Murder case Odisha - The Sakala

ପାରିବାରିକ କଳହକୁ କେନ୍ଦ୍ରକରି ଶ୍ୱଶୁରକୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ଜ୍ୱାଇଁ
ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ଶ୍ୱଶୁରକୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ଜ୍ୱାଇଁ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ମହୁଲଛାପଲ ଗାଁରେ ଘଟିଛି ଏପରି ହତ୍ୟାକାଣ୍ଡ । ଏଠାରେ ଜଣେ ବ୍ୟକ୍ତି ନିଜ ଶ୍ୱଶୁରକୁ ଏକ କଟୁରୀ ସାହାଯ୍ୟରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ କାଲୋ କଚ୍ଛପ ବୋଲି ଚିହ୍ନଟ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜ୍ୱାଇଁ ଗତ ମଙ୍ଗଳବାର ଦିନ ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ। ପରବର୍ତ୍ତୀ ସମୟରେ କୌଣସି ଏକ ଅଜ୍ଞାତ କାରଣକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି କଳିଝଗଡ଼ା ଉଗ୍ର ରୂପ ନେବା ପରେ, ଅଭିଯୁକ୍ତ ଜ୍ୱାଇଁ ରାଗିଯାଇ ନିଜ ଶ୍ୱଶୁର କାଲୋ କଚ୍ଛପଙ୍କ ଉପରକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ମାରଣାନ୍ତକ ଆକ୍ରମଣ ଫଳରେ ଶ୍ୱଶୁର ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଭୟଙ୍କର ଘଟଣା ଘଟାଇବା ପରେ ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଏବଂ ନିକଟସ୍ଥ ଏକ ଜଙ୍ଗଲରେ ଲୁଚି ରହିଥିଲେ। ଖବର ପାଇ ଗୋବିନ୍ଦପୁର ପୋଲିସ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏବଂ ବୁଧବାର ଦିନ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।