Kakrana Village - The Sakala

ରାଜସ୍ଥାନରେ ଶୋକାକୁଳ ପରିବେଶ: ଏକାଠି ଉଠିଲା ନୌସେନା ଯବାନ, ପତ୍ନୀ ଓ ୨ ଶିଶୁଙ୍କ କୋକେଇ
ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅନ୍ତର୍ଗତ କକରାନା ଗାଁରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ନୌସେନାର ଯବାନ ପୂରଣମଲ ମେହେରା (୩୦), ତାଙ୍କ ପତ୍ନୀ ଏବଂ ଦୁଇ ନିଷ୍ପାପ ଶିଶୁଙ୍କ ମୃତଦେହ ସୋମବାର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୋଟିଏ ପରିବାରର ୪ ଜଣଙ୍କ କୋକେଇ ଏକାସାଙ୍ଗରେ ଉଠିବା ବେଳେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଛଳଛଳ ହୋଇଯାଇଥିଲା। ଗମଗିନ ପରିବେଶରେ ଗୋଟିଏ ଜୁଇରେ ସ୍ୱାମୀ ଓ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଦୁଇ ଶିଶୁଙ୍କୁ କବର ଦିଆଯାଇଛି।

ମୁମ୍ବାଇର କୋଲାବା ସ୍ଥିତ ହାଇ-ସିକ୍ୟୁରିଟି ନେଭି ନଗର ସରକାରୀ ଆବାସରୁ ପୂରଣମଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ତାଙ୍କ ପତ୍ନୀ ଓମା ମେହେରା (୨୬) ଏବଂ ଦୁଇ ସନ୍ତାନଙ୍କ ମୃତଦେହ କୋଠରୀ ଭିତରେ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୂରଣମଲ ୨୦୧୫ ମସିହାରେ ନୌସେନାରେ ସାମିଲ ହୋଇଥିଲେ ଏବଂ ୨୦୨୦ ମସିହାରେ ଓମାଙ୍କ ସହ ତାଙ୍କର ବିବାହ ହୋଇଥିଲା।

ପୂରଣମଲଙ୍କ ସାନ ଭାଇ ମୁକେଶ କୁମାର କହିଛନ୍ତି ଯେ, ପରିବାର ଲୋକେ ଗତ ୩ ଦିନ ଧରି ପୂରଣମଲଙ୍କୁ ଫୋନ୍ କରୁଥିଲେ, କିନ୍ତୁ କୌଣସି ଉତ୍ତର ମିଳୁନଥିଲା। ଶନିବାର ନୌସେନା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଶନିବାର ରାତି ପ୍ରାୟ ୧୧ଟା ସମୟରେ ମୁମ୍ବାଇରୁ ପରିବାରକୁ ପୂରଣମଲଙ୍କ ମୃତ୍ୟୁ ଖବର ମିଳିଥିଲା। ପୂରଣମଲ ତିନି ଭାଇଙ୍କ ମଧ୍ୟରେ ମଝିଆ ଥିଲେ ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ସେନାରେ କାର୍ଯ୍ୟରତ ଅଛନ୍ତି।

ସେନାର ଏକ ଟ୍ରକ ଯୋଗେ ୪ ଜଣଙ୍କ ମୃତଦେହ କକରାନା ଗାଁକୁ ଅଣାଯାଇଥିଲା। ଗାଁ ଶ୍ମଶାନରେ ପୂରଣମଲଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର (ସମ୍ମାନସୂଚକ ସଲାମି) ଦିଆଯାଇଥିଲା। ସେନା ଅଧିକାରୀମାନେ ତାଙ୍କ ପିତା ଶମ୍ଭୁଦୟାଲଙ୍କୁ ତ୍ରିରଙ୍ଗା ହସ୍ତାନ୍ତର କରିଥିଲେ। ସାନ ଭାଇ ମୁକେଶ ମୁଖାଗ୍ନି ଦେଇଥିଲେ। ସ୍ତ୍ରୀଙ୍କ କୋକେଇକୁ ଗ୍ରାମବାସୀ କାନ୍ଧେଇଥିବା ବେଳେ ଶିଶୁମାନଙ୍କୁ କୋଳରେ ଧରି ଶ୍ମଶାନକୁ ନିଆଯାଇଥିଲା।

ପରିବାର ଏକାଠି ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ଏବଂ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ପାରିବାରିକ ବିବାଦ ଏବଂ ମାନସିକ ଚାପ ସମେତ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ପରିବାର ଲୋକେ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି।