Bachelor of Technology - The Sakala

ଓଡ଼ିଆ ଭାଷାରେ ବିଟେକ୍‍ ପଢ଼ିବେ ରାଜ୍ୟର ଛାତ୍ରଛାତ୍ରୀ
ଭୁବନେଶ୍ୱର: ନୂତନ ଜାତୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାର ପ୍ରାବଧାନ ରହିଛି। ଏହି କ୍ରମରେ ଏଣିକି ଓଡ଼ିଆ ଭାଷାରେ ରାଜ୍ୟର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ଟେକ୍ନିକାଲ୍‍ ଶିକ୍ଷା ଅଧ୍ୟୟନ କରିବେ। ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ନିର୍ଦ୍ଦିଷ୍ଟ ବିଷୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ କରାଯିବା ନେଇ ଏଆଇସିଟିଇ ଅନୁମୋଦନ କରିଥିବାବେଳେ ଏହି ନିଷ୍ପତ୍ତିକୁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ ସ୍ୱାଗତ କରିଛନ୍ତି। ଏହାକୁ ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବା ସହିତ ଓଡ଼ିଆକୁ ମିଶାଇ ମୋଟ୍‍ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼଼ାଯିବ। ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ବି.ଟେକ୍‍ ପଢ଼଼ିବେ। ଜାତୀୟ ଶିକ୍ଷାନୀତି ଅନୁସାରେ ଆଞ୍ଚଳିକ ଭାଷାରେ ବି.ଟେକ୍‍ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଥିବାରୁ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।