Rajpal Yadav Court Case - The Sakala

ଋଣ ମାମଲାରେ ଟ୍ରୋଲ୍ କରୁଥିବା ଲୋକଙ୍କୁ ରାଜପାଲ୍ ଯାଦବଙ୍କ କଡ଼ା ଜବାବ: 'ଗୋଟିଏ ମାମଲା ମୋ କ୍ୟାରିୟର୍ ନଷ୍ଟ କରିପାରିବ ନାହିଁ'
ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ୍ ଯାଦବ ନିଜର ଆର୍ଥିକ ତଥା ଆଇନଗତ ସମସ୍ୟାକୁ ନେଇ ଚୁପ୍ପି ଭାଙ୍ଗିଛନ୍ତି। ନିକଟରେ ୫ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ତାଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ସେ କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏକ ଆର୍ଥିକ ବିବାଦ ତାଙ୍କର ଦୀର୍ଘ ଦଶନ୍ଧିର କ୍ୟାରିୟର୍ କିମ୍ବା ସମ୍ମାନକୁ ନଷ୍ଟ କରିପାରିବ ନାହିଁ।

କଳାକାରଙ୍କ ପରିଚୟ ଉପରେ ପ୍ରଶ୍ନ କାହିଁକି?

ନିଜ ସମାଲୋଚକଙ୍କ ଉପରେ ବର୍ଷି ରାଜପାଲ୍ କହିଛନ୍ତି ଯେ, "ମୁଁ ମୋ କାମ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏବଂ ମୁଁ ନିଜକୁ ଭାରତୀୟ ସିନେମାର ଜଣେ କଳା ଛାତ୍ର ବୋଲି ଭାବେ। ଗତ ୩୦-୪୦ ବର୍ଷ ମଧ୍ୟରେ ଯଦି ମୁଁ ୧୦୦-୨୦୦ ଲୋକଙ୍କ ଠାରୁ ଧାର ନେଇଛି, ତେବେ ସେହି ଟଙ୍କା ନିଶ୍ଚିତ ଭାବେ ସେମାନଙ୍କ ଘରେ ପହଞ୍ଚିବ। କିନ୍ତୁ ଆର୍ଥିକ ସ୍ଥିତି ଖରାପ ହେଲେ ଜଣେ କଳାକାରର ସମ୍ପୂର୍ଣ୍ଣ ବାୟୋଡାଟା ଉପରେ କିପରି ପ୍ରଶ୍ନ ଉଠାଯାଇପାରିବ?" ଅଭିନେତା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ୟା ଥାଉ କି ନଥାଉ, ଲୋକେ ଆଜି ବି ତାଙ୍କ ସହ ରାସ୍ତାରେ ପ୍ରତିଦିନ ୫୦୦ ରୁ ଅଧିକ ସେଲଫି ଉଠାଉଛନ୍ତି, ଯାହା ତାଙ୍କର ପ୍ରକୃତ ସଫଳତା।

କ'ଣ ଥିଲା ମାମଲା?

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟ ରାଜପାଲ୍ ଯାଦବଙ୍କ ନିର୍ଦ୍ଦେଶିତ ୨୦୧୨ ମସିହାର ଫିଲ୍ମ 'ଅତା ପତା ଲାପତା' ସହ ଜଡିତ ୫ କୋଟି ଟଙ୍କାର ଋଣ ଏବଂ ଚେକ୍ ବାଉନ୍ସ ମାମଲାରେ ତାଙ୍କର ଦୋଷୀ ସାବ୍ୟସ୍ତକୁ କାୟମ ରଖିଥିଲେ। ଏହି ମାମଲାରେ ତାଙ୍କୁ ୩ ମାସର ସାଧାରଣ କାରାଦଣ୍ଡ ଶୁଣାଇବା ସହ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ୨ ମାସର ମହଲତ ଦିଆଯାଇଥିଲା। ତେବେ ଏହି ଆଇନଗତ ଲଢ଼େଇ ଏବଂ ଆର୍ଥିକ ସଙ୍କଟ ତାଙ୍କ କଳାକାର ଜୀବନର ଅନ୍ତ ନୁହେଁ ବୋଲି ରାଜପାଲ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କିଛି ସାମୟିକ ଆର୍ଥିକ ବାଧାବିଘ୍ନ ଜଣେ କଳାକାରର ଜୀବନବ୍ୟାପୀ ସାଧନାକୁ କଦାପି ମଳିନ କରିପାରିବ ନାହିଁ।