Chinese Sailors Rescued - The Sakala

ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ
ପାରାଦୀପ: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ବୁଡ଼ିଯିବା ଆଶଙ୍କା କରାଯାଉଥିବା ଏକ ପାନାମା ପଞ୍ଜିକୃତ କାର୍ଗୋ ଜାହାଜର ଦୁଇ ଜଣ ଚାଇନିଜ୍ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗୁରୁବାର ଦିନ ସେମାନଙ୍କୁ ପାରାଦୀପ ବନ୍ଦରକୁ ଅଣାଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ଦୁଇ ନାବିକ ହେଉଛନ୍ତି ପାନ୍ ଟୋଙ୍ଗଲାଇ ଏବଂ ଚେନ୍ ଜିଆନହେ। ଗତ ଅଗଷ୍ଟ ୨୨ ତାରିଖରେ ଏକ ଲାଇଫ୍ ରାଫ୍ଟ (ଜୀବନରକ୍ଷକ ଡଙ୍ଗା) ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ବେଳେ ମର୍ଚ୍ଚାଣ୍ଟ ଟ୍ୟାଙ୍କର ଏମଟି ଆଇସପୋସ୍ ସେମାନଙ୍କୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବରଦକୁ ସ୍ଥାନାନ୍ତର କରାଯାଇଥିଲା, ଯାହା ସେମାନଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଏମଭି ଓସେନ୍ ୱିନର୍ ନାମକ ୨୨୫ ମିଟର ଲମ୍ବର ଏହି ଜାହାଜଟିରେ ୭୧,୦୦୦ ଟନ୍ ଲୁହାପଥର ବୋଝେଇ ହୋଇଥିଲା। ଏହା ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅଗଷ୍ଟ ୨୨ରେ ଭିକ୍ଟୋରି ଷ୍ଟାର୍ ଗ୍ରୁପ୍ କୋ. ଲିମିଟେଡ୍ ପକ୍ଷରୁ ଶ୍ରୀ ବିଜୟ ପୁରମ୍ ସ୍ଥିତ ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର (MRCC)କୁ ଜାହାଜ ନିଖୋଜ ହେବା ନେଇ ରିପୋର୍ଟ ଦିଆଯାଇଥିଲା।

ଏହି ବିରାଟ କାର୍ଗୋ ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକ ସାମିଲ ଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଭାବେ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ (ଖୋଜାଖୋଜି ଓ ଉଦ୍ଧାର) ଅଭିଯାନ ଆରମ୍ଭ କରିଥିଲେ। ଭାରତୀୟ ନୌସେନାର ଏକ P-8I ବିମାନକୁ ପାରାଦୀପ ଠାରୁ ପ୍ରାୟ ୨୩୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବ ଦିଗରେ ଆକାଶମାର୍ଗରୁ ନିରୀକ୍ଷଣ ପାଇଁ ନିୟୋଜିତ କରାଯାଇଥିଲା। ଏହି ବିମାନ ସମୁଦ୍ରରେ ଭାସୁଥିବା ତିନୋଟି ଲାଇଫ୍ ରାଫ୍ଟ ଠାବ କରିବାରେ ସଫଳ ହୋଇଥିଲା।