Rath Yatra Puri - The Sakala

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ; ରଥାରୁଢ଼ ହୋଇ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ
ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଭକ୍ତଙ୍କ ଗହଳିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି ।ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ୧୩ ଦିନ ଅନବସର ପରେ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ବର୍ଷକ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ଏଥିପାଇଁ ମହାବାହୁଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ୧୯୭୧ ମସିହା ପରେ ଏଭଳି ବିରଳ ରଥଯାତ୍ରା ଅନୁଷ୍ଠିତ ହେଉଛି। ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥାରୁଢ ହୋଇ ଚତୁର୍ଦ୍ଧାବିଗ୍ରହ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଦିନାତ୍ମକ ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଆଉ ଦାରୁଦିଅଁଙ୍କ ଆଗମନକୁ ସିଂହଦ୍ୱାରରେ ଅପକ୍ଷୋର କରି ରହିଛନ୍ତି ତିନିରଥ। ରବିବାର ଅପରାହ୍ନ ୧ଟା ୧୦ରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୫ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି ।

ସରିଲା ଅଧରପଣା ନୀତି; ଆଜି ନୀଳାଦ୍ରିବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ
ପୁରୀ : ଆଜି ମହାବାହୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ । ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ରତ୍ନସିଂହାସନକୁ ଫେରିବେ ମହାବାହୁ । ଅପରାହ୍ନ ତିନିଟାରେ ପହଣ୍ଡି ହେବା ନେଇ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ । ମଦନମୋହନ, ରାମକୃଷ୍ଣ, ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀମନ୍ଦିର ବିଜେ କରିବା ପରେ ଗୋଟି ପହଣ୍ଡିରେ ଯିବେ ଜଗତ ଠାକୁର । ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିଲେ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ଆସିବାରେ ବିଳମ୍ବ ହେବାରୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ଅଭିମୂଖେ ଯାଇଥିଲେ । ପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ଭାଙ୍ଗି ଫେରିଥିଲେ ଠାକୁରାଣୀ । ତେଣୁ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ଶ୍ରୀଜଗନ୍ନାଥ ରସଗୋଲା ସାଥିରେ ଆଣିଛନ୍ତି । ପତି-ପତ୍ନୀଙ୍କ ଏହି ମଧୂର ସମ୍ପର୍କକୁ ଶେଷ ଦିନରେ ପ୍ରତିପାଦନ କରିବେ ମହାପ୍ରଭୁ । ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ନୀଳାଦ୍ରିନାଥ ।

ତିନି ରଥରେ ଆଜ୍ଞାମାଳ ଲାଗି ପରେ ଦକ୍ଷିଣ ମୋଡ଼ ଆରମ୍ଭ
ପୁରୀ:ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା। ଜନ୍ମ ବେଦୀରେ ଲୀଳାଖେଳା କରୁଥିବା ମହାପ୍ରଭୁ ବାହୁଡା଼ରେ ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଶନିବାର ତିନିରଥର ଦକ୍ଷିଣ ମୋଡ କରାଯାଉଛି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖରେ ଥିବା ତିନିରଥଙ୍କୁ ନାକଚଣା ଦ୍ବାରକୁ ନିଆଯାଉଛି। ଶନିବାର ଗୁଣ୍ଡିଚା ମନ୍ଦିରରେ ଥିବା ତିନିଠାକୁରଙ୍କଠାରୁ ତିନିବାଡର ପୂଜାପଣ୍ଡା ଆଜ୍ଞାମାଳ ଆଣି ତିନିରଥରେ ପ୍ରଦାନ କରିଥିଲେ। ଏହାପରେ ବିଜେ କାହାଳୀ ବାଜିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀ ରଥ ଟାଣିଥିଲେ। ଅପରାହ୍ନ ପ୍ରାୟ ୨ଟା ସୁଦ୍ଧା ଦେବଦଳନ ରଥ ନାକଚଣା ଦ୍ବାରରେ ଲାଗିଥିଲା। ଏହାପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ କରାଯିବ।