guidelines for March - The Sakala

ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ବର : ଦେଶରେ କରୋନା ପୁଣିଥରେ କରୋନା ଲେଉଟାଣି କରୁଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଦେଶର କିଛି ରାଜ୍ୟରେ ପୁଣିଥରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ କେନ୍ଦ୍ର ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରିଥିଲେ। କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି । ମାର୍ଚ୍ଚ୧ ରୁ ମାର୍ଚ୍ଚ ୩୧ ଯାଏ ଗାଇଡଲାଇନ ଜାରି କରାଯାଇଛି ।

ମାର୍ଚ୍ଚ ମାସ ପାଇଁ ଜାରି ଗାଇଡ୍‌ଲାଇନ୍‌ରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ ବୋଲି ନିର୍ଦେଶ ଦିଆଯାଇଛି। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶୁଦ୍ଧିକାର୍ୟ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି। ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ। ବାହାଘର, ଶୁଦ୍ଧିକ୍ରିୟାରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ। ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ମାସ୍କ ଯୋଗାଇବେ ଆୟୋଜକ।

ଏଥି ସହିତ ମାର୍ଚ୍ଚ ମାସର ଗାଇଡଲାଇନରେ ରାଜ୍ୟ  ସରକାର ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଶନିବାର ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ, ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ଯାତ୍ରା ଓ ଅପେରା ପରିବେଷଣ ହୋଇ ପାରିବ। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ କରୋନା ସଂପର୍କିତ ସମସ୍ତ ଗାଇଡ୍‌ଲାଇନ୍‌ ମାନି ଯାତ୍ରା ପରିବେଷଣ ହୋଇ ପାରିବ। ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ୍‌ ଦୂରତା ରହିବ। ରୋଗାକ୍ରାନ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି। ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ଏଥି ସହିତ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି।