Asaduddin Owaisi - The Sakala
ଭାରତକୁ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ଖିଚଡି ସରକାର ଦରକାର : ଅସଦୁଦ୍ଦିନ ଓୱେସୀ
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ବିରୋଧୀ ଏକାଠି ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଭାରତକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଓ ଖିଚଡି ସରକାରଙ୍କ ଆବଶ୍ୟକତା ରହିଛି ବୋଲି କହି ଚର୍ଚ୍ଚାରେ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ। ସେ କହିଛନ୍ତି ଯେ, ସେ ଦେଶରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ଖିଚଡି ସରକାର ଚାହୁଁଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ପହଞ୍ଚିଥିବା ଓୱେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଥିବା ଜଣାପଡ଼ିଛି। ଓୱେସୀଙ୍କ ଏହି ବିବୃତ୍ତି ଦେଇ ଦେଶର ରାଜନୀତିରେ ଏକ ନୂଆ ଝଡ଼ ଆଣିଛନ୍ତି।
Tale of the humble ‘Khichdi’!
While addressing a PC in #Ahmedabad, Gujarat #AIMIM chief @asadowaisi wish a coalition Government in 2024. #GujaratElections2022 pic.twitter.com/GTKiMUFkke
— Ashish (@KP_Aashish) September 10, 2022
ଓୱେସୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି  ଜବାହରଲାଲ ନେହେରୁଙ୍କ ପରେ ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀଙ୍‌କୁ ଯେତେବେଳେ ମୁଦ୍ରାସ୍ଫୀତି, ବେକାରୀ, ଚାଇନା ଅନୁପ୍ରବେଶ ଏବଂ କର୍ପୋରେଟ ଟ୍ୟାକ୍ସ ଛାଡ ଏବଂ ଶିଳ୍ପପତିଙ୍କ ବ୍ୟାଙ୍କ ଋଣ ଭଳି ପ୍ରଶ୍ନ ଉପରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏହି ସିଷ୍ଟମକୁ ଦାୟୀ କରିଥିଲେ। ଓୱେସୀ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଦେଶରେ ବର୍ତ୍ତମାନ ଦୁର୍ବଳମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଦୁର୍ବଳ ପ୍ରଧାନମନ୍ତ୍ରୀ ଦରକାର ।
AIMIM chief Asaduddin Owaisi: I believe India now needs a weak prime minister. We have seen a powerful prime minister, now we need a weak PM so that he could help the weak. A powerful PM is only helping the mighty. The country also needs a "khichdi" (multi-party) govt.
— Press Trust of India (@PTI_News) September 10, 2022
ଚୀନ୍ ଆମ ମାଟିରେ ଆସି ବସିବାକୁ ନେଇ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦିଅନ୍ତି ନାହିଁ। ଯେତେବେଳେ ଶିଳ୍ପପତିଙ୍କ ଋଣ କାହିଁକି ଛାଡ ହେଲା ବୋଲି ପଚରାଯାଏ, ସେ କୁହନ୍ତି ଯେ ସିଷ୍ଟମ ମୋତେ କାମ କରିବାକୁ ଦେଉ ନାହିଁ। ତାଙ୍କ ପାଖରେ ୩୦୦ରୁ ଅଧିକ ସାଂସଦ ଅଛନ୍ତି। ପଣ୍ଡିତ ନେହେରୁଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହୋଇ ବି ସେ ସିଷ୍ଟମ ଉପରେ ଦୋଷ ଲଦୁଛନ୍ତି। ସେଥିପାଇଁ ମୁଁ ବିଶ୍ୱାସ କରୁଛି ଯେ ଦେଶକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଆବଶ୍ୟକ। ଶକ୍ତିଶାଳୀମାନେ କ୍ଷମତାକୁ ଆସି କିଛି କରିପାରିଲେ ନାହିଁ। ବର୍ତ୍ତମାନ ଦୁର୍ବଳମାନେ ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦୁର୍ବଳମାନଙ୍କୁ ସାହାଯ୍ୟ କରିପାରିବେ। ଶକ୍ତିଶାଳୀମାନେ ଶକ୍ତିଶାଳୀମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଦୁର୍ବଳମାନଙ୍କୁ ପଚାରୁ ବି ନାହାନ୍ତି। ମୁଁ ଚାହୁଁଛି ଦେଶରେ ଖିଚଡି ସରକାର ଗଠନ ହେଉ।
ନୀତୀଶ ବିଜେପି ପାଇଁ ଲାଭଦାୟକ
ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୂ କ୍ଷମତାତ୍ୟୁତ କରିବା ପାଇଁ ବରୋଧୀ  ମାନେ ପ୍ରସ୍ତୁତିରେ ଲାଗିଛନ୍ତି। ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତରେ ଆସି ବିରୋଧୀ ଦଳର ନେତା ମାନଙ୍କୁ ଭେଟିଛନ୍ତି । ଆଉ ଏଭଳି ସମୟରେ, ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ, ଯଦି ବିଜେପି ବିରୋଧରେ ମୁହାଁ ମୁହିଁ ଲଢେଇ ହୁଏ ତେବେ ଏହା କଷ୍ଟସାଧ୍ୟ ହେବ । ଅନେକ ନେତା ଏଥିପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଯଦି ଜଣଙ୍କ ଚେହେରାରେ ବିରୋଧୀ ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ବିଜେପି ପାଇଁ ଏହା ଲାଭଦାୟକ ହେବ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ତାଙ୍କୁ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ । ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିରୋଧୀ ଦଳରୁ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଉପରେ ସେ ସହମତ ନୁହଁନ୍ତି ।
नए नए “सेक्युलर चाचा” @NitishKumar के राज में बच्चे भी महफ़ूज़ नहीं, उन्हें कोर्ट में रस्सी से बांध कर पेश किया जाता है। दंगाइयों को पकड़ने के बजाय, पुलिस मुसलमान बच्चों को निशाना बना रही है। पुलिस कर्मियों को सख़्त सज़ा मिलनी चाहिए और बच्चे के घर वालों को मुआवजा मिलना चाहिए https://t.co/VaBFadyqrY
— Asaduddin Owaisi (@asadowaisi) September 10, 2022
ଅନ୍ୟପଟେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି ନୀତୀଶ କୁମାରଙ୍କୁ ବିହାରର ଏକ ଘଟଣା ନେଇ ଟ୍ୱିଟ କରି ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ ନୂଆ ନୂଆ ସେକ୍ୟୁଲାର ଚାଚା (ଧର୍ମନିରପେକ୍ଷ ଦାଦା) ନୀତୀଶ କୁମାରଙ୍କ ଶାସନରେ ପିଲାମାନେ ସୁରକ୍ଷିତ ନୁହଁନ୍ତି, ସେମାନଙ୍କୁ ଦଉଡିରେ ବାନ୍ଧି କୋର୍ଟରେ ହାଜର କରାଯାଇଛି । ପୋଲିସ ଦଙ୍ଗାକାରୀଙ୍କୁ ଧରିବା ପରିବର୍ତ୍ତେ ମୁସଲମାନ ପିଲାମାନଙ୍କୁ ଟାର୍ଗେଟ କରୁଛି । ଏଥିପାଇଁ ପୋଲିସ କର୍ମଚାରୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ଏବଂ ଶିଶୁର ପରିବାର ସଦସ୍ୟ କ୍ଷତିପୂରଣ ପାଇବା ଉଚିତ୍ ।
ଅସଦୁଦ୍ଦିନ ଓୱେସି ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀତିଶ କୁମାର ବେଳେବେଳେ ବିଜେପି ସହ ଅଛନ୍ତି ଏବଂ ବେଳେବେଳେ ସେ ପକ୍ଷ ପରିବର୍ତ୍ତନ କରୁଛନ୍ତି । ବଳବାନ ମାନେ ସର୍ବଦା ବଳବାନମାନଙ୍କୁ ସମର୍ଥନ କରନ୍ତି । ଯଦି ନୀତିଶଙ୍କ ଚେହେରାକୁ ଆଗରେ ରଖି ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରାଯାଏ, ତେବେ ବିଜେପି ଏଥିରୁ ଲାଭବାନ ହେବ ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି । ସେ କହିଛନ୍ତି ଯେ, ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ।
ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ, ବ୍ୟବସାୟ କରପାରିବ, ପ୍ରଧାନମନ୍ତ୍ରୀ ଚୟନ କରିପାରିବ ଏବଂ ଏମପି ଓ ଏମଏଲଏ ବାଛିପାରିବ। ହେଲେ ଜୀବନସାଥୀ ବାଛି ପାରିବ ନାହିଁ। ଏହା ଏକ ଅଜବ ବିଷୟ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଶୁକ୍ରବାର ସଂସଦରେ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଜାରି କରି ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି। ଆଇୟୁଏମ୍ଏଲ୍ କହିଛି ଯେ ଏହା ମୁସଲିମ ନିୟମର ଉଲ୍ଲଂଘନ ।
କେରଳର ଅନେକ ମୁସଲମାନ ସଂଗଠନ ମଧ୍ୟ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ କରିଛନ୍ତି। ମୁସଲିମ ଲିଗ୍ ନେତା ଇଟି ମହମ୍ମଦ ବଶୀର ଶୁକ୍ରବାର ଲୋକସଭାରେ ବାଳିକାମାନଙ୍କ ବିବାହ ବୟସ ବଢାଇବା ନିଷ୍ପତ୍ତି ବିରୋଧରେ ମୁଲତବୀ ନୋଟିସ୍ ଦେଇଥିଲେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ମୁସଲିମ ପର୍ସନାଲ୍ ଲ’ ର ବିରୁଦ୍ଧାଚରଣ କରୁଛି । ଝିଅମାନଙ୍କର ବିବାହ ବୟସ ବଢାଇ ସରକାର ଏକକ ନାଗରିକ ସଂହିତା ଆଡ଼କୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏଆଇଏମଆଇଏମ ସଭାପତି ଓୱାଇସି: ଭାରତ-ପାକ୍ ମ୍ୟାଚକୁ କଲେ ବିରୋଧ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ତାରକିଶୋର ପ୍ରସାଦଙ୍କ ପରେ ଏବେ ଏଆଇଏମଆଇଏମ ସଭାପତି ଅସଦଉଦ୍ଦିନ ଓୱାଇସି ଏହାକୁ ବିରୋଧ କରିଛନ୍ତି । ଜମ୍ମୁ-କଶ୍ମୀରରେ ୯ ଯବାନ ନିହତ ହେଲେଣି। ଅନ୍ୟ ରାଜ୍ୟର ନିରୀହ ଲୋକମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ଆଉ ଏ ସମୟରେ ଆମେ ଭାରତ-ପାକ ଟି-୨୦ ମ୍ୟାଚ ଦେଖିବୁ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏ ନେଇ କଡା ସମାଲୋଚନା କରିଛନ୍ତି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଏବଂ ଲଦାଖରେ ଚୀନର ଅନୁପ୍ରବେଶ ନେଇ ମଧ୍ୟ ସେ ସରକାରଙ୍କୁ ଘେରିଛନ୍ତି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଚଳିତ ମାସ ୨୪ରେ ଭାରତ-ପାକ ମଧ୍ୟରେ ମ୍ୟାଚ ଖେଳାଯିବା କାର୍ଯ୍ଯକ୍ରମ ରହିଛି ।
ସେହିପପରି, ଚୀନର ଅନୁପ୍ରବେଶ ଏବଂ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଚୀନ୍ ଉପରେ କହିବାକୁ ଭୟ କରନ୍ତି। ପ୍ରଧାନମନ୍ତ୍ରୀ କେବେବି ଦୁଇଟି ଜିନିଷ ଉପରେ ମୁହଁ ଖୋଲନ୍ତି ନାହିଁ। ଗୋଟିଏ ହେଉଛି ପେଟ୍ରୋଲ- ଡିଜେଲର ଦରବୃଦ୍ଧି  ଏବଂ ଅନ୍ୟଟି ହେଉଛି ଚୀନ୍‌ର ଅନୁପ୍ରବେଶ। ଚୀନ୍ ଆମ ଦେଶରେ ପ୍ରବେଶ କରି ବସିଛି। ଓୱାଇସି କହିଛନ୍ତି ଯେ ଯେତେବେଳେ ପାକିସ୍ତାନ ପୁଲୱାମା ଉପରେ ଆକ୍ରମଣ କରିଥିଲା, ସେତେବେଳେ ମୋଦୀ କହିଥିଲେ ଯେ ଆମେ ଘରେ ପ୍ରବେଶ କରି ପାକିସ୍ତାନକୁ ଉଚିତ ଜବାବ ଦବୁ। ଆମେ ମଧ୍ଯ ସମର୍ଥନ ଦେଇଥିଲୁ।  କିନ୍ତୁ ବର୍ତ୍ତମାନ ଚୀନ୍ ଡୋକଲାମରେ ଓ ଡେପସଙ୍ଗରେ ଅନୁପ୍ରବେଶ କରିବାକୁ ଜଗିରିହଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ହାତ ଉପରେ ହାତ ପକାଇ ବସିଛନ୍ତି।
ଓୱାଇସି କହିଛନ୍ତି ଯେ, ଆମେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ ଯେ ଆମର ୯ ଜଣ ଯବାନଙ୍କୁ ହତ୍ୟା କରାଯାଇଛି । ଏପଟେ ୨୪ ତାରିଖରେ ଭାରତ ପାକିସ୍ତାନ ସହ ଟି -୨୦ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଛି। ଆପଣ  ମନମୋହନ ସିଂଙ୍କ ସରକାର ଥିବା ବେଳେ କହିଥିଲେ ଆମ ଭାରତୀୟ ଯବାନ ସହିଦ ହେଉଥିବା ବେଳେ କଂଗ୍ରେସ ପାକିସ୍ତାନକୁ ବିରିୟାନି ଖାଇବାକୁ ଦେଉଛନ୍ତି। ଆଜି ପାକିସ୍ତାନ କାଶ୍ମୀରରେ ଭାରତର ଗରିବ ଲୋକଙ୍କ ଜୀବନ ସହ ଟି -୨୦ ଖେଳୁଛି, କିନ୍ତୁ ଆପଣ କଣ କରୁଛନ୍ତି ? ଆଇବି ଓ ଅମିତ ଶାହା କାଶ୍ମୀରରେ କଣ କରୁଛନ୍ତି ବୋଲି ଓୱାଇସି  ପ୍ରଶ୍ନ କରିଛନ୍ତି। ଆତଙ୍କବାଦ ମୁକାବିଲା ପାଇଁ ଆପଣଙ୍କର କୌଣସି ନୀତି ନାହିଁ। ଆତଙ୍କବାଦୀମାନେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ପଠାଉଛନ୍ତି। କାଶ୍ମୀରରେ କିପରି ହତ୍ୟାକାଣ୍ଡ ଘଟୁଛି ତାହାର ମୁକାବିଲା କରିବାକୁ  କୌଣସି ନୀତି ନାହିଁ ବୋଲି ଓୱାଇସି  କହିଛନ୍ତି।
ରବିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଦୁଇଜଣ ବିହାରୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏଥି ସହିତ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୩  ଜଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଅଣ-ସ୍ଥାନୀୟ ଶ୍ରମିକ ଏବଂ ଶ୍ରମିକମାନେ କାଶ୍ମୀରରୁ ସ୍ଥାନାନ୍ତର ଆରମ୍ଭ  ହୋଇଛି।
AIMIM ପାର୍ଟିର ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ରବିବାର ଦିନ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି AIMIM ର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ହ୍ୟାକର୍ସ ପାର୍ଟି ର ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ ଫଟୋ ଟ୍ୱିଟର ଡିପିରେ ରଖିଦେଇଛନ୍ତି। ଏଥିସହ ଦଳର ନାମ ବଦଳରେ ଏଲୋନ୍ ମସ୍କଙ୍କ ନାମ ଲେଖିଦେଇଥିବା ସୂଚନା ମିଳିଛି ।