temperature - The Sakala

କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା
ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ଉପରେ ଏକ ଟ୍ରପଲାଇନ୍ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ନେଇ ଜାରି ହୋଇଛି ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର,ଭଦ୍ରକ, ବାଲେଶ୍ୱର।

କାଲିଠାରୁ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଉପରମୁହାଁ ହେବ ପାରଦ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ଜାରି ହୋଇଛି ୟେଲୋ ଆଲର୍ଟ।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି।ଏଥିସହ ଦିନ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିବାର ଆକଳନ କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ପୁରୀ ଜିଲ୍ଲାର ନିମାପଡ଼ା ରେ ୬୦.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି ବୌଦ୍ଧ ରେ ୩୮.୯ ଡିଗ୍ରୀ ସେଲସିୟସ।ଏପଟେ ଭୁବନେଶ୍ଵର ରେ ୩୪.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କଟକରେ ୩୩.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଦିନରେ ଖରା ଆଉ ସନ୍ଧ୍ୟାରେ ଘଡଘଡି ସହ ବର୍ଷା, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି
ଭୁବନେଶ୍ୱର: ଓଡ଼ିଶା ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ। ବୈଶାଖ ଆଗମନ ପୂର୍ବରୁ ରାଜ୍ୟରେ ଚାଲିଛି ଝମାଝମ୍‌ ବର୍ଷା। ବର୍ଷାର ପ୍ରଭାବ ବିଶେଷ ରହୁ ନ ଥିଲେ ମଧ୍ୟ ଆକଶରେ ଚକ୍‌ମକ୍‌ ବିଜୁଳି ଚମକୁଛି। ଘଡ଼ଘଡ଼ି ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ମାଡ଼ ଲୋକଙ୍କୁ ଭୟଭୀତ କରାଇ ଦେଉଛି। ଗଲା ୩-୪ ଦିନ ହେବ ଉପକୂଳବର୍ତ୍ତୀ ଜିଲ୍ଲା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସ୍ଥିତି ଲାଗି ରହିଛି। ସୋମବାର ବଲାଙ୍ଗିରରେ କୁଆପଥର ବର୍ଷା କଶ୍ମୀରର ଭ୍ରମ ସୃଷ୍ଟି କରିଛି। ଦିନ ବେଳା ଯାହା ଯେମିତି ଖରାଟିଆ ପାଗ ରହୁଛି; ହେଲେ ଅପରାହ୍ମ ପରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସ୍ଥିତି ସୃଷ୍ଟି ହେଉଛି। ଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ବୃଦ୍ଧି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହୁଛି। ସାରା ରାଜ୍ୟରେ ପାଣିପାଗର ଏଭଳି ପ୍ରଭାବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୭ ଜିଲ୍ଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜକୁ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ପାଣିପାଗ ବିଶଷେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ କହିଛନ୍ତି ଯେ ଏପ୍ରିଲ ମାସରେ ମିଶ୍ରତ ପାଣିପାଗ ସ୍ଥିତି ଜାରି ରହିବ। ସେ କହିଛନ୍ତି, ଚଳିତ ଗ୍ରୀଷ୍ମ ଋତୁରେ ମୌସୁମୀ ଆଗମନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ। ଏପ୍ରିଲ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ନିର୍ଦ୍ଧାରିତ ତାପମାତ୍ରା (୩୫-୩୮ଡିଗ୍ରୀ) ରହିବାର ସମ୍ଭାବନା ଅଛି। ଉତ୍ତର ଭାରତ ଦେଇ ଗତି କରୁଥିବା ପଶ୍ଚିମା-ଝଡ଼ଗୁଡ଼ିକ ଓଡ଼ିଶାରେ କାଳବୈଶାଖୀ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏହି ବର୍ଷା ଏକ “ବାୟୁମଣ୍ଡଳୀୟ ବଫର୍‌’ ଭାବେ କାମ କରି ପ୍ରଖର ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବ। ତେବେ ମେ’ ମାସରେ ଗ୍ରୀଷ୍ମପ୍ରବାହ ଚରମ ସୀମାରେ ପହଞ୍ଚିବ। ମେ’ ମାସ ବର୍ଷର ସବୁଠାରୁ ଉତ୍ତପ୍ତ ମାସରେ ପରିଣତ ହେବ, ଯେଉଁଥିରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବର୍ଷା ସ୍ୱାଭାବିକ ରହିବ, କିନ୍ତୁ ଏହା ଅତ୍ୟନ୍ତ ଅନିଶ୍ଚିତ ଏବଂ କ୍ଷଣସ୍ଥାୟୀ ହୋଇପାରେ। ଜୁନ୍‌ ମାସ ବେଳକୁ ବାୟୁମଣ୍ଡଳର ତାପମାତ୍ରାରେ କିଛିଟା ହ୍ରାସ ଆସିବ; କିନ୍ତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଗୁଳୁଗୁଳି ବଢ଼ିବ। ସ୍ୱାଭାବିକ ଭାବେ ଜୁନ୍‌ ୧୦ ରୁ ୧୫ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ
ବସନ୍ତ ଋତୁ ଶେଷ ନହେଉଣୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଲାଣି। ମାର୍ଚ୍ଚ ମାସ ପ୍ରଥମାର୍ଦ୍ଧରେ ହିଁ ତାତି ଲୋକଙ୍କୁ ଡରାଇବା ଆରମ୍ଭ କରିଛି। ଗୁରୁବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି।

ବିଭିନ୍ନ ସହରର ତାପମାତ୍ରା

ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ପାରଦ ଉପରମୁହାଁ ରହିଛି। ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗକୁ ବଢ଼ିବ ତାତି, କାଳବୈଶାଖୀ ସମ୍ଭାବନା

ଆଗାମୀ ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପଟେ, ଏହି ପ୍ରଚଣ୍ଡ ଖରା ଭିତରେ କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣିଦେଇପାରେ। ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବାର ଆଶଙ୍କା ରହିଛି। ଏହା ସହ ଆସନ୍ତା ୧୫ ଏବଂ ୧୬ ତାରିଖରେ ମଧ୍ୟ ରାଜ୍ୟର ଉତ୍ତର ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା
ଭୁବନେଶ୍ୱର: ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ପରବର୍ତ୍ତୀ ୩ ଦିନରେ ମଧ୍ୟ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମାର୍ଚ୍ଚ ୧୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିଭଳି ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ବିଜୁଳି ଘଡଘଡି ଏବଂ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏଥିପାଇଁ ଏହି ୪ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। କ୍ରମାଗତ ଭାବେ କିଛି କିଛି ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଏକାଧିକ ସ୍ଥାନରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରହିଛି। ୩୬.୪ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ଓ ସୋନପୁରରେ ୩୬.୨ଡିଗ୍ରୀ ରେକର୍ଡ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ-ମେ’ ପର୍ଯ୍ୟନ୍ତ ପ୍ରବଳ ତାତି ଅନୁଭୂତ ହେବାକୁ ଥିବା ବେଳେ ପ୍ରାୟ ଅଗଷ୍ଟ ପର୍ଯ୍ୟନ୍ତ ତାମପାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି। ଏଥିପାଇଁ ମାର୍ଚ୍ଚ ଆରମ୍ଭରୁ ତାତି ବୃଦ୍ଧି ପାଇବାରେ ଲାଗିଛି।

ଏହି କ୍ରମରେ ଆଗକୁ ପ୍ରବଳ ଖରାତାତି ଓ ଗରମ ଆରମ୍ଭ ହେବା ସହ ମାର୍ଚ୍ଚ ପ୍ରଥମ ସପ୍ତାହର ଶେଷ ଆଡ଼କୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଉଛି। ବିଶେଷକରି, ଝାରସୁଗୁଡ଼ା, ସୋନପୁର, ଟିଟଲାଗଡ଼ ଓ ଭୁବନେଶ୍ୱର ଭଳି ସହରରେ ତାପମାତ୍ରା ଅଧିକ ରହିବା ନେଇ ଆକଳନ କରାଯାଉଛି। ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଶନିବାର ସାରା ଦେଶ ପାଇଁ ଗ୍ରୀଷ୍ମକାଳୀନ ଆକଳନ ରିପୋର୍ଟ ଆଇଏମଡି ଜାରି କରିଛି। ଏହି ଆକଳନ ଅନୁସାରେ ମାର୍ଚ୍ଚରୁ ମେ’ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ରହିବ। ଫଳରେ, ଓଡ଼ିଶା ଭଳି ରାଜ୍ୟରେ ଗ୍ରୀଷ୍ମ ଲହରୀ (ହିିଟ୍‌ୱେଭ୍‌) ସ୍ଥିତି ଉତ୍ପନ୍ନ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଶୀତରେ ଲାଗିଲା ସାମାନ୍ୟ ବ୍ରେକ୍, ୪ ଦିନରେ ୪ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଶୀତରେ ଲାଗିଲା ବ୍ରେକ୍, ବଢିଲା ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ପୂର୍ବାପେକ୍ଷା ଶୀତର ପ୍ରଭାବ ହ୍ରାସ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଆଗକୁ ଥଣ୍ଡାର ପ୍ରଭାବ ହ୍ରାସ ହେବ।

ଶୀତର ପ୍ରଭାବ କମିବାର ମୁଖ୍ୟ କାରଣ ଭାବେ ପଶ୍ଚିମାଝଡ଼କୁ ବିବେଚନା କରାଯାଉଛି। ରାଜ୍ୟ ଉପରେ କ୍ରମାଗତ ଭାବେ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ୧୯ ତାରିଖ ଓ ୨୧ ତାରିଖରେ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମାଝଡ଼ ଅତିକ୍ରମ କରି ଓଡ଼ିଶା ଉପରେ ପ୍ରଭାବ ପକାଇବ। ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଏହା ତାପମାତ୍ରା ବୃଦ୍ଧିରେ ସହାୟକ ହେବ। ଆଗାମୀ ୨୪ଘଣ୍ଟା ପରେ ଦେଶର ପୂର୍ବ ଭାଗରେରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ସୃଷ୍ଟି ହେବା ପରେ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ନେଇ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜିଠୁ ୩ ଦିନ ତାତିରେ ଜଳିବ ଓଡ଼ିଶା : ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ହିଟୱେଭ ଆଲର୍ଟ
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗତକାଲିଠୁ ତାପମାତ୍ରା ୪୦ ଡିଗ୍ରି ଟପିଛି। ଗୁରୁବାର ଝାରସୁଗୁଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ୨୮ରୁ ୩୦ ତାରିଖ ଯାଏଁ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ହିଟ ୱେଭ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗୁରବାର ସମ୍ୱଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୦.୧, ବଲାଙ୍ଗୀରରେ ୪୦.୮, ଟିଟିଲାଗଡରେ ୪୦ ଡିଗ୍ରୀ, ସୋନପୁରରେ ୪୦.୨, ବୌଦ୍ଧରେ ୪୦.୫, ପାରଳାଖେମୁଣ୍ଡିରେ ୪୦ ଜିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ୱଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ ୱେଭ ସ୍ଥିତି ଅନୁଭୂତ ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲା ଦ୍ୱୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ହିଟ ୱେଭ ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ତାପମାତ୍ରାର ପ୍ରକୋପ ଆହୁରି ବଢ଼ିବ। ରବିବାର ଝାରସୁଗୁଡ. ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ସୁନ୍ଦରଗଡରେ ହିଟ ୱେଭ ପରିସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହାପରଠାରୁ ତାପମାତ୍ରା କମିବାକୁ ଥିବାବେଳେ ଏପ୍ରିଲ ୨ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ରାଜଧାନୀ ଦିଲ୍ଲୀବାସୀ, ୪୭ ଡିଗ୍ରୀ ଡେଇଁଲା ତାତି
ନୂଆଦିଲ୍ଲୀ: ଦିଲ୍ଲୀରେ ଅସହ୍ୟ ତାତି। ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ। ୪୭ ଡିଗ୍ରୀ ଡେଇଁ ରେକର୍ଡ ଭେଙ୍ଗିଛି ରାଜଧାନୀ ପାରଦ। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ଏଥିପାଇଁ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହ ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।

ସେପଟେ, ପ୍ରବଳ ଗରମ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି।

ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ ୩ ସ୍ଥାନର ତାପମାତ୍ରା
ଭୁବନେଶ୍ୱର: ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ସର୍ବାଧିକ ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ତଳକୁ ଟିଟଲାଗଡ଼ ଓ ଭବାନୀପାଟଣାର ତାପମାତ୍ରା ୩୬ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି।

ସେହିପରି ଚାନ୍ଦବାଲି ଓ ଭଦ୍ରକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୩୫.୬ ଡିଗ୍ରୀ, ସୋନପୁର ୩୫.୫ ଡିଗ୍ରୀ, ବୌଦ୍ଧ ୩୫.୫ ଡିଗ୍ରୀ, ନୟାଗଡ଼ ଓ ବଲାଙ୍ଗୀର ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି।   କଟକ, ଅୁଗୁଳ, ମାଲକାନଗିରି ଓ ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି।

୩୫ ଡିଗ୍ରୀ ଛୁଇଁଲା ୪ ଜିଲ୍ଲାର ପାରଦ, ଆଉ ୨ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର: ମାଘରେ ବାଘଖରା। ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ରାତି ତାପମାତ୍ରା ମଧ୍ୟ ୨୦ ଡିଗ୍ରୀ ଉପରେ ରହୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରାରେ ଆହୁରି ୨ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା କିଛି କିଛି ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି।

ରବିବାର ରାଜ୍ୟର ଅଧିକାଂଶ ସ୍ଥାନରେ ଟାଣଖରା ଅନୁଭୂତ ହୋଇଛି। ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୩୫ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା‌ରେ ସର୍ବାଧିକ ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ତଳକୁ ଟିଟଲାଗଡ଼, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବା ବେଳେ କଟକରେ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତିର ତାପମାତ୍ରାରେ ଆହୁରି ୨ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ୬ରୁ ୭ଦିନ ଯାଏ ଶୀତର କୌଣସି ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍‌ ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଆଦିରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌‌ଆରସି ସତର୍କ କରାଇଛନ୍ତି। ରାଜପଥରେ ଯାନବହାନ ଚଳାଚଳ ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ଯରେ ଆସନ୍ତା ୩ଦିନ ମଧ୍ଯରେ ବଢ଼ିବ ରାତିର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨-୩ ଦିନ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ଯାହାଦ୍ୱାରା ବର୍ତ୍ତମାନ ତୁଳନାରେ ଥଣ୍ଡାର ପ୍ରକୋପ ହ୍ରାସ ପାଇବ। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପାଇଁ ବର୍ତ୍ତମାନ ପାଗ ଅନୁକୁଳ ରହୁଛି। ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ କୁହୁଡ଼ି ଆଶଙ୍କା ରହିଛି। ସେହିପରି ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ରାୟଗଡ଼ା ଓ କୋରାପୁଟରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି।

ପ୍ରତିବର୍ଷ ବଢୁଛି ୦.୦୩ ଡିଗ୍ରୀ ତାପମାତ୍ରା
ଭୁବନେଶ୍ୱର : ସେଦିନର ଯୋଜନାବଦ୍ଧ ସହର ରାଜଧାନୀ ଆଉ ୟୁନିଟ୍‍ ଭିତରେ ସୀମିତ ହୋଇ ରହିନି। ଏବେ ଆଇଗିଣିଆରୁ-ନଖରା, ଭରତପୁରରୁ-ଧଉଳି ପର୍ଯ୍ୟନ୍ତ ଲମ୍ବିଲାଣି ନୂଆ ରାଜଧାନୀ କଳେବର। ଯେଉଁ ସହର ପାଇଁ ସେ ସମୟରେ ମାତ୍ରା ୬୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା ସେଠି ଏବେ ଗୋଟେ ଗୋଟେ ପ୍ରକଳ୍ପ ପାଇଁ ରାତାରାତି ସେତିକି ଟଙ୍କା ଖର୍ଚ୍ଚ ହୋଇ ଯାଉଛି। ଭଙ୍ଗାଗଢ଼ାର ଏହି ସହର ଭିତରେ ଯଦିଓ ଅନେକ ସୁନେଲି ସ୍ୱପ୍ନ ଗୁନ୍ଥା ହେବା ଆରମ୍ଭ ହୋଇଛି; ହେଲେ ଆଗାମୀ ଦିନରେ ଆମେ ଯେ ଏକ ଅସୁରକ୍ଷିତ ଉତ୍ତପ୍ତ ପିଣ୍ଡ ଭିତରକୁ ଧସେଇ ପଶୁଛୁ ଏକଥାକୁ ଅଣଦେଖା କରାଯାଇ ନ ପାରେ।  ୧୯୭୦ ମସିହାରୁ ଏବେ ପର୍ଯ୍ୟନ୍ତ ରାଜଧାନୀର କଳେବର ବୃଦ୍ଧି ଭିତରେ ଅନେକ ଗଛ କଟା ହୋଇଛି।

ଅନେକ ପୁରୁଣା ପୋଖରୀ, ହ୍ରଦ ସନ୍ତସନ୍ତିଆ ଜାଗା ପୋତା ହୋଇଛି। ରାଜଧାନୀକୁ ଚାରିପଟୁ ଘେରି ରହିଥିବା ଗ୍ରୀନ୍‍ କରିଡର ଏବେ ଆଉ ନାହିଁ। ପୂର୍ବରୁ ରାଜଧାନୀକୁ ଚାରିପଟୁ ଭରତପୁର ସଂରକ୍ଷିତ ଜଙ୍ଗଲ, ଚନ୍ଦକା ଅଭୟାରଣ୍ୟର କିଛି ଅଂଶ ସୁରକ୍ଷା ଦେଉଥିଲା। ଏବେ ରାଜଧାନୀ କ୍ରମ ବିକାଶ ଭିତରେ ଏସବୁ ଜଙ୍ଗଲ ଉପରେ ଏବେ ବଡ ବଡ କୋଠା ମୁଣ୍ଡ ଟେକି ସାରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ୧୯୭୦ ଦଶକରେ ରାଜଧାନୀର ହାରାହାରି ତାପମାତ୍ର ଜାନୁୟାରୀ ମାସରେ ୨୨.୨୬ ଡିଗ୍ରୀ, ଫେବୃୟାରୀରେ ୨୫.୨୭, ମାର୍ଚ୍ଚରେ ୨୮.୯୮, ଏପ୍ରିଲ ମାସରେ ୩୧.୨୦, ମେ’ ମାସରେ ୩୧.୯୮, ଜୁନ୍‍ରେ ୩୦.୭୯, ଜୁଲାଇ ମାସରେ ୨୮.୮୮, ଅଗଷ୍ଟ ମାସରେ ୩୮.୫୭, ସେପ୍ଟେମ୍ବରରେ ୨୮.୬୭, ଅକ୍ଟୋବର ମାସରେ ୨୭.୫୮, ନଭେମ୍ବର ମାସରେ ୨୪.୯୬ ଓ ଡିସେମ୍ବର ମାସରେ ୨୧.୯୧ ଡିଗ୍ରୀ ଥିଲା।

ମାତ୍ର ଏବେ ସେସବୁରେ ଢ଼େର ପରିବର୍ତ୍ତନ ଆସିଛି। ଗତ ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୪.୨ ହେବା ଏକଥାକୁ ପ୍ରମାଣିତ କରୁଛି ଯେ ଦିନକୁ ଦିନ ଉତ୍ତପ୍ତ ହେଉଛି ରାଜଧାନୀ। ପ୍ରତିବର୍ଷ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ଭାବେ ୦.୦୩ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଉଛି। ସେହିପରି ସର୍ବନିମ୍ନ ତାପାତ୍ରା ହାରାହାରି ଭାବେ ବର୍ଷକୁ ୦.୦୨୦ ଡିଗ୍ରୀ ସେଲ୍‌ଫସିୟସ୍‍ ବୃଦ୍ଧି ପାଉଛି। ସେହିପରି ଗତ ୭୪ ବର୍ଷ ଭିତରେ ରାଜଧାନୀ ତାପମାତ୍ରା ସର୍ବୋଚ୍ଚ ହାରାହାରି ଭାବେ ମାର୍ଚ୍ଚ ମାସରେ ବୃଦ୍ଧି ପାଇଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ଅକ୍ଟୋବର ମାସରେ ବୃଦ୍ଧି ପାଇଛି।