Taliban - The Sakala

କାବୁଲ ହସ୍ପିଟାଲ ଉପରେ ପାକିସ୍ତାନର ବର୍ବର ଏୟାରଷ୍ଟ୍ରାଇକ: ୪୦୦ ମୃତ, କଡ଼ା ନିନ୍ଦା କଲା ଭାରତ
ନୂଆଦିଲ୍ଲୀ: କାବୁଲର ଓମିଡ୍ ନିଶା ନିବାରଣ କେନ୍ଦ୍ର ଉପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ଭାରତ କଡ଼ା ନିନ୍ଦା କରିଛି। ଏହି ଆକ୍ରମଣକୁ ଭାରତ 'ବର୍ବର' ଏବଂ 'କାପୁରୁଷୋଚିତ ତଥା ଅବିବେକୀ କାର୍ଯ୍ୟ' ବୋଲି ଅଭିହିତ କରିଛି। ଏହି ଆକ୍ରମଣରେ ଅତିକମରେ ୪୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ, କାବୁଲରେ ଥିବା ଏକ ଡାକ୍ତରଖାନା ଉପରେ ଏଭଳି ବର୍ବର ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ। ଏହା କୌଣସି ସାମରିକ ଲକ୍ଷ୍ୟ ନୁହେଁ ବରଂ ଏକ ଗଣହତ୍ୟା ଅଟେ, ଯାହାକୁ ପାକିସ୍ତାନ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ରୂପ ଦେବାକୁ ଚେଷ୍ଟା କରୁଛି। ଏହା ସହିତ ଏହି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଏକ ବଡ଼ ଆକ୍ରମଣ ବୋଲି ଭାରତ କହିଛି। ଏହା କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି।

ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ପବିତ୍ର ରମଜାନ ମାସରେ ଏଭଳି ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ। ରମଜାନ ଶାନ୍ତି ଏବଂ ଦୟାର ସମୟ ହୋଇଥିବା ବେଳେ ଡାକ୍ତରଖାନା ଉପରେ ଆକ୍ରମଣ କରିବା କୌଣସି ଧର୍ମ, ନିୟମ କିମ୍ବା ନୈତିକତା ଆଧାରରେ ଗ୍ରହଣୀୟ ନୁହେଁ। ଅନ୍ତର୍ଜାତୀୟ ସମୁଦାୟ ଏହି ଅପରାଧିକ କାର୍ଯ୍ୟ ପାଇଁ ଦୋଷୀମାନଙ୍କୁ ଉତ୍ତରଦାୟୀ କରିବା ସହ ତୁରନ୍ତ ଏଭଳି ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଏହି ଅବସରରେ ଭାରତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛି।

ତାଲିବାନ ସରକାରଙ୍କ ଉପ-ମୁଖପାତ୍ର ମୁଲ୍ଲା ହମଦୁଲ୍ଲା ଫିତରତ ସୂଚନା ଦେଇଛନ୍ତି ଯେ, ସୋମବାର ରାତି ପ୍ରାୟ ୯ଟା ସମୟରେ ୨୦୦୦ ଶଯ୍ୟା ବିଶିଷ୍ଟ ଉମିଦ୍ ଡାକ୍ତରଖାନା ଉପରେ ପାକିସ୍ତାନ ବୋମା ମାଡ଼ କରିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଜାତିସଂଘର ମାନବାଧିକାର ପରିଷଦର ସ୍ୱତନ୍ତ୍ର ରିପୋର୍ଟର ରିଚାର୍ଡ ବେନେଟ୍ ଏବଂ ପୂର୍ବତନ ଆଫଗାନ ଶାନ୍ତି ବୁଝାମଣାକାରୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି।

ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ; ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି ଲୋକେ
କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ ଥରୁଟିଏ ବି ଖାଇବାକୁ ମିଳୁନାହିଁ। ଶିଶୁ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଭୋକର ଜ୍ବାଳାରେ ସେମାନଙ୍କୁ ନିଦ ହେଉନାହିଁ। ଏଥିଯୋଗୁଁ ଲୋକେ ବାଧ୍ୟ ହୋଇ ପିଲାଙ୍କୁ ନିଦ ବଟିକା ଖୁଆଇ ଶୁଆଉଛନ୍ତି। ଅନେକ ଲୋକେ ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି। ତାଲିବାନ ଲୋକଙ୍କୁ ଏବଂ ସେମାନଙ୍କ ଅଧିକାରକୁ ଅଣଦେଖା କରିବାରେ ଲାଗିଛି। ତାଲିବାନ କବ୍‌ଜା ପରଠାରୁ ଦେଶକୁ ବିଦେଶୀ ସହାୟତା ମିଳିପାରୁନାହିଁ।

ଆଫଗନିସ୍ତାନର ତୃତୀୟ ବୃହତ ସହର ହେରାତ୍‌ର ମାଟି ଘରେ ଅନେକ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ସ୍ଥାନୀୟ ଅଧିବାସୀଙ୍କ ଅନୁୟାୟୀ ଖାଦ୍ୟ ମିଲୁ ନ ଥିବାରୁ ମାସକୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଛି। ପିଲାଛୁଆ ଭୋକରେ ଆଉଟପାଉଟୁ ହେଉଛନ୍ତି। ସାରାରାତି ଶୋଇ ନ ପାରି କାନ୍ଦୁଛନ୍ତି। ଫଳରେ ସେମାନେ ନିଦ ଔଷଧ ଦେଇ ପିଲାଙ୍କୁ ଶୁଆଉଛନ୍ତି। ଗୁଲାନ ହଜରତ ନିଜର ବର୍ଷକର ଶିଶୁକୁ ମଧ୍ୟ ଏହି ଔଷଧ ଖାଇବାକୁ ଦେଉଛନ୍ତି। ତେବେ ଡାକ୍ତରଙ୍କ ଅନୁଯାୟୀ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥାଏ। ଏହାକୁ ନିୟମିତ ଖାଇବାକୁ ଦିଆଯାଇପାରିବ ନାହିଁ। ସବୁବେଳେ ଖାଇଲେ ଲିଭର ଖରାପ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ ଖାଦ୍ୟ ସଙ୍କଟ ଯୋଗୁଁ ବିବାହ ନାମରେ କମ୍‌ ବୟସର ଶିଶୁକନ୍ୟାଙ୍କୁ ବିକ୍ରି କରାଯାଉଛି। ୫୦ ହଜାରରୁ ୨ ଲକ୍ଷ ଟଙ୍କାରେ ଝିଅଙ୍କୁ ବିକାଯାଉଛି। ପାହିମାଙ୍କ ଅନୁଯାୟୀ ତାଙ୍କ ପତି ୬ ବର୍ଷ ଏବଂ ଦେଢ଼ ବର୍ଷର ଝିଅକୁ ୩୩୫୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା)ରେ ବିକି ଦେଇଛନ୍ତି। ଏହି ଅର୍ଥ ମଧ୍ୟ ଏକାଥରକେ ଦିଆଯାଉନାହିଁ। ଏହି ସବୁ ସମସ୍ୟାରୁ ତାଲିବାନ ହାତ ପୋଛି ନେଇଛି। ଅଧିକାରୀଙ୍କ ଅନୁଯାୟୀ ଏଥିପାଇଁ ସରକାର ନୁହେଁ, ଖରାପ ଅର୍ଥବ୍ୟବସ୍ଥା ଦାୟୀ। ଆମେରିକା ବିଦେଶରେ ଥିବା ଅର୍ଥ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି ପ୍ରମାଣରେ ସରକାରଙ୍କ ବିରୋଧରେ କହିଲେ ମିଳିବ ଦଣ୍ଡ
କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ ଅନ୍ୟ କୌଣସି ସାମଗ୍ରୀକୁ ସମାଲୋଚନା କରିପାରିବେ ନାହିଁ। ତାଲିବାନ ସୈନିକଙ୍କୁ ଛୁଇଁଲେ, ପୋଷାକ ଟାଣିଲେ କିମ୍ବା ଖରାପ ବ୍ୟବହାର କଲେ ଦଣ୍ଡ ଦିଆଯିବ। ତାଲିବାନ ପ୍ରବକ୍ତା ଜବିଉହ୍ଲା ମୁଜାହିଦ ଏହାକୁ ‘ସରିଆ ଦାୟିତ୍ୱ’ କହିଛି। ତାଲିବାନର ଏହି ନିର୍ଦ୍ଦେଶକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଏହା ବିରୋଧରେ ‘ତାଲିବାନ ସରକାର ନିଷିଦ୍ଧ କର’ ହାସ ଟ୍ୟାଗ୍‌ ବ୍ୟବହାର କରାଯାଉଛି।

ତାଲିବାନ୍‌ର ଅଜବ ନୀତି: ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ଖାଇପାରିବେନି ପୁରୁଷ
କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରଠାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଛି। ଲୋକେ ଭୟଭୀତ ହୋଇ କାଳତିପାତ କରୁଛନ୍ତି। ତାଲିବାନ ସରକାର ପ୍ରତିଦିନ ନୂଆ ନୂଆ ନିର୍ଦ୍ଦେଶ ଜାରି କରି ଲୋକଙ୍କୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି। ଏବେ ରେସ୍ତୋରାଁରେ ପତିପତ୍ନୀଙ୍କ ଏକାଠି ଭୋଜନ ଉପରେ କଟକଣା ଲଗାଇ ଦିଆଯାଇଛି। ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରଦେଶରେ ଏହି କଟକଣା ଲଗାଯାଇଛି। ପୁରୁଷମାନେ ଫ୍ୟାମିଲି ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ବସି ଭୋଜନ କରିପାରିବେ ନାହିଁ। ପୁରୁଷ ଏବଂ ମହିଳା ଏକାଠି ହୋଇ ପାର୍କ ମଧ୍ୟ ଯାଇପାରିବେ ନାହିଁ। ସଦାଚାର ପ୍ରଚାରପ୍ରସାର ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ମନ୍ତ୍ରାଳୟ ଅଧିକାରୀ ରିଆଜୁଲାହ ସିରତ କହିଛନ୍ତି ଯେ ପୁରୁଷ ଏବଂ ମହିଳାଙ୍କୁ ଅଲଗା ଅଲଗା ଦିନ ପାର୍କ ଯିବାକୁ କୁହାଯାଇଛି। ଗୁରୁବାର, ଶୁକ୍ରବାର, ଶନିବାର ମହିଳା ଏବଂ ରବିବାର, ସୋମବାର, ମଙ୍ଗଳବାର, ବୁଧବାର ପୁରୁଷମାନେ ପାର୍କକୁ ଯାଇପାରିବେ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏଥିରେ ଦିନକରେ ପୁରୁଷ ଏବଂ ମହିଳା ଏକାଠି ହୋଇ ମନୋରଞ୍ଜନ ପାର୍କ ଯିବାରେ କଟକଣା ଲଗାଯାଇଥିଲା। ତାଲିବାନ ଶାସନରେ ମହିଳାଙ୍କ ଉପରେ ସର୍ବାଧିକ କଟକଣା ଲଗା ଗଲାଣି।

ଭାରତ ଆଡକୁ ଢଳୁଛି ତାଲିବାନ ! ଆଫାଗାନିସ୍ତାନ ସ୍ଥିତିରେ ପରିବର୍ତ୍ତନ ପାଇଁ ଭାରତର ଭୂମିକାକୁ ନେଇ ଆଶାବାଦୀ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅସରଫ ଘନି ସରକାରର ପତନ ପରେ ସେଠାରେ ତାଲିବାନ ନେତୃତ୍ବରେ ଏକ ସମାବେଶୀ ସରକାର ପ୍ରତିଷ୍ଠା ହେବା ସହିତ ସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଇଥିଲା। ଏ ସମ୍ପର୍କରେ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ଆଲୋଚନା ବେଳେ ତାଲିବାନ ନେତାମାନେ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଲିବାନ ସରକାର କ୍ଷମତାସୀନ ହେବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ଆଫଗାନିସ୍ତାନ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନାହିଁ । ବରଂ ସାମାଜିକ ଏବଂ ଆର୍ଥିକ ସ୍ଥିତି ଦିନକୁ ଦିନ ଆହୁରି ବେହାଲ ହେବାରେ ଲାଗିଛି। ଏଭଳି ସ୍ଥିତିରେ ତାଲିବାନ ସରକାର ଭାରତ ଆଡକୁ ଢଳୁଥିବା ଏବଂ ଆଫାଗାନିସ୍ତାନ ସ୍ଥିତିରେ ପରିବର୍ତ୍ତନ ପାଇଁ ଭାରତର ଭୂମିକା ପ୍ରତି ଏହି ସରକାରର ପ୍ରତ୍ୟୟ ବଢିବା ଏବେ ଅନୁଭବ କରାଯାଉଛି ।

ବର୍ତ୍ତମାନ ତାଲିବାନ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି ଆନ୍ତର୍ଜାତିକ ସମୁଦାୟର ସ୍ବୀକୃତି । ଏହି ସରକାରକୁ ବର୍ତ୍ତମାନ ସୁଦ୍ଧା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିପାରି ନଥିବାରୁ ଆଇଏମଏଫ, ବିଶ୍ବ ବ୍ୟାଙ୍କ କିମ୍ବା ଏସୀୟ ଉନ୍ନୟନ ବ୍ୟାଙ୍କ ଭଳି ଆନ୍ତର୍ଜାତିକ ସ୍ତରର ପାଣ୍ଠି ଯୋଗାଣକାରୀ ସଂସ୍ଥା ଅର୍ଥ ସହାୟତା ଦେବାକୁ ନାରାଜ। ଯାହାକୁ ନେଇ ଆଫାଗାନିସ୍ତାନ ସରକାରୀ କୋଷାଗାର ଫାଙ୍କା ହୋଇପଡ଼ିବା ସହିତ ଦାରିଦ୍ର୍ୟ ଏବଂ ଖାଦ୍ୟାଭାବ ଭଳି ସମସ୍ୟା ମୁଣ୍ଡ ଟେକିଛି। ଏହି ସମୟରେ ପାକିସ୍ତାନ ଏବଂ ଚୀନ୍ ଭଳି ରାଷ୍ଟ୍ର ଓ ଆଫାଗାନିସ୍ତାନରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ଭାରତର ଆଭିମୁଖ୍ୟ ଏଦିଗରେ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ପୂର୍ବରୁ ସେଠାକାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ବେଳେ ତାଲିବାନ ନେତୃତ୍ବ ସରକାର ସମୟରେ ଯେଭଳି ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରୁହେ ଏବଂ ଆଫଗାନିସ୍ତାନ ବିକାଶ ଆଡକୁ ମୁହାଁଏ , ସେଥିପାଇଁ ଭାରତ ସରକାର ସବୁ ବେଳେ ଉଦ୍ୟମ କରି ଆସିଛନ୍ତି। ଆଉ ଭାରତର ଏହି ଆଭିମୁଖ୍ୟକୁ ମଧ୍ୟ ତାଲିବାନ ସରକାର ଠିକଣା ଭାବେ ହୃଦୟଙ୍ଗମ କରିଛି। ଯାହାର ପ୍ରତିଫଳନ ଘଟିଛି ଭାରତ ନେତୃତ୍ବରେ ଅନୁଷ୍ଠିତ ଆଞ୍ଚଳିକ ସୁରକ୍ଷା ବୈଠକ ସମୟରେ ।

ଗତ ବୁଧବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ବରେ ରୁଷ, ଇରାନ ସମେତ କିର୍ଗିଜସ୍ତାନ, ଉଜବେକିସ୍ତାନ ଏବଂ ତୁର୍କୀସ୍ତାନ ଭଳି ୫ଟି କେନ୍ଦ୍ର ଏସୀୟ ରାଷ୍ଟ୍ରର ଏନଏସଏ ଯୋଗ ଦେଇଥିଲା ବେଳେ ଆଫଗାନିସ୍ତାନରେ ଆତଙ୍କବାଦ ବନ୍ଦ କରିବା ଏବଂ ସେଠାକାର ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ପଦକ୍ଷେପ ନେବା ଦିଗରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପାକିସ୍ତାନ ଏବଂ ଚୀନକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭିନ୍ନ ଆଳ ଦେଖାଇ ଯୋଗ ଦେଇ ନଥିଲେ। ହେଲେ ଏହାର ଠିକ୍ ପରଦିନ ଅର୍ଥାତ ଗୁରୁବାର ଇସଲାମାବାଦରେ ଅନୁଷ୍ଠିତ ‘ଟ୍ରଏକା’ ବୈଠକରେ ଆମେରିକା ସମେତ ଚୀନ୍, ରୁଷ, ଆଫାଗାନିସ୍ତାନ ଏବଂ ପାକିସ୍ତାନ ଯୋଗ ଦେଇଥିଲେ।

ହେଲେ ଏହି ବୈଠକର ନିର୍ଯ୍ୟାସ ସମ୍ପର୍କରେ ତାଲିବାନ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନଥିବା ବେଳେ ଭାରତରେ ଅନୁଷ୍ଠିତ ବୈଠକକୁ ନେଇ ତାଲିବାନ ଆଶାବାଦୀ ରହିଛି ବୋଲି ଏହାର ପ୍ରବକ୍ତା ତଥା ଉପ ସୂଚନା ମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ କହିଛନ୍ତି। ବର୍ତ୍ତମାନ ତାଲିବାନ ସରକାରକୁ ଆଇଏସ୍ (ଖୋରା ସାନ) ସଂଗଠନ ସହିତ ଅନ୍ୟ ବହୁ ଆଞ୍ଚଳିକ ଗୋଷ୍ଠୀ ବିରୋଧ କରୁଥିବା ବେଳେ ସେଠାରେ ଆତଙ୍କବାଦ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ସରକାରରେ ସିଂହ ଭାଗ ଅକ୍ତିଆର କରିଥିବା ହକ୍କାନୀ ନେଟୱର୍କକୁ ହାତବାରିସ କରି ପାକିସ୍ତାନ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ତାଲିବାନ ନେତାମାନେ ବୁଝିପାରିଛନ୍ତି। ହେଲେ ଆଫଗାନ୍ ମାଟିରେ ଆତଙ୍କବାଦକୁ ପ୍ରଶୟ ନ ଦେବାକୁ ଭାରତ ମୂଳରୁ ହିଁ ଉଦ୍ୟମ କରି ଆସୁଛି। ଦିଲ୍ଲୀ ବୈଠକରେ ଏହି ପ୍ରସଙ୍ଗ ହିଁ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ରହିଥିବା ବେଳେ ଏହାକୁ ତାଲିବାନ ବୁଝି ପାରିଛି ଏବଂ ଭାରତର ନେତୃତ୍ବ ପ୍ରତି ଅଧିକ ଆଶାବାଦୀ ରହିଥିବା କୁହାଯାଉଛି।

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା ଉପରେ ନୂଆ କଟକଣା ଲାଗୁକଲେ ତାଲିବାନ ସରକାର
କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ ପୁରୁଷ ମାନଙ୍କ ଉପରେ ଟାର୍ଗେଟ କରିଛନ୍ତି। ତାଲିବାନ ସରକାର ପୁରୁଷମାନଙ୍କ ଦାଢି ଓ ଚୁଟି କଟା ଉପରେ କଟକଣା ଲଗାଇଛନ୍ତି।

ଏଣିକି ଆଫଗାନର ପୁରୁଷମାନେ ଚୁଟି କିମ୍ବା ଦାଢି କାଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ତାଲିବାନ ସରକାର । ଆଫଗାନିସ୍ତାନର ଦକ୍ଷିଣ ଉପତ୍ୟକା ଅଞ୍ଚଳ ହେଲମଣ୍ଡରେ ଦେଖିବାକୁ ମିଳିଛି ତାଲିବାନର ଏହି ଅଜବ ଆଇନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । କେଶ କାଟିବା ଉପରେ ବି କଟକଣା ରହିଛି। ଯଦି କେଶ କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । କେଶ କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ନାପିତ(ବାରିକ)ଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।

ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି। ଏପରିକି ଜମିରେ ହୋଇଥିବା ସେମାନଙ୍କ ଫସଲକୁ ଲୁଟି ନେଉଛନ୍ତି ତାଲିବାନୀ।

ସୂଚନାଯୋଗ୍ୟ ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କ୍ଲିନ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଗାନିସ୍ତାନକୁ ଫେରିଛି।

ଆଫଗାନିସ୍ତାନରେ ଦାରିଦ୍ର୍ୟର କରୁଣ ପରିଣତି; ଅଭାବରୁ ପିଲା ବିକୁଛନ୍ତି ବାପା ମାଆ, ଖୋଲା ବଜାରରେ ଡକାଯାଉଛି ନିଲାମ
କାବୁଲ: ତାଲିବାନ କ୍ଷମତାକୁ ଫେରିବା ପରେ ଆଫଗାନିସ୍ତାନର ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଲୋକେ ସେଠାରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏକ ମାସ ଭିତରେ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କେବଳ ସାମାଜିକ ନୁହେଁ ଲୋକେ ଆର୍ଥିକ ଦୃଷ୍ଟିରୁ ବେଶ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ଦିନକୁ ଦୁଇ ଓଳି ଖାଇବାକୁ ମିଳୁ ନ ଥିବା ଆଫଗାନିସ୍ତାନରେ ଏବେ ଲୋକଙ୍କୁ ଓଳିଏ ଖାଇ ଦଣ୍ଡେ ଜିଇଁବା ପାଇଁ ସଂଘର୍ଷ କରିବାକୁ ପଡୁଛି। ମାତ୍ର କିଛି ଦିନ ମଧ୍ୟରେ ରୋଜଗାରର ସବୁ ମାଧ୍ୟମ ବନ୍ଦ ହୋଇଯିବା ପରେ ବଞ୍ଚିବା ପାଇଁ ସବୁ ସମ୍ପତ୍ତି ବିକ୍ରି କରି ଚାଲୁଥିବା ଆଫଗାନବାସୀଙ୍କ ନିକଟରେ ଏବେ ପରିବାର ଚଳାଇବା ପାଇଁ ଆଉ କୌଣସି ବିକଳ୍ପ ନାହିଁ । ଶେଷରେ ଆଫଗାନୀ ସହରର ହାଟ ବଜାରରେ ବାପାମାଆ ନିଜ ପିଲାଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଜଧାନୀ କାବୁଲରେ, ଯେଉଁଠାରେ ପରିବାର ଚଲାଇବା ପାଇଁ ବାପାମାଆ ଖୋଲା ବଜାରରେ ପିଲାଙ୍କୁ ବିକ୍ରି କରୁଛନ୍ତି। ଏହାର ଏକ ଭିଡିଓ ସୋସିଆଲ ଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଜଣେ ଆଫଗାନ ସାମ୍ବାଦିକ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଦୁଃଖଦ ଦୃଶ୍ୟ ଆଫଗାନର। ଲୋକ ଗରିବି ଯୋଗୁଁ ନିଜ ଶିଶୁଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନିଜ କୋଳରେ ଶିଶକୁ ଏବଂ ହାତରେ ଶିଶୁ କନ୍ୟାଙ୍କୁ ଧରିଛନ୍ତି। ସେ ନିଜ ଭାଷାରେ କିଛି କହୁଥିବା ଶୁଣାଯାଉଛି। ଜଣେ ମହିଳା ତଳେ ବୁର୍ଖା ପିନ୍ଧି ବସିଛନ୍ତି। ସେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଭଳି ଲାଗୁଛନ୍ତି। ପରେ ବ୍ୟକ୍ତି ଜଣଙ୍କ ଶିଶୁକୁ ନିଜ ପତ୍ନୀଙ୍କୁ ଦେଉଛନ୍ତି। ଏହି ଭିଡିଓ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ପୂର୍ବରୁ ଆଫଗାନ ଅନାହାର ମୃତ୍ୟୁ ନେଇ ଆଶଙ୍କା ପ୍ରକଟ କରିଥିଲା ।

କ୍ଷମତା ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ସର୍ବୋଚ୍ଚ ନେତା ଅଖୁଣ୍ଡଜାଦାଙ୍କୁ ହତ୍ୟା ଏବଂ ମୁଲ୍ଲା ବରାଦରଙ୍କୁ ବନ୍ଧକ !
କାବୁଲ: ଆଫଗାନିସ୍ତାନ ଦଖଲ ପରେ ନେତୃତ୍ୱ ପାଇଁ ତାଲିବାନୀମାନଙ୍କ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂଘର୍ଷ । କ୍ଷମତା ପାଇଁ ନିଜନିଜ ମଧ୍ୟରେ ହଣାକଟା ଆରାମହାରୁ ଲାଗିରହିଥିବା ସୂଚନା ମିଳୁଛି । କ୍ଷମତା ଦାଖଲ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ବ୍ରିଟିଶ ମାଗାଜିନର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କୁ ହତ୍ୟା କରାଯିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି । କ୍ଷମତା ପାଇଁ ହକ୍କାନି ଗୋଷ୍ଠୀ ସହ ଏହି ସଂଘର୍ଷରେ ମୁଲ୍ଲା ବରାଦରଙ୍କୁ ସବୁଠୁ ବେଶି ଝଟକା ଲାଗିଛି ।

ସରକାର ଗଠନ କରିବାକୁ ନେଇ ତାଲିବାନ ଭିତରେ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ ଅନ୍ୟପଟେ ରହିଛି ହକ୍କାନୀ ନେଟୱର୍କ ଯିଏ କି ସଂପୂର୍ଣ୍ଣ ଭାବେ ପାକ୍‌ କଥାରେ ପରିଚାଳିତ ହୋଇଥାଏ। ହକ୍କାନୀ ନେଟୱର୍କର ସଂଗଠନକୁ ଆମେରିକା ପକ୍ଷରୁ ଆତଙ୍କୀର ମାନ୍ୟତା ମିଳିଛି ।

ବ୍ରିଟେନର ଉକ୍ତ ମାଗାଜିନ୍ ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବରରେ ତାଲିବାନର ଉଭୟ ଗୋଷ୍ଠୀଙ୍କ ଏକ ବୈଠକ ହୋଇଥିଲା । ଏଥିରେ ହକ୍କାନି ନେତା ଖଲିଲ-ଉଲ-ରହମାନ ହକ୍କାନି ତାଙ୍କ ଚେୟାରରୁ ଉଠିପଡ଼ି ହଠାତ୍ ବରାଦରଙ୍କୁ ପିଟିବା ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ସମୁଦାୟର ମାନ୍ୟତା ପାଇବା ପାଇଁ ଅଣ-ତାଲିବାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ କ୍ୟାବିନେଟରେ ସାମିଲ କରିବାକୁ ବରାଦର କ୍ରମାଗତ ଭାବେ ତାଲିବାନ ସରକାରଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ହକ୍କାନି ଗୋଷ୍ଠୀ ବରାଦରଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା ।

ଏହାକୁ ନେଇ ଝଗଡ଼ା ପରେ ବରାଦର କିଛି ଦିନ ନିଖୋଜ ଥିଲେ ଏବଂ ଏବେ ତାଙ୍କୁ ପୁଣି ଥରେ କାନ୍ଦାହାରରେ ଦେଖିବାକୁ ମିଳିଛି | ରିପୋର୍ଟ ଅନୁଯାୟୀ, ବରାଦର କିଛି ଆଦିବାସୀ ନେତାଙ୍କୁ ଭେଟିଛନ୍ତି, ଯାହାର ସମର୍ଥନ ତାଙ୍କୁ ମଧ୍ୟ ମିଳିଛି। ତେବେ ବରାଦରଙ୍କୁ ଚାପ ପକାଇ ତାଙ୍କ ମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରାଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ଭିଡିଓ ବାର୍ତ୍ତାରୁ ବରାଦରଙ୍କୁ ବନ୍ଧକ ରଖାଯାଇଥିବା ସଙ୍କେତ ମିଳୁଛି।

ଆଫଗାନିସ୍ତାନରେ ‘ଆଇପିଏଲ୍‌’ ପ୍ରସାରଣ ବ୍ୟାନ୍‌ କଲା ତାଲିବାନ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କାବୁଲ : ଆରମ୍ଭ ହୋଇସାରିଛି ଫଟାଫଟ୍‌ କିକ୍ରେଟ ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ । ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି।  ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ ‘ଆଇପିଏଲ୍‌ ୨୦୨୧’ ପ୍ରସାରଣ ବ୍ୟାନ୍‌ କରିଛି ତାଲିବାନ । ଯାହା ଫଳରେ ଆଫଗାନିସ୍ତାନର  ହଜାର ହଜାର କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌ର ମଜା ଉଠାଇ ପାରିବେ ନାହିଁ କି ତାଙ୍କ ପସନ୍ଦର କ୍ରିଡାବିତ୍‌ଙ୍କ ଖେଳ ଦେଖିପାରିବେ ନାହିଁ।

ତେବେ ଆଫଗାନିସ୍ତାନରେ ଆଇପିଏଲ ୨୦୨୧ କଣ ପାଇଁ ବ୍ୟାନ୍‌ କରାଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ସମ୍ଭାବ୍ୟ ଆଇପିଏଲ ‘ଇସଲାମ ବିରୋଧୀ କଣ୍ଟେଟ୍‌’ ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣ ଉପରେ ରୋକ୍‌ ଲଗାଇଛି ତାଲିବାନ । ମ୍ୟାଚ୍‌ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍‌ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍‌ ମ୍ୟାଚ୍‌ ପ୍ରସାରଣ ହେବ ନାହିଁ।

ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡର ପୂର୍ବତନ ଗଣମାଧ୍ୟମ ପରିଚାଳକ ତଥା ସାମ୍ବାଦିକ ଏମ୍‌. ଇବ୍ରାହିମ୍‌ ମୋମାନ୍ଦ କରିଥିବା ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ଝିଅମାନଙ୍କ ନୃତ୍ୟ, କେଶ ସଳଖିଥିବା ନାରୀଙ୍କ ଉପସ୍ଥିତି ଭଳି ସମ୍ଭାବ୍ୟ ଇସ୍‌ଲାମ୍‌-ବିରୋଧୀ ଆଧେୟ ଥିବାରୁ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌ ଅଫ୍ ଦି ତାଲିବାନ୍‌’ରେ ‘ଆଇପିଏଲ୍‌’ ପ୍ରସାରଣ ନିଷେଧ କରାଯାଇଛି।

Afghanistan national 📻 📺 will not broadcast the @IPL as usual as it was reportedly banned to live the matches resumed tonight due to possible anti-islam contents, girls dancing & the attendence of barred hair women in the 🏟️ by Islamic Emirates of the Taliban. #CSKvMI pic.twitter.com/dmPZ3rrKn6

— M.ibrahim Momand (@IbrahimReporter) September 19, 2021

ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍‌ରେ ଆଫଗାନିସ୍ତାନର ରାଶିଦ ଖାନ୍‌ ଏବଂ ମହୋମ୍ମଦ ନବି ଭଳି ଖେଳାଳିମାନେ ମଧ୍ୟ ଭାଗ ନେଇଛନ୍ତି। ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ବେଳେ ଏହି ଦୁଇ ଖେଳାଳି ଦେଶ ବାହାରେ ଥିଲେ। ବର୍ତ୍ତମାନ ଏହି ଦୁଇ ଖେଳାଳି ୟୁଏଇରେ ଅଛନ୍ତି। ସେପଟେ ପୁରୁଷମାନେ କ୍ରିକେଟ ଖେଳିବା ନେଇ କୌଣସି ଆପତ୍ତି ନଥିବା ପୂର୍ବରୁ ତାଲିବାନ ସ୍ପଷ୍ଟ କରିଛି।ମହିଳାମାନଙ୍କ ପାଇଁ କ୍ରୀଡ଼ା କ୍ଷେତ୍ର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ଡୋଭାଲଙ୍କୁ ଭେଟିଲେ ୩ ରାଷ୍ଟ୍ରର ଗୁଇନ୍ଦା ,ସୁରକ୍ଷା ମୁଖ୍ୟ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି। ବିଶେଷକରି ତାଲିବାନର ଏହି ସରକାରଙ୍କ ଦ୍ବାରା ଆଗାମୀ ଦିନରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଯଥେଷ୍ଟ ରହିଥିଲା ବେଳେ ଏହା ଭାରତ ସମେତ ରୁଷିଆ, କେନ୍ଦ୍ର ଏସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହାବ୍ୟତୀତ ଆଫଗାନ ମାଟିରେ ଆତଙ୍କବାଦ ବଢିଲେ ସେଠାରେ ମାନବବାଦ କ୍ଷୁର୍ଣ୍ଣ ହେବା ସହିତ ରୁଷିଆ ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସମସ୍ୟା ମଧ୍ୟ ଉତ୍କଟ ହୋଇପଡ଼ିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖୀ ଗୋଟିଏ ସପ୍ତାହରେ ଆମେରିକା, ରୁଷିଆ ଏବଂ ବ୍ରିଟେନ ଭଳି ପ୍ରମୁଖ ତିନୋଟି ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାକୁ ନେଇ ଆଫଗାନ ପ୍ରସଙ୍ଗରେ କିଛି ବଡ଼ ସମୀକରଣ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି।

ଗତ ସପ୍ତାହରେ ପ୍ରଥମେ ବ୍ରିଟେନ ଗୁଇନ୍ଦା ସଂସ୍ଥା ଏମଆଇ୬ର ମୁଖ୍ୟ ରିଚାର୍ଡ ମୁର ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ୍‌ ମଧ୍ୟ ଡୋଭାଲଙ୍କ ସମେତ ସୁରକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ବୁଧବାର ରୁଷିଆର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲେ ପତ୍ରୁସେଭ ଡୋଭାଲଙ୍କୁ ଭେଟି ଆପଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ସହିତ ସୁରକ୍ଷାଜନିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ସେବା ଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ପ୍ରତିନିଧି ଆଲୋଚନା କରିଥିଲା ବେଳେ ରାଜନୈତିକ ,ସାମାଜିକ ଏବଂ ଅର୍ଥନୀତି କ୍ଷେତ୍ରର ବିଭିନ୍ନ ଦିଗରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଆଲୋଚନା କରିଥିବା ରୁଷିଆର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଫଗାନ ପ୍ରସଙ୍ଗକୁ ନେଇ ଏହି ତିନୋଟି ରାଷ୍ଟ୍ରଙ୍କ ପକ୍ଷରୁ କି ନୀତି ନିର୍ଦ୍ଧାରଣ କରାଯାଇଛି ସେ ନେଇ କୌଣସି ସ୍ତରରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲେ ହେଁ ସମସ୍ତେ ନୀରବତା ଅବଲମ୍ବନ କରିଛନ୍ତି।

ତେବେ ଆଗାମୀ ଦିନରେ ଆଫଗାନ ମାଟିରୁ ଆତଙ୍କବାଦ ବଢିବାର ସମ୍ଭାବନା ସର୍ବାଧିକ ରହିଥିବାରୁ ଏହି ସମସ୍ତ ରାଷ୍ଟ୍ର ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ କିଛି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବିଶେଷକରି ଆଫଗାନିସ୍ତାନରେ ଏବେ ହଜାର ହଜାର ସଂଖ୍ୟାରେ ପାକିସ୍ତାନୀ ଆତଙ୍କୀଙ୍କ ଉପସ୍ଥିତି ସହିତ ତାଲିବାନ ସରକାରରେ ହକ୍କାନି ନେଟୱର୍କର ପ୍ରାଦୁର୍ଭାବ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ତାଲିବାନୀଙ୍କ ସହିତ ପୂର୍ବ ତୁର୍କସ୍ତାନ ଇସଲାମିକ ମୁଭମେଣ୍ଟ ମଧ୍ୟ କେନ୍ଦ୍ର ଏସିଆରେ ସୁରକ୍ଷାଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖୀ ଭାରତ, ବ୍ରିଟେନ ,ଆମେରିକା ଏବଂ ରୁଷିଆ କିଛି ନିର୍ଦ୍ଦିଷ୍ଟ ନୀତି ଆପଣେଇ ପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆଫଗାନିସ୍ତାନରେ ନୂଆ ସରକାର ଗଠନ କଲା ତାଲିବାନ, ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବେ ପ୍ରଧାନମନ୍ତ୍ରୀ
କାବୁଲ: ପରିଶେଷରେ ତାଲିବାନ ଘୋଷଣା କଲା ନିଜର ନୂଆ ସରକାର । କାବୁଲ ଦଖଲର ତିନି ସପ୍ତାହ ପରେ ଆଫଗାନିସ୍ତାନରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ କରିଛି ତାଲିବାନ । ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ଏକ ନୂତନ ସରକାର ଘୋଷଣା କରିଛି। ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଜାହିଦ ତାଲିବାନୀ ସରକାରର ମନ୍ତ୍ରୀମଣ୍ଡଳ କେମିତି ହେବ, ତା’ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କାମ ଚଳା ସରକାର ଗଠନ କରାଯାଇଛି। ଏହା ସ୍ଥାୟୀ ସରକାର ନୁହେଁ। ସେହିପରି ତାଲିବାନ ସରକାରରେ ମନ୍ତ୍ରୀ ହେଉଥିବା ସବୁ ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ଦୁଇ ଜଣ ଲେଖାଏ ଡେପୁଟି ରହିବେ ବୋଲି ସେ କହିଛନ୍ତି।

ତାଲିବାନୀ ସରକାରରେ ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟ ସଦସ୍ୟମାନେ ହେଲେ :-

ତାଲିବାନୀ ଶାସନର ମୁଖ୍ୟ (ପ୍ରଧାନମନ୍ତ୍ରୀ )- ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ

ଡେପୁଟି ପ୍ରଧାନମନ୍ତ୍ରୀ (୧) – ମୁଲ୍ଲା ବାରଦାର

ଡେପୁଟି ପ୍ରଧାନମନ୍ତ୍ରୀ (୨) – ଅବଦୁଲ ସଲାମ ହାନାଫି

ଗୃହମନ୍ତ୍ରୀ – ସିରାଜୁଦ୍ଦିନ ହକ୍କାନି

ପ୍ରତିରକ୍ଷା ମନ୍ତ୍ରୀ -ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ

ବୈଦେଶିକ ମନ୍ତ୍ରୀ – ମୁଲ୍ଲା ଆମୀର ଖାନ ମୁତ୍ତାକି

ନ୍ୟାୟ ମନ୍ତ୍ରୀ -ଅବଦୁଲ ହକିମ

ଅର୍ଥମନ୍ତ୍ରୀ – ମୁଲ୍ଲା ହିଦୟତୁଲ୍ଲା ବଦ୍ରି

ବୈଦେଶିକ ବ୍ୟାପାର ମନ୍ତ୍ରୀ – ମୌଲଭି ଆମୀର ଖାନ ମୁଟାକ୍କି

ଶିକ୍ଷା ମନ୍ତ୍ରୀ – ଶେଖ ମୌଲଭି ନୁରୁଲ୍ଲା ମୁନିର

ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ – ଖଲିଲୁର ରହମାନ ହକ୍କାନି

ଉପ ବୈଦେଶିକ ମନ୍ତ୍ରୀ – ଶେର ମହମ୍ମଦ ଷ୍ଟାନେକଜାଇ

ସଂସ୍କୃତି ମନ୍ତ୍ରଣାଳୟର ଉପ ମନ୍ତ୍ରୀ – ଜାବୁଲ୍ଲା ମୁଜାହିଦ୍

ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା କର୍ମଚାରୀଙ୍କ ମୁଖ୍ୟ – କାରୀ ଫାସିହୁଦ୍ଦିନ

ସେନା ମୁଖ୍ୟ – ମୁଲ୍ଲା ଫଜଲ ଅଖଣ୍ଡ

ଡେପୁଟି ଚିଫ୍ ଇଣ୍ଟେଲିଜେନ୍ସ – ମଲ୍ଲିକା ତାଜ ମୀର ଜାୱାଦ

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ମୁଖ୍ୟ – ମୁଲ୍ଲା ଅବଦୁଲ୍ ହକ୍ ୱାସିକ

ଆଫଗାନିସ୍ତାନରେ ପାକିସ୍ତାନ ବିରୋଧୀ ସ୍ଲୋଗାନ, ନିଜ ନାଗରିକଙ୍କୁ ଗୁଳିମାଡ କଲା ତାଲିବାନ
କାବୁଲ: ଦିନକୁ ଦିନ ସୀମା ଟପୁଛି ତାଲିବାନୀର ବର୍ବରତା। ନିଜ ଦେଶର ନାଗରିକଙ୍କ ଉପରେ ମଧ୍ଯ ଗୁଳିଚାଳନା କରିବାକୁ ପଛାଉ ନାହିଁ। କାବୁଲରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନକୁ ଦମନ କରିବା ପାଇଁ ତାଲିବାନ ଗୁଳି ଚଳାଇଥିବା ଜଣାପଡ଼ିଛି।  ସୂଚନାନୁସାରେ, ପାକିସ୍ତାନକୁ ବିରୋଧ କରୁଥିବା ଶହଶହ ମହିଳା ଓ ପୁରୁଷ ରାଷ୍ଟ୍ରପତି ଭବନ ଆଡକୁ ଯାଉଥିବା ବେଳେ ତାଲିବାନୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲା। ଏହି ଗୁଳିଚାଳନା ପରେ ଉତ୍ତେଜନା ଦେଖାଦେଇଛି।

Footage posted on social media shows the Taliban firing into the air to disperse protesters.#TOLOnews pic.twitter.com/lj9I4yqr9r

— TOLOnews (@TOLOnews) September 7, 2021

ସୂଚନାଅନୁଯାୟୀ, ମଙ୍ଗଳବାର ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଚାଲିଥିଲା ଏହି ବିକ୍ଷୋଭ ରାଲି ।

ଆସୱାକା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କାବୁଲର ରାଷ୍ଟ୍ରପତି ଭବନ ନିକଟରେ ସେରେନା ହୋଟେଲ ଅଛି। ଏହି ହୋଟଲରେ  ପାକିସ୍ତାନୀ ଗୁପ୍ତଚର ଏଜେନ୍ସିର ମୁଖ୍ୟ ଫୈଜ ହାମିଦ ଏକ ସପ୍ତାହ ହେଲା ରହୁଛନ୍ତି। ଏଥିପାଇଁ ବିକ୍ଷୋଭକାରୀମାନେ ଏହି ହୋଟେଲ ଆଡକୁ ଯାଉଥିଲେ।

ପଞ୍ଜଶୀରରେ ପାକିସ୍ତାନର ଆକ୍ରମଣକୁ ବିରୋଧ କରୁଥିବା ଆଫଗାନିସ୍ତାନ ନାଗରିକମାନେ ଏହି ବିକ୍ଷୋଭ କରୁଛନ୍ତି । ସେହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ଏହି ଗୁଳିମାଡ କରାଯାଇଛି ।