Bahuda Jatra - The Sakala

ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ
ପୁରୀ: ଆସନ୍ତା ଜୁନ୍‌ ୨୯ରେ ସ୍ନାନଯାତ୍ରା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧୬ରେ ରଥଯାତ୍ରା ଓ ୨୪ରେ ହେବ ବାହୁଡ଼ାଯାତ୍ରା। ଏହା ପରଦିନ ଅର୍ଥାତ୍‌ ଜୁଲାଇ ୨୫ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି, ନଭେମ୍ବର ୨୧ରୁ ଆରମ୍ଭ ହେବ ପଞ୍ଚକ। ଏଥର ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ୪ଦିନ ପଡୁଛି। ଦ୍ୱାଦଶୀ ତିଥି କ୍ଷୟ ହେଉଥିବା ଯୋଗୁଁ ଏ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ। ଏମିତି, ୨୦୨୬-୨୭ ବର୍ଷର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।

୨୦୨୬-୨୭ ବର୍ଷର ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଏପ୍ରିଲ ୨୦ରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ, ଏପ୍ରିଲ ୩୦ରେ ନୃସିଂହ ଜନ୍ମ, ଜୁଲାଇ ୧୪ରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଜୁଲାଇ ୨୦ରେ ହେରାପଞ୍ଚମୀ, ଜୁଲାଇ ୨୩ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୨୬ରେ ଅଧରପଣା, ଜୁଲାଇ ୨୭ରେ ନୀଳାଦ୍ରିବଜେ କରିବେ ମହାପ୍ରଭୁ। ସେହିପରି, ଅଗଷ୍ଟ ୧୨ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୨୩ରେ ଝୁଲଣ ଯାତ୍ରା ଆରମ୍ଭ, ସେପ୍ଟେମ୍ବର ୨ରେ ରାହୁରେଖା ଲାଗି, ସେପ୍ଟେମ୍ବର ୪ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୫ରେ ନନ୍ଦୋତ୍ସବ, ସେପ୍ଟେମ୍ବର ୬ରେ ବଣଭୋଜି ବେଶ, ସେପ୍ଟେମ୍ବର ୭ରେ କାଳୀୟଦଳନ, ସେପ୍ଟେମ୍ବର ୮ରେ ପ୍ରଳମ୍ବାସୁର ବଧ, ସେପ୍ଟେମ୍ବର ୧୧ରେ ସାତପୁରୀ ଅମାବାସ୍ୟା, ସେପ୍ଟେମ୍ବର ୧୪ରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୨୩ରେ ବାମନ ଜନ୍ମ ଓ ସୁନିଅାଁ, ସେପ୍ଟେମ୍ବର ୨୪ରେ ବଳିବାମନ ବେଶ, ଅକ୍ଟୋବର ୩ରେ ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ, ଅକ୍ଟୋବର ୧୦ରେ ମହାଳୟା ଅମାବାସ୍ୟା, ଅକ୍ଟୋବର ୧୭ରେ ମହାସପ୍ତମୀ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୧୯ରେ ମହାନବମୀ, ଅକ୍ଟୋବ  ୨୧ରେ ଦଶହରା, ଅକ୍ଟୋବର ୨୨ରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ଅକ୍ଟୋବର ୨୬ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୯ରେ ଦୀପାବଳି ଅମାବାସ୍ୟା, ନଭେମ୍ବର ୨୪ରେ କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ଡିସେମ୍ବର ୮ରେ ଦେବ ଦୀପାବଳି ଆରମ୍ଭ, ଡିସେମ୍ବର ୧୬ ଧନୁ ସଂକ୍ରାନ୍ତି ଓ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ।

ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା
ଭୁବନେଶ୍ୱର: ଆଜି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ପୁଣି ଶ୍ରଦ୍ଧାଳୁମାନେ ଜୟ ଲିଙ୍ଗରାଜ ଜୟ ଲିଙ୍ଗରାଜ ନାରା ଦେଇ ଅଣଲେଉଟା ରୁକୁଣା ରଥକୁ ଟାଣି ଆଣିବେ। ଗତ ଗୁରୁବାର ଆଶୋକାଷ୍ଟମୀ ଦିନଠାରୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ଲିଙ୍ଗରାଜ ମହାପ୍ରଭୁ, ଦେବୀ ଦୁର୍ଗା ଓ ଦୋଳଗୋବିନ୍ଦ।

ଆଜି ଏହି ଠାକୁରଙ୍କୁ ରୁକୁଣା ରଥରେ ରାମେଶ୍ୱରରୁ ସ୍ୱର୍ଣ୍ଣାଞ୍ଚଳକୁ ଲେଉଟାଇ ଅଣାଯିବ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା। ଅର୍ଥାତ୍‌ ବିନା ମୋଡ଼ରେ ରଥ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣୀ ମୋଡ଼ ହେଉଥିବାବେଳେ ରୁକୁଣା ରଥ କୌଣସି ମୋଡ଼ ନେଇ ନ ଥାଏ। ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ। ଏହି ଦ୍ୱାରରେ ସାରଥି ବ୍ରହ୍ମା, ଚାରି ଅଶ୍ୱ ଓ ଇଶଙ୍କୁ ଆଗରୁ ଆଣି ନୂତନ ପଟ ଦ୍ୱାରରେ ଲଗାଯାଏ। ସେହିପରି ସିଂହାସନ ପ୍ରଭାଙ୍କୁ ମଧ୍ୟ ବୁଲାଇ ଦିଆଯାଇଥାଏ। ଏଥିସହିତ ନୂତନ ପଟ ଦ୍ୱାରରେ ଚାରମାଳ ବନ୍ଧାଯାଇଥାଏ। ଯାହାଫଳରେ ଠାକୁରମାନେ ଏହି ନୂତନ ଦ୍ୱାରରେ ପହଣ୍ଡି ହୋଇ ରଥ ଉପରକୁ ଆସିଥାନ୍ତି।

ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ବଢିଛି ମଙ୍ଗଳ ଆଳତି ଓ ଅବକାଶ ନୀତି । ରାମେଶ୍ୱରଙ୍କ ଠାରେ ୨ ଘଣ୍ଟାର ଅନ୍ତିମ ସାହାଣମେଲା ଦର୍ଶନ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିଲା । ଭୋଗ ମଣ୍ଡପ ନୀତି ଦିନ ସାଢେ ୧୧ଟାରେ ବଢି ଅଧର ପଣା ଦିନ ଗୋଟାଏ ଏବଂ ପହଣ୍ଡି ଅପରାହ୍ଣ ସାଢେ ୨ଟା ସୁଦ୍ଧା ସାରି ରଥଟଣା ଆରମ୍ଭ ହେବ । ଫେରିବା ବେଳେ ବାଟରେ ଅସୁର କିଆରୀ ଏବଂ ବିଭିନ୍ନ ନିଯୋଗ ତରଫରୁ ମଧ୍ୟ ପଣା ଲାଗି ହେବ ।

ଫିରିଙ୍ଗିଆ ଶଙ୍ଖ କ୍ଷେତ୍ରରେ ମହା ସମାରୋହରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା
ଫିରିଙ୍ଗିଆ: ସାରା ରାଜ୍ୟର ବିଭିନ୍ନ ଜାଗାରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଶଙ୍ଖକ୍ଷେତ୍ର କୁହାଯାଉଥିବା ଫିରିଙ୍ଗିଆ ଠାରେ ମଧ୍ୟ୍ୟ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନ ତିନିଟା ସମୟରେ ମହାପ୍ରଭୁଙ୍କୁ ବ୍ରାହ୍ମଣ ସେବାୟତ ମାନେ ବ୍ଲକ ଛକ ଠାରେ ଥିବା ମାଉସୀ ମନ୍ଦିରରୁ ପହଣ୍ଡି କରି ରଥାରୂଢ କରାଇବା ପରେ ଅପରାହ୍ନ ଚାରିଟାରେ ରଥଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ସାତଟାରେ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲାଗିଥିଲା । ତେବେ ମହାପ୍ରଭୁଙ୍କ ଏହି ପବିତ୍ର ବାହୁଡା଼ ଯାତ୍ରାରେ ବ୍ରାହ୍ମଣ ସମାଜର ସଭାପତି ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ସହ ସମସ୍ତ ବ୍ରାହ୍ମଣ ସେବାୟତ ଉପସ୍ଥିତ ରହି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ବାହୁଡା଼ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଭିଡ଼କୁ ଆଖିଆଗରେ ରଖି ଫିରିଙ୍ଗିଆ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା ।

ବାହୁଡା଼ ଯାତ୍ରାରେ ରଥ ଉପରେ ଅଧିକ ସେବାୟତ ରହିଲେ ପହଣ୍ଡିରେ ହେବ ବିଭ୍ରାଟ, ଚେତାଇଲେ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ
ପୁରୀ: ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ସମୟରେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ସେ କହିଛନ୍ତି ଯେ, ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା ଯାହା ଚଳିତ ବର୍ଷ ଆଡପ ମଣ୍ଡପ ପହଣ୍ଡି ସମୟରେ ଘଟିଗଲା। ତେବେ ଆସନ୍ତା ବାହୁଡା଼ ଯାତ୍ରାରେ ଯଦି ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିବେ ତେବେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ତେବେ ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନ ଥିବା ସେବାୟତ ମାନେ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର।

ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ନବୀନ
ଭୁବନେଶ୍ୱର: ତ୍ରିପୁରାରେ ବାହୁଡ଼ାରେ ଘଟିଥିବା ଅଘଟଣ ସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏଭଳି ଦୁଃଖଦ ସମୟରେ ତ୍ରିପୁରାର ଲୋକଙ୍କ ପାଇଁ ଓଡ଼ିଶାବାସୀ ସହଯୋଗର ହାତ ବଢାଇବେ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତ୍ରିପୁରା ସରକାରକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୃତକ କିମ୍ବା ଆହତଙ୍କ ଭିତରେ ଓଡ଼ିଶାରୁ କୌଣସି ବ୍ୟକ୍ତି ଥିବାର ସନ୍ଦେହ କରି ସଂସ୍କୃତି ନିର୍ଦ୍ଦେଶକଙ୍କୁ ତ୍ରିପୁରା ପଠାଯାଇଛି । ଯଦି କୌଣସି ଓଡ଼ିଆ ସେଠାରେ ଥାନ୍ତି, ତେବେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଯିବ । ଏହାସହ ତ୍ରିପୁରାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବେ ସଂସ୍କୃତି ନିର୍ଦ୍ଦେଶକ । ଗତକାଲି ତ୍ରିପୁରା ଉନାକୁଟି ଜିଲ୍ଲାର କୁମରଘାଟରେ ଘଟିଥିଲା ଅଭାବନୀୟ ଘଟଣା । ରଥଟାଣୁ ଟାଣୁ ଜିଅନ୍ତା ଜଳିଯାଇଥିଲେ ଶ୍ରଦ୍ଧାଳୁ ।

୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାଫଳରେ କରେଣ୍ଟ ଲାଗି ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ସୀମା ପୌଲ, ସୁସ୍ମିତା ଦାସ, ରୁପକ ଦାସ, ସୁମା ବିଶ୍ବାସ, ରୁହାନ ଦାସ, ଶାନ ମଲକର, ପ୍ରିୟଙ୍କା ଘୋଷ । ମୃତକଙ୍କ ମଧ୍ୟରେ ୩ଜଣ ୯ବର୍ଷର ପିଲା ରହିଥିବା ସୂଚନା ମିଳିଛି । ସେହିପରି ୧୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଶରଧାବାଲିରେ ଜନସମୁଦ୍ର: ୩ ରଥକୁ ଭକ୍ତିର ସହ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ପୁରୀ: ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

ଦିନକ ପରେ ବାହୁଡ଼ା ଯାତ୍ରା; ଆଜି ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ, ଅପରାହ୍ନ ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରିଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧବିଗ୍ରହଙ୍କୁ ଦର୍ଶନ କରିପାରିବେ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆରମ୍ଭ ହୋଇଯାଇଛି ବାହୁଡା ପ୍ରସ୍ତୁତି। ରବିବାର ତାଳଧ୍ୱଜ ଏବଂ ଦେବଦଳନ ରଥ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାରରେ ଲାଗିଥିଲା। ମାତ୍ର ନୀତି ବିଳମ୍ବ ଏବଂ ବର୍ଷା ଯୋଗୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇ ନ ଥିଲା। ସୋମବାର ସକାଳେ ନନ୍ଦିଘୋଷ ରଥ ନାକଚଣା ଦ୍ୱାରରେ ଲାଗିଛି। ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରାୟ ଲକ୍ଷାଧିକ ଭକ୍ତ ସନ୍ଧ୍ୟା ଦର୍ଶନ କରିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ହିଁ ସନ୍ଧ୍ୟା ଦର୍ଶନ ଚାଲିବ। ଏହାପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯିବ। ସନ୍ଧ୍ୟା ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ସେ ନେଇ ସୋମବାର ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌‌ପି ଡ. କନୱର ବିଶାଲ ସିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ଆଜି ପବିତ୍ର ବାହୁଡା ଯାତ୍ରା : ଗୋଟି ପହଣ୍ଡିରେ ରଥକୁ ଆସିଛନ୍ତି ତିନି ଠାକୁର
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ମହାବାହୁ ନିଳାଚଳିଆ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ର ବାହୁଡି ଆସିବେ । ଗୁଣ୍ଡିଚା ମନ୍ଦିରରୁ ଆଜି ଶ୍ରୀମନ୍ଦିର ଅଭିମୁଖେ ଧାଇଁ  ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ପହଣ୍ଡିରେ ରଥକୁ ଆସିଛନ୍ତି ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ ।

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ ।

ତେବେ ଆଜି ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥ ଉପରକୁ ଆସୁଛନ୍ତି ତିନି ଦିଅଁ  । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ । ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।

ବାହୁଡ଼ିଲେ ମହାବାହୁ; ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ଠାକୁରଙ୍କ ରଥ
ପୁରୀ: ବାହୁଡ଼ିଲେ ମହାବାହୁ । ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗି ଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଏଥର ସଅଳ ହୋଇଛି । ରଥଟଣାରେ ଏଥର କଡ଼ାକଡ଼ି ପାଳନ କରାଯାଇଥିଲା କୋଭିଡ୍‌ ନିୟମ । ପୁରୀରେ ଜାରି କରାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଶ୍ରୀମନ୍ଦିର ଆଖପାଖରେ ନୀଳାଦ୍ରିବିଜେ ପର୍ଯ୍ଯନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ସୁଦର୍ଶନଙ୍କ ପରେ ଆଗରେ ବଡ଼ଭାଇ ବଳଭଦ୍ର, ପଛରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗା କାଳିଆ । ଘଣ୍ଟଘଣ୍ଟା, କାହାଳୀ ହରିବୋଲ, ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଦେଇ ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ତିନି ରଥରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ଚାରମାଳ ଫିଟା ପରେ ଆରମ୍ଭ ହୋଇଥିଲା ରଥଟଣା । ସେପଟେ ତିନି ରଥ- ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷକୁ ନିର୍ଦ୍ଦିଷ୍ଟ ସେବାୟତମାନେ କ୍ରମାନ୍ବୟରେ ଶ୍ରୀମନ୍ଦିର ଆଡ଼କୁ ଭିଡ଼ି ନେଇଥିଲେ ।

ମାଉସୀ ମା’ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡ଼ପିଠା ଲାଗି କରାଯାଇଥିଲ । ଶ୍ରୀନଅର ନିକଟରେ ଗଜପତି ଲକ୍ଷ୍ମୀ -ନାରାୟଣ ଭେଟ କରାଇଥିଲେ । କୋଭିଡ୍‌ ନିୟମ ପାଳନ ପୂର୍ବକ ରଥ ଟଣା ଯାଇଥିଲା । ବଡ଼ଦାଣ୍ଡରେ ଭକ୍ତ ନଥିଲେ । କେବଳ ଥିଲେ ସୀମିତ ସେବାୟତ । ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଆସନ୍ତାକାଲି ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ, ତା’ ପରଦିନ ଅଧରପଣା ଓ ତା’ ପରଦିନ ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବ ।

ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା, ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜିଉ
ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡୁଛନ୍ତି ଶ୍ରୀଜିଉ। ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଆଗେଆଗେ ଯାଉଛନ୍ତି ବଡଭାଇ ବଳଭଦ୍ର।

https://www.youtube.com/watch?v=vsPaRjZzAA4

ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା। ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ସରିଲା ପହଣ୍ଡି , ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଯିବେ ତିନି ଠାକୁର
ପୁରୀ: ସରିଲା ଶ୍ରୀଜିଉଙ୍କର  ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା। ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି ହୋଇ ବାହୁଡ଼ି ଆସିଥିଲେ ଜଗତର ନାଥ କାଳିଆ ସାଆନ୍ତ ଭାବ ବିନୋଦିଆ କାଳିଆ ଠାକୁର।

ଏବେ ତିନି ରଥରେ ବିରାଜମାନ କରିସାରିଛନ୍ତି ଶ୍ରୀଜିଉ। ରଥ ଉପରେ ନୀତିକାନ୍ତି ରଥପୂଜା ସରିବା ପରେ ରାଜନଅଁରରୁ ରଥକୁ ଛେରାପହଁରା ପାଇଁ ଆସିବେ ରାଜା। ଏହାପରେ ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା ହେବା ପରେ ଆରମ୍ଭ ହେବ ରଥ ଟଣା କାର୍ଯ୍ୟକ୍ରମ। ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା। ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।