married young women - The Sakala

ଆତଙ୍କବାଦୀଙ୍କୁ ବାହାହେବେ ୧୫ ବର୍ଷରୁ ଊର୍ଦ୍ଧ୍ବ ଯୁବତୀ, ବିଧବା
କାବୁଲ : ଆଫଗାନିସ୍ତାନର ୮୫ ପ୍ରତିଶତରୁ ଊର୍ଦ୍ଧ୍ବ ଅଞ୍ଚଳକୁ ଦଖଲ କରିସାରିବା ପରେ ତାଲିବାନ ମନମାନି ଆରମ୍ଭ କରିଛି। ଆଫଗାନ ସରକାର ଏକପ୍ରକାରର ଅସହାୟ ହୋଇପଡିଥିବାବେଳେ ବିଭିନ୍ନ ସ୍ଥାନରେ ସେନା ଆତ୍ମ ସମର୍ପଣ କରୁଛି। ସମଗ୍ର ଆଫଗାନିସ୍ତାନରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏପରି ସମୟରେ ତାଲିବାନ ଅଜବ ନିର୍ଦ୍ଦେଶ ଜାରି କରିଛି। ଏଣିକି ଅଫଗାନିସ୍ତାନରେ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ବିଧବାମାନେ ତାଲିବାନ ଆତଙ୍କବାଦୀଙ୍କୁ ବିବାହ କରିବେ ବୋଲି ତାଲିବାନ କହିଛି। ଏହି ଲକ୍ଷ୍ୟରେ ସ୍ଥାନୀୟ ମୌଲାନା ତଥା ମଲ୍ଲାଙ୍କୁ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ ବୟସର ବିଧବାଙ୍କ ତଥ୍ୟ ଦେବା ଲାଗି ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଅନୁଯାୟୀ ତାଲିବାନ ନିଜର ଆତଙ୍କବାଦୀଙ୍କୁ ବିବାହ କରାଇବା ଲାଗି ପ୍ରତିଶ୍ରୁତି ଦେଇଛି। ଏଥିପାଇଁ ସେମାନଙ୍କୁ ପାକିସ୍ତାନର ୱଜିରସ୍ତାନ ନିଆଯିବ।

ସେଠାରେ ସେମାନଙ୍କୁ ଇସଲାମକୁ ଧର୍ମାନ୍ତରୀକରଣ କରାଯାଇ ପୁଣିଥରେ ସଂଗଠିତ କରାଯିବ। ଏଥିଯୋଗୁଁ ମୁଲ୍ଲା ଏବଂ ଇମାମଙ୍କୁ ଯୁବତୀ ଏବଂ ବିଧବାଙ୍କ ତାଲିକା ଦେବା ପାଇଁ କୁହାଯାଇଛି। ତାଲିବାନର ସାଂସ୍କୃତିକ କମିଶଙ୍କ ପକ୍ଷରୁ ଜାରି ଚିଠିରେ ଏହା କୁହାଯାଇଛି। ଏହା ପୂର୍ବରୁ ତାଲିବାନ ଆଫଗାନିସ୍ତାନର ଉତ୍ତର-ପୂର୍ବାଞ୍ଚଳରେ ତଖର ପ୍ରଦେଶରେ ମହିଳାଙ୍କୁ ଏକାକୀ ଘରୁ ନ ବାହାରିବା ପାଇଁ ଏବଂ ପୁରୁଷଙ୍କୁ ଦାଢି ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ସହିତ ଇସଲାମିକ ଆଇନ ପ୍ରୟଣନ ଚାହୁଁଥିବା ତାଲିବାନ ଯୌତୁକ ଆଇନ ପ୍ରଣୟନ କରିବାକୁ କହିଥିଲା।