Court me murder song - The Sakala

ଗୋଗୀ ଗ୍ୟାଙ୍ଗ୍, 'ବାଲିଆନ୍' ଗୋତ୍ର ଓ 'କୋର୍ଟ ମେ ମର୍ଡର' ଗୀତ: ଅଙ୍କିତ ବାଲିଆନ୍ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ
ଉତ୍ତରପ୍ରଦେଶର ଶାମଲି ଠାରେ ଲୋକପ୍ରିୟ ହରିୟାଣବୀ ଗାୟକ ତଥା ୟୁଟ୍ୟୁବର ଅଙ୍କିତ ବାଲିଆନ୍‌ଙ୍କ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ପୋଲିସ ସାମ୍ନାକୁ ଆଣିଛି। ଏହି ହତ୍ୟାକାଣ୍ଡ କୌଣସି ବ୍ୟକ୍ତିଗତ ଶତ୍ରୁତା ନୁହେଁ, ବରଂ ଏକ ଗୀତ ପାଇଁ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଗତ ଅଗଷ୍ଟ ୨୬ ତାରିଖରେ ଏକ ଜିମ୍ ବାହାରେ ଅଙ୍କିତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ୟୁପି ପୋଲିସ ଏକ ଏନକାଉଣ୍ଟରରେ ନିହତ କରିଛି।

ଗୀତରୁ ଆରମ୍ଭ ହୋଇଥିଲା ଶତ୍ରୁତା

ଶାମଲି ଏସପି ନରେନ୍ଦ୍ର ପ୍ରତାପ ସିଂହଙ୍କ ସୂଚନା ଅନୁଯାୟୀ, ଅଙ୍କିତ ବାଲିଆନ୍ ଏକ ଗୀତ ଗାଇଥିଲେ ଯାହାର ବୋଲ୍ ଥିଲା- 'କୋର୍ଟ ମେ ଗୋଲି ମାରେଙ୍ଗେ ମେରି ଜାନ୍... ଜଜ୍ କେ ପସିନେ ଆୟେଙ୍ଗେ' (କୋର୍ଟରେ ଗୁଳି ମାରିବୁ... ଜଜ୍‌ଙ୍କର ବି ଝାଳ ବାହାରିଯିବ)। ଏହି ଗୀତଟି ୨୦୨୧ ମସିହାରେ ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ମାନ୍ ଓରଫ୍ ଗୋଗୀଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ଥିଲା। ଗୋଗୀ ଗ୍ୟାଙ୍ଗର ସଦସ୍ୟମାନେ ଏହି ଗୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହା ସେମାନଙ୍କ ପାଇଁ ଅପମାନଜନକ ଦର୍ଶାଇ ଏପରି ଗୀତ ନ ଗାଇବାକୁ ଅଙ୍କିତଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଅଙ୍କିତ ସେମାନଙ୍କ କଥା ଶୁଣିନଥିଲେ, ଯାହା ଗୋଗୀ ଗ୍ୟାଙ୍ଗର କ୍ରୋଧର କାରଣ ପାଲଟିଥିଲା।

ଗୋଗୀ ଏବଂ ଟିଲ୍ଲୁ ତାଜପୁରିଆ ଗ୍ୟାଙ୍ଗ୍ ବିବାଦ ଓ ଗୋତ୍ର କନେକ୍ସନ୍

ଏହି ଗୀତଟି ଗୋଗୀଙ୍କ ଚରମ ଶତ୍ରୁ ତଥା ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆଙ୍କ ସମର୍ଥନରେ ଗାନ କରାଯାଇଥିବା ଭ୍ରମ ସୃଷ୍ଟି କରିଥିଲା। ଏହା ପଛର ଅନ୍ୟ ଏକ ବଡ଼ କାରଣ ଥିଲା 'ଗୋତ୍ର'। ଟିଲ୍ଲୁ ତାଜପୁରିଆ ଏବଂ ଅଙ୍କିତ ଉଭୟ ବାଲିଆନ୍ ଗୋତ୍ରର ହୋଇଥିବାରୁ, ଗୋଗୀ ଗ୍ୟାଙ୍ଗ୍ ଭାବିଥିଲା ଯେ ଅଙ୍କିତ ଜାଣିଶୁଣି ସେମାନଙ୍କୁ ଅପମାନିତ କରିବା ଏବଂ ଟିଲ୍ଲୁକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ଗୀତ ତିଆରି କରିଛନ୍ତି। ସୂଚନାଯୋଗ୍ୟ ଯେ, ଗୋଗୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ମେ ୨, ୨୦୨୩ରେ ତିହାର ଜେଲ୍‌ରେ ଟିଲ୍ଲୁ ତାଜପୁରିଆଙ୍କୁ ଗୋଗୀ ଗ୍ୟାଙ୍ଗର ସଦସ୍ୟମାନେ ଅତି ନିର୍ମମ ଭାବେ ୧୦୦ ରୁ ଊର୍ଦ୍ଧ୍ୱ ଥର ଛୁରୀ ଭୁସି ହତ୍ୟା କରିଥିଲେ। କିନ୍ତୁ ସେହି ଗୀତର ରାଗ ରଖି, ବର୍ତ୍ତମାନ ଅଙ୍କିତଙ୍କୁ ମଧ୍ୟ ହତ୍ୟା କରାଯାଇଛି।

ପୋଲିସ ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ନିହତ

ଅଗଷ୍ଟ ୩୧ ତାରିଖ ଭୋର ପ୍ରାୟ ୪ଟା ସମୟରେ, ଶାମଲି ଜିଲ୍ଲାର କୈରାନା ରୋଡ୍ ନିକଟସ୍ଥ ଇଣ୍ଡିଆନ ଗ୍ୟାସ ଗୋଦାମ ପାଖରେ ପୋଲିସ ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏସପିଙ୍କ ସୂଚନା ମୁତାବକ, ଏକ ବାଇକରେ ଆସୁଥିବା ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଗୁଳିଚାଳନା କରି ଖସିଯିବାକୁ ଉଦ୍ୟମ କରିଥିଲେ। ଜବାବରେ ଶାମଲି କୋତୱାଲି ପୋଲିସ, ଝିନଝାନା ପୋଲିସ ଏବଂ ସ୍ୱାଟ୍ (SWAT) ଟିମ୍ ମିଳିତ ଭାବେ ଏନକାଉଣ୍ଟର କରିଥିଲେ। ଏଥିରେ ଅଙ୍କିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ମୋହିତ (୨୨) ଏବଂ ସୁମିତ (୨୪) ନିହତ ହୋଇଛନ୍ତି। ଏହି ଦୁଇ ଜଣ ହରିୟାଣାର ସୋନିପତ ଜିଲ୍ଲାର ବାସିନ୍ଦା ବୋଲି ଏଡିଜି ଅମିତାଭ ଯଶ ସୂଚନା ଦେଇଛନ୍ତି।