MCL - The Sakala

ଓଡ଼ିଶା କୋଇଲାରେ ଦେଶରେ ଜଳୁଛି ଆଲୁଅ, ହେଲେ ରାଜ୍ୟର କୋଇଲା ସଙ୍କଟ ପ୍ରତି ଆଖି ବୁଜିଦେଇଛି ଏମ୍‍ସିଏଲ୍‍
ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଛି କୋଇଲା ସଙ୍କଟ। ଓଡ଼ିଶାରୁ କୋଇଲା ଉତ୍ତୋଳନ କରି ଅନ୍ୟ ରାଜ୍ୟଗୁଡ଼ିକୁ ବିପୁଳ କୋଇଲା ରପ୍ତାନୀ କରୁଥିବା ଏମ୍‍ସିଏଲ୍‍ ଓଡ଼ିଶାର ଶିଳ୍ପକୁ କୋଇଲା ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିଛି। ତାପଜ ବିଦ୍ୟୁତ ଉତ୍ପାଦନ ଓ ସ୍ପଞ୍ଜ ଆଇରନ୍‍ ଶିଳ୍ପ ଯେତିକି କୋଇଲା ଗଚ୍ଛିତ ରହିଛି ତାହା ଅତିବେଶୀରେ ୪ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇପାରେ। ଏହାପରେ ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି। କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ଏମ୍‍ସିଏଲ୍‍ର ଏପରି ମନମାନି ବିରୋଧରେ ରାଜ୍ୟ ବଣିକ ସଂଘ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ଏହି ସମସ୍ୟା ସମାଧାନ ହେବାର ବାଟ ବାହାରି ପାରିନାହିଁ। ରାଜ୍ୟ ସରକାର ଓଡ଼ିଶାରେ୧୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପଥ ପ୍ରସ୍ତୁତ କରୁଛନ୍ତି; ମାତ୍ର ଏ କ୍ଷେତ୍ରରେ ବାଧକ ହୋଇଛି ଏମ୍‍ସିଏଲ୍‍। ଓଡ଼ିଶା କୋଇଲାରେ ଦେଶ ଆଲୁଅ ହେଉଛି; ଦେଶର ବିଭିନ୍ନ ସ୍ଥାନରେ ଶିଳ୍ପ ସଂସ୍ଥା ବିଦ୍ୟୁତ୍‍ ଉତ୍ପାଦନ କରୁଛନ୍ତି। ମାତ୍ର ଓଡ଼ିଶାର ଶିଳ୍ପ ସଂସ୍ଥାଗୁଡ଼ିକୁ ଏମ୍‍ସିଏଲ୍‍ କୋଇଲା ଯୋଗାଇ ଦେଉନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଆନ୍ଧ୍ର ପ୍ରଦେଶର ମୁଦାନୁର ତାପଜ ବିଜୁଳି କେନ୍ଦ୍ର ପାଇଁ ଓଡ଼ିଶାରୁ ପାଖାପାଖି ବାର୍ଷିକ ୯ ଲକ୍ଷ ଟନ୍‍ କୋଇଲା ଚାଲାଣ ହେଉଛି। ସେହିପରି ସିମାଦ୍ରୀ ତାପଜ ବିଜୁଳି କେନ୍ଦ୍ର ପାଇଁ ୫୧ ଲକ୍ଷ ଟନ୍‍, ବିଜୟୱାଡ଼ା ତାପଜ ବିଦ୍ୟୁତ୍‍ କେନ୍ଦ୍ର ପାଇଁ ୭୪ ଲକ୍ଷ ଟନ୍‍ କୋଇଲା ରପ୍ତାନୀ ହେଉଛି। ଏହା ବ୍ୟତୀତ ବିହାରର କାହଲଗାଓଁ ତାପଜ ବିଦ୍ୟୁତ୍‍ କେନ୍ଦ୍ର, କର୍ଣ୍ଣାଟକର ରାଉଚୁର ତାପଜ ବିଦ୍ୟୁତ୍‍ କେନ୍ଦ୍ର, ମଧ୍ୟପ୍ରଦେଶର ବିନ୍ଧ୍ୟାଚଳ ତାପଜ ବିଦ୍ୟୁତ୍‍ କେନ୍ଦ୍ର, ମହାରାଷ୍ଟ୍ରର ଖପରଖେଦା ଓ କୋରାଡିହି ଆଦି ୫ଟି ତାପଜ ବିଦ୍ୟୁତ୍‍ କେନ୍ଦ୍ର ବାର୍ଷିକ ୧୦୦ ଲକ୍ଷ ଟନ୍‍ରୁ ଊର୍ଦ୍ଧ୍ବ କୋଇଲା ଓଡ଼ିଶାରୁ ନେଉଛନ୍ତି। ଏହାବ୍ୟତୀତ ତାମିଲନାଡ଼ୁର ୪ଟି, ପଶ୍ଚିମବଙ୍ଗର ୪ଟି ଓ ଉତ୍ତରପ୍ରଦେଶର ୨ଟି ତାପଜ ବିଦ୍ୟୁତ୍‍ କେନ୍ଦ୍ର ସହ ଝାଡ଼ଖଣ୍ଡ, ଛତିଶଗଡ଼଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ସ୍ପଞ୍ଜ, ସିମେଣ୍ଟ କାରଖାନାଗୁଡ଼ିକ ନିଜସ୍ୱ ବିଦ୍ୟୁତ୍‍ କେନ୍ଦ୍ର ଓ କାରଖାନା ପାଇଁ ଓଡ଼ିଶାରୁ କୋଇଲା ଆମଦାନୀ କରୁଛନ୍ତି। ତାମିଲନାଡ଼ୁସ୍ଥିତ ଏନ୍ନୋରଠାରେ ଥିବା ନର୍ଥ ଚେନ୍ନାଇ ତାପଜ ବିଦ୍ୟୁତ୍‍ କେନ୍ଦ୍ର କେବଳ ବାର୍ଷିକ କୋଟିଏରୁ୧.୨ କୋଟି ଟନ୍‍ କୋଇଲା ଓଡ଼ିଶାରୁ ନେଉଛି। କେବଳ ଏମ୍‍ସିଏଲ୍‍ରୁ ଉତ୍ତୋଳିତ ମୋଟ କୋଇଲାର ପ୍ରାୟ ଦୁଇ ତୃତୀୟାଂଶ କେବଳ ବିଭିନ୍ନ ତାପଜ ବିଦ୍ୟୁତ୍‍ କେନ୍ଦ୍ର ଓ ବିଭିନ୍ନ କାରଖାନାର ନିଜସ୍ୱ ସିପିପି ପାଇଁ ଚାଲାଣ ହେଉଛି। ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୫-୦୬ ବର୍ଷରେ ଏମ୍‍ସିଏଲ୍‍ ୬୮.୨୧ନିୟୁତ ଟନ୍‍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରୁ ୬୦ ନିୟୁତ ଟନ୍‍ କେବଳ ତାପଜ ବିଦ୍ୟୁତ୍‍ କେନ୍ଦ୍ରକୁ ଯୋଗାଇଛି। ସେହିପରି ୨୦୨୦ରେ ପ୍ରାୟ ୧୫୦ ନିୟୁତ ଟନ୍‍ କୋଇଲା ମଧ୍ୟରୁ ୬୫% ଅନ୍ୟ ରାଜ୍ୟକୁ ରପ୍ତାନୀ ହୋଇଛି।

ଉତ୍କଳ ଚାମ୍ୱର୍ସ ଅଫ୍‍ କମର୍ସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଶିଳ୍ପ ସଂସ୍ଥା ସମ୍ମୁଖୀନ ହୋଇଥିବା କୋଇଲା ସମସ୍ୟା ସମ୍ପର୍କରେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ବର୍ଷା ଦିନେ ପାଣି ପଶିବାର ବାହାନା କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରସଙ୍ଗକୁ ଟାଳି ଦେଇଥିଲେ। କୋଇଲା ଉତ୍ପାଦନ ବୃଦ୍ଧି କରାଯାଇ ରାଜ୍ୟ ଶିଳ୍ପକୁ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ବର୍ଷା ଯାଇ ଶୀତ ଆସିଥିଲେ ବି ରାଜ୍ୟରେ କୋଇଲା ଅଭାବ ଦୂର ହେଉ ନାହିଁ। ରାଜ୍ୟରେ ବାର୍ଷିକ ୧୫ ହଜାର ମେଗାୱାଟ ତାପଜ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ଏଥିପାଇଁ ସିପିପି ଓ ସ୍ପଞ୍ଜ ଆଇରନ୍‍ ଉତ୍ପାଦନ କରୁଥିବା ଶିଳ୍ପ ପାଇଁ ବାର୍ଷିକ ୯୫ ନିୟୁତ ଟନ୍‍ କୋଇଲା ଆବଶ୍ୟକ ପଡ଼ୁଥିବାବେଳେ ଏମ୍‍ସିଏଲ୍‍ ଯୋଗାଉଛି ମାତ୍ର ୩୦ରୁ ୩୨ ନିୟୁତ ଟନ୍‍। ସେପଟେ ବିଦେଶରୁ କୋଇଲା ଆମଦାନୀ କରିବା ବେଶ୍‍ ମହଙ୍ଗା ପଡ଼ୁଛି। ସେପଟେ ୧୫୦୦ ରେକ୍‍ ବଦଳରେ ରେଳ ବିଭାଗ ବି କମ୍‍ ରେକ୍‍ ବ୍ୟବସ୍ଥା କରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ରାଜ୍ୟର ଶିଳ୍ପମାନଙ୍କୁ ଏମ୍‍ସିଏଲ କିଛି ଦିନ ଆବଶ୍ୟକ କୋଇଲା ଯୋଗାଇ ଥିଲା। ଏବେ ପୁଣି କେନ୍ଦ୍ର ସରକାର ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଉତ୍କଳ ଚାମ୍ୱର୍ସ ଅଫ୍‍ କମର୍ସ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି ଯେ ଦେଶର ମୋଟ କୋଇଲା ଉତ୍ପାଦନର ୨୫ ପ୍ରତିଶତ ଓଡ଼ିଶାରେ ଉତ୍ପାଦନ ହୋଇଥାଏ। ରାଜ୍ୟରେ ପ୍ରଚୁର କୋଇଲା ସମ୍ପଦ ଥିବାରୁ ବଡ଼ ବଡ଼ ଇସ୍ପାତ ଶିଳ୍ପମାନେ ଏଠାରେ ପୁଞ୍ଜି ବିନିଯୋଗ କରିଥାନ୍ତି। ଏଥିପାଇଁ ଏମ୍‍ସିଏଲ୍‍ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଏମ୍‍ସିଏଲ୍‍ଠାରୁ ଆବଶ୍ୟକ କୋଇଲା ମିଳୁନାହିଁ। ଏପରି ଏକ ଗୁରୁତର ସମସ୍ୟା ପ୍ରତି କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା କଥା। କୋଭିଡ ମହାମାରୀ ଯୋଗୁ ଶିଳ୍ପ ଜଗତ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏବେ କଟକଣା ହଟିବା ପରେ ଉତ୍ପାଦନ ବଢ଼଼ିବା ଆରମ୍ଭ କରିଛିା ଓଡ଼ିଶାର କୋଇଲା ଉପରେ ରାଜ୍ୟର ଶିଳ୍ପମାନଙ୍କ ପ୍ରାଥମିକ ଅଧିକାର ରହିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ପଷ୍ଟ ନୀତି ନଥିବାରୁ ଓଡ଼ିଶାର ଶିଳ୍ପସଂସ୍ଥା ଗୁଡ଼ିକ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ବୁର୍ଲା ଏମସିଏଲର ଆନନ୍ଦ ବିହାର କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ନିଆଁରେ ପୋଡି ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ସମ୍ବଲପୁର: ବିଳମ୍ବିତ ରାତିରେ ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସବୁ ପୋଡି ଛାରଖାର ହୋଇଯାଇଛି ।

କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର କୁନାଲ କମ୍ପାନୀ ସମ୍ମୁଖରେ ଏକ କ୍ରୋମାଇଟ ବୋଝେଇ ଟ୍ରକ ଧକ୍କାରେ ଜଣେ ଏମସିଏଲ (MCL)କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ୱାଳ । ଆର୍ତ୍ତବନ୍ଧୁ ବୁଧବାର ଦିନ ସକାଳ ପ୍ରାୟ ୬ଟା ସମୟରେ ତାଳଚେର ହିଙ୍ଗୁଳା ସ୍ଥିତ ବଳରାମ ମାଇନ୍ସକୁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । କୁନାଲ କମ୍ପାନୀ ସମ୍ମୁଖରେ ଟ୍ରକଟି ଆର୍ତ୍ତବନ୍ଧୁଙ୍କ ବାଇକ ସହ ତାଙ୍କୁ ପ୍ରାୟ ୨୦ ରୁ ୩୦ ମିଟର ବାଟ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ଅନ୍ତଃବୁଜୁଳା ବାହାରି ପଡିଥିଲା ।

ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଟ୍ରକ ଡ୍ରାଇଭର କୁ କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଆର୍ତ୍ତବନ୍ଧୁ ବଳରାମ ମାଇନ୍ସରେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କ୍ରୋମାଇଟ ବୋଝେଇ ଟ୍ରକଟି ଯାଜପୁର କାଳିଆପାଣିରୁ ସମ୍ବଲପୁର ସ୍ଥିତ ଶ୍ୟାମ ମେଟାଲିକ ପ୍ଲାଣ୍ଟକୁ ଯାଉଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଏଥିସହିତ ଟ୍ରକ ଡ୍ରାଇଭର ପ୍ରଫୁଲ୍ଲ କୁମାର ରାଉତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପରଜଙ୍ଗ ପୋଲିସ । ଆର୍ତ୍ତବନ୍ଧୁଙ୍କ ମୃତ୍ୟୁକୁ ନେଇ ସମଗ୍ର ବାରିହାପୁର ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।