Bahuda Yatra - The Sakala
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ । ମାଉସୀମା’ଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପମଣ୍ଡପରେ ସୁନାବେଶ ସାଙ୍ଗକୁ ବାହୁଡ଼ା ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରଥାରୂଢ଼ କରାଯାଇଛି । ଗତକାଲି ତିନିଠାକୁରଙ୍କ ଦ୍ୱାରିକାଧୀଶ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ  ପ୍ରବଳ ଭିଡ଼ ହୋଇଥିଲା ।
ମନ୍ଦିର ପରିଚ୍ଛା ଦୂର୍ଗାଚରଣ ଜିତବାବୁ ପୁଷ୍ପଭେଟି ଓ ଅତରଲାଗି କରି ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ଘଣ୍ଟ, ଘଣ୍ଟା, ଶଙ୍ଖ, କାହାଳୀ ଓ ସଂକୀର୍ତ୍ତନ ଦଳଙ୍କ ସହିତ ମନ୍ଦିର ବେଢ଼ା ପ୍ରଦକ୍ଷଣ କରିଥିଲେ । ଆରତୀ ଦର୍ଶନ ପରେ ଦଶମୀ ପୂଜାନୀତି ସମ୍ପନ୍ନ ପରେ ପରମ୍ପରା ଅନୁଯାୟୀ ଖେଚୁଡ଼ି ଲାଗିପରେ ଭକ୍ତଗଣ ସେବନ କରିଥିଲେ । ଠାକୁରଙ୍କ ବେଶ ପରିବର୍ତ୍ତନ ପରେ ଅଁଳାଭେଟି, ତା’ପରେ ଚକାଛଡ଼ା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟାରେ ବାହୁଡ଼ା ପହଣ୍ଡି ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ବନ୍ଦାପନା (ବିଭୀଷଣ ଦର୍ଶନ) ଗୀତ ଶୁଣାଇ ଫୁଲ ସୁସଜ୍ଜିତ ଟାହିଆ ପରିଧାନ ପୂର୍ବକ ପହଣ୍ଡିରେ ଯାଇ ରଥାରୂଢ଼ ହୋଇଥିଲେ । ପ୍ରଥମେ ବଡ଼ଭାଇ ବଳରାମ, ତାପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ବାଟରେ କର୍ପୁର ଲାଗି ଓ ବାଟପୂଜା ହୋଇଥିଲା । ଏହାପରେ ଭକ୍ତଙ୍କୁ ପୂଜକ ଓ ପହଣ୍ଡିଆ ମାନେ ଶିରକପଡ଼ା ପ୍ରଦାନ କରିଥିଲେ । ରାତିରେ ରଥାରୂଢ଼ ଦିଅଁ ରୂପାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ରଥଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ପହଣ୍ଡି ପର ଦୁଇଦିନ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ।
ତେବେ ବାହୁଡା ଯାତ୍ରାରେ ପ୍ରଥମେ ଜଗନ୍ନାଥ ବାହୁଡିବେ । ଆଜି ଅପରାହ୍ନ ୨ଟା ୩୦ମିନିଟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବା ସହିତ ଶ୍ରୀମନ୍ଦିର ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଧାବାଟ (ଟାଉନଥାନା) ପର୍ଯ୍ୟନ୍ତ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା ଟଣାଯିବ । ଆସନ୍ତାକାଲି ଅପରାହ୍ନ ୨ଟା୩୦ମିନିଟରେ ସେଠାରୁ ମହିଳା ଶ୍ରଦ୍ଧାଳୁ ଦର୍ପଦଳନକୁ ଟାଣି ଶ୍ରୀମନ୍ଦିରରେ ପହଞ୍ଚାଇବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ରୂପାବେଶ ସାଙ୍ଗକୁ ପହଣ୍ଡି ସମ୍ପନ୍ନ ହେବାପରେ ରଥାରୂଢ଼ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ବାଳକଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହେବ ।
ଅପରପକ୍ଷରେ ଆଜି  ଝିପି ଝିପି ବର୍ଷା ସତ୍ତ୍ବେ ରଥାଋଢ ତିନିଦିଅଁଙ୍କୁ ଦର୍ଶନ ଓ ପୂଜା ସହିତ ମେଳାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଦୂରଦୂରାନ୍ତରୁ ଲୋକେ ଆସି ଘରକରଣା ଜିନିଷ ଠାରୁ ଆରମ୍ଭ କରି ପିଲାଙ୍କ ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ କିଣି ନେଉଥିବା ଦେଖିବାକୁ ମିଳିଛି । ସିନେମା ହଲ, ମ୍ୟାଜିକ ଶୋ ଓ ଦୋଳି ତଥା ମୀନାବଜାରରେ ବେଶ ଗହଳି ଜମିଛି ।
ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଶ୍ରୀଗୁଣ୍ଡିଚା ପରେ ବାହୁଡ଼ାରେ ବି ପୁରୀରେ ଦଳାଚକଟା। ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି ଅଘଟଣ ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଭଳି ଏକ ବିଶ୍ୱସ୍ତରୀୟ ତଥା ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାରମ୍ବାର ବିଭ୍ରାଟ ଓ ଭକ୍ତଙ୍କ ମୃତ୍ୟୁ ହେବା ଘଟଣାକୁ ସେ ସରକାରଙ୍କ ଖାମଖିଆଲି ନୀତିର ପରିଣାମ ବୋଲି ଅଭିହିତ କରିଛନ୍ତି।
ନବୀନ ପ୍ରଶ୍ନ କରିଛନ୍ତି ଯେ, ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କ'ଣ ପାଇଁ? ସରକାର ଏତେ ଖାମଖିଆଲି ଭାବେ କ'ଣ ପାଇଁ କାମ କରୁଛନ୍ତି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ନବୀନ ଏକ କଡ଼ା ବିବୃତ୍ତି ଜାରି କରି କହିଛନ୍ତି ।
ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ। ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି, ଲୋକଙ୍କ ଜୀବନ ଯାଉଛି, ରାଜ୍ୟ ବଦନାମ ହେଉଛି କିନ୍ତୁ ସରକାରଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ କରାଗଲା ଭଳି ଅନୁଭବ ହେଉଛି। ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ? ପ୍ରତି ବର୍ଷ ଏପରି ଘଟୁଥିବା ବେଳେ ସରକାର ଏଥିରୁ କିଛି ନଶିଖିବା ଆହୁରି ଦୁର୍ଭାଗ୍ୟଜନକ ନବୀନ କହିଛନ୍ତି ।
ସୁନାବେଶ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘୋଷଯାତ୍ରାର ଦେବନୀତି କିଭଳି ବିନା କୌଣସି ବିଭ୍ରାଟରେ ଶେଷ ହେବ ସରକାର ସେଥିପ୍ରତି ବିଶେଷ ଯତ୍ନବାନ ହେବାସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅକାଳରେ ପ୍ରାଣ ନହରାନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।
ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ । ବାହୁଡ଼ା ଯାତ୍ରା ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଜି ଅପରାହ୍ଣ ୫ଟାରୁ ୬ଟା ୩୦ ମଧ୍ୟରେ ଶ୍ରୀଜିଉଙ୍କୁ ଏହି ଦିବ୍ୟ ବେଶରେ ସଜ୍ଜିତ କରାଯିବ ଏବଂ ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ଏହି ଅପୂର୍ବ ଦୃଶ୍ୟର ଦର୍ଶନ କରିପାରିବେ । ଏହି ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ।
ରଥ ଉପରେ ମହାପ୍ରଭୁଙ୍କ ରାଜାଧିରାଜ ରୂପ
ବର୍ଷ ତମାମ ମହାପ୍ରଭୁଙ୍କର ଏକାଧିକ ସୁନାବେଶ ଅନୁଷ୍ଠିତ ହେଉଥିଲେ ମଧ୍ୟ ରଥଯାତ୍ରା ସମୟର ଏହି ବେଶ ସମ୍ପୂର୍ଣ୍ଣ ନିଆରା । ଅନ୍ୟ ସବୁ ବେଶ ଶ୍ରୀମନ୍ଦିର ଭିତରେ ହେଉଥିବା ବେଳେ କେବଳ ଆଜିର ଦିନରେ ମହାପ୍ରଭୁ ଖୋଲା ଆକାଶ ତଳେ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚକ୍ର, ଶଙ୍ଖ, ହଳ, ମୁଷଳ, କୁଣ୍ଡଳ, କଦମ୍ବମାଳି ଏବଂ ମୟୂର ଚନ୍ଦ୍ରିକା ଭଳି ମୂଲ୍ୟବାନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଅପୂର୍ବ ଶୋଭା ଧାରଣ କରନ୍ତି । ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ନଥିବା ଭକ୍ତମାନେ ମଧ୍ୟ ବଡ଼ଦାଣ୍ଡରେ ରହି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ରୂପ ଦର୍ଶନ କରିବାର ସୁଯୋଗ ପାଆନ୍ତି।
ସୁନାବେଶର ଐତିହାସିକ ପୃଷ୍ଠଭୂମି
ଏହି ଦିବ୍ୟ ବେଶ ସହ ଓଡ଼ିଶାର ଇତିହାସ ଗଭୀର ଭାବେ ଜଡ଼ିତ । ଐତିହାସିକ ତଥ୍ୟ ଅନୁସାରେ, ପଞ୍ଚଦଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଗଜପତି ରାଜା କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତ ବିଜୟ କରିବା ପରେ ବିପୁଳ ପରିମାଣର ସୁନା ଓ ଧନରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ । ସେହି ସମୟରୁ ରଥ ଉପରେ ଶ୍ରୀଜୀଉଙ୍କୁ ଏହି ସୁବର୍ଣ୍ଣ ଅଳଙ୍କାରରେ ସଜାଇବାର ମହାନ ପରମ୍ପରା ଚାଲିଆସୁଛି । ଏହି ରୂପ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଓ ଦିବ୍ୟ ରାଜକୀୟତାର ପ୍ରତୀକ ଅଟେ ।
ସିଂହଦ୍ଵାରରେ ତିନି ରଥ ଓ କଡ଼ା ସୁରକ୍ଷା ବ୍ୟବସ୍ଥା
ଗତକାଲି ବାହୁଡ଼ା ଯାତ୍ରାରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା । ଶ୍ରୀନହର ସମ୍ମୁଖରେ ପାରମ୍ପରିକ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହେବା ପରେ ରାତି ୧୧ଟାରେ ନନ୍ଦିଘୋଷ ରଥ ସିଂହଦ୍ଵାରରେ ଲାଗିଥିଲା ଏବଂ ସେବାୟତଙ୍କ ଦ୍ଵାରା ଗୀତଗୋବିନ୍ଦ ଗାନ କରାଯାଇଥିଲା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜିର ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ପୁରୀ ବାହୁଡ଼ାଯାତ୍ରା ସମୟରେ ପୁଣି ଥରେ ଘଟିଥିବା ମର୍ମନ୍ତୁଦ ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନହାନିକୁ ନେଇ ବିଜୁ  ଜନତା  ଦଳର   ଉପସଭାପତ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଶ୍ୱର ସର୍ବବୃହତ ବାର୍ଷିକ ଆଧ୍ୟାତ୍ମିକ ସମାଗମର ପରିଚାଳନାରେ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଶାସନିକ ବିଫଳତାର ଏହା ଆଉ ଏକ ଦୁଃଖଦ ନିଦର୍ଶନ ବୋଲି କହିବା ସହ ସରକାରଙ୍କୁ ସେ କଟୁ ସମାଲୋଚନା କରିଛନ୍ତି। ରଥଯାତ୍ରା ସମୟରେ ଘଟିଥିବା ଦୁର୍ଘଟଣାର କ୍ଷତ ନ ଲିଭୁଣୁ ଏପରି ଆଉ ଏକ ଘଟଣା ପ୍ରଶାସନର ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ପରିଚାଳନା କରିବାରେ ଅକ୍ଷମତାକୁ ପୁଣି ଥରେ ପଦାରେ ପକାଇଛି।
ଶ୍ରୀ ଦାସବର୍ମା କହିଛନ୍ତି, ବାହୁଡ଼ାଯାତ୍ରା ସମୟରେ ବଡ଼ଦାଣ୍ଡରେ ଅସୁସ୍ଥ ହୋଇଥିବା କିମ୍ୱା ଆହତ ହୋଇଥିବା ୧୦୨ ଜଣ ଭକ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଟ୍ରମା କେୟାର ୟୁନିଟ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ପୂର୍ବ ଅଘଟଣରୁ ପ୍ରଶାସନ କୌଣସି ଶିକ୍ଷା ଗ୍ରହଣ କରିନାହିଁ ଏବଂ ଏହାର ଅବହେଳା ଓ ଅବ୍ୟବସ୍ଥା ପୁଣି ଥରେ ହଜାର ହଜାର ଭକ୍ତଙ୍କ ଜୀବନକୁ ବିପଦମୁଖୀ କରିଛି।
ବିଜେଡି ଏହି ପ୍ରଶାସନିକ ବିଫଳତାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଘୋଷଣା କରିବାକୁ ଦାବି କରିଛି। ଏଥିସହ ଟ୍ରମା କେୟାର ୟୁନିଟ୍‌ରେ ଚିକିତ୍ସାଧୀନ ସମସ୍ତ ଗୁରୁତର ଆହତ ଭକ୍ତଙ୍କୁ ବିଳମ୍ୱ ନ କରି ଭୁବନେଶ୍ୱରର ଉନ୍ନତ ସୁପର୍‌ ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ଶ୍ରୀ ଦାସବର୍ମା ଦାବି କରିଛନ୍ତି। ଡବଲ୍‌ ଇଞ୍ଜିନ ସରକାର ଏକ ତ୍ରୁଟିଶୂନ୍ୟ ଓ ସୁପରିଚାଳିତ ରଥଯାତ୍ରାର ଦାବି କରୁଥିବା ବେଳେ ବାରମ୍ୱାର ଘଟୁଥିବା ଏଭଳି ମର୍ମନ୍ତୁଦ ଘଟଣା କେବଳ ଓଡ଼ିଶାବାସୀଙ୍କୁ ଲଜ୍ଜିତ କରିନାହିଁ ବରଂ ଏହି ପବିତ୍ର ପର୍ବର ଗରିମାକୁ ମଧ୍ୟ କ୍ଷୁର୍ଣ୍ଣ କରିଛି। ସରକାର ଅହଙ୍କାର ପରିତ୍ୟାଗ କରି ନିଜର ତ୍ରୁଟି ସ୍ୱୀକାର କରନ୍ତୁ ଏବଂ ଆଗାମୀ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଭଳି ଦେବନୀତିଗୁଡ଼ିକୁ ସୁରକ୍ଷିତ, ସୁଶୃଙ୍ଖଳିତ ଓ ମର୍ଯ୍ୟାଦାର ସହିତ ସମ୍ପନ୍ନ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ଦାସ ବର୍ମା କହିଛନ୍ତି। ରଥଯାତ୍ରା ଓ ବାହୁଡ଼ାଯାତ୍ରା ସମୟରେ ଦଳାଚକଟା ଓ ଜନଗହଳି ପରିଚାଳନାରେ ବିଫଳତା ଯୋଗୁଁ ଘଟିଥିବା ସମସ୍ତ ମୃତ୍ୟୁ ଓ ଆହତ ଘଟଣାକୁ ବିଚାର ବିଭାଗୀୟ ତଦନ୍ତର ପରିସରଭୁକ୍ତ କରାଯାଉ, ଯାହାଦ୍ୱାରା ଦାୟିତ୍ୱ ନିର୍ଦ୍ଧାରଣ, ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଠୋସ୍‌ ପଦକ୍ଷେପ ସୁପାରିସ କରାଯାଉ ବୋଲି ବିଜେଡି ଦାବି କରିଛି।
ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...
ପୁରୀ: ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ୨୦୨୬ କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏକ ବିସ୍ତୃତ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷିତ ଯାତାୟାତ ସହିତ ତୀର୍ଥ ନଗରୀରେ ଗହଳି ନିୟନ୍ତ୍ରଣ ପାଇଁ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନ୍ ଓ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏ ନେଇ ପୁରୀ ପୋଲିସ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ବିସ୍ତୃତ ସୂଚନା ପ୍ରଦାନ କରିଛି।
ଭୁବନେଶ୍ୱର ଦିଗରୁ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକ ମାଳତୀପାଟପୁର, ବାଟଗାଁ, ମଙ୍ଗଳାଘାଟ ଛକ ଏବଂ ଗୋଖାସାହି ଦେଇ ପୁରୀରେ ପ୍ରବେଶ କରିବେ। ସେମାନଙ୍କ ପାଇଁ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରେ ପ୍ରାଥମିକ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହା ପୂର୍ଣ୍ଣ ହେବା ପରେ ଗାଡ଼ିଗୁଡ଼ିକୁ କ୍ରମାଗତ ଭାବେ ମାଟିତୋଟା ଖେଳପଡ଼ିଆ ଓ ମାଟିତୋଟା ହେଲିପ୍ୟାଡ ଠାରେ ପାର୍କିଂ କରାଯିବ। ପ୍ରତ୍ୟାବର୍ତ୍ତନ ସମୟରେ ଏହି ଗାଡ଼ିଗୁଡ଼ିକ ଜାଟିଆ ବାବାଜୀ ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ କିମ୍ବା ଶ୍ରୀସେତୁ ଏବଂ ମଙ୍ଗଳାଘାଟ ଛକ ଦେଇ ଫେରିବେ।
ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ଦୁଇ ଚକିଆ ଯାନ ମଙ୍ଗଳାଘାଟ ଛକ ଓ ଗୋଖାସାହି ଦେଇ ପ୍ରବେଶ କରିବେ ଏବଂ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ଗାଡ଼ି ରଖିବେ। କୋଣାର୍କ ପଟୁ ଆସୁଥିବା ବାଇକ୍ ଆରୋହୀମାନେ ବୈଦାସ ନଗର, ଗ୍ରୀଡ୍ ସବ୍-ଷ୍ଟେସନ, ଭୂଦାନ ଛକ, ହେଲିପ୍ୟାଡ ଛକ, ପେଣ୍ଠକଟା, ସିଟି ରୋଡ୍ ଦେଇ ସୁଭାଷ ବୋଷ ଛକରେ ପହଞ୍ଚିବେ। ସେମାନଙ୍କ ପାଇଁ ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ହୋଟେଲ ନୀଳାଚଳ ଅଶୋକ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେଉଁ ରାସ୍ତାରେ ଆସିବେ, ସେହି ରାସ୍ତାରେ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚାରି ଚକିଆ ଯାନ ପାଇଁ ତିନୋଟି ପ୍ରମୁଖ ପାର୍କିଂ ଜୋନ୍ ଚିହ୍ନଟ କରାଯାଇଛି। ଭୁବନେଶ୍ୱର ଆଡୁ ଆସୁଥିବା ହାଲୁକା ମୋଟର ଯାନଗୁଡ଼ିକ ପିପିଲି, ସତ୍ୟବାଦୀ, ଚନ୍ଦନପୁର, ମାଳତୀପାଟପୁର ଆରଓବି (ROB), ବୈଦାସ ନଗର ଏବଂ ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆ ପାର୍କିଂକୁ ଯିବେ। ସେଠାରେ ଭୂଦାନ ପାର୍କିଂ, ଓଲା ଗେଷ୍ଟ ହାଉସ୍, ହେଲିପ୍ୟାଡ, ଆଇଟିଆଇ (ITI) କଲେଜ, ସେଣ୍ଟ୍ରାଲ ସ୍କୁଲ, ଇଣ୍ଡୋର ଷ୍ଟାଡିୟମ୍, ହର୍ଟିକଲଚର ଫିଲ୍ଡ ଏବଂ ମାଛ ମାର୍କେଟରେ ପର୍ଯ୍ୟାୟ କ୍ରମେ ପାର୍କିଂ କରାଯିବ। ଏହି ସ୍ଥାନ ଭର୍ତ୍ତି ହୋଇଗଲେ ବିକଳ୍ପ ଭାବେ ଗାଡ଼ିଗୁଡ଼ିକୁ ଶ୍ରୀସେତୁ ଓଭରବ୍ରିଜ୍ ପାର୍କିଂ, ଷ୍ଟର୍ଲିଂ ଛକ ଏବଂ ସମଙ୍ଗ ପାର୍କିଂ ଆଡ଼କୁ ଛଡ଼ାଯିବ।
ଅନ୍ୟପଟେ ବ୍ରହ୍ମଗିରି ଦିଗରୁ ଆସୁଥିବା ଚାରି ଚକିଆ ଯାନ ମଙ୍ଗଳାଘାଟ ଛକ ଦେଇ ସିଧାସଳଖ ସମଙ୍ଗ ପାର୍କିଂରେ ପାର୍କିଂ କରିବେ ଏବଂ ସେହି ସମାନ ରାସ୍ତାରେ ଫେରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ବୈଦାସ ନଗର ଓ ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆ ଅଞ୍ଚଳରେ ଥିବା ଚିହ୍ନଟ ପାର୍କିଂ ସ୍ଥଳୀରେ ଗାଡ଼ି ରଖିପାରିବେ।
ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।
ନିୟମିତ ଯାତ୍ରୀବାହୀ ବସ୍‌: ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ଗୁଡିକ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ବାଇପାସ୍‌ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍‌ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପାର୍କିଂରେ ରହିବେ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନଛକ, ଗ୍ରୀଡ ଷ୍ଟେସନ, ବାଇଦାସନଗର-ରାମଚଣ୍ଡୀ -କୋଣାର୍କ -ଗୋପ- ନିମାପଡା-ପିପିଲି ଓଭରବ୍ରିଜ୍‌ ଦେଇ ଭୁବନେଶ୍ୱର ଅଭିମୁଖେ ଯିବେ । ତାଳବଣିଆ ବସ୍‌ଷ୍ଟାଣ୍ଡ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ । ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍‌ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍‌ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍‌ ଗୁଡିକ ଗିରଳ ଛକ ଦେଇ ମଙ୍ଗଳାଘାଟ ବ୍ରିଜ୍‌ରୁ ଯାଇ ସମଙ୍ଗ ପାର୍କିଂରେ ପାର୍କିଂ କରିବ । ସେଠାରୁ ବ୍ରହ୍ମଗିରି ଅଭିମୁଖେ ଫେରିବ । କୋଣାର୍କ ପାର୍ଶ୍ୱରୁ ଆସୁଥିବା ବସଗୁଡିକ ଚନ୍ଦ୍ରଭାଗା-ରାମଚଣ୍ଡୀ-ବାଲିଘାଇ-ବାଇଦାସନଗର ଗ୍ରୀଡଷ୍ଟେସନ, ଭୂଦାନ ଛକ, ଇନ୍‌ଡୋର ଷ୍ଟାଡିୟମ ଛକ ଦେଇ ତାଳବଣିଆରେ ପାର୍କିଂ କରିବ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ -ଭୂଦାନଛକ-ଗ୍ରୀଡ ଷ୍ଟେସନ ଦେଇ ବାଲିଘାଇ ଦେଇ ନିଜ ଗନ୍ତବ୍ୟସ୍ଥଳରେ ଯିବେ । ତାଳବଣିଆ ପାର୍କିଂ ପୂର୍ଣ୍ଣ ହୋଇଗଲେ ଭୂଦାନଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିରରେ ପାର୍କିଂ କରିବ ।
ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରିବା ସହ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବାକୁ ପୁରୀ ପୋଲିସ ପକ୍ଷରୁ ନିବେଦନ କରାଯାଇଛି।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବାହୁଡ଼ା ଯାତ୍ରା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ସାଧାରଣ ପ୍ରବେଶ ବନ୍ଦ ରହିବ। ଏ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ ନୀତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ସମ୍ପନ୍ନ କରାଯିବ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପ୍ରମୁଖ ତଥା ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ତେଣୁ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି।
ମହାପ୍ରଭୁଙ୍କ ନୀତିକାନ୍ତି ଗୁଡ଼ିକ ଯେପରି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ, ସେଥିପାଇଁ ମନ୍ଦିର ପ୍ରଶାସନକୁ ସହଯୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି। ପ୍ରସ୍ତୁତି ସମୟରେ ଉତ୍ତମ ସମନ୍ୱୟ ଏବଂ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପୁରୀ ଆସୁଥିବା ଭକ୍ତମାନଙ୍କୁ ଏହି ସମୟସୂଚୀକୁ ଧ୍ୟାନରେ ରଖି ନିଜର ଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।
ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ।
ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି
ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଦକ୍ଷିଣ ମୋଡ଼ ନେଲେ ୩ ରଥ । ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ତିନି ରଥର ଦକ୍ଷିଣ ମୋଡ଼ ନୀତି ସଫଳତାର ସହ ସମ୍ପନ୍ନ ହୋଇଛି। ମଙ୍ଗଳବାର ଦିନ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଏଥିରେ ବାଧା ଉପୁଜିଥିଲା। ମଙ୍ଗଳବାର କେବଳ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସଫଳତାର ସହ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ରଖାଯାଇଥିଲା। କିନ୍ତୁ ପ୍ରବଳ ବର୍ଷା ହେତୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ନୀତିକୁ ଅଧାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ।
ବୁଧବାର ସକାଳେ ପୁନର୍ବାର ଏହି ନୀତି ଆରମ୍ଭ କରାଯାଇଥିଲା। ପ୍ରଥମେ ତାଳଧ୍ୱଜ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା ଏବଂ ଏହା ପରେ ନନ୍ଦିଘୋଷ ରଥକୁ ମଧ୍ୟ ନାକଚଣା ଦ୍ୱାର ଆଡ଼କୁ ନିଆଯାଇଥିଲା। ବର୍ତ୍ତମାନ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଖୁବଶୀଘ୍ର ରଥଗୁଡ଼ିକର ବୈଷୟିକ ଯାଞ୍ଚ କରାଯିବ।
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼
ପୁରୀ: ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୨୪ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ଆଜି ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥଙ୍କୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ସୋମବାର ତିନିରଥର ଯାଞ୍ଚ କରାଯାଇଛି। ଯାହା ବି କିଛି ମରାମତି ଦରକାର ଥିଲା ତାହା ଶେଷ ହୋଇଛି।
ତେବେ ରଥ ଦକ୍ଷିଣ ମୋଡ଼ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲି ବି ପକାଯାଇଛି ବଡ଼ଦାଣ୍ଡରେ। ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୪ଟାରୁ ଗୁଣ୍ଡିଚା ମନ୍ଦିର ଦ୍ୱାରଫିଟି ୫ଟାରେ ମଙ୍ଗଳ ଆଳତି ହୋଇଛି । ଏହାପରେ ଅନ୍ୟାନ୍ୟ ନୀତି ଚାଲିବ। ସକାଳ ଧୂପ ସରିବା ପରେ ମଧ୍ୟାହ୍ନ ସାଢେ଼ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି।
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଦିନଠାରୁ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରଥର ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହେବା ପରେ ଆଡ଼ପ ମଣ୍ଡପରେ ଏକ ସ୍ୱତନ୍ତ୍ର ରାହାସ ନୀତି ଅନୁଷ୍ଠିତ ହେବ।
ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ବର୍ଷା। ଆସନ୍ତା ଜୁଲାଇ ୨୨ ତାରିଖ ଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଜୁଲାଇ ୨୪ ତାରିଖ ବେଳକୁ ଏକ ଲଘୁଚାପର ରୂପ ନେଇପାରେ। ଏହି ସମୟରେ ବାହୁଡ଼ା ଯାତ୍ରା ପଡ଼ୁଥିବାରୁ ଏହାର ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୨ ତାରିଖ ଠାରୁ ରାଜ୍ୟବ୍ୟାପୀ ବର୍ଷାର ପରିମାଣ ବଢ଼ିବ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହୋଇପାରେ।
ଜୁଲାଇ ୨୭ ରୁ ୩୦ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ବର୍ତ୍ତମାନ ମୌସୁମୀ ସକ୍ରିୟ ଥିବାରୁ ଏହା ବର୍ଷା ପରିମାଣ ବୃଦ୍ଧିରେ ସହାୟକ ହେବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ୧୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୨୨ ଏବଂ ୨୩ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ।
ଆଜି ବାହୁଡ଼ା; ମଧ୍ୟାହ୍ନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା
ପୁରୀ: ଜନ୍ମବେଦୀରେ ଶେଷ ହୋଇଛି ମହାପ୍ରଭୁଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହଣି ପରେ ଭାଇ-ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରି ରହିଛନ୍ତି ତିନିରଥ। ଶନିବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ଶୁକ୍ରବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଲମ୍ବା ଧାଡ଼ିରେ ବ୍ୟାରିକେଡ୍‌ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡପ ଅବଢ଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବେଶ୍‌ ଭିଡ଼ ଜମାଇଥିଲେ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ଣ ୫ଟାରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର୍‌ ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡ଼ି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପର‌ାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହା ପରଦିନ ଅର୍ଥାତ୍‌ ରବିବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁଲିସ୍‌ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷାବଳୟରେ ରହିଛି ପୁରୀ ସହର।.
ରୁଷିଛି ଜଗା; ଗଡ଼ିଲାନି ନନ୍ଦିଘୋଷ, ଆଜି କାଳିଆ ରଥର ଦକ୍ଷିଣମୋଡ଼
ପୁରୀ: ପବିତ୍ର ହେରାପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ନେବାକୁ ଆସିଥିଲେ। ହେଲେ ମହାପ୍ରଭୁ ସାଥୀରେ ନ ଯିବାରୁ ଅଭିମାନ କରି ଚାଲିଗଲେ ଲକ୍ଷ୍ମୀ ସାଆନ୍ତାଣୀ। ପ୍ରାଣପ୍ରିୟାଙ୍କ ମନ କଥା ଜାଣିପାରି ଏବେ ବଡ଼ଦେଉଳକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଶ୍ୱନିୟନ୍ତା। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିଲାଗି ପରମ୍ପରା ଅନୁଯାୟୀ ବୁଧବାର ତିନିରଥର ଦକ୍ଷିଣ ମୋଡ଼ କରାଯାଉଥିଲା। ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ହୋଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ହେଲେ ନୀତି ବିଳମ୍ବ ଯୋଗୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିପାରି ନାହିଁ। ଗୁରୁବାର ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ମଧ୍ୟାହ୍ନ ସାଢେ଼ ୧୨ଟାରେ ଆଜ୍ଞାମାଳ ବିଜେ ହେବା ଲାଗି ସମୟ ନିର୍ଘଣ୍ଟ ହୋଇଥିଲା। ହେଲେ ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା।
ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଆଡ଼ପଣ୍ଡପରେ ଅବସ୍ଥାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ଚାଲିଛି। ମଙ୍ଗଳବାର ହେରାପଞ୍ଚମୀ ନୀତି ବିଳମ୍ବ ହୋଇଥିଲା। ତେଣୁ ବୁଧବାର ସକାଳ ୭ଟା ୫୫ରେ ମଙ୍ଗଳ ଆଳତି ହୋଇଥିଲା। ସକାଳ ୯ଟା ୪୫ରେ ଅବକାଶ ନୀତି ବଢ଼ିବା ପରେ ସାହାଣମେଲା ଦର୍ଶନ ହୋଇଥିଲା। ପରେ ଦ୍ୱାରପାଳ ପୂଜା ଶେଷ ହୋଇ ଅପରାହ୍ନ ୧ଟାରେ ସକାଳ ଧୂପ ଓ ଭୋଗମଣ୍ଡପ ଉଠିବା ପରେ ୨ଟାରେ ଆଜ୍ଞାମାଳ ବିଜେ ହୋଇଥିଲା। ତିନିଠାକୁରଙ୍କ ଆଜ୍ଞାମାଳ ନେଇ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ରଥ ପାଖକୁ ଆସିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଥିବା ତିନିରଥକୁ ବାହୁଡ଼ା ବିଜେ ଲାଗି ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ, ଘଣ୍ଟଘଣ୍ଟା ବାଜିବା ପରେ ଦେବଦଳନ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା। ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡ଼ି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇପାଶ୍ୱର୍ରେ ଦକ୍ଷିଣ ମୋଡ଼ ପାଇଁ ବାଲି ପକାଯାଇଥିଲା। ପୁଲିସ କର୍ମଚାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେବଦଳନ ରଥକୁ ଟାଣି ନେଇଥିଲେ। ସେଠାରେ ରଥକୁ ବୁଲାଯାଇ ନାକଚଣା ଦ୍ୱାରକୁ ଅଣାଯାଇଥିଲା। ପ୍ରଥମେ ଦେବଦଳନ ରଥ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଥିଲା। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ଼ ୬ଟା ସୁଦ୍ଧା ନାକଚଣା ଦ୍ୱାରରେ ପହଞ୍ଚିଥିଲା। ତେବେ ଅସରାଏ ବର୍ଷା ଏବଂ ସନ୍ଧ୍ୟା ହୋଇଯିବାରୁ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ପାରିନାହିଁ। ଗୁରୁବାର ସକାଳ ୯ଟାରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ। ଏନେଇ ୩ରଥର ସଜଡ଼ା ବା ମରାମତି କାର୍ଯ୍ୟ ଶେଷ ହୋଇଛି। ଏଠାରେ ରଥ ଦକ୍ଷିଣମୋଡ କାର୍ଯ୍ୟକ୍ରମରେ ରଥକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି। ଆଜି ପୂର୍ବାହ୍ଣ ୯ଟାରେ ତିନିଦିଅଁଙ୍କର ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଦିଅଁ ରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି। ଭକ୍ତ ଗଣ ଧାଡିରେ ଯାଇ ଦର୍ଶନ କରୁଛନ୍ତି। ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ତାପରେ ଅଢ଼େଇଟାରୁ ଅଁଳାଭେଟି, ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ ବୋଲି ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ପାଖରୁ ଜଣାପଡିଛି। ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ। ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ। ବୁଧବାର ଅନ୍ତିମ ଦିନରେ ସୁଭଦ୍ରା ରଥ ସହି ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ।
ଅନୁରୂପ ସାନ ଜଗନ୍ନାଥ ମହାପ୍ରଭୁଙ୍କର ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ। ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ। ଅପରପକ୍ଷରେ ବଡ଼ଦାଣ୍ଡ ସମେତ ସହରରେ ରଥଯାତ୍ରା ମେଳାରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ସମାଗମ଼ ଲାଗିରହିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ଛୁଟିଦିନ ପାଇଁ ସିନେମା ହଲ ସର୍କସ ଓ ଦୋଳି ତଥା ମେଳା ପଡିଆରେ ଭିଡ ଲାଗିଛି।