Facebook Love - The Sakala

ଫେସବୁକ୍ ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ; ପ୍ରେମିକ ସହ ମିଶି ରଚିଥିଲା ଭୟଙ୍କର ଷଡଯନ୍ତ୍ର
ଉତ୍ତର ପ୍ରଦେଶର ଝାନ୍ସିରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ନିଜ ଫେସବୁକ୍ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି। ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି ମୃତକଙ୍କ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ମୃତକଙ୍କ ନାମ ଜଗଭାନ କୁଶୱା ବୋଲି ଜଣାପଡିଛି, ଯିଏକି ରେଳବାଇରେ ଭେଣ୍ଡର ଭାବରେ କାମ କରୁଥିଲେ।

ଫେସବୁକ୍ ପ୍ରେମର କରୁଣ ପରିଣତି

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ମୃତକ ଜଗଭାନଙ୍କ ସ୍ତ୍ରୀ କିରଣ (୪୦ ବର୍ଷ)ଙ୍କର ମଧ୍ୟପ୍ରଦେଶର ଶିବପୁରୀ ନିବାସୀ ଶିବ କୁମାର ଲୋଧି (୩୫ ବର୍ଷ)ଙ୍କ ସହ ଫେସବୁକ୍ ମାଧ୍ୟମରେ ବନ୍ଧୁତା ହୋଇଥିଲା। ଗତ ୬ ମାସ ମଧ୍ୟରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ପ୍ରେମ ଏତେ ଗଭୀର ଥିଲା ଯେ ପ୍ରେମିକ ଶିବ କୁମାର ନିଜ ହାତରେ କିରଣଙ୍କ ନାମର ଟାଟୁ ମଧ୍ୟ କରିଥିଲେ। କିନ୍ତୁ ସ୍ୱାମୀ ଜଗଭାନ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ବିରୋଧ କରିଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା।

ହତ୍ୟା ପାଇଁ ଭୟଙ୍କର ଷଡଯନ୍ତ୍ର

ପ୍ରେମିକ ସହ ରହିବା ପାଇଁ କିରଣ ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ହତ୍ୟା ପାଇଁ କିରଣ ନିଜେ ପ୍ରେମିକ ଶିବ କୁମାରଙ୍କୁ ବନ୍ଧୁକ କିଣିବା ପାଇଁ ୯,୦୦୦ ଟଙ୍କା ଦେଇଥିଲେ। ଯୋଜନା ମୁତାବକ, ଜାନୁଆରୀ ୩୧ ତାରିଖ ରାତିରେ ଶିବ କୁମାର ଏବଂ ତାଙ୍କ ବନ୍ଧୁ ଧର୍ମେନ୍ଦ୍ର ଲୋଧି ଜଗଭାନଙ୍କୁ ଝାନ୍ସି ଷ୍ଟେସନ ନିକଟରେ ଏକ ନିଛାଟିଆ ଜାଗାକୁ ଡାକି ନେଇଥିଲେ। ସେଠାରେ ସେମାନେ ଜଗଭାନଙ୍କ ମୁଣ୍ଡରେ ଗୁଳି ମାରି ହତ୍ୟା କରିଥିଲେ। ଫେବୃଆରୀ ୧ ତାରିଖ ସକାଳେ ପୋଲିସ ମୃତଦେହ ଉଦ୍ଧାର କରିଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ

ପୋଲିସ ତଦନ୍ତ ସମୟରେ କଲ୍ ଡିଟେଲ୍ସ ଏବଂ କିରଣଙ୍କ ବାରମ୍ବାର ବୟାନ ବଦଳାଇବା ଘଟଣା ସନ୍ଦେହ ସୃଷ୍ଟି କରିଥିଲା। ପଚରାଉଚରା ବେଳେ କିରଣ ନିଜର ଦୋଷ ସ୍ୱୀକାର କରିଥିଲେ। ପୋଲିସ ବର୍ତ୍ତମାନ ଅଭିଯୁକ୍ତ ସ୍ତ୍ରୀ କିରଣ, ପ୍ରେମିକ ଶିବ କୁମାର ଏବଂ ସହଯୋଗୀ ଧର୍ମେନ୍ଦ୍ରଙ୍କୁ ଗିରଫ କରି ଜେଲ ପଠାଇଛି। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ, ଗୁଳି ଏବଂ ମୋବାଇଲ ଫୋନ ଜବତ କରାଯାଇଛି।

ଫେସବୁକର ଅଜଣା ଯୁବତୀଙ୍କ ପ୍ରେମରେ ଅନ୍ଧ ହୋଇ ନିଜ ସ୍ତ୍ରୀ ଓ ଝିଅକୁ ଛାଡି ଫେରାର ହେଲେ ସ୍ୱାମୀ
ବାଲୁଗାଁ: ମୋବାଇଲ ବିନା ଚଳିବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇପଡ଼ିଛି। ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଖାସ କରି ଯୁବପିଢି ଏହି ମୋବାଇଲର ସାମାଜିକ ଗଣମାଧ୍ୟମରେ ବାୟା। ଏଭଳି ପରିସ୍ଥିତି ଉପୁଜିଛି ଯେ ସାମାଜିକ ଗଣମାଧ୍ୟମ ବିନା ଲୋକେ ବଞ୍ଚିବା କଷ୍ଟକର ହୋଇପଡିଛି। ଏହି ସାମାଜିକ ଗଣମାଧ୍ୟମ ଦ୍ଵାରା କିଏ ରାତାରାତି ନା କମେଇ ଫେମସ ହୋଇ କୋଟିପତି ହେଉଥିବା ବେଳେ ଆଉ କାହାର ଘର ସଂସାର ଉଜୁଡ଼ି ଜୀବନ ହାରୁଥିବାର ନଜିର ସାମ୍ନାକୁ ଆସୁଛି । କିଛି ଯୁବକ ଯୁବତୀ ମୋବାଇଲର ଫେସବୁକ ଦ୍ୱାରା ବିବାହ ବନ୍ଧନରେ ବାନ୍ଧିହୋଇ ସୁଖରେ ଘର ସଂସାର କରୁଥିବା ବେଳେ କେତେକଙ୍କ ଦାମ୍ପତ୍ୟ ଜୀବନ ଛାରଖାର ହୋଇଯାଉଛି। ଏହି ପରିପ୍ରେକ୍ଷୀରେ ଫେସବୁକର ଜଣେ ଅଜଣା ଯୁବତୀଙ୍କ ପ୍ରେମରେ ପଡି ଜଣେ ବିବାହିତ ପୁରୁଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରିମୁଣ୍ଡା ଅଞ୍ଚଳର ନିଜ ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଇଥିବା ନେଇ ସ୍ତ୍ରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁଅ ରବି ନାରାୟଣ ଗୋଡ଼ିଙ୍କ ସହିତ ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳ ଦୀର୍ଘ ପାଞ୍ଚବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ନଗଦ ୨ ଲକ୍ଷ ଟଙ୍କା ସହ, ଅଳଙ୍କାର ଏବଂ ବିଭିନ୍ନ ଜନିଷପତ୍ର ଦେଇଥିଲେ। ବିବାହର ବର୍ଷକ ପରେ ତାଙ୍କର ଏକ ଝିଅଟିଏ ଜନ୍ମ ହୋଇଥିଲା। ବର୍ତ୍ତମାନ ଝିଅକୁ ଚାରି ବର୍ଷ ଚାଲିଛି। ବର୍ଷେ ହେଲା ରବି ଗୋଆରେ ଚାକିରୀ ପାଇବାରୁ ପରିବାରକୁ ନେଇ ଗୋଆରେ ରହୁଥିଲେ। ଗୋଆରେ ରହିବାର କିଛି ମାସ ପରେ ଫେସବୁକ ଜରିଆରେ ଏକ ଅଜଣା ଯୁବତୀଙ୍କ ସହ ରବି ପ୍ରେମରେ ପଡି ସମ୍ପର୍କ ଆଗକୁ ବଢାଇଥିଲେ। ଦୀପାଞ୍ଜଳି ଏ ସମ୍ପର୍କରେ ଜାଣିବା ପରେ ଏ ନେଇ ବାରମ୍ବାର ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ଅନେକ ଥର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ସହ ଏକଥା କାହାରିକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ। ତେବେ ଗତ ଜୁଲାଇ ମାସ ୧୨ ତାରିଖ ଦିନ ଗୋଆରେ ରହୁଥିବା ବେଳେ ସ୍ବାମୀ ରବି ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଏକାକୀ ଛାଡିଦେଇ କେଉଁଆଡେ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ସ୍ୱାମୀଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ରବି ଫୋନ ଉଠାଇନଥିଲେ। ଶେଷରେ ଦୀପାଞ୍ଜଳି ଏ ସମ୍ପର୍କରେ ବାପ ଘର ଲୋକଙ୍କୁ ଜଣାଇବାରେ ସେମାନଙ୍କ ସହାୟତାରେ ତାଙ୍କର ଚାରି ବର୍ଷର ଝିଅକୁ ନେଇ ଗୋଆରୁ ନିଜ ବାପଘର ଗମ୍ଭାରୀମୁଣ୍ଡା ଫେରିଥିଲେ। ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କ ସହାୟତାରେ ବାଣପୁର ଥାନାରେ ସେ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀ ରବି ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।