Missing Odias - The Sakala

ନେପାଳ ବନ୍ୟାରେ ନିଖୋଜ ଆଉ ୩ ଓଡ଼ିଆ: ବରଗଡ଼ର ଗୋଟିଏ ପରିବାରର ମିଳୁନି ପତ୍ତା
ବରଗଡ଼: ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ ହୋଇଥିବା ସୂଚନା ମିଳିଛି । ଏହି ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲ୍ଲା ଜାମପାଲି ଗାଁର ଗୋଟିଏ ପରିବାରର ୩ ଜଣ ସଦସ୍ୟ ନିଖୋଜ ଥିବା ନେଇ ସୂଚନା । ଫଳରେ ନେପାଳ ବନ୍ୟାରେ ଫସି ନିଖୋଜ ଥିବା ଓଡ଼ିଆଙ୍କ ସଂଖ୍ୟା ବର୍ତ୍ତମାନ ୫କୁ ବୃଦ୍ଧି ପାଇଛି।

ବରଗଡ଼ରୁ ନିଖୋଜ ଓଡ଼ିଆ ହେଲେ ଗୁନ୍ନମ୍ ଜୟକୃଷ୍ଣ, ତାଙ୍କ ପତ୍ନୀ ଗୁନ୍ନମ୍ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କର ଦୁଇ ବର୍ଷର ଝିଅ। ଜୟକୃଷ୍ଣ ନେପାଳର ଏକ ଜଳବିଦ୍ୟୁତ୍ ପ୍ରକଳ୍ପ (ହାଇଡ୍ରୋ ପ୍ରୋଜେକ୍ଟ)ରେ କାର୍ଯ୍ୟ କରୁଥିଲେ ଏବଂ ନିଜ ପରିବାର ସହ ବନ୍ୟା ପ୍ରଭାବିତ ଭୋଟେ କୋଶି ନଦୀ ଅଞ୍ଚଳ ନିକଟରେ ବସବାସ କରୁଥିଲେ। ତେବେ ବନ୍ୟା ଆସିବା ପରେ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ।

ଏହି ୩ ଜଣଙ୍କ ନିଖୋଜ ଖବର ସାମ୍ନାକୁ ଆସିବା ପରେ ନେପାଳରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାପୂର୍ବରୁ ଖୋର୍ଦ୍ଧାର ଏକ ଦମ୍ପତି ଏବଂ ବାରିପଦାର ଜଣେ ମହିଳା ନିଖୋଜ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତମାନ ରସୁୱା, ନୁୱାକୋଟ୍, ଧାଡିଙ୍ଗ ଏବଂ ଗୋର୍ଖା ଆଦି ଜିଲ୍ଲାରେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ରହିଛି। ନେପାଳ ପ୍ରଶାସନ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମିଳିତ ଭାବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଓଡ଼ିଶାରେ ଥିବା ପରିବାର ଲୋକେ ନିଜ ପ୍ରିୟଜନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।