Viral Videos - The Sakala

ନେପାଳରେ ପ୍ରକୃତିର ତାଣ୍ଡବ: ତିବ୍ଦତରୁ ଆସିଲା ବନ୍ୟା ବିପଦ, ରସୁୱା ଏବଂ ଟିମୁରେରେ ବ୍ୟାପକ କ୍ଷୟକ୍ଷତି
ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ତିବ୍ଦତ ପଟୁ ହଠାତ୍ ଆସିଥିବା ଏହି ବନ୍ୟା ଜଳ ସୀମାନ୍ତ ଅଞ୍ଚଳରେ ତାଣ୍ଡବ ରଚିଛି। ବୁଧବାର ସକାଳେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ଘୋର କ୍ଷତି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭୟଙ୍କର ଭିଡିଓରେ ଦେଖିବାକୁ ମିଳିଛି ଯେ ବନ୍ୟା ପାଣି କିପରି ସବୁକିଛି ଧୋଇ ନେଉଛି।

ଟିମୁରେ ଏବଂ ସ୍ୟାପ୍ରୁ ବେସିରେ ବ୍ୟାପକ କ୍ଷୟକ୍ଷତି

ବିଶେଷ କରି ଟିମୁରେ ବଜାର ଏବଂ ସ୍ୟାପ୍ରୁ ବେସି ଅଞ୍ଚଳ ଏହି ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭୋଟେ କୋଶୀ ନଦୀରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଫଳରେ ନେପାଳ ଏବଂ ଚୀନକୁ ସଂଯୋଗ କରୁଥିବା ମୈତ୍ରୀ ସେତୁ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ଏହା ସହିତ କଷ୍ଟମ ୟାର୍ଡରେ ଥିବା ଅନେକ କାର୍ଗୋ କଣ୍ଟେନର ଏବଂ ଇଲେକ୍ଟ୍ରିକ୍ ଯାନ ମଧ୍ୟ ବନ୍ୟା ପାଣିରେ ଭାସି ଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ରାସ୍ତାଘାଟ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଛି।

ଉଦ୍ଧାର କାର୍ଯ୍ୟ ଏବଂ ହାଇ ଆଲର୍ଟ

ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେନା ଏବଂ ପୋଲିସ ବାହିନୀ ସହ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ପ୍ରବଳ ସ୍ରୋତ ଏବଂ ଉଚ୍ଚ ଜଳସ୍ତର କାରଣରୁ ହେଲିକପ୍ଟର ଅବତରଣରେ ସମସ୍ୟା ଦେଖାଦେଉଛି।

ନଦୀ କୂଳିଆ ଲୋକଙ୍କୁ ସତର୍କ ସୂଚନା

ପ୍ରଶାସନ ପକ୍ଷରୁ ତ୍ରିଶୂଳୀ ଏବଂ ଭୋଟେ କୋଶୀ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପୃଥ୍ୱୀ ରାଜପଥ ସମେତ ଅନ୍ୟ ପ୍ରମୁଖ ରାସ୍ତାଗୁଡ଼ିକରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ମୁମ୍ବାଇ ମଡେଲଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣା
ନବରଙ୍ଗପୁର : ସୋସିଆଲ ମିଡିଆରେ ମୁମ୍ବାଇ ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ଜଣେ ଯୁବକଙ୍କୁ ଗିରଫ କରିଛି  ଆଜି ଉମରକୋଟସ୍ଥିତ ପ୍ରଥମ ବିଚାର ବିଭାଗୀୟ ଅଦାଲତରେ ହାଜର କରିବା ପରେ କ୍ରାଇମ ବ୍ରାଞ୍ଚ ଯୁବକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନେଇଥିବା ଜଣାପଡିଛି। ଅଭିଯୁକ୍ତ ଯୁବକ ଜଣକ ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ସଦର ଗ୍ରାମର ସୌରଭ ମଣ୍ଡଳ ବୋଲି ଜଣାପଡିଛିା ଅଭିଯୁକ୍ତ ଜଣକ ଜୟପୁର ବିକ୍ରମଦେଵ କଲେଜର ଯୁକ୍ତ ତିନି ବିଜ୍ଞାନରେ ଅଧ୍ୟୟନରତ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଯୁବକ ଜଣକ ମୁମ୍ବାଇର ଜଣେ ମହିଳା ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଭାଇରାଲ କରିଥିଲୋ ପରବର୍ତ୍ତୀ ସମୟରେ ଉକ୍ତ ମହିଳା ମଡେଲଙ୍କୁ ବ୍ଲାକମେଲ କରି ତାଙ୍କଠାରୁ ଟଙ୍କା ଦାବି କରିଥିଲେ ।

ମହିଳା ମଡେଲ ଜଣକ ଲୋକ ଲଜ୍ଜା ଭୟରେ ଟଙ୍କା ଦେଇଥିଲେ। କିନ୍ତୁ ଯୁବକ ଜଣକ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଟଙ୍କା ଦାବି କରିବା ପରେ ମହିଳା ମଡେଲ ଜଣକ ବ୍ୟତିବ୍ୟସ୍ତ ହୋଇ ସମସ୍ତ ସୋସିଆଲ ମିଡିଆରୁ ନିବୃତ୍ତ ହୋଇଥିଲେ।ଏହାପରେ ମଧ୍ୟ ଯୁବକ ଜଣକ ମହିଳାଙ୍କ ଭାଇଙ୍କ ଠିକଣା ବାହାର କରିବା ସହ ପୁଣି ମହିଳା ମଡେଲଙ୍କୁ ବ୍ଲାକମେଲ କରି ଅର୍ଥ ଦାବି କରିଥିଲେ । ଏନେଇ ମଡେଲଙ୍କ ଭାଇ ମହାରାଷ୍ଟ୍ର ସାଇବର ଥାନାରେ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ ୨୩/୨୧  ଅନୁଯାୟୀ ମାମଲା ରୁଜୁ କରିବା ସହ ଏହାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଏହାପରେ ଏପିଆଇ ଜୟଦୀପ ୟାଦବଙ୍କ ତତ୍ତ୍ବାବଧାନରେ ତିନିଜଣିଆ ଟିମ୍‌ ଉମରକୋଟ ପୁଲିସର ସହାୟତାରେ ଶନିବାର ବିଳମ୍ବିତ ରାତିରେ ଉମରକୋଟ ବ୍ଳକର ସୁନାବେଡ଼ାସ୍ଥିତ ସୌରଭଙ୍କ ଘରୁ ତାଙ୍କୁ ଗିରଫ କରିବା ସହ ସେ  ବ୍ୟବହାର କରୁଥିବା ମୋବାଇଲକୁ ଜବତ କରିଥିଲା । ଏଥିସହ ଉକ୍ତ ମାମଲାରେ ଜଡିତ ଥିବା ସୌରଭଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ମୁମ୍ବାଇରୁ ଗିରଫ କରିଥିବା ସୂଚନା ମିଳିଛି ।