Substandard Food - The Sakala

ରାଜ୍ୟରେ ଖାଦ୍ୟ ସୁରକ୍ଷା ବିଭାଗର ମାରାଥନ ଚଢ଼ାଉ: ୩୬୦୫ କେଜି ନିମ୍ନମାନର ଖାଦ୍ୟ ନଷ୍ଟ, ୨.୮୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର: ଆସନ୍ତା ପାର୍ବଣ ଋତୁ ପୂର୍ବରୁ ଓଡ଼ିଶା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୩,୬୦୫ କେଜି ନିମ୍ନମାନର ଖାଦ୍ୟ ସାମଗ୍ରୀ ନଷ୍ଟ କରାଯିବା ସହ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୮୪ ହଜାର ୫୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ଖାଦ୍ୟ ସୁରକ୍ଷା କମିଶନର ଡ. ପୋମା ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଜିଲ୍ଲା, ସବ୍-ଡିଭିଜନ୍ ଏବଂ ପୌରାଞ୍ଚଳରେ ଥିବା ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଏହି ଚଢ଼ାଉ କରାଯାଇଛି। ଖାଉଟିମାନଙ୍କୁ ଗୁଣାତ୍ମକ ଏବଂ ନିରାପଦ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପାଇଁ ୪୭୫ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ବେଳେ ଭେଜାଲ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସର୍ବାଧିକ ଅସ୍ୱାସ୍ଥ୍ୟକର ଏବଂ ନିମ୍ନମାନର ଖାଦ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ନଷ୍ଟ କରାଯାଇଛି। ଏଠାରେ ମୋଟ ୭୮୭ କେଜି ଖାଦ୍ୟ ନଷ୍ଟ କରାଯିବା ସହ ୬୧ଟି ନମୁନା ସଂଗ୍ରହ ହୋଇଛି ଏବଂ ୬୮,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି କଟକ ମହାନଗର ନିଗମ (ସିଏମସି) ଅଞ୍ଚଳରେ ୫୭୦ କେଜି ଏବଂ ରାଉରକେଲା ମହାନଗର ନିଗମ (ଆରଏମସି) ଅଞ୍ଚଳରେ ୧୨୩ କେଜି ନିମ୍ନମାନର ଖାଦ୍ୟ ନଷ୍ଟ କରାଯାଇଛି।

ଜିଲ୍ଲା ସ୍ତରରେ ଦେଖିବାକୁ ଗଲେ ପୁରୀରେ ୧୨୦ କେଜି, ବାଲେଶ୍ୱରରେ ୯୮ କେଜି, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ୯୫ କେଜି ଲେଖାଏଁ ଏବଂ ସୁନ୍ଦରଗଡ଼ରେ ୭୦ କେଜି ଖାଦ୍ୟ ନଷ୍ଟ ହୋଇଛି। ଜୋରିମାନା ବାବଦରେ କେନ୍ଦ୍ରାପଡ଼ାରୁ ୪୪,୦୦୦ ଟଙ୍କା, ଢେଙ୍କାନାଳରୁ ୨୮,୦୦୦ ଟଙ୍କା ଏବଂ ଭଦ୍ରକରୁ ୩୧,୫୦୦ ଟଙ୍କା ଆଦାୟ ହୋଇଛି।

କେବଳ ନିରାପଦ ଖାଦ୍ୟ ସୁନିଶ୍ଚିତ କରିବା ନୁହେଁ, ବରଂ ଖାଦ୍ୟ ସୁରକ୍ଷା ମାନକ ବିଷୟରେ ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ। ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ଏହାର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା ଏବଂ ଲେବଲ୍ ଠିକ୍ ଭାବେ ଯାଞ୍ଚ କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।