Ankle Injury - The Sakala

ଆହତ କାରଣରୁ ଏସୀୟ କ୍ରୀଡ଼ା ଓ ଡାଇମଣ୍ଡ ଲିଗ୍ ଫାଇନାଲରୁ ବାଦ୍ ପଡ଼ିଲେ ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା
ଭାରତର ତାରକା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର। ଗୋଇଠିର ଲିଗାମେଣ୍ଟ୍ ଛିଣ୍ଡିଯିବା (Ligament Tear) କାରଣରୁ ସେ ୨୦୨୬ ସିଜିନ୍ର ବାକି ଥିବା ସମସ୍ତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏହି ଆଘାତ କାରଣରୁ ସେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ା (Asian Games ୨୦୨୬) ଏବଂ ବ୍ରସେଲ୍ସରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ରେ ଖେଳିପାରିବେ ନାହିଁ।

ଅଭ୍ୟାସ ସମୟରେ ଆଘାତପ୍ରାପ୍ତ

ସୂଚନା ଅନୁଯାୟୀ, ନିକଟରେ ଶେଷ ହୋଇଥିବା ଲୁସାନେ ଡାଇମଣ୍ଡ ଲିଗ୍ରେ ନୀରଜ ୮୮.୦୫ ମିଟର ସହ ଚଳିତ ସିଜିନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ସେ ଶ୍ରୀଲଙ୍କାର ରୁମେଶ ପାଥିରାଣେଙ୍କ ପଛକୁ ରହି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ତେବେ ଏହି ସଫଳତା ପରେ ଅଭ୍ୟାସ କରୁଥିବା ସମୟରେ ତାଙ୍କ ଗୋଇଠିରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ଖେଳ ଉପରେ ବ୍ରେକ୍ ଲଗାଇ ଦେଇଛି।

ଇନଷ୍ଟାଗ୍ରାମରେ ସୂଚନା ଦେଲେ ନୀରଜ

ଏହି ବିଷୟରେ ନୀରଜ ନିଜେ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, "କଠିନ ପରିଶ୍ରମ ପରେ ଲୁସାନେରେ ମୁଁ ମୋର ଲୟ ଫେରି ପାଇଥିଲି। କିନ୍ତୁ ଦୁର୍ଭାଗ୍ୟବଶତଃ ଅଭ୍ୟାସ ସମୟରେ ମୋ ଗୋଇଠିର ଲିଗାମେଣ୍ଟ ଛିଣ୍ଡି ଯାଇଛି। ଡାକ୍ତର ଏବଂ ମୋ ଟିମ୍ ସହ ଆଲୋଚନା କରିବା ପରେ ମୁଁ ଚଳିତ ବର୍ଷ ବାକି ଥିବା ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି"। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଏହା ଅତ୍ୟନ୍ତ ନିରାଶାଜନକ, କିନ୍ତୁ ବାଧାବିଘ୍ନ ଯାତ୍ରାର ଏକ ଅଂଶ। ଏବେ ମୋର ପୂରା ଧ୍ୟାନ ଶୀଘ୍ର ସୁସ୍ଥ ହେବା ଏବଂ ମଇଦାନକୁ ଆହୁରି ମଜବୁତ ହୋଇ ଫେରିବା ଉପରେ ରହିବ"।

ଭାରତ ପାଇଁ ବଡ଼ ଝଟକା

ଆଗାମୀ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ନୀରଜଙ୍କ ଅନୁପସ୍ଥିତି ଏକ ବଡ଼ ଝଟକା ସଦୃଶ ହୋଇଛି। ୨୦୧୮ ଏବଂ ୨୦୨୩ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚଳିତ ଥର ମଧ୍ୟ ପଦକର ପ୍ରମୁଖ ଦାବିଦାର ଥିଲେ। ଏଥି ସହିତ, ସେପ୍ଟେମ୍ବର ୫ ତାରିଖରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ ମଧ୍ୟ ଏହି ଆହତ ସମସ୍ୟା ତାଙ୍କୁ ସେଥିରୁ ବଞ୍ଚିତ କରିଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ସାରା ଦେଶର କ୍ରୀଡ଼ାପ୍ରେମୀମାନେ ପ୍ରାର୍ଥନା କରୁଛନ୍ତି।