Delta variants - The Sakala

ଭୟ ବଢାଉଛି ଡେଲଟା ଭାରିଆଣ୍ଟ, ଦ୍ୱିତୀୟ ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ
ଭୁବନେଶ୍ୱର : ଥରେ ସଂକ୍ରମିତ ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଗୁରୁତର ହେଉଛନ୍ତି । ଏଥିଲାଗି ଜେନମ ସିକ୍ୟୁଏନିସିଂ ବଢାଇବାକୁ ପଡିବ। ଫଳରେ ନୂଆ ଷ୍ଟ୍ରେନ ଉପରେ ନଜର ରଖାଯାଇପାରିବ । ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି, ଜେନମ ସିକ୍ୟୁଏନ୍ସିକୁ ବଢେଇବାକୁ ପଡ଼ିବ। ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା। କାରଣ ଡେଲଟା ଭାରିଆଣ୍ଟ ବହୁତ ଡିଫିକଲ୍ଟ ଓ ଏଥିରେ ଦ୍ବିତୀୟଥର ସଂକ୍ରମଣ ଅଧିକ ଗୁରୁତର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏପରି କରିବାକୁ ପଡ଼ିବ। ସବୁ କୋଭିଡ କଟକଣାକୁ କଡ଼ାକଡ଼ି କରିବାକୁ ପଡ଼ିବ।

ଓଡ଼ିଶାରେ ନଭେମ୍ବର ମାସ ପର୍ୟ୍ୟନ୍ତ କୋଭିଡ କଟକଣା ରଖିବାକୁ ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏପରିକି ବର୍ଷ ଶେଷ ପର୍ୟ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମକୁ ମାନିବାକୁ ପଡ଼ିବ, କାରଣ ଅନେକ ଦେଶରେ ତୃତୀୟ ଲହର ଆସିଗଲାଣି । ଆମେ ଯଦି ସତର୍କ ନ ରହିବା ତେବେ ତୃତୀୟ ଲହର ଶୀଘ୍ର ଆସିଯିବ । ଅକ୍ଟୋବର ଶେଷ ଆଡ଼କୁ ଆମ ରାଜ୍ୟରେ ତୃତୀୟ ଲହର ଆସିବାର ବହୁ ସମ୍ଭାବନା ରହିଛି ।

ଯେଉଁ ଜାଗାରେ ସଂକ୍ରମଣ ଅଧିକ ରହିବ ସେଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଧିକ । ଯେହେତୁ ଆମର କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ତେଣୁ ଏଠି ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେଣୁ ଆମର ସଂକ୍ରମଣ ହାର କମାଇବାକୁ ପଡ଼ିବ । ସେ ଦୃଷ୍ଟିରୁ ଆମକୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ସରକାର ତ ଯାହା ପଦକ୍ଷେପ ନେଉଛନ୍ତି କିନ୍ତୁ ଆମେ କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ଦରକାର ।

ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ ଲୋକମାନେ କଟକଣା ମାନନ୍ତୁ । ଡବଲ ଡୋଜ୍ ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ । ମାତ୍ର ୫ ପ୍ରତିଶତ ପାଇଁ ବି ଆମକୁ ସତର୍କ ରହିବାକୁ ପଡିବ ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି। ଭୂତାଣୁ ଶରୀର ଭିତରେ ରହିପାରେ। ଡେଲଟା ଭାରିଆଣ୍ଟ ବହୁ ଜଟିଳ। ଏହି ଭୂତାଣୁ ଆମ ଭିତରେ ଅଧିକ ଦିନ ରହିପାରେ।