Fishing Harbour - The Sakala

ପାରାଦୀପ ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ
ପାରାଦୀପ: ପାରାଦୀପ ମାଛଧରା ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ଏକ ମାଛଧରା ଟ୍ରଲର ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ଘଟିନାହିଁ ଏବଂ ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସୁରକ୍ଷିତ ଭାବେ ଖସି ଆସିବାରେ ସକ୍ଷମ ହୋଇଛନ୍ତି।

ଅଗ୍ନିକାଣ୍ଡର ଶିକାର ହୋଇଥିବା ଟ୍ରଲରଟିର ନାମ ‘ଦେବୀ ଲକ୍ଷ୍ମୀ’ ବୋଲି ଜଣାପଡିଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସନ୍ଦେହ କରାଯାଉଛି ଯେ ଟ୍ରଲର ଭିତରେ ରୋଷେଇ କରାଯାଉଥିବା ସମୟରେ ଏହି ନିଆଁ ଲାଗିଥିଲା। ସମୁଦ୍ର ମଧ୍ୟରେ ଦୀର୍ଘ ଦିନ ରହିବା ପାଇଁ ମତ୍ସ୍ୟଜୀବୀମାନେ ଟ୍ରଲରରେ ଗ୍ୟାସ ସିଲିଣ୍ଡର ଓ କିରୋସିନି ଭଳି ଦହନଶୀଳ ସାମଗ୍ରୀ ଗଚ୍ଛିତ ରଖିଥିଲେ, ଯାହା ସଂସ୍ପର୍ଶରେ ଆସି ନିଆଁ ଦ୍ରୁତ ବେଗରେ ବ୍ୟାପିଥିବା ଅନୁମାନ କରାଯାଉଛି।

ଖବର ପାଇ ପାରାଦୀପ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ବେଳକୁ ଟ୍ରଲରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖରେ ଥିବା ଅନ୍ୟ ଟ୍ରଲରଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଘୁଞ୍ଚାଇ ନିଆଯାଇଥିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ ମାସରେ ପାରାଦୀପର ନେହେରୁ ବଙ୍ଗଳା ସ୍ଥିତ ମାଛଧରା ବନ୍ଦରରେ ଅନୁରୂପ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ଟ୍ରଲର ଏବଂ ୫ଟି ଡଙ୍ଗା ସମ୍ପୂର୍ଣ୍ଣ ଜଳିଯାଇଥିଲା।