Europe - The Sakala

ବିଶ୍ୱର ଏପରି ଦେଶ ଯେଉଁଠି ଗାଡି ଚଲାଇବାବେଳେ ସିଟ୍‌ ବେଲ୍‌ଟ ବାନ୍ଧିଲେ ଦେବାକୁ ପଡେ ଜରିମାନା
ସୁରକ୍ଷିତ ଯାତ୍ରା ପାଇଁ କାର୍‌ ଆଦି ଗାଡ଼ି ଚଳାଇବାବେଳେ ସିଟ୍‌ ବେଲ୍‌ଟ ବାନ୍ଧିବାକୁ କଡ଼ା ନିୟମ ପ୍ରଣୟନ କରାଯାଇଛି। ସିଟ୍‌ ବେଲ୍‌ଟ ବାନ୍ଧି ନ ଥିଲେ ଚାଲାଣ କଟାଯାଏ। କିନ୍ତୁ ଏମିତି ଗୋଟିଏ ଦେଶ ଅଛି, ଯେଉଁଠି ସିଟ୍‌ ବେଲ୍‌ଟ ବାନ୍ଧିଲେ ଜରିମାନା ଦେବାକୁ ହୁଏ। ବିଷୟଟି ଏମିତି, ୟୁରୋପର ଏସ୍ତୋନିଆରେ ସଡ଼କଗୁଡ଼ିକ ବରଫରେ ଭରପୂର ହୋଇଥାଏ। ତେଣୁ ଏହା ଉପରେ ଗାଡ଼ି ଚଳାଇବା ଦ୍ବାରା ଗାଡ଼ିର ଚକ ସ୍ଲିପ୍‌ ହୋଇଥାଏ। ତେଣୁ ଏଠାରେ ସିଟ୍‌ ବେଲ୍‌ଟ ବାନ୍ଧିବା ବେଆଇନ । କାରଣ ଅନେକ ପରିସ୍ଥିତିରେ ଯାତ୍ରୀମାନଙ୍କୁ ଗାଡ଼ି ଭିତରୁ ଅଚାନକ ଭାବେ ବାହାରିବାକୁ ପଡ଼େ। ଏଭଳି ପରିସ୍ଥିତିରେ ସିଟ୍‌ ବେଲ୍‌ଟି ବାଧକ ସାଜିଥାଏ।

ଏହି ସଡ଼କରେ ଗାଡ଼ି ଚଳାଇବା ପାଇଁ ଅନେକ ଅସାଧାରଣ ନିୟମ ଅଛି। ସୂର୍ଯ୍ୟାସ୍ତ ପରେ ଏଠାରେ ଗାଡ଼ି ଚଳାଇବା ଏବଂ ୨.୫ ଟନ୍‌ରୁ ଅଧିକ ଓଜନ ବିଶିଷ୍ଟ ଗାଡ଼ି ଚଳାଇବା ଉପରେ ମଧ୍ୟ କଟକଣା ରହିଛି। ଏହି ସଡ଼କରେ ପ୍ରବେଶ କରିବା ପରେ ଚାଳକଙ୍କୁ ଗାଡ଼ିର ବେଗ ଘଣ୍ଟାକୁ ୨୫ରୁ ୪୦ କିଲୋମିଟର ରଖିବାକୁ ହୁଏ। ଗାଡ଼ିର କମ୍ପନ ଦ୍ବାରା ବରଫ ସଡ଼କ ଭାଙ୍ଗିଯିବାର ଭୟ ଥିବାରୁ ପର୍ଯ୍ୟଟକମାନେ ଏଠାରେ ଗାଡ଼ି ଚଳାଇବା ପାଇଁ ଭୟ କରିଥାନ୍ତି। ଅବଶ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ଏହା ସାଧାରଣ ଘଟଣା। କାରଣ ଏସ୍ତୋନିଆରେ ଏଭଳି ୬ଟି ସଡ଼କ ଅଛି।

ୟୁରୋପ ପାଇଁ ମୁକେଶ ଅମ୍ବାନୀ ସାହାରା
ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ବରେ ଏକ ଶକ୍ତି ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ସମୟରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ବରେ ଶକ୍ତି ଯୋଗାଣ ବ୍ୟାହତ ହେଉଛି। ଏଭଳି ସମୟରେ ଯୁଦ୍ଧ ପ୍ରଭାବରେ ଶକ୍ତି ସଙ୍କଟ ସହ ଯୁଝୁଥିବା ୟୂରୋପ ପାଇଁ ମୁକେଶ ଅମ୍ବାନୀ ସାହାରା ପାଲଟିଛନ୍ତି। ଏପରିକି ବିଶ୍ବର ସର୍ବବୃହତ ତୈଳ ବିଶୋଧନକାରୀ କମ୍ପ୍ଲେକ୍ସକୁ ଖୋଜୁଥିବା ଜିନିଷ ମିଳିଯାଇଛି। ଡିଜେଲର ବର୍ଦ୍ଧିତ ଚାହିଦାରୁ ଲାଭ ଉଠାଇବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜାମନଗରସ୍ଥିତ ଅଶୋଧ ତୈଳ ପ୍ରକ୍ରିୟାକରଣ ୟୁନିଟ୍‌ରେ କାମ ଜୋରସୋରରେ ଆରମ୍ଭ ହୋଇଯାଇଛି।

ସମ୍ପ୍ରତି ମରାମତି କାର୍ଯ୍ୟ କରାଯାଉଥିବା ଜାମନଗର ରିଫାଇନାରିରେ ସେସବୁ କାର୍ଯ୍ୟକୁ ବନ୍ଦ କରାଯାଇ କ୍ରୁଡ୍ ପ୍ରୋସେସିଂ ବା ଅଶୋଧିତ ତୈଳର ପ୍ରକ୍ରିୟାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। କାରଣ ୟୁରୋପର ଶକ୍ତି ଅଭାବ ପୂରଣ କରିବାକୁ ରିଲାଏନ୍ସ ସେଠାକୁ ଡିଜେଲ ପଠାଇବ। ରିଲାଏନ୍ସର ଜାମନଗର ତୈଳ ପ୍ରକ୍ରିୟାକରଣ ୟୁନିଟ୍ ଗୁଜରାଟ ଉପକୂଳରେ ଅବସ୍ଥିତ। ଏହି ରିଫାଇନାରୀ କମ୍ପ୍ଲେକ୍ସରେ ରହିଥିବା ଦୁଇଟି ବିଶୋଧନକାରୀ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୧୩.୬ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରାଯାଇପାରିବ। ଏହି କମ୍ପ୍ଲେକ୍ସ ଇନ୍ଧନ ରପ୍ତାନି କରିବାରେ ସକ୍ଷମ। ଏଠାରୁ ଦୈନିକ ୭୦୪,୦୦୦ ବ୍ୟାରେଲ ତୈଳ ରପ୍ତାନି କ୍ଷମତା ରହିଛି। ଏହାର କ୍ଷମତାର ପ୍ରାୟ ୭୫ ପ୍ରତିଶତ ଜାନୁଆରୀରେ ବ୍ୟବହୃତ ହୋଇଥିଲା।

ରୁଷ ଯୁକ୍ରେନ ଯୁଦ୍ଧ ସଙ୍କଟ ପରେ ୟୁରୋପରେ ଇନ୍ଧନର ମୂଲ୍ୟ ଆକାଶଛୁଆଁ ହୋଇଛି। ଏଭଳି ପରିସ୍ଥିତିରେ କେତେକ ଏସୀୟ ରିଫାଇନାରୀ ବିଦେଶକୁ ଡିଜେଲ ପଠାଇବାକୁ ଚାହୁଁଛନ୍ତି। ରିଲାଏନ୍ସ ପରି କେତେକ ପ୍ରୋସେସର୍ ଏହି ତଥାକଥିତ ମଧ୍ୟସ୍ଥତା କାରବାରର ଉଠାଇବାକୁ ଭଲ ସ୍ଥିତିରେ ଅଛନ୍ତି। ଏକ ସୂତ୍ରରୁ ପ୍ରକାଶ ଯେ, ରିଲାଏନ୍ସ ଏହାର ଜାମନଗର ଭିତ୍ତିକ ଅଶୋଧୂ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟରୁ ତିନିମାସ ପାଇଁ ବନ୍ଦ କରିବାକୁ ଯୋଜନା କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତୈଳ ମନ୍ତ୍ରାଳୟ କହିବାନୁଯାୟୀ, ଏହି ରପ୍ତାନି କେନ୍ଦ୍ରିତ ୟୁନିଟ୍ ଜାନୁଆରୀରେ ଏହାର କ୍ଷମତାର ମାତ୍ର ୭୪୭ ପ୍ରତିଶତ କାମ କରିଛି। ଏହାପୂର୍ବରୁ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓଏନ୍‌ଜିସି ବିଦେଶ ଲିମିଟେଡ୍ କହିଛି ଯେ, ରୁଷିଆର ଶାଖାଲିନ୍ – ୧ ପ୍ରକଳ୍ପରୁ ଉତ୍ପାଦିତ ଅଶୋଧ ତୈଳ ବିକ୍ରିରେ କମ୍ପାନୀ କୌଣସି ଆହ୍ବାନର ସମ୍ମୁଖୀନ ହେଉନାହିଁ।

ପଶ୍ଚିମ ୟୁରୋପରେ ବନ୍ୟାର ତାଣ୍ଡବ; ଏପର୍ଯ୍ୟନ୍ତ ୧୫୦ ମୃତ, ୧୩ ଶହରୁ ଉର୍ଦ୍ଧ୍ଵ ନିଖୋଜ
ବର୍ଲିନ: ପଶ୍ଚିମ ୟୁରୋପରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଲୋକଙ୍କ ଘର ଭୁଶୁଡିଯାଇଥିବା କାରଣରୁ ଚାପି ହୋଇ ମୃତ୍ୟୁ ହୋଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୫୦ ଜଣ ଲୋକଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ସଠିକ୍ ଆକଳନ ହୋଇପାରି ନାହିଁ।

ରେକର୍ଡ ବର୍ଷା ପରେ ଜର୍ମାନୀ ଏବଂ ବେଲଜିୟମରେ ପ୍ରବଳ ବନ୍ୟାରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଦେଶର ଦକ୍ଷିଣ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ୟୁରୋପୀୟ ନେତାମାନେ ଏହି ଦୁର୍ଘଟଣା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ବ ବଢ଼ିଥାଏ ବୋଲି କହିଛନ୍ତି । ଶିଳ୍ପ ଯୁଗ ଆରମ୍ଭରୁ ବିଶ୍ବର ତାପମାତ୍ରା ୧.୨° ସେଲସିୟସକୁ ବୃଦ୍ଧି ପାଇଛି |

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟର ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେବଳ ଜର୍ମାନୀରେ ହିଁ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୱାଲ୍ଟମିର କହିଛନ୍ତି ଯେ ବିନାଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶୁକ୍ରବାର ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ନିଖୋଜ ଲୋକଙ୍କ ପରିବାର ଆଶଙ୍କା ଭିତରେ ରହିଛନ୍ତି।

ବନ୍ୟାରେ ଅନେକ ସ୍ଥାନରେ ଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି | ରାସ୍ତା ଧୋଇ ହୋଇଯାଇଛି ଏବଂ ଏକ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ନାହିଁ। ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଉତ୍ତର ଜର୍ମାନୀ। ରେନ୍-ୱେଷ୍ଟଫାଲିଆ, ରେନ୍ଲ୍ୟାଣ୍ଡ-ପାଲାଟିନେଟ୍ ଏବଂ ସାରଲ୍ୟାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।