Water Level Danger Mark - The Sakala

ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ
ବାଲେଶ୍ୱର: ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣି ଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ୨ ଲକ୍ଷରୁ ଅଧିକ ଲୋକ ।  ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଏ ହେଉଛି ଦିତ୍ୱୀୟ ବନ୍ୟା । ଗତକାଲି ପାଖରୁ ନଦୀର ଜଳସ୍ତର ବିପଦ ସଙ୍କେତ ପାର ହେଇଥିଲା । ରାତି ତମାମ ଜଳ ସ୍ତର ବଡୁଥିବା ବେଳେ ସକାଳୁ କମୁଛି ନଦୀର ଜଳସ୍ତର। ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୧.୭୯ ମିଟର ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର କମୁଥିବା ବେଳେ ଭୋଗରାଇ ବ୍ଳକ ଓ ବାଲିଆପାଳ ବ୍ଲକ୍ ରେ ଏବେବି ଗାଁ ଭିତରକୁ ପାଣି ପ୍ରବେଶ କରୁଛି। ଅନେକ ଗାଁରେ ନଦୀବନ୍ଧ ଭାଙ୍ଗି ଯିବାରୁ ବନ୍ୟା ଜଳ ରାସ୍ତାଘାଟ ଓ ବାସଗୃହରେ ପଶିଯାଇଛି। ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭୋଗରାଇ ବ୍ଳକ୍ ର ୨୦ ରୁ ଅଧିକ ପାଞ୍ଚାୟତ ପାଣି ଘେର ଭିତରେ , ନହରା, ନାଚିନ୍ଦା, ଗବଗାଁ, କୁସୁଡା, ପୁଟିଣା, କଚୁଆଡି , ଦାରୁହା, ଆରୁହା ବର୍ତ୍ତି, ଦହମୁଣ୍ଡା, କୁଳିଦା, ମହାଗବ, ପଞ୍ଚାୟତ ର ସତାଧିକ ଗାଁ ପାଣି ଘେର ଭିତରେ ରହିଛନ୍ତି ।  କାହା ଘର ଭିତରେ ପାଣି ପ୍ରବେଶ କରିଛି ଦାଣ୍ଡ ଦୁଆରେ ପାଣି ଖେଳୁଛି , ୫୭ ନମ୍ବର ରାଜ୍ୟ ରାଜପଥ ଦାରୁହା ନିକଟରେ ବନ୍ୟା ପାଣି ପ୍ରବେଶ କରି ୨ଫୁଟ ପାଣି ରାସ୍ତା ଉପରେ ଚାଲୁଛି। ସେହିପରି ବାଲିଆପାଳ ବ୍ଲକର ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ ପ୍ରଭାବିତ ହୋଇଛି,  ବନ୍ୟା ଦ୍ବାରା ବାଲିଆପାଳ ବ୍ଲକର ୪୫ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟାଞ୍ଚଳ ପାଇଁ ୩ଟି ଓଡ୍ରାଫ ଟିମ୍ ସମେତ ୯ଟି ଏସଆରସି ବୋଟ୍ ନିୟୋଜିତ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଜଳେଶ୍ଵର ବ୍ଳକ୍ର ୨ ଟି ପଞ୍ଚାୟତ ବହୁ ଲୋକେ ପାଣି ଘେର ଭିତରେ ମଧ୍ୟ ରହିଛନ୍ତି। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଦିତ୍ୱୀୟ ବନ୍ୟା ରେ ପାଣି ବନ୍ଦି ଜୀବନ ବିତାଉଛନ୍ତି ଲୋକେ।