଶୁ ବଳଙ୍କ ସୂଚନା ଅନୁଯାୟୀ, ଏହି ମେସିନ୍‌ ଏକାଥରକେ ୨୫ କେଜି ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପ୍ରଦାନ କରିପାରିବ। ହିତାଧିକାରୀମାନେ ନିଜର ମାସିକ ରାସନ ଏକାଥରକେ ନେବା ପରିବର୍ତ୍ତେ ନିଜ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ। ଉଦାହରଣ ସ୍ୱରୂପ, ୫୦ କେଜି ଚାଉଳ ପାଉଥିବା ଏକ ପରିବାର ଚାହିଁଲେ ମାସକ ମଧ୍ୟରେ ନିଜ ସୁବିଧା ଅନୁଯାୟୀ କିଛି କିଛି କରି ଏହାକୁ ସଂଗ୍ରହ କରିପାରିବେ। ଏହି ଗ୍ରେନ୍‌ ଏଟିଏମ୍ ସପ୍ତାହର ୭ ଦିନ ତଥା ଦିନରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ।

ଏଥିପାଇଁ ହିତାଧିକାରୀଙ୍କୁ ଇ-ପସ୍ (e-POS) ମେସିନ୍‌ରେ ନିଜର ରାସନ କାର୍ଡ ନମ୍ବର ଦେବା ସହ ଆଧାର-ଭିତ୍ତିକ ବାୟୋମେଟ୍ରିକ୍ ସିଷ୍ଟମ୍‌ ଜରିଆରେ ଆଙ୍ଗୁଠି ଛାପ ଦେଇ ଯାଞ୍ଚ କରିବାକୁ ପଡ଼ିବ। ଏହାପରେ ମେସିନ୍‌ ତଳେ ବ୍ୟାଗ୍ ରଖି ସ୍କ୍ରିନ୍ ଉପରେ ଥିବା 'ବିତରଣ ଆରମ୍ଭ' ବିକଳ୍ପକୁ ଦବାଇବା ମାତ୍ରେ କିଛି ସେକେଣ୍ଡ ମଧ୍ୟରେ ଖାଦ୍ୟଶସ୍ୟ ବାହାରିବ। ଏହି ପ୍ରକ୍ରିୟା ଖାଦ୍ୟ ବଣ୍ଟନରେ ସ୍ୱଚ୍ଛତା ଓ ସଠିକତା ଆଣିବା ସହ ହିତାଧିକାରୀଙ୍କ ସମୟ ବଞ୍ଚାଇବ ବୋଲି ଆଶା କରାଯାଉଛି।