cabinet meeting - The Sakala

ଆଜି ସନ୍ଧ୍ୟାରେ ବସିବ ମନ୍ତ୍ରୀ ପରିଷଦ ସହ କ୍ୟାବିନେଟ ବୈଠକ
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହେବ ଗୁରୁତ୍ତ୍ୱପୂର୍ଣ ରାଜ୍ୟ ମନ୍ତ୍ରୀ ପରିଷଦର ସହ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏହି ବୈଠକ ବସିବାକୁ ଯାଉଛି । ଅନୁଷ୍ଠିତ ମନ୍ତ୍ରୀ ପରିଷଦରେ ୨୦୨୬-୨୭ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ । ଏହା ସହ ରାଜ୍ୟ କ୍ୟାବିନେଟରେ ୧୨ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆଇନ ସଂଶୋଧନ ଭଳି ପ୍ରସ୍ତାବ ରହିଛି । ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗର ୧୦ ପ୍ରସ୍ତାବକୁ ମୋହର; ସରକାର ଲଗାଇବେ ସ୍ମାର୍ଟ ମିଟର
ଭୁବନେଶ୍ୱର:  ୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଏମ୍‌ଏମ୍‌ଏସ୍‌ବିୱାଇ -ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।  ଏହି  ପଦକ୍ଷେପ ଦ୍ୱାରା ରାଜ୍ୟରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ସଂଯୋଗ ପାଇଁ  କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ। ସେହିପରି ରାଜ୍ୟରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଲାଗୁ କରିବା ନିଷ୍ପତ୍ତି ଉପରେ କ୍ୟାବିଟେ୍‌ ମୋହର ବାଜିଛି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ଜଣ ବରପୁତ୍ରଙ୍କ ନାମ ସ୍ଥିରୀକୃତ ହୋଇଛି୤ ପ୍ରତ୍ୟେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ହିସାବରେ  ରାଜ୍ୟ ସରକାର ୩୪୫ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ମାର୍ଚ୍ଚ ୨୪ ତାରିଖରେ ରିଟେଲ୍‌ ସପ୍ଲାଏ ଟାରିଫ୍‌ ଅର୍ଡର ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ (ସିଡି) ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ଗତ ଏପ୍ରିଲ ୧ ତାରିଖରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ଯୋଜନା ମୁତାବକ ୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍‌ ପର୍ଯ୍ୟନ୍ତ ସିଡି ଥିବା ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିମଧ୍ୟରୁ ୮,୭୫,୦୦୦ ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ। ସେହିପରି ଐତିହ୍ୟ ଗ୍ରାମ ଯୋଜନାରେ ରାଜ୍ୟର ବରପୁତ୍ରମାନଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ସେମାନଙ୍କର ପ୍ରତିମୂର୍ତ୍ତି, ସ୍ମାରକୀ ନିର୍ମାଣ ସହ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁଉଦ୍ୟାନ ସ୍ଥାପନ ସହ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଚର୍ଚ୍ଚା, ଆଲୋଚନା ଏବଂ ସଭା କରାଯିବ । ସେହିପରି ଅନ୍ୟଏକ ପ୍ରସ୍ତାବରେ ପୁରୀ ସରକାରୀ ଆଇଟିଆଇ, ବଲାଙ୍ଗୀର ସରକାରୀ ଆଇଟିଆଇ, କୋରାପୁଟର ଅମ୍ବାଗୁଡ଼ା ସରକାରୀ ଆଇଟିଆଇ, କେନ୍ଦ୍ରାପଡାର ରାଜକନିକା ସରକାରୀ ଆଇଟିଆଇ ଓ ସୁନ୍ଦରଗଡ଼ର ରାଉରକେଲା ସରକାରୀ ଆଇଟିଆଇକୁ ଉକ୍ରର୍ଷ ଆଇଟିଆଇ ଭାବେ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ ୩ ବର୍ଷରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ୫ଟି ଆଇଟିଆଇରେ  ସମୁଦାୟ ୨୮୦୦ ସିଟ୍‌ ଥିବାବେଳେ ଏହାକୁ ୬୦୦୦କୁ ବୃଦ୍ଧି କରାଯିବ।

ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ଏକ ସଂରକ୍ଷଣ ନୀତି ପ୍ରଣୟନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱ ବିଦ୍ୟାଳୟଟିକୁ ଏକକ ଭାବରେ ବିଚାର କରିବାକୁ ଏହି ଅଧ୍ୟାଦେଶରେ ପ୍ରସ୍ତାବ ରହିଛି। ଏହା ବର୍ତ୍ତମାନ ଚାଲୁଥିବା ବିଭାଗ ସଂରକ୍ଷଣ ପ୍ରଣାଳୀକୁ ପରିବର୍ତ୍ତନ କରାଯିବ। ଏହି ସଂସ୍କାର ଏସସି, ଏସଟି, ଏସଇବିସି ଏବଂ ଅନ୍ୟ ଯୋଗ୍ୟ ଗୋଷ୍ଠୀଙ୍କର ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ସହ ଶିକ୍ଷକ ନିଯୁକ୍ତିରେ ଓଡ଼ିଶାର ବିଶ୍ୱ ବିଦ୍ୟାଳୟଗୁଡ଼ିକ ଜାତୀୟସ୍ତରରେ ପ୍ରଚଳିତ ନିୟମ ସହ ସମାନ କରିବ ବୋଲି ଆଶା କରାଯାଉଛି। ସେହିପରି ଜଳସମ୍ପଦ ବିଭାଗର ଦୁଇଟି ପ୍ରସ୍ତାବ ଅନୁଯାୟୀ ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନା ଅନ୍ତର୍ଗତ କ୍ଲଷ୍ଟର ୩୩ ଏବଂ ୩୨ ମାଧ୍ୟମରେ ୮ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ।  ଏହି ୮ ପ୍ରକଳ୍ପ ପାଇଁ ମୋଟ ୩୪୪ କୋଟି ୨୧ ଲକ୍ଷ ୫୧ ହଜାର ୭୧୬ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୫ ବର୍ଷର ରକ୍ଷଣାବେକ୍ଷଣ  ପାଇଁ ୨୭ କୋଟି ୫୩ ଲକ୍ଷ ୭୨ ହଜାର ୧୩୭ ଟଙ୍କା ଖର୍ଚ୍ଚ ହେବ। ସେହିପରି ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସାନ୍ଦୁଳ ବ୍ୟାରେଜ ପ୍ରକଳ୍ପ ଅଧୀନସ୍ଥ ୫୦୦୦ ହେକ୍ଟର ଚାଷ ଉପଯୋଗୀ ଜମି ପାଇଁ ୟୁଜିପିଏଲ ପ୍ରଣାଳୀର ନିର୍ମାଣ କାର୍ଯ୍ୟକୁ ଇପିସି ଓ ଟର୍ଣ୍ଣ କି ପଦ୍ଧତିରେ ସମ୍ପାଦନକୁ ଅନୁମୋଦନ ମିଳିଛି। ଏଥିପାଇଁ ୧୫୪ କୋଟି ୭୨ ଲକ୍ଷ ୯୧୬୨୦ ଟଙ୍କା ଖର୍ଚ୍ଚ ହେବକୁ ଥିବାବେଳେ ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।

କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁରୀ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା
ଭୁବନେଶ୍ବର: ଲୋକସେବା ଭବନରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବରେ ବାଜିଛି ମୋହର । ଏନେଇ ଗୃହରେ ସୂଚନା ଦେଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ସ୍ବାସ୍ଥ୍ୟ, ଆଇନ, ବୟାନ ଶିଳ୍ପ ଓ ହସ୍ତତନ୍ତ୍, ଉଚ୍ଚଶିକ୍ଷା ବିଭାଗ ଭଳି ବିଭାଗ ଉପରେ ନିଆ ଯାଇଛି ନିଷ୍ପତି ।

ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ। ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ଏହି ବୈଠକଦ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ବୈଠକରେ ପ୍ରାୟ ୨.୯ ଲକ୍ଷ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦର ଅନୁମୋଦନ ଲୋଡ଼ାଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟଖସଡ଼ା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଧାନର ଏମ୍‌ଏସ୍‌ପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ନିଷ୍ପତ୍ତି ହୋଇଛି। ଦ୍ୱିତୀୟ କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଯେଉଁଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିଥିଲା।

ମାତ୍ର ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନିର୍ବାଚନ ପୂର୍ବରୁ ଦଳ କ୍ଷମତାକୁ ଆସିଲେ ୨୧ଟି ପ୍ରମୁଖ ପ୍ରତିଶ୍ରୁତି ଘୋଷଣା କରିଥିଲା। ଏହାର ଅନୁପାଳନ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ରହିଛି। କେବଳ ୩ଟି ପ୍ରତିଶ୍ରୁତି ଅନୁପାଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ଅନ୍ୟୂନ ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା କରଜ କରିବାକୁ ପଡ଼ିବ। ଯଦି ବିଜେଡି ସରକାର ସମୟରେ ପ୍ରଚଳିତ ବିଏସ୍‌କେୱାଇ, କାଳିଆ, ବଳିଆ ପରି ଯୋଜନାଗୁଡ଼ିକୁ ବନ୍ଦ କରାଯାଏ, ତେବେ ହୁଏତ ଏହି କରଜ ପରିମାଣ କିଛିଟା ହ୍ରାସ ପାଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ହେବାକୁଥିବା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ ବୋଲି  ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରୁ ସଂସଦର ମୌସୁମୀ ଅଧÒବେଶନ ଆରମ୍ଭ ହେବା ସହିତ ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହେବାକୁ ଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ବିଶେଷକରି ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ମୁକାବିଲା କରିବା ଲାଗି ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୧ ତାରିଖରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ମଧ୍ୟ ସବୁ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ଅନେକ ପ୍ରସ୍ତାବରେ ବାଜିବ ମୋହର
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଲୋକସେବା ଭବନରେ ଦିନ ୧୧ଟାରେ ବୈଠକ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ କରିବେ । ଏଥିରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ସାଧାରଣ ପ୍ରଶାସନ, ଜଳସଂପଦ, ରାଜସ୍ବ ଆଦି ବିଭାଗର ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଆଶକୁ ନିର୍ବାଚନ ଆସୁଥିବାରୁ ଅନେକ ଗୁଡ଼ିଏ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ ଅନୁମୋଦନ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି।

ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ। ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟର ନିଷ୍ପତ୍ତି ନେଇଛି। ଏଥି ସହିତ ହୋ,ମୁଣ୍ଡାରୀ,ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ  ଆଦିବାସୀ ଜମି କିଣାବିକା ନେଇ ପୂର୍ବ କ୍ୟାବିଟେନର ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ କିଛି ଦିନପରେ ପୁଣି ପ୍ରତ୍ୟାହାର କରାଯାଇଥିଲା। ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବାପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି।

ଏଥି ସହିତ ଆଜି ରାଜ୍ୟ କ୍ୟାବିନେଟ ନୂଆ ଯୋଜନା ‘LAVA’ ନେଇ ଘୋଷଣା କରିଛନ୍ତି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ। LAVA ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଏହି ଯୋଜନା କାର୍ଯ୍ୟ କରିବ।

LAVA-ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ।

ଆଜି ବସିବ ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅଧ୍ୟକ୍ଷତା କରିବେ । ନୂଆ ବର୍ଷ ପୂର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର ।ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠିକ। ଐତିହ୍ୟ କ୍ଷେତ୍ରର ବିକାଶ ନେଇ କ୍ୟାବିନେଟରେ ନିଆଯାଇ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ଆଜି କ୍ୟାବିନେଟ୍‌‌ର ଜରୁରୀ ବୈଠକ, ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଭୁବନେଶ୍ୱର: ଆଜି ସକାଳ ୧୦ଟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ୬୭ତମ କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଶୀତ ଅଧିବେଶନ ଜାରି ରହିଥିବା ସମୟରେ ଏହି କ୍ୟାବିନେଟ୍‌‌ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ, ତାହା ସ୍ପଷ୍ଟ ହୋଇନାହିଁ।

ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର ।

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ୟ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୭ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ମିଶନଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଛି। ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଛି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।

ସେହିପରି ଆଜିର କ୍ୟାବିନେଟ୍‌‌ ବୈଠକରେ ବନ ସୁରକ୍ଷା ସମିତି ପାଇଁ କୋଠା ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥି ସହିତ ବକେୟା ଜଳକର ଆଦାୟ କରିବାକୁ OTS ବ୍ୟବସ୍ଥା କରାଯାଇଛି । ଏଥି ସହିତ କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ଅନ୍ୟପଟେ ଆଜିର କ୍ୟାବିନେଟ୍‌‌ ବୈଠକରେ ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ କରାଯିବ। ଚଳିତ ଆର୍ଥିକ ବର୍ଷରୁ ଆଗାମୀ ୫ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ । ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ପ୍ରଦାନ କରାଯାଇଛି।

ରାଜ୍ୟ କ୍ୟାବିନେଟ୍‌ରେ ୧୨ ନିଷ୍ପତ୍ତି ପାରିତ, ବଢ଼ିଲା ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍
ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ।

ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ହେବ । ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।

ସେହିପରି OBC କମିଶନ ଆଇନରେ ହେବ ସଂଶୋଧନ । ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ । GST, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । OSJS ଓ OJS ସେବା ଅଧିନିୟମରେ କ୍ୟାବିନେଟ୍ ରେ ସଂଶୋଧନ ହୋଇଛି । ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।