Navjot Singh Sidhu - The Sakala
୧୦ ବର୍ଷ ପରେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିବେ ସିଦ୍ଧୁ, ଶୁଣିବାକୁ ମିଳିବ ଦମଦାର ଡାଇଲଗ
ନୂଆଦିଲ୍ଲୀ: ପୁଣି କ୍ରିକେଟ ଜଗତକୁ କମବ୍ୟାକ୍ କରିବେ ନବଜୋତ ସିଦ୍ଧୁ। ଟିଭିରେ ପୁଣି ସିଦ୍ଧୁଙ୍କ ଶୁଣିବାକୁ ମିଳିବ ଡାଇଲଗ ଭରା କ୍ରିକେଟ କମେଣ୍ଟ୍ରି। ଇଣ୍ଡିଆନ ପ୍ରିମିୟର ଲିଗର ହିନ୍ଦୀ କମେଣ୍ଟ୍ରିକୁ ଫେରିଛନ୍ତି ନବଜୋତ ସିଦ୍ଧୁ। ଚଳିତ ସିଜିନର ଆଇପିଏଲରେ ହିନ୍ଦୀ କମେଣ୍ଟ୍ରିରେ ସିଦ୍ଧୁଙ୍କ ଦମଦାର ଲାଇଭ କମେଣ୍ଟ୍ରି ଶୁଣିବାକୁ ମିଳିବ। ପାଖାପାଖି ୧୦ ବର୍ଷ ପରେ କମେଣ୍ଟ୍ରିକୁ ଫେରିଛନ୍ତି ସିଦ୍ଧୁ। ତେବେ ରାଜନୀତିରେ ରହିବେ ନା ନାହିଁ ଏନେଇ କୌଣସି ସୂଚନା ଦେଇନାହାନ୍ତି ନବଜୋତ ସିଂ ସିଦ୍ଧୁ। କ୍ରିକେଟକୁ ଫାଷ୍ଟ ଲଭ୍ ବୋଲି କହିଛନ୍ତି ନବଜୋତ ସିଂ ସିଦ୍ଧୁ।ମାଛ ପାଇଁ ପାଣି ଯେପରି ମୋ ପାଇଁ ସେଭଳି କ୍ରିକେଟ ବୋଲି କହିଛନ୍ତି ସିଦ୍ଧୁ।
୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କ୍ରିକେଟ କମେଣ୍ଟ୍ରି କରି ଆସୁଥିଲେ ସିଦ୍ଧୁ। ସିଦ୍ଧୁଙ୍କ ଏହି କମେଣ୍ଟ୍ରି ଲାଗି ପାଖାପାଖି ଦିନକୁ ୨୫ ଲକ୍ଷ ଟଙ୍କା ପାଉଣା ମିଳିବ। ତେବେ ଟଙ୍କା ତାଙ୍କ ପାଇଁ ସେତେ ଗୁରୁତ୍ଵପୂର୍ଣ୍ଣ ନାହିଁ ବୋଲି ପ୍ରକାଶ କରିଛନ୍ତି ସିଦ୍ଧୁ।
କାଲି ପଟିଆଲା ଜେଲରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ, ୧୯୮୮ର ରୋଡ ରେଜ୍ ମାମଲାରେ ଯାଇଥିଲେ ଜେଲ୍‌
ଚଣ୍ଡିଗଡ : ଆସନ୍ତାକାଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଜେଲରୁ ମୁକ୍ତ କରାଯିବ। ଏନେଇ ତାଙ୍କ ଅଫିସିଆଲ୍ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ବିଟ କରାଯାଇଛି। ସିଦ୍ଧୁଙ୍କ ଅଫିସିଆଲ ଟ୍ବିଟର ହାଣ୍ଡଲରୁ ଟ୍ବିଟ କରି ସୂଚନା ଦିଆଯାଇଛି ଯେ  ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଏହି ଟ୍ବିଟ୍ କରାଯାଇଛି। ଆସନ୍ତକାଲି ଅର୍ଥାତ ଏପ୍ରିଲ ୧ ତାରିଖରେ ପଟିଆଲା ଜେଲରୁ ନବଜୋତ ସିଂ ସିଦ୍ଧୁ ମୁକୁଳିବେ।
ସିଦ୍ଧୁଙ୍କ ଓକିଲ ଏଚ୍ ପିଏସ୍ ବର୍ମା କହିଛନ୍ତି ଯେ ପଞ୍ଜାବ ଜେଲ୍ ମାନୁଆଲ୍ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯାଇପାରିବ । ଏହି ଆଧାରରେ ଶନିବାର ଦିନ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
This is to inform everyone that Sardar Navjot Singh Sidhu will be released from Patiala Jail tomorrow.
(As informed by the concerned authorities).
— Navjot Singh Sidhu (@sherryontopp) March 31, 2023
ଏହା ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ସିଦ୍ଧୁଙ୍କୁ ସେହି୫୦ ଜଣ କଏଦୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ ଯାହାଙ୍କୁ ଗଣତନ୍ତ୍ର ଦିବସରେ ବିଶେଷ ଭାବେ ଜେଲ୍‌ ଦଣ୍ଡ କୋହଳ କରାଯାଇ ମୁକ୍ତ କରାଯାଇଥିଲା। କିନ୍ତୁ ସିଦ୍ଧୁଙ୍କୁ ସେହିସମୟରେ ମୁକ୍ତ କରାଯାଇନଥିଲା। କଂଗ୍ରେସର ପଞ୍ଜାବ ୟୁନିଟ୍ ର ଅନେକ ନେତା ପଟିଆଲା ଜେଲରୁ ସମୟ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କୁ ମୁକ୍ତ ନକରବାକୁ ନେଇ ରାଜ୍ୟରେ ଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସିଦ୍ଧୁ ଗତ ୧୦ମାସ ହେବ ଜେଲରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ କି ୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠୁ ସିଦ୍ଧୁ ଜେଲରେ ରହିଛନ୍ତି।
ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ : ଥିଲେ କ୍ରିକେଟର ହେଲେ ନେତା, ଆଉ ଏବେ କିରାଣି
ଚଣ୍ଡିଗଡ : ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ। ଦିନେ ଦେଶର ଜଣେ ପ୍ରତିଷ୍ଠିତ କ୍ରିକେଟ ଭାବେ ଜାତୀୟ ଦଳରେ ଖେଳୁଥିଲେ। ତାପରେ ଦେଶର ଜଣେ ବଡ ନେତା ଭାବେ ଉଭାହେଲେ । ପଞ୍ଜାବ ରାଜ୍ୟ କଂଗ୍ରେସ ଦଳର ମୂଖ୍ୟ ଭାବେ ମଧ୍ୟ ଦାୟିତ୍ବ ପାଇଥିଲେ। ହେଲେ ସମୟ ବଦଳିବା ସହ ସବୁକିଛି ବଦଳିଗଲା। ଠିକଣା ବଦଳିଲା ଆଉ ତା’ସହ କାମ ମଧ୍ୟ ବଦଳିଗଲା। କ୍ରିକେଟର ଆଉ ନେତା ଭାବେ ବିଳାଶପୂର୍ଣ୍ଣ ଜୀବନଜାବନ କରୁଥିବା ନବଜୋତ ସିଂ ସିଦ୍ଧୁ ଏବେ କିରାଣି କାମ କରିବେ। ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ସେ ଡ଼୍ୟୁଟି କରିବେ । ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ।
୧୯୮୮ ମସିହା ‘ରୋଡ୍‌ ରେଜ୍‌’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ପଟିଆଲା ସେଣ୍ଟ୍ରାଲ୍‌ ଜେ‌ଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ। ମଙ୍ଗଳବାର ଠାରୁ ହିଁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି। ପଟିଆଲା ସେଣ୍ଟ୍ରାଲ ଜେଲ୍‌ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍‌ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ।
ତେବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍‌ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ। ଏହି ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ରୁ ୪୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମିକ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରାଯିବ।
ସୂଚନାଅନୁସାରେ ୩୪ ବର୍ଷ ତଳର ରୋଡ଼୍ ରେଜ ମାମଲାରେ ପୂର୍ବତନ କିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲରେ ସଜା କାଟୁଛନ୍ତି। ୩୪ ବର୍ଷ ତଳେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡା ହୋଇଥିଲା। ପରେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।
ବହୁ ଚର୍ଚ୍ଚିତ ରୋଡ୍ ରେଜ ମାମଲା: ପଟିଆଲା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଗଲେ ସିଦ୍ଧୁ
ନୂଆଦିଲ୍ଲୀ: ରୋଡ୍ ରେଜ୍ ମାମଲାରେ ଦୋଷୀ ନବଜ୍ୟୋତ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଯାଇଛନ୍ତି। ତିନି ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଲାରେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷର କାରାଦଣ୍ଡାଦେଶ ଶୁଣାଇଥିଲେ। ସେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
୩୪ ବର୍ଷ ତଳର ଏକ ଅପରାଧିକ ଘଟଣାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ଗତକଲି ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ଏହି ମାମଲାରେ କୋର୍ଟ ୨୦୧୮ରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିବା ସହିତ ମାତ୍ର ଏକ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଘଟଣାର ଅନ୍ୟ ଦିଗ ଓ ସିଦ୍ଧୁଙ୍କ ଭୂମିକାକୁ ପୁନର୍ବିଚାର କରି ଗୁରୁବାର ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୩୪ ବର୍ଷ ତଳେ ୧୯୮୮ ମସିହାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟ ରାସ୍ତା ମଝିରେ ନିଜ କାର ପାର୍କ କରିଥିଲେ। ଏହି ସମୟରେ ୬୫ ବର୍ଷୀୟ ଗୁରୁନାମ ସିଂ ନିଜ କାରରେ ସେହି ବାଟ ଦେଇ ଯାଉଥିବା ବେଳେ ରାସ୍ତା ମଝିରେ କାର ରଖାଯାଇଥିବା ଦେଖି ସିଦ୍ଧୁଙ୍କୁ କାର ହଟାଇବାକୁ କହିଥିଲେ। କିନ୍ତୁ ଗୁରୁନାମଙ୍କ ଏଭଳି କଥାରେ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇପଡ଼ିବା ସହିତ ତାଙ୍କୁ ମାଡ଼ ମାରିଥିଲେ। ଗୁରୁନାମ ଆହତ ହୋଇଥିବା ବେଳେ ସେ ଯେଭଳି ତୁରନ୍ତ ହସ୍ପିଟାଲ ଯାଇ ନ ପାରିବେ ସେଥିପାଇଁ ସିଦ୍ଧୁ ଗୁରୁନାମଙ୍କ କାର୍ ଚାବି ଛଡ଼ାଇ ନେଇଥିଲେ। ପରେ ପରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ଗୁରୁନାମଙ୍କ ପରିବାର ପକ୍ଷରୁ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ଏହା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହେଲେ ୨୦୧୮ ମେ ’ରେ କେବଳ ୧,୦୦୦ଟଙ୍କା ଜୋରିମାନା ଲଗାଇ କୋର୍ଟ ସିଦ୍ଧୁଙ୍କୁ ମୁକ୍ତ କରିଦେଇଥିଲେ। ହେଲେ କୋର୍ଟଙ୍କ ଏଭଳି ରାୟକୁ ଗୁରୁନାମଙ୍କ ପରିବାର ସହଜରେ ଗ୍ରହଣ କରିନଥିଲେ। ସିଦ୍ଧୁଙ୍କ ଅପରାଧିକ କାର୍ଯ୍ୟ ପାଇଁ କଠୋର ଦଣ୍ଡବିଧାନ ହେବା ଉଚିତ ବୋଲି ସେମାନେ କୋର୍ଟଙ୍କୁ କହିଥିଲେ। ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ କୋର୍ଟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବା ସହିତ ପୂର୍ବ ରାୟର ସମୀକ୍ଷା କରି ଗୁରୁବାର ସିଦ୍ଧୁଙ୍କ ପ୍ରତି ଏହି ଦଣ୍ଡାଦେଶ କରିଥିଲେ। ଫଳରେ ସିଦ୍ଧୁ ଏକ ବର୍ଷ ଜେଲଦଣ୍ଡ ଭୋଗିବା ନିଶ୍ଚିତ ହୋଇଯାଇଛି। କୋର୍ଟଙ୍କ ରାୟ ପ୍ରକାଶ ପରେ ଆଇନକୁ ସମ୍ମାନ ଜଣାଇବେ ବୋଲି ସିଦ୍ଧୁ ତାଙ୍କ ପ୍ରତିକ୍ରିୟାରେ କହିଛଥିଲେ।
ବହୁ ଚର୍ଚ୍ଚିତ ରୋଡ୍ ରେଜ ମାମଲା: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୮ ରୋଡ୍ ରେଜ ମାମଲା । କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡା ଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପୁୁରୁଣା ରାୟକୁ ବଦଳାଇଛନ୍ତି ସପ୍ରିମକୋର୍ଟ। ୩୪ ବର୍ଷ ଏହି ପୁରୁଣା ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଦଣ୍ଡିତ କରାଯାଇଛି।
୨୭ ଡିସେମ୍ବର ୧୯୮୮ ରେ ଏହି ବିବାଦ ପଟିଆଲାରେ ହୋଇଥିଲା ।  ଗାଡି ପାର୍କିଙ୍ଗକୁ ନେଇ ଏହ ଘଟଣା ଘଟିଥିଲା। ଯେତେବେଳେ ପୀଡିତା ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ।  ସେଠାରୁ ବିତର୍କ ଆରମ୍ଭ ହୋଇଥିଲା । ପୁଲିସ ଅଭିଯୋଗ କରିଛି ଯେ, ଏହି ସମୟ ମଧ୍ୟରେ ସିଦ୍ଧୁ ପୀଡିତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ପୀଡିତାଙ୍କୁ ଉଦ୍ଧାର କରାଯାୟୀ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
ସେପ୍ଟେମ୍ବର ୧୯୯୯ରେ ନବଜୋତ ସିଂ ସିଦ୍ଧୁଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।  କିନ୍ତୁ ଡିସେମ୍ବର ୨୦୦୬ ରେ ହାଇକୋର୍ଟ ସିଦ୍ଧୁ ଏବଂ ଅନ୍ୟ ଜଣେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ପରେ ହାଇକୋର୍ଟ ସିଦ୍ଧୁଙ୍କୁ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ହଜାରେ ଟଙ୍କା ଜୋରିମାନା ଦେଇଥିଲେ। ଏହି ମାମଲାରେ ପୀଡିତାଙ୍କ ନାମରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରାଯାଇଥିଲା। ଏହା ପରେ କୋର୍ଟ ଏହାର ନିଷ୍ପତ୍ତି ବଦଳାଇ ତାଙ୍କୁ ଏକ ବର୍ଷ ଦଣ୍ଡିତ କରିଛନ୍ତି। କ୍ରିକେଟରୁ ଅବସର ନେବା ପରେ ସିଦ୍ଧୁ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୦୪ରେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ​​ଜିତିଥିଲେ। ସେ ୨୦୦୯ରେ ମଧ୍ୟ ବିଜୟ ଲାଭ କରିଥିଲେ। ସେ ଜାନୁଆରୀ ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ।
ଖବର ଅନୁଯାୟୀ, ଏହି ଘଟଣା ଯେତେବେଳେ ଘଟିଥିଲା ନବଜୋତ ସିଂହ ସିଦ୍ଧୁଙ୍କ କ୍ରିକେଟ୍ କ୍ୟାରିୟରର ପ୍ରାରମ୍ଭିକ ବର୍ଷ ଥିଲା ।  ଦୁର୍ଘଟଣା ସମୟରେ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ୧୯୮୩ରେ ଟେଷ୍ଟ ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ୍ ପ୍ରଥମ ଦିନିକିଆ ଖେଳିବାକୁ ଆଉ ଚାରି ବର୍ଷ ସମୟ ନେଇଥିଲେ। ୧୯୮୭ରେ  ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ପରବର୍ତ୍ତୀ ବର୍ଷ ଏହି ମାମଲା ଘଟିଥିଲା ​। ଏହି କାରଣରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆପତ୍ତି ମଧ୍ୟ ପଞ୍ଜିକୃତ ହୋଇଥିଲା। ପରେ ତାଙ୍କୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ମୃତ ଗୁରୁନାମ ସିଂଙ୍କ ସମ୍ପର୍କୀୟମାନେ ୨୦୧୦ ମସିହାରେ ସୁପ୍ରିମକୋର୍ଟରେ ଏକ ସିଡି ଦାଖଲ କରିଥିଲେ ଯେ ସିଦ୍ଧୁ ଏକ ଚ୍ୟାନେଲ ସୋ’ରେ ଗୁରୁନାମଙ୍କୁ ହତ୍ୟା କରିଥିବା ମାନିଥିଲେ।
ପଞ୍ଜାବ : ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରଚାର ପାଇଁ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଝିଅ ରାବିଆ ମଧ୍ୟ ପ୍ରବେଶ କରିଥିଲେ। ଏହି ସମୟରେ ସେ ତାଙ୍କ ପିତାଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ। ଏହି ଅଭିଯାନ ସମୟରେ ଯେତେବେଳେ ରବିୟା ସିଦ୍ଧୁଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ତାଙ୍କ ପିତା ଜିତିବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ। ଏଭଳି ପରିସ୍ଥିତିରେ ଯେତେବେଳେ ନବଜୋତ ସିଂ ସିଦ୍ଧୁ ନିଜ ଆସନରୁ ହାରିଯାଇଛନ୍ତି, ସୋସିଆଲ ମିଡିଆରେ ପ୍ରଶ୍ନ ଆସୁଛି ଯେ ନବଜୋତ ସିଂ ସିଦ୍ଧୁଙ୍କ ଝିଅ ରାବିଆ କେବେ ବିବାହ କରିବେ।
ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ, କହିଲେ ଇମ୍ରାନ ଖାନ୍ ମୋ ବଡ଼ ଭାଇ, ସେ ମୋତେ ବହୁତ ଭଲ ପାଆନ୍ତି
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ। ପୁଣିଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ସିଦ୍ଧୁ। ପାକିସ୍ତାନର କରତାରପୁର କରିଡର ଗୁରୁଦ୍ୱାରାରୁ କରତାରପୁର ସାହିବ ଦର୍ଶନ କରିବାକୁ ପାକିସ୍ତାନ ଯାଇଥିବା ସିଦ୍ଧୁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ କହିଛନ୍ତି। ଆଉ ସିଦ୍ଧୁଙ୍କ ଏହି ପଦିଏ କଥାକୁ ନେଇ ଟାର୍ଗେଟ ରାଡାରକୁ ଆସିଛି କଂଗ୍ରେସ ।
କରତାରପୁର କରିଡରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ସିଦ୍ଧୁ କାରତାରପୁର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଲତିଫତାଙ୍କୁ ସ୍ୱାଗତ କରିବା ସହ ଇମ୍ରାନଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ ।ଆଉ ଏହାପରେ ସିଦ୍ଧୁ ଇମ୍ରାନଙ୍କୁ ନିଜର ବଡ ଭାଇ କହିବା ସହ ମୋତେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଆଉ ଏହି ପିଦଏ କଥାକୁ ନେଇ କଂଗ୍ରେସ ଓ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି।
ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ସିଦ୍ଧୁଙ୍କ ପାଇଁ ନୂଆ ନୁହେଁ । ଗତଥର ବି ସିଦ୍ଧୁ ଯେତେବେଳେ ପାକିସ୍ତାନ ଯାଇଥିଲେ କରତାରପୁର କରିଡର ଖୋଲିବା ପ୍ରସଙ୍ଗରେ ପାକିସ୍ତାନୀ ସେନାର ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ତାଙ୍କୁ କଡା ବିରୋଧ କରାଯାଇଥିଲା। ଏଥି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ସିଦ୍ଧୁ । ସେତେବେଳେ ସିଦ୍ଧୁଙ୍କ ବାହାନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା ।
ଏହାସହ ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ପାକିସ୍ତାନ ଲିଙ୍କ୍ କଥା ଉଠାଇଥିଲେ ।ଅମରିନ୍ଦର କହିଥିଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପାକିସ୍ତାନ ସେନାମୁଖ୍ୟ ବାଜୱାଙ୍କ ସହ ସିଦ୍ଧୁଙ୍କ ଉତ୍ତମ ସମ୍ପର୍କ ରହିଛି । ତେଣୁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଅମରିନ୍ଦର ସିଂ କହିଥିଲେ।
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ
ଚଣ୍ଡିଗଡ : ପଞ୍ଜାମ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଗତ କିଛି ଦିନ ଧରି ଜାତୀୟ ଗଣାମଧ୍ୟରେ ପଞ୍ଜାବର ରାଜନୈତିକ ଘଟଣା ଚର୍ଚ୍ଚିତ ଖବର ରହିଆସିଛି। ଏହାରି ମଧ୍ୟରେ ପୁଣିଥରେ ଆଉ ଏକ ଟ୍ବିଷ୍ଟ ଦେଖିବାକୁ ମିଳିଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ନବଜୋତ ସିଂହ ସିଦ୍ଧୁ ମାତ୍ର ୭୨ ଦିନରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି।
pic.twitter.com/L5wdRql5t3
— Navjot Singh Sidhu (@sherryontopp) September 28, 2021
ନବଜୋତ ସିଂହ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ପଞ୍ଜାବର ଭବିଷ୍ୟତ ପାଇଁ ସେ କୌଣସି ପ୍ରକାରର ସାଲିସ କରିବାକୁ ଚାହୁଁ ନାହାନ୍ତି। ଏହାସହିତ ସେ କଂଗ୍ରେସରେ ରହିବେ ବୋଲି ଲେଖିଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ହୋଇସାରିଛି। ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ କରିବା ନେଇ ଏକ ଗୋଷ୍ଠୀ ନାପସନ୍ଦ କରିଥିଲେ। ସେମାନେ ଏହାକୁ ବିରୋଧ କରିଥିବା ବେଳେ ସିଦ୍ଧୁ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇ ରାଣା ଗୁରଜିତଙ୍କୁ ମନ୍ତ୍ରୀ ନକରିବାକୁ ଚନ୍ନିଙ୍କୁ କହିଥିଲେ। ତେବେ ଚନ୍ନିଙ୍କ ତାଙ୍କ କଥା ମାନି ନଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତ କାରଣ କ’ଣ ଏଯାଏଁ ଜଣାପଡିନାହିଁ।
ସୂଚନାଯୋଗ୍ୟ  ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ସିଦ୍ଧୁଙ୍କୁ ଚୟନ କରିଥିଲେ ଦଳର ହାଇକମାଣ୍ଡ । ଏହାପରେ ସିଦ୍ଧୁଙ୍କ ସହ ବିବାଦ କାରଣରୁ ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା  ଦେଇଥିଲେ। ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା।
ନୂତନ ଦାୟିତ୍ବ ପରେ ଭିନ୍ନ ଅନ୍ଦାଜରେ ନବଜୋତ ସିଂହ ସିଦ୍ଧୁ: ଆରମ୍ଭକଲେ ମିଶନ ଜିତେଗା ପଞ୍ଜାବ, ଟ୍ବିଟ କଲେ ନେହେରୁଙ୍କ ସହ ପିତାଙ୍କ ଫଟୋ
ପଞ୍ଜାବର ନୂତନ ପିସିସି ସଭାପତି ଭାବେ ନବଜୋତ ସିଂହ ସିଦ୍ଧୁଙ୍କୁ ଦାୟିତ୍ବ ମିଳିବାପରେ ସୋମବାର ଦଳର ହାଇ କମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ମୋ ଉପରେ ବିଶ୍ୱାସ କରି ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଞ୍ଜାବ ମିଶନ ପୂରଣ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସିଦ୍ଧୁ କହିଛନ୍ତି। ପଞ୍ଜାବ ମଡେଲ ଏବଂ ହାଇ କମାଣ୍ଡଙ୍କ ୧୮ ସୂତ୍ରୀ ଏଜେଣ୍ଡା ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ପ୍ରକୃତ କ୍ଷମତା ପ୍ରଦାନ କରିବି। ‘ଜିତେଗା ପଞ୍ଜାବ’ର ମିଶନ ପୂରଣ କରିବା ପାଇଁ ମୁଁ ଜଣେ ପାର୍ଟି କର୍ମୀ ଭାବରେ କାର୍ଯ୍ୟ କରିବି। ମୋର ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇଛି। ଏହି ସମୟରେ ସେ ତାଙ୍କ ପିତାଙ୍କୁ ମନେପକାଇଥିଲେ। ଏହି ଅବସରରେ ସେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ତାଙ୍କ ବାପାଙ୍କ ଫଟୋ ମଧ୍ଯ ଶେୟାର କରିଛନ୍ତି ।
To share prosperity, privilege & freedom not just among a few but among all, My father a Congress worker left a royal household & joined freedom struggle, was sentenced to death for his patriotic work reprieved by King’s Amnesty became DCC President, MLA, MLC & Advocate General. pic.twitter.com/fTv0eNlNyt
— Navjot Singh Sidhu (@sherryontopp) July 19, 2021