Nuapada District - The Sakala

ଜମି ପଞ୍ଜିକରଣରେ ଅନିୟମିତତା: ନୂଆପଡ଼ାର ୨ ରାଜସ୍ୱ ଅଧିକାରୀ ନିଲମ୍ବିତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଜମି ପଞ୍ଜିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗରେ ରାଜ୍ୟ ସରକାର ଦୁଇ ଜଣ ରାଜସ୍ୱ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀମାନେ ହେଲେ କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଏବଂ ସହକାରୀ ରାଜସ୍ୱ ନିରୀକ୍ଷକ (ARI) ରାମନାଥ ମିଶ୍ର। ମୋଟ ୪.୪୦ ଏକର ଜମି ଜାଲିଆତି ମାମଲାରେ ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଗଷ୍ଟ ୨୫ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ ରୁଲ୍ସ ୧୯୬୨ର ନିୟମ ଅଧୀନରେ ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ସମୟରେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର (RDC)ଙ୍କ ଅଫିସରେ ରହିବ। ଆରଡିସିଙ୍କ ବିନା ଅନୁମତିରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଏକ ଆଦେଶରେ, ନୂଆପଡ଼ା ଜିଲ୍ଲାପାଳ କୋମନା ତହସିଲର ସହକାରୀ ରାଜସ୍ୱ ନିରୀକ୍ଷକ ରାମନାଥ ମିଶ୍ରଙ୍କୁ ସମାନ ଜମି କାରବାରରେ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି।

ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ଏହି ଜାଲିଆତି ଘଟଣା ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପର ହୋଇଥିଲା। କୋମନା ତହସିଲ ଅନ୍ତର୍ଗତ ମୌଜା ଚନ୍ଦୋପଲା, ଖାତା ନଂ ୪୯ରେ ଥିବା ୪.୪୦ ଏକର ଜମିର ବେଆଇନ ବିକ୍ରି ଓ ପଞ୍ଜିକରଣ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ବିସ୍ତୃତ ତଦନ୍ତ କରି ରିପୋର୍ଟ ଦେବାକୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଏଡିଏମ୍‌ଙ୍କ ତଦନ୍ତ ରିପୋର୍ଟରୁ ଜଣାପଡିଥିଲା ଯେ, ଏଆରଆଇ ରାମନାଥ ମିଶ୍ର ପଞ୍ଜିକରଣ ସମ୍ବନ୍ଧୀୟ କାର୍ଯ୍ୟର ତଦାରଖ କରୁଥିଲେ। ଅଫିସରେ ଆଧାର ପ୍ରମାଣୀକରଣ ଯନ୍ତ୍ର ଉପଲବ୍ଧ ଥିଲେ ମଧ୍ୟ ଜମି ପଞ୍ଜିକରଣ ସମୟରେ ଏହାର ଉପଯୋଗ କରାଯାଇନଥିଲା। ସରକାରୀ କାର୍ଯ୍ୟରେ ଅବହେଳା ଏବଂ ଆଧାର ପ୍ରମାଣୀକରଣ ପ୍ରକ୍ରିୟାକୁ ଉଲ୍ଲଂଘନ କରିଥିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିପୋର୍ଟରେ ସୁପାରିଶ କରାଯାଇଥିଲା। ଏହାକୁ ଭିତ୍ତି କରି ଜିଲ୍ଲାପାଳ ଏହି ନିଲମ୍ବନ ଆଦେଶ ଦେଇଛନ୍ତି।