Kharavel Nagar police - The Sakala

ମାଷ୍ଟର କ୍ୟାଣ୍ଟିନରେ ଅନଲାଇନ ଅଟୋ ଓ ଟାକ୍ସି ଚାଳକଙ୍କ ହିଂସା: ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି, ୩୫୪ ଗାଡ଼ି ଜବତ
ଭୁବନେଶ୍ୱର: ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ଏବଂ ଆନ୍ଦୋଳନରତ ଅନ୍‌ଲାଇନ୍ କ୍ୟାବ୍ ଓ ଅଟୋ ଡ୍ରାଇଭର ସଂଘ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇଛି। ଏହି ଘଟଣାରେ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ୧୧୩ ଜଣ ଡ୍ରାଇଭରଙ୍କୁ ଗିରଫ କରିଥିବାବେଳେ ୩୫୪ଟି ଗାଡ଼ି ସିଜ୍ କରିଛି ।

ବୁଧବାର ଦିନ ଘଟିଥିବା ଏହି ହିଂସାକାଣ୍ଡ ଘଟଣାରେ ପୋଲିସ ତିନୋଟି ପର୍ଯ୍ୟାୟରେ ଗିରଫଦାରୀ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଆକ୍ରମଣ, ହିଂସା, ସରକାରୀ ସମ୍ପତ୍ତି ନଷ୍ଟ ଏବଂ ଦଙ୍ଗା ସୃଷ୍ଟି ଭଳି ସଙ୍ଗୀନ ଅଭିଯୋଗରେ ନୂତନ ଅପରାଧିକ ଆଇନ ବିଏନ୍ଏସ୍ (BNS)ର ଧାରା ୧୧୫, ୧୨୬ ଏବଂ ୧୦୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବେଆଇନ ରାସ୍ତା ରୋକୋରେ ବ୍ୟବହୃତ ହୋଇଥିବା ସମୁଦାୟ ୩୫୪ଟି ଗାଡ଼ିକୁ ପୋଲିସ ଏଯାବତ୍ ଜବତ କରିଛି। ଅନ୍ୟପକ୍ଷରେ, ଅଟକ ଥିବା ୬୦ ଜଣ ଡ୍ରାଇଭରଙ୍କର ହିଂସାରେ ସମ୍ପୃକ୍ତି ନଥିବା ପ୍ରମାଣିତ ହେବା ପରେ ଓ ସେମାନଙ୍କର ଉତ୍ତମ ଆଚରଣ ପ୍ରଦର୍ଶନ ପାଇଁ ପୋଲିସ ସେମାନଙ୍କୁ ଛାଡି ଦେଇଛି।

ଏହି ହିଂସାକାଣ୍ଡ ଘଟଣାରେ ଖାରବେଳ ନଗର ପୋଲିସ ପକ୍ଷରୁ ସମୁଦାୟ ୭ଟି ମାମଲା ରୁଜୁ କରାଯାଇଛି। ଆନ୍ଦୋଳନ ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଯେଉଁଥିରେ ଗୋଟିଏ 'ମୋ ବସ୍' ଓ ଗୋଟିଏ ପୋଲିସ୍ ଭ୍ୟାନ୍ ସମେତ ପ୍ରାୟ ୧୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ମାଷ୍ଟର କ୍ୟାଣ୍ଟିନ ଛକରେ ହୋଇଥିବା ଏହି ରାସ୍ତା ରୋକୋ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତରେ ବ୍ୟାପକ ବାଧା ସୃଷ୍ଟି ହୋଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ପରିବହନ ବିଭାଗ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତ ଗାଡ଼ିର ପରମିଟ୍ ବାତିଲ୍ କରିବାକୁ ପଦକ୍ଷେପ ଆରମ୍ଭ କରିଛି। ଭୁବନେଶ୍ୱର-୧ ଆରଟିଓ (RTO) ପକ୍ଷରୁ ସମ୍ପୃକ୍ତ ଗାଡ଼ିର ପଞ୍ଜିକୃତ ମାଲିକ ଓ ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ବ୍ୟକ୍ତିଗତ ଶୁଣାଣି ପାଇଁ ଆରଟିଓ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକା ଆଧାରରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ରାସ୍ତା ଅବରୋଧ ପାଇଁ ୪୦୦ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା। ବେଆଇନ ଆନ୍ଦୋଳନରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।