weather - The Sakala

ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ !
ଭୁବନେଶ୍ବର: ୧୩ ତାରିଖ ବେଳକୁ ଦକ୍ଷିଣଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବ। ଏ ନେଇ ପାଇଁ ପାଗ ଅନୁକୂଳ ହେଉଛି ବୋଲି ଭାରାତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ ବଜ୍ରପାତ ନେଇ ଟ୍ବିନ ସିଟି ସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଭୁବନେଶ୍ବର: ରାଜ୍ଯରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଅପରାହ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ଟ୍ବିନ ସିଟି ସମେତ ୧୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦  ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟରୁଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ , ଯାଜପୁର, ଭଦ୍ରକ, କଟକ, ନୟାଗଡ଼ ଓ କଟକ। ଏହି ଜିଲ୍ଲା ଗୁଡିକୁ ଆଗୁଆ ସତର୍କତା କରାଯଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଆଜିଠୁ ବଦଳିବ ପାଗ : ୫ରୁ ପୁଣି ବର୍ଷା, ୬ରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର : ରାଜ୍ୟକୁ ପୁଣି ବର୍ଷା ଫେରିବ। ଖରାର ପ୍ରକୋପ କମିବା ସହିତ ପୁଣି ମେଘୁଆ ଆକାଶ ଦେଖାଯିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା ମୌସୁମୀ ପୁଣି ସକ୍ରିୟ ହେବ ବୋଲି ଜଣାପଡ଼ିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୭୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ମଙ୍ଗଳବାର ସୁଦ୍ଧା ୫୧୬ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍‍ ବୋଲି ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

୬ ରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ, ୫ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୪ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି

— Meteorological Centre, Bhubaneswar (@mcbbsr) August 3, 2022

ଆସନ୍ତାକାଲି ରାଜ୍ୟର ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୫ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଜଗତସିଂହପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୬ ତାରିଖ ଦିନ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ପୁରୀ, ଗଞ୍ଜାମ, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ବାକି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧ ଜୁନ୍‌ରୁ ୨ ଅଗଷ୍ଟ ଯାଏ ରାଜ୍ୟରେ ସର୍ବମୋଟ ୫୧୬.୩ମିମି ବର୍ଷା ହୋଇଯାଇଛି। ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୫୭୨.୬ମିମି ବର୍ଷା ହୋଇଥାଏ। ଅର୍ଥାତ ଏବେ ରାଜ୍ୟରେ ମୋଟ୍ ୧୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ ଏହା ସ୍ବାଭାବିକ ପରିସରଭୁକ୍ତ। ରାଜ୍ୟର ୨ଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ୨୦%ରୁ ଅଧିକ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୪୧% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୩୦% ଅଭାବୀ ବର୍ଷା ହୋଇଛି। ଏଥିସହ ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୨୦% ନିଅଣ୍ଟିଆ ବର୍ଷା ହୋଇଯାଇଛି। ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ମୌସୁମୀ ବର୍ଷା ସ୍ବାଭାବିକ ରହିଥିବା ପାଣିପାଗ କେନ୍ଦ୍ର କହିଛି।

ତାତିରୁ ତ୍ରାହି: କାଳବୈଶାଖୀ ପ୍ରଭାବରେ ବାଲେଶ୍ବରରେ ବର୍ଷା ଓ ବିଜୁଳି
ବାଲେଶ୍ବର: କାଳବୈଖାଶୀ ପ୍ରଭାବରେ ମଙ୍ଗଳବାର ଦିନ ବାଲେଶ୍ବର ସହରରେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା। ବର୍ଷା ସହିତ ହାଲୁକା ପବନ ମଧ୍ୟ ହୋଇଥିଲା। ତେବେ ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ମଙ୍ଗଳବାର ଦିନ ଏହି କାଳବୈଖାଶୀ ବର୍ଷା ତାତିରୁ ଅଳ୍ପକେ ତ୍ରାହି ଦେଇଛି। ସନ୍ଧ୍ୟା ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ ବଢିଥିଲା। ଫଳରେ ତାତି କମିବା ସହ ଏକପ୍ରକାର ସନ୍ଧ୍ୟାରେ ଶୀତଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କାଳବୈଖାଶୀ ବାଦେ ଆଗାମୀ ବାତ୍ୟା ପାଇଁ ବାଲେଶ୍ବର ପାଗିପାଗ ବିଭାଗ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଆସନ୍ତା ୬ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ୬ ତାରିଖ ବେଳକୁ ଲଘୁଚାପ ଘନୀଭୂତ ହୋଇ ଆସ୍ତେ ଆସ୍ତେ  ୮ ବା ୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ। ତେବେ ଆସନ୍ତା ୯ କିମ୍ବା ୧୦ ତାରିଖରେ ଆନ୍ଧ୍ରଠୁ ପଶ୍ଚିମବଙ୍ଗ ଭିତରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଇଥିବା ପ୍ରାଥମିକ ଆକଳନ କରାଯାଇଛି ମାତ୍ର ବର୍ତ୍ତମାନ ସୁଦ୍ଧା ବାତ୍ୟାର ଟ୍ରାକ୍ କିଛି ଜଣାପଡିନାହିଁ। ଆସନ୍ତା ୬ ତାରିଖ ବେଳକୁ ବାତ୍ୟାର ଟ୍ରାକ୍ ଜଣାପଡିବ। ତେବେ ବାତ୍ୟାର ପ୍ରଭାବ ଉପକୂଳର୍ବୀ ଅଞ୍ଚଳ ତଥା  ବାଲେଶ୍ବରରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ବାତ୍ୟା ପ୍ରଭାବରେ ଜୋର ବର୍ଷା ସହ ୪୦ କିଲୋମିଟର ବେଗରେ ବାଲେଶ୍ବରର ପବନ ବୋହିପାରେ। ଯଦି ପାରାଦୀପରେ ଲ୍ୟାଣ୍ଡଫଲ୍ କରେ ତେବେ ବାଲେଶ୍ବରରେ ୬୦/୭୦ କିଲୋମିଟର ପବନ ଏବଂ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କଲେ ୪୦/୫୦ କିଲୋମିଟର ଭିତରେ ପବନ ବୋହିବାର ସମ୍ଭାବନା ରହିବ। ତେବେ ଏନେଇ କୌଣସି ବିଶ୍ଳେଷଣ ହୋଇନାହିଁ। ତେବେ ଲଘୁଚାପ ସୃଷ୍ଟି ହେଲେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜଣାପଡିବ ବୋଲି ବାଲେଶ୍ବର ଜିଲ୍ଲା ପଣିପାଗ ଅଧିକାରୀ ସୂଚନା ଦେଇଛନ୍ତି। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ପ୍ରାରମ୍ଭିକ ସତର୍କ ସୂଚନା ଦେବା ଆରମ୍ଭ ହୋଇସାରିଲାଣି। ଯେଉଁଟା ୯-୧୦ ଭିତରେ ବାତ୍ୟା ଉପକୂଳ ଛୁଇଁପାରେ।

ଶୀତରେ ଥରୁଛି ମୟୂରଭଞ୍ଜ, ଶିମିଳିପାଳରେ ପାରଦ ୭ଡିଗ୍ରୀ ତଳେ
ବାରିପଦା : ଶୀତରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ ପଶ୍ଚିମ ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୭ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ଚବିଶଘଣ୍ଟା (ରବିବାର ସନ୍ଧ୍ୟାରୁ ସୋମବାର ସକାଳ) ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ର ତଳକୁ ଖସି ୯.୫ଡିଗ୍ରୀ ସେଲିସିୟସ ଥିବା ରେକର୍ଡ ହୋଇଛି । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ଏହି ସମୟ ମଧ୍ୟରେ ନହଣା ଓ ଉପରବାରହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ର ୭ଡିଗ୍ରୀ ସେଲିସିୟସ ରେକ୍‍ଡର଼୍ କରାଯାଇଛି । ଯାହାକି ଚଳିତ ବର୍ଷର ଏଯାଏଁ ସର୍ବନିମ୍ନ ତାପମାତ୍ରା ଅଟେ । ଜିଲ୍ଲାର ଅନେକ ଅଞ୍ଚଳରେ ସନ୍ଧ୍ୟା ସମୟରେ ରସ୍ତାଘାଟ ଶୂନଶାନ ହୋଇପଡୁଛି । ସହରାଞ୍ଚଳରେ ମଧ୍ୟ ସନ୍ଧ୍ୟା ୮ଟା ପରେ ବଜାରଘାଟ ଜନଶୂନ୍ୟ ହୋଇପଡୁଛି ।

ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଅନୁଯାୟୀ ଶୀତ ପ୍ରବାହ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବୋହୁ ଥିବାରୁ ଶୀତ ବଢିବାରେ ଲାଗିଛି । ପବନ ପାଇଁ ଦିନ ବେଳେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଗ୍ରାମାଞ୍ଚଳରେ ନିଆଁ ଜାଳି ସେକ ନେବା ଦୃଶ୍ୟ ସବୁ ଆଡେ଼ ଦେଖିବାକୁ ମିଳୁଛି । ବଜାରରେ ଥିବା ଚାହା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ରାତିରେ କୁହୁଡ଼ି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ପିକ୍‍ନିକ୍‍ ଋତୁରେ ଶିମିଳିପାଳ ସମେତ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିମିଳିପାଳ ଆଭ୍ୟନ୍ତରଣରେ ଅପରାହ୍ନ ୨ଟା ପରେ ଶୀତ ଅନୁଭବ ଅସହ୍ୟ ହେଉଛି । ଏଣୁ ମୟୂରଭଞ୍ଜ ଜିଲ୍ଲାକୁ ବର୍ଷ ଶେଷ ଓ ନୂତନବର୍ଷ ପାଇଁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସଙ୍ଗରେ ଶୀତବସ୍ତ୍ର ନେଇ ଆସିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ୨/୩ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ଡିଗ୍ରୀ ସେଲିସୟସ କମ ରହିବ । ନୂଆବର୍ଷ ପର୍ଯ୍ୟନ୍ତ ପ୍ରାୟତଃ ଜିଲ୍ଲାର ତାପମାତ୍ରା ବୃଦ୍ଧିରେ ସେଭଳି ଉଲ୍ଲେଖନୀୟ ପରିବର୍ତ୍ତନ ନଥିବା କୁହାଯାଇଛି । ତେଣୁ ଜିଲ୍ଲାର ଜନସାଧାରଣ ତଦନୁଯାୟୀ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ପାଇଁ ବିଶେଷ ଭାବରେ ବୟସ୍କ ଲୋକଙ୍କୁ ବାରଣ କରାଯାଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ : ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ସମ୍ଭାବନା
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୂତ ହେବ। ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଆସନ୍ତାକାଲି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୩ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ରେଡ୍ ଆଲର୍ଟ। ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ତେବେ ୧୪ ତାରିଖରେ ବର୍ଷାର ପରିମାଣ କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ କିଛି କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ସହ କଚ୍ଚା ଓ ମାଟି ଘର ଭାଙ୍ଗିଯିବା, ଭୂସ୍ଖଳନ, ଫସଲ ଓ ପନିପରିବା ଚାଷ ଆଦି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏଣୁ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ଯର ବିଭିନ୍ନ ଜିଲ୍ଲାରେ ୩ ଦିନ ଯାଏ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର: ରାଜ୍ଯର ବିଭିନ୍ନ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏସଆରସି ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ।

୧୮ ତାରିଖରୁ ୧୯ ତାରିଖ ସକାଳ ୮ଟା ୩୦ ଯାଏ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି ହୋଇଛି।

#Forecast & #Warning for Day-1

(Valid up to 0830 hrs IST of 19.04.2021) pic.twitter.com/cAiF9TwlaP

— Meteorological Centre, Bhubaneswar (@mcbbsr) April 18, 2021

୧୯ ତାରିଖରୁ ୨୦ ତାରିଖ ସକାଳ ୮ଟା ୩୦ ଯାଏ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।କାଳବୈଶାଖୀ ସହ ବଜ୍ରପାତ ହେବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

#Forecast & #Warning for Day-2

(Valid from 0830 hrs IST of 19.04.2021 to 0830 hrs IST of 20.04.2021) pic.twitter.com/z9SDTOwObu

— Meteorological Centre, Bhubaneswar (@mcbbsr) April 18, 2021

୨୦ରୁ ୨୧ ତାରିଖ ସକାଳ ୮ଟା ୩୦ ଯାଏ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

#Forecast & #Warning for Day-3

(Valid from 0830 hrs IST of 20.04.2021 to 0830 hrs IST of 21.04.2021) pic.twitter.com/Qlz8iyn8xW

— Meteorological Centre, Bhubaneswar (@mcbbsr) April 18, 2021

ଅନ୍ୟପଟେ ରାଜ୍ୟରେ ଦିନବେଳାର ତାପମାତ୍ରା ଆଗାମୀ ୨ରୁ ୩ ଦିନ ଯାଏ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ତିନୋଟି ସ୍ଥାନରେ କଳାବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୬.୦ ମିଲିମିଟର ଓ ଦାରିଙ୍ଗବାଡିରେ ୬.୦ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି।

ଅନ୍ୟପଟେ ଝାଡ଼ଖଣ୍ଡ ଓ ଗାଙ୍ଗେଟିକ୍‍ ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ରହୁଛି। ଯାହାକି ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ସେହିପରି ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହି ଦୁଇଟି ଘୁର୍ଣ୍ଣିବଳୟ ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ର ଆଶଙ୍କା ରହିଛି।

ଫଳରେ ଆସନ୍ତା ଦୁଇଦିନ ଯାଏଁ କାଳବୈଶାଖୀର ପ୍ରଭାବରେ ରାଜ୍ୟର ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ଘଡଘଡି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଓ ପବନ ର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ରହିବ। ଏହି ଜିଲ୍ଲାଗୁଡିକରେ ସମ୍ଭାବ୍ୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ଠାରୁ କାଳବୈଶଖୀ ର ପ୍ରଭାବ ହ୍ରାସ ପାଇବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।

୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା, ୮ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣି
ଭୁବନେଶ୍ୱର : ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ବୃଦ୍ଧି ପାଇବ। ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ଉପର ଓଳି ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ବିଶେଷ କରି ଶୁକ୍ରବାର ଓ ଶନିବାର ଦୁଇ ଦିନ ଏହାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ଶନିବାର ମଧ୍ୟ ୬ ଜିଲ୍ଲାପାଇଁ ସତର୍କତା ସୂଚନା ଜାରି ହୋଇଛି।

କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ଥିବାରୁ ଏସ୍‍ଆର୍‍ସିକଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣି ଜାରି କରାଯାଇଛି, ସେହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇ ଲୋକଙ୍କ ମଧ୍ୟରେ ସତର୍କତା ବାର୍ତ୍ତା ପହଞ୍ଚାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଗକୁ କାଳବୈଶାଖୀ ସହିତ ଗରମ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଗରମରୁ ଆଶ୍ୱସ୍ତି ନ ଥିବା ବେଳେ ଶୁକ୍ରବାରଠାରୁ ରାଜ୍ୟର କେନ୍ଦ୍ରୀୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଉତ୍ତରରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ଶୁକ୍ରବାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ୪୦ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ତେଲେଙ୍ଗାନା ଓ ପୂର୍ବ ମାହାରାଷ୍ଟ୍ରରେ ତାପମାତ୍ରା ରାଜସ୍ଥାନ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଭାରତଠାରୁ ଅଧିକ ରହିଛି। ଏହା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ। ୨୩ ତାରିଖଠାରୁ ଉତ୍ତର ପଶ୍ଚିମ ଭାରତ ଅଧିକ ଗରମ ରହିବ। ସେଠାରୁ ଆସୁଥିବା ପବନ ଅଧିକ ଗରମ ହେତୁ ରାଜ୍ୟରେ ଗରମ ପୁଣି ବଢ଼ିବ।

ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଶୁକ୍ରବାରରେ ୪୦ ଡିଗ୍ରୀ ସେଲ୍‌ଫସିୟସ ପାଖାପାଖି ରହିବ ଓ ୨୩ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି। ୨୪ ତାରିଖରେ ପୁଣି ୧ ଡିଗ୍ରୀ ସେଲସିୟସ ବଢ଼ି ସେହି ସପ୍ତାହର କିଛି ଦିନ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ଉତ୍ତପ୍ତ ସହର ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ ଓ ୨୩ରେ ୧ରୁ ୨ ଡିଗ୍ରୀ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିବା ବେଳେ ୨୦ ଓ ୨୧ ତାରିଖରେ ଆଭ୍ୟନ୍ତରୀଣ ଉତ୍ତର ଓ ୨୪ରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟାଣ ଖରା ଦେଖିବାକୁ ମିଳିଥିଲା। ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୩୯ ଓ ବାକି ୫ ଜିଲ୍ଲାରେ ପାରଦ ୩୮ ଡିଗ୍ରୀ ଉପରେ ରହିଥିଲା।

ବଢ଼ିବ ତାପମାତ୍ରା, ଆସିବ କାଳବୈଶାଖୀ
ଭୁବନେଶ୍ୱର: ରାଜ୍ୟରେ ଏଣକି ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହେବ। ବୁଧବାର ମୟୂରଭଞ୍ଜ ସମେତ କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଗକୁ ବି ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ପାଣପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ନବରଙ୍ଗପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ହେବାର ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୭ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ୭ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ୧୮ ତାରିଖରୁ କାଳବୈଶାଖି ବଢ଼ିବ। ରାଜ୍ୟରେ ବର୍ତ୍ତମାନ କାଳବୈଶାଖି ବର୍ଷା ପାଇଁ ପାଗ ଅନୁକୁଳ ହେବାରେ ଲାଗିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ଶୁକ୍ରବାର ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ସମେତ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ୧୩ ତାରିଖରେ ମଧ୍ୟ ଏହାର ସମ୍ଭାବନା ରହିଛି। ତେବେ ୧୮ ତାରିଖରୁ ଏହା ବୃଦ୍ଧି ପାଇବ। ସେହିପରି ଏଣିତି ତାପମାତ୍ରା ବଢ଼ିବ। ଓଡ଼ିଶା ସମେତ ଉତ୍ତର ଭାରତରେ ବଢ଼ିବା ପରିବର୍ତ୍ତେ କମିଛି। ‘ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ’ ସହିତ ବାୟୁର ଦିଗ ପରିବର୍ତ୍ତନ ହୋଇଥିବାରୁ ଏହି ସ୍ଥିତି ଉପୁଜିଛି। ତେବେ ୧୫ ତାରିଖରୁ ତାପମାତ୍ର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବଧିକ ଓ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ଭୁବନେଶ୍ୱରରେ ୧୬ ତାରିଖ ସୁଦ୍ଧା ତାପମାତ୍ରା ପୁଣି ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ ପୂର୍ବାନୂମାନ କରିଛନ୍ତି।