German - The Sakala
ଜର୍ମାନୀ: ସନ୍ଦେହ ସାଜିଲା ଘାତକ । ସନ୍ଦେହ ଯେ ୫ ଶିଶୁଙ୍କ ଜୀବନ ନେଇଯିବ ଏହା ବିଶ୍ୱାସ ବି କରିହେଉନାହିଁ । ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଫଟୋରେ ଦେଖି ନିଜ କ୍ରୋଧକୁ ନିୟନ୍ତ୍ରଣ ନ କରିପାରି ସ୍ୱାମୀଙ୍କୁ ଶାସ୍ତି ଦେବାକୁ ଯାଇ ନିଜ ୫ ସନ୍ତାନଙ୍କ ତଣ୍ଟି ଚିପି ମାରିଦେଲେ ଜଣେ ମହିଳା । ମାତ୍ର ଏପରି ଭୟଙ୍କର ଘଟଣାରୁ ମହିଳାଙ୍କ ବଡ଼ ପୁଅ ବଞ୍ଚି ଯାଇଥିବା ସୂଚନା ମିଳିଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜର୍ମାନୀରେ । ଏହି ମାମଲାରେ କୋର୍ଟ ଉକ୍ତ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
‘ମିରର ୟୁକେ’ ର ରିପୋର୍ଟ ଅନୁଯାୟୀ, ୨୮ ବର୍ଷିୟ କ୍ରିଷ୍ଟିୟାନ (କ୍ରିଷ୍ଟିୟାନ କେ) ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ୫ ପିଲାଙ୍କ ସହ ହସଖୁସିରେ ରହୁଥିଲେ । ମାତ୍ର ଦିନେ ଉକ୍ତ ମହିଳା ଏକ ଫଟୋରେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିବା ପରେ ନିଜ ରାଗକୁ ସମ୍ଭାଳି ନ ପରି ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏପରିକି ଆଉ କେବେ ନିଜ ଛୁଆଙ୍କୁ ଦେଖିପାରିବନି ବୋଲି ସ୍ୱାମୀଙ୍କ ପାଖକୁ ବାର୍ତ୍ତା ବି ପଠାଇଦେଲେ।
ଏହାପରେ କ୍ରିଷ୍ଟିୟାନ ନିଜ ପିଲାମାନଙ୍କୁ ନିଶା ଦ୍ରବ୍ୟ ଖୁଆଇ ଅଚେତ କରି ସେମାନଙ୍କୁ ବାଥଟବ୍‌ରେ ବୁଡ଼ାଇ ଅଣନିଶ୍ୱାସ କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ କ୍ରିଷ୍ଟିୟାନ ସେମାନଙ୍କ ଶରୀରକୁ ଟାୱେଲରେ ଗୁଡ଼ାଇ ଖଟ ଉପରେ ରଖିଦେଇଥିଲେ। ଏହି ସମୟରେ ବଡ ପୁଅ ବାହାରେ ଥିବାରୁ ସେ ସୌଭାଗ୍ୟବଶତଃ ବଂଚିଯାଇଥିଲେ ।
ପିଲାମାନଙ୍କୁ ହତ୍ୟା କରିବା ପରେ କ୍ରିଷ୍ଟିୟାନ ଆତ୍ମହତ୍ୟା କରିବା ପାଇଁ ନିକଟରେ ଥିବା ରେଲୱେ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁପଡିଥିଲେ, କିନ୍ତୁ ସେ ବଞ୍ଚି ଯାଇଥିଲେ। ସମ୍ପ୍ରତି କୋର୍ଟ କ୍ରିଷ୍ଟିୟାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ୪୦ ରୁ ଅଧିକ ସାକ୍ଷୀଙ୍କ ବୟାନ ଶୁଣିଥିଲେ। କୋର୍ଟ ତାଙ୍କ ଏକମାତ୍ର ବଞ୍ଚିଥିବା ପୁଅର ଯତ୍ନ ପାଇଁ ଜେଜେମା’ଙ୍କ ପାଖକୁ ପଠାଇଦେଇଛନ୍ତି।
ପଶ୍ଚିମ ୟୁରୋପରେ ବନ୍ୟାର ତାଣ୍ଡବ; ଏପର୍ଯ୍ୟନ୍ତ ୧୫୦ ମୃତ, ୧୩ ଶହରୁ ଉର୍ଦ୍ଧ୍ଵ ନିଖୋଜ
ବର୍ଲିନ: ପଶ୍ଚିମ ୟୁରୋପରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଲୋକଙ୍କ ଘର ଭୁଶୁଡିଯାଇଥିବା କାରଣରୁ ଚାପି ହୋଇ ମୃତ୍ୟୁ ହୋଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୫୦ ଜଣ ଲୋକଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ସଠିକ୍ ଆକଳନ ହୋଇପାରି ନାହିଁ।
ରେକର୍ଡ ବର୍ଷା ପରେ ଜର୍ମାନୀ ଏବଂ ବେଲଜିୟମରେ ପ୍ରବଳ ବନ୍ୟାରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଦେଶର ଦକ୍ଷିଣ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ୟୁରୋପୀୟ ନେତାମାନେ ଏହି ଦୁର୍ଘଟଣା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ବ ବଢ଼ିଥାଏ ବୋଲି କହିଛନ୍ତି । ଶିଳ୍ପ ଯୁଗ ଆରମ୍ଭରୁ ବିଶ୍ବର ତାପମାତ୍ରା ୧.୨° ସେଲସିୟସକୁ ବୃଦ୍ଧି ପାଇଛି |
ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟର ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେବଳ ଜର୍ମାନୀରେ ହିଁ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୱାଲ୍ଟମିର କହିଛନ୍ତି ଯେ ବିନାଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଶୁକ୍ରବାର ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ନିଖୋଜ ଲୋକଙ୍କ ପରିବାର ଆଶଙ୍କା ଭିତରେ ରହିଛନ୍ତି।
ବନ୍ୟାରେ ଅନେକ ସ୍ଥାନରେ ଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି | ରାସ୍ତା ଧୋଇ ହୋଇଯାଇଛି ଏବଂ ଏକ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ନାହିଁ। ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଉତ୍ତର ଜର୍ମାନୀ। ରେନ୍-ୱେଷ୍ଟଫାଲିଆ, ରେନ୍ଲ୍ୟାଣ୍ଡ-ପାଲାଟିନେଟ୍ ଏବଂ ସାରଲ୍ୟାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।