Afghanistan - The Sakala
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ (Pakistan) ପକ୍ଷରୁ ଆଫଗାନିସ୍ତାନ (Afghanistan) ଉପରେ କରାଯାଇଥିବା ଏକାଧିକ ଏୟାରଷ୍ଟ୍ରାଇକ ବା ବୈମାନିକ ଆକ୍ରମଣରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।
ଆକ୍ରମଣର ନିଶାନା ଏବଂ ମୃତାହତ
ତାଲିବାନର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ (Zabihullah Mujahid) ବୁଧବାର ଦିନ ସୂଚନା ଦେଇଛନ୍ତି ଯେ, ପାକିସ୍ତାନୀ ସେନା ଆଫଗାନିସ୍ତାନର ଖୋଷ୍ଟ, କୁନାର ଏବଂ ପାକତିକା (Khost, Kunar and Paktika) ପ୍ରଦେଶକୁ ଟାର୍ଗେଟ କରି ଏହି ଆକ୍ରମଣ କରିଛି। ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ଘରଗୁଡ଼ିକ ଉପରେ ବୋମାମାଡ଼ କରାଯାଇଛି। ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି, ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ, ଜଣେ ମହିଳା ଏବଂ ଜଣେ ବୃଦ୍ଧ ସାମିଲ ଅଛନ୍ତି। ଅବଶ୍ୟ, ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।
ଉଭୟ ଦେଶ ମଧ୍ୟରେ ବଢୁଛି ବିବାଦ
ଗତ ଫେବୃଆରୀ ମାସଠାରୁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମା ବିବାଦକୁ ନେଇ କ୍ରମାଗତ ଭାବେ ସଂଘର୍ଷ ଲାଗିରହିଛି। ଯେଉଁଥିରେ ଶହ ଶହ ଲୋକଙ୍କର ଜୀବନ ଗଲାଣି। ମଙ୍ଗଳବାର ଦିନ ପାକିସ୍ତାନର ଖାଇବର ପାଖ୍ତୁନଖ୍ୱା (Khyber Pakhtunkhwa) ପ୍ରଦେଶରେ ଥିବା ଏକ ସୁରକ୍ଷା ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ପାଲଟା ଜବାବରେ ସେନା ୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହି ଘଟଣାର ଠିକ୍ ପରେ ପରେ ଆଫଗାନିସ୍ତାନ ଉପରେ ଏହି ଏୟାରଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି।
ଆତଙ୍କବାଦକୁ ନେଇ ପାକିସ୍ତାନର ଅଭିଯୋଗ
ପାକିସ୍ତାନର କହିବା ଅନୁଯାୟୀ, ଆଫଗାନିସ୍ତାନ ନିଜ ମାଟିରେ ତେହେରିକ୍-ଇ-ତାଲିବାନ ପାକିସ୍ତାନ (TTP) ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି, ଯେଉଁମାନେ ପାକିସ୍ତାନ ଭିତରେ ପଶି ଆକ୍ରମଣ କରୁଛନ୍ତି। ଯଦିଓ ଟିଟିପି ଏବଂ ଆଫଗାନିସ୍ତାନର ତାଲିବାନ ଦୁଇଟି ଅଲଗା ସଂଗଠନ, ତଥାପି ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ପାକିସ୍ତାନ ଅଭିଯୋଗ କରୁଛି। ତେବେ ୨୦୨୧ ମସିହାରୁ ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନ ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଆସୁଛି। ଆଫଗାନିସ୍ତାନ ମାଟିକୁ କୌଣସି ଦେଶ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ତାଲିବାନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ନିର୍ଦ୍ଦୋଷଙ୍କୁ ମାରୁଥିବା ଦେଶ ଆଇନ ଶିଖାଇବା ହାସ୍ୟାସ୍ପଦ'
ଜାତିସଂଘ ନିରାପତ୍ତା ପରିଷଦରେ (UNSC) ପାକିସ୍ତାନକୁ ଭାରତର କଡ଼ା ଜବାବ। 'ସଶସ୍ତ୍ର ସଂଘର୍ଷରେ ବେସାମରିକ ନାଗରିକଙ୍କ ସୁରକ୍ଷା' ଶୀର୍ଷକ ଏକ ଖୋଲା ବିତର୍କରେ ପାକିସ୍ତାନ ପ୍ରତିନିଧି ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଷ୍ଟ୍ରଦୂତ ହରିଶ ପର୍ବତନେନି ପାକିସ୍ତାନକୁ ତୀବ୍ର ସମାଲୋଚନା କରିବା ସହ ଇସଲାମାବାଦର "ଗଣହତ୍ୟା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ"ର ଲମ୍ବା ଇତିହାସ ରହିଛି ବୋଲି ଦର୍ଶାଇଛନ୍ତି।
କପଟୀ ପାକିସ୍ତାନକୁ କଡ଼ା ଜବାବ
ନିଜର ପ୍ରତିକ୍ରିୟା ରଖି ରାଷ୍ଟ୍ରଦୂତ ହରିଶ ପର୍ବତନେନି କହିଛନ୍ତି ଯେ, "ଅନ୍ଧକାରରେ ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ୍ କରୁଥିବା ଦେଶ ଅନ୍ତର୍ଜାତୀୟ ଆଇନର ଉଚ୍ଚ ନୀତି ବିଷୟରେ ବଡ଼ବଡ଼ କଥା କହିବା ହେଉଛି ଘୋର କପଟତା।" ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପୂର୍ବରୁ ପାକିସ୍ତାନ ନିଜର ରକ୍ତରଞ୍ଜିତ ଇତିହାସ ଏବଂ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରେକର୍ଡ ଉପରେ ନଜର ପକାଇବା ଉଚିତ୍ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆଫଗାନିସ୍ତାନରେ ସୀମାପାର ବର୍ବରତା
ବିତର୍କ ସମୟରେ ଭାରତ ୟୁଏନ୍‌ଏମ୍‌ଏ (UNAMA) ବା 'ଆଫଗାନିସ୍ତାନରେ ଜାତିସଂଘର ସହାୟତା ମିଶନ'ର ଏକ ରିପୋର୍ଟକୁ ଉଦ୍ଧାର କରି ପାକିସ୍ତାନର ଅସଲ ମୁଖା ଖୋଲିଥିଲା। ରିପୋର୍ଟ ଅନୁଯାୟୀ, କେବଳ ୨୦୨୬ ମସିହାର ପ୍ରଥମ ତିନିମାସ ମଧ୍ୟରେ ପାକିସ୍ତାନୀ ସାମରିକ ବାହିନୀର ସୀମାପାର ସଶସ୍ତ୍ର ହିଂସା ଓ ଏୟାରଷ୍ଟ୍ରାଇକ୍ ଯୋଗୁଁ ଆଫଗାନିସ୍ତାନରେ ୭୫୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି କିମ୍ବା ଆହତ ହୋଇଛନ୍ତି। ଜାତିସଂଘ ସଂସ୍ଥାର ତଥ୍ୟ ମୁତାବକ, ସାଧାରଣ ନାଗରିକଙ୍କ ମୃତାହତ ସମ୍ବନ୍ଧୀୟ ୯୫ ଟି ଘଟଣା ମଧ୍ୟରୁ ୯୪ ଟି ପାଇଁ କେବଳ ପାକିସ୍ତାନୀ ସୁରକ୍ଷା ବାହିନୀ ଦାୟୀ।
କାବୁଲ ହସ୍ପିଟାଲ୍ ଉପରେ ଆକ୍ରମଣ
ଚଳିତ ବର୍ଷ ପବିତ୍ର ରମଜାନ ମାସରେ କାବୁଲର ଓମିଦ ଆଡିକ୍ସନ୍ ଟ୍ରିଟମେଣ୍ଟ ହସ୍ପିଟାଲ୍ ଉପରେ ପାକିସ୍ତାନ କରିଥିବା ବର୍ବର ଏୟାରଷ୍ଟ୍ରାଇକ୍‌କୁ ଭାରତୀୟ ରାଷ୍ଟ୍ରଦୂତ କଡ଼ା ନିନ୍ଦା କରିଥିଲେ। ତାରାବୀ (Tarawih) ନମାଜ ପାଠ ସାରି ରୋଗୀମାନେ ବାହାରକୁ ଆସୁଥିବା ବେଳେ ଏହି ଭୀରୁତାପୂର୍ଣ୍ଣ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ୨୬୯ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୧୨୨ ଜଣ ଆହତ ହୋଇଥିଲେ ବୋଲି ସେ ଅନ୍ତର୍ଜାତୀୟ ସମୁଦାୟକୁ ଅବଗତ କରାଇଥିଲେ। ନିଜ ଦେଶର ବିଫଳତାକୁ ଲୁଚାଇବା ପାଇଁ ପାକିସ୍ତାନ ନିରନ୍ତର ହିଂସାର ଆଶ୍ରୟ ନେଉଛି ବୋଲି ଭାରତ ଜାତିସଂଘରେ ଦର୍ଶାଇଛି।
କାବୁଲ ହସ୍ପିଟାଲ ଉପରେ ପାକିସ୍ତାନର ବର୍ବର ଏୟାରଷ୍ଟ୍ରାଇକ: ୪୦୦ ମୃତ, କଡ଼ା ନିନ୍ଦା କଲା ଭାରତ
ନୂଆଦିଲ୍ଲୀ: କାବୁଲର ଓମିଡ୍ ନିଶା ନିବାରଣ କେନ୍ଦ୍ର ଉପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ଭାରତ କଡ଼ା ନିନ୍ଦା କରିଛି। ଏହି ଆକ୍ରମଣକୁ ଭାରତ 'ବର୍ବର' ଏବଂ 'କାପୁରୁଷୋଚିତ ତଥା ଅବିବେକୀ କାର୍ଯ୍ୟ' ବୋଲି ଅଭିହିତ କରିଛି। ଏହି ଆକ୍ରମଣରେ ଅତିକମରେ ୪୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫୦ ଜଣ ଆହତ ହୋଇଛନ୍ତି।
ଏହି ଘଟଣାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ, କାବୁଲରେ ଥିବା ଏକ ଡାକ୍ତରଖାନା ଉପରେ ଏଭଳି ବର୍ବର ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ। ଏହା କୌଣସି ସାମରିକ ଲକ୍ଷ୍ୟ ନୁହେଁ ବରଂ ଏକ ଗଣହତ୍ୟା ଅଟେ, ଯାହାକୁ ପାକିସ୍ତାନ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ରୂପ ଦେବାକୁ ଚେଷ୍ଟା କରୁଛି। ଏହା ସହିତ ଏହି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଏକ ବଡ଼ ଆକ୍ରମଣ ବୋଲି ଭାରତ କହିଛି। ଏହା କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି।
ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ପବିତ୍ର ରମଜାନ ମାସରେ ଏଭଳି ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ। ରମଜାନ ଶାନ୍ତି ଏବଂ ଦୟାର ସମୟ ହୋଇଥିବା ବେଳେ ଡାକ୍ତରଖାନା ଉପରେ ଆକ୍ରମଣ କରିବା କୌଣସି ଧର୍ମ, ନିୟମ କିମ୍ବା ନୈତିକତା ଆଧାରରେ ଗ୍ରହଣୀୟ ନୁହେଁ। ଅନ୍ତର୍ଜାତୀୟ ସମୁଦାୟ ଏହି ଅପରାଧିକ କାର୍ଯ୍ୟ ପାଇଁ ଦୋଷୀମାନଙ୍କୁ ଉତ୍ତରଦାୟୀ କରିବା ସହ ତୁରନ୍ତ ଏଭଳି ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଏହି ଅବସରରେ ଭାରତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛି।
ତାଲିବାନ ସରକାରଙ୍କ ଉପ-ମୁଖପାତ୍ର ମୁଲ୍ଲା ହମଦୁଲ୍ଲା ଫିତରତ ସୂଚନା ଦେଇଛନ୍ତି ଯେ, ସୋମବାର ରାତି ପ୍ରାୟ ୯ଟା ସମୟରେ ୨୦୦୦ ଶଯ୍ୟା ବିଶିଷ୍ଟ ଉମିଦ୍ ଡାକ୍ତରଖାନା ଉପରେ ପାକିସ୍ତାନ ବୋମା ମାଡ଼ କରିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଜାତିସଂଘର ମାନବାଧିକାର ପରିଷଦର ସ୍ୱତନ୍ତ୍ର ରିପୋର୍ଟର ରିଚାର୍ଡ ବେନେଟ୍ ଏବଂ ପୂର୍ବତନ ଆଫଗାନ ଶାନ୍ତି ବୁଝାମଣାକାରୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି।
ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେ ୩ ଆଫଗାନୀ କ୍ରିକେଟର୍‌ ମୃତ
ନୂଆଦିଲ୍ଲୀ:   ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ସମ୍ପର୍କ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି  ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେରେ ୩ ଆଫ୍‌ଗାନୀ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଅ‌ାଣିଛି ଆଫ୍‌ଗାନିସ୍ତାନ। ତିନି ଜଣ ଆଫଗାନିସ୍ତାନ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ହେବାକୁ ଥିବା ଆଗାମୀ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ ଏସିବି ଏହି ଘଟଣାକୁ ନିନ୍ଦା କରି ଏହାକୁ "ପାକିସ୍ତାନ ଶାସନ ଦ୍ୱାରା କରାଯାଇଥିବା ଏକ କାପୁରୁଷ ଆକ୍ରମଣ" ବୋଲି ବର୍ଣ୍ଣନା କରାଯାଇଛି। ଆଫଗାନିସ୍ତାନ ନଭେମ୍ବର ୫ ରୁ ୨୯ ପର୍ଯ୍ୟନ୍ତ ଲାହୋର ଏବଂ ରାୱଲପିଣ୍ଡିରେ ଶ୍ରୀଲଙ୍କା ବିବିଧ ତ୍ରି-ସିରିଜରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା।
ଆଫଗାନିସ୍ତାନ କ୍ରିକେଟ ଦଳର ଅଧିନାୟକ ରସିଦ ଖାନ "ବର୍ବର" ବିମାନ ଆକ୍ରମଣକୁ ନିନ୍ଦା କରି ଏକ କଡ଼ା ଶବ୍ଦରେ ବିବୃତ୍ତି ଜାରି କରିଛନ୍ତି ଏବଂ କହିଛନ୍ତି ଯେ ସେ ଆଫଗାନିସ୍ତାନର ତ୍ରି-ସିରିଜରୁ ଓହରିଯିବା ନିଷ୍ପତ୍ତିକୁ ସମର୍ଥନ କରନ୍ତି।
ସୂଚନା ରହିଛି ଯେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେ ଉର୍ଗୁନ୍ ଜିଲ୍ଲାର ଅନ୍ୟ ୫ ଜଣଙ୍କ ସହିତ ତିନି ଜଣ ଖେଳାଳି (କବୀର, ସିବଘାତୁଲ୍ଲା ଏବଂ ହାରୁନ୍)ଙ୍କ ଜୀବନ ଯାଇଛି। ଏହାଛଡ଼ା ୭ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, ଯେତେବେଳେ ଆଫଗାନିସ୍ତାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା।
ରକ୍ତାକ୍ତ ସଂଘର୍ଷ ପରେ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ ଏବଂ ଆଫଗାନିସ୍ତାନ
କାବୁଲ/ଇସଲାମାବାଦ:  ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି ।
ପୁରୁଣା ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ଏବଂ ପାକିସ୍ତାନ ମଧ୍ୟରେ ଚରମ ଉତ୍ତଜେନା ସୃଷ୍ଟି ହୋଇଛି। ଦୁଇ ଦେଶ ଘମାଘୋଟ ସଂଘର୍ଷରେ ଲିପ୍ତ ରହିଛନ୍ତି। ସପ୍ତାହ ଭିତରେ ଏହି ଉଭୟ ପଡୋଶୀ ରାଷ୍ଟ୍ର ତିନି ଥର ମୁହାଁମୁହିଁ ହେଲେଣି। ବୁଧବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିଛି। କାବୁଲ ଏବଂ ସ୍ପିନ ବୋଲ୍ଡକ ଅଞ୍ଚଳରେ ବୋମାମାଡ଼ କରାଯାଇଛି। ଏଥିରେ ତାଲିବାନ ସଦସ୍ୟଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅନେକ କୋଠା ଜଳୁଥିବା ଦେଖାଯାଉଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ତାଲିବାନ ଆକ୍ରମଣକୁ ଜବାବ ଦିଆଯାଇଛି। ଏହି ଆକ୍ରମଣରେ କାନ୍ଦାହାର ପ୍ରଦେଶରେ ଥିବା ତାଲିବାନର ମୁଖ୍ୟ ଠିକଣାକୁ ଧ୍ବଂସ କରିଦିଆଯାଇଛି। ଏଥିରେ ଚତୁର୍ଥ ବାଟାଲିୟନ ଏବଂ ଷଷ୍ଠ ବ୍ରିଗେଡ଼ ମାଟିରେ ମିଶିଯାଇଛି। ଅନେକ ତାଲିବାନ ସଦସ୍ୟ ଏବଂ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଆଫଗାନିସ୍ତାନ ଏହି ଦାବିକୁ ଖାରଜ କରିଦେଇଛି। ତାଲିବାନ ମଧ୍ୟ ଚୁପ୍‌ ହୋଇ ବସି ନାହିଁ। ଏହାର ଜବାବରେ ପେଶାୱରରେ ଡ୍ରୋନ ଆକ୍ରମଣ କରିଛି। ଏଥିରେ ଏକ ପ୍ଲାଜାର ପ୍ରକୋଷ୍ଠକୁ ନିଶାଣ କରାଯାଇଛି। ଗୁଇନ୍ଦା କାର୍ଯ୍ୟକଳାପ ପାଇଁ ଏହାକୁ ଗୁପ୍ତ ଅଫିସ ଭାବେ ବ୍ୟବହାର କରାଯାଉଥିବା ଦାବି କରାଯାଇଛି। ଏହା ସହିତ ପାକିସ୍ତାନ ସୀମାକୁ ତାଲିବାନ ଟ୍ୟାଙ୍କ ପଠାଇଛି।
ଏହି ଆକ୍ରମଣ ପରେ ଦୁଇ ଦେଶ ଶାନ୍ତି ପ୍ରୟାସ କରିଛନ୍ତି। ୪୮ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହା ସନ୍ଧ୍ୟା ୬ଟା୩୦ରୁ ଆରମ୍ଭ ହୋଇଛି। ଆଲୋଚନା ମାଧ୍ୟମରେ ଉଭୟ ଦେଶ ବିବାଦର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ପାକିସ୍ତାନ ସୁରକ୍ଷାବାହିନୀ ଏବଂ ଆଫଗାନ ତାଲିବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଫଗାନିସ୍ତାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ ବୁଧବାର ସକାଳେ ପାକିସ୍ତାନ ସେନା କାନ୍ଦାହାରର ସ୍ପିନ ବୋଲ୍ଡକ ଅଞ୍ଚଳରେ ଆକ୍ରମଣ କରିଥିଲା। ଏଥିରେ ୧୨ ଜଣ ସାଧାରଣ ନାଗିରକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଜବାବରେ ପାକିସ୍ତାନର ୭ ସୈନିକ ମଧ୍ୟ ନିହତ ହୋଇଥିଲେ। ଏହା ପରେ ପାକିସ୍ତାନ ସୀମାକୁ ଟ୍ୟାଙ୍କ ପଠା ଯାଇଥିଲା। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା (ଆଇଏସପିଆର) ପକ୍ଷରୁ କୁହାଯାଇଥିଲା ଯେ ବଲୁଚିସ୍ତାନ ସୀମାରେ ଆଫଗାନ ତାଲିବାନର ଆକ୍ରମଣକୁ ସୁରକ୍ଷାବାହିନୀ ବିଫଳ କରିଦେଇଛି। ଏଥିରେ ତାଲିବାନର ୧୫ରୁ ୨୦ ସଦସ୍ୟ ପ୍ରାଣ ହରାଇଛନ୍ତି।
ଆଫଗାନିସ୍ତନ ଏବଂ ପାକିସ୍ତାନ ଉଭୟେ ପରସ୍ପରର ସେନା ପୋଷ୍ଟକୁ କବ୍‌ଜା କରିଥିବା ଦାବି କରିଛନ୍ତି। ଏହା ସହିତ ଟ୍ୟାଙ୍କକୁ ଧ୍ବଂସ କରିଦିଆଯାଇଛି। ସୀମାରେ ତାଲିବାନ ପ୍ରଥମେ ଗୁଳିମାଡ଼ କରିଥିବା ପାକିସ୍ତାନ ଅଭିଯୋଗ କରିଛି। ସେହିପରି ଆଫଗାନ ପକ୍ଷରୁ କୁହାଯାଇଛି ଯେ ଦେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନକୁ ନିଶାଣ କରି ସେନା ଆକ୍ରମଣ କରିଥିଲା।
କାବୁଲ: ଆଫଗାନିସ୍ତାନରେ ରବିବାର ମଧ୍ୟରାତିରେ ଭୟଙ୍କର ଭୂକମ୍ପ ହୋଇଛି। ୬.୩ ତୀବ୍ରତାର ଏହି ଭୂକମ୍ପ ବିପର୍ଯ୍ୟୟ ସୃଷ୍ଟି କରିଛି। ଅନେକ ଘର ଦ୍ବାର ଭାଙ୍ଗି ଆବର୍ଜନାର ପାହାଡ଼ ସୃଷ୍ଟି କରିଛି। ରାତିରେ ଶୋଇଥିବାବେଳେ ଏହି ଭୂକମ୍ପ ଆସିଥିବାରୁ ଅନେକ ଜୀବନହାନି ହୋଇଛି। କେହି କିଛି ବୁଝିବା ଆଗରୁ ବଡ଼ ବଡ଼ କୋଠାବାଡ଼ି ମାଟିରେ ମିଶିଯାଇଛି। ବାହାରକୁ ବାହାରିବାକୁ କାହାକୁ ସମୟ ମିଳି ନ ଥିଲା। ଏହି ଅବଶେଷ ତଳେ ଚାପି ହୋଇ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୩୦୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ବଡ଼ ଭୂକମ୍ପ ପରେ ରାତା ସାରା ଗୋଟିଏ ପରେ ଗୋଟିଏ ଚାରୋଟି ଭୂକମ୍ପ ଆସିଥିଲା। ଏହା ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଥିଲା।
ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ନଙ୍ଗରହାର ପ୍ରଦେଶର ଜଲାଲାବାଦରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ୬.୩ ଥିଲା। ସହରରୁ ୨୭ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା। ଭୂପୃଷ୍ଠରୁ ୮ କିମି ଗଭୀରତାରେ ଏହା ସୃଷ୍ଟି ହୋଇଥିଲା। କୁନାର ପ୍ରଦେଶରେ ଏହା ସର୍ବାଧିକ କ୍ଷତି ଘଟାଇଛି। ଏହା ପରେ ୪.୭ ତୀବ୍ରତାର ଆଉ ଏକ ଭୂକମ୍ପ ଆସିଥିଲା। ପାକିସ୍ତାନର ଖୈବର ପଖ୍‌ତୁନଖ୍ବା, ପଞ୍ଜାବ ଏବଂ ଭାରତର ଗୁରୁଗ୍ରାମରେ ଭୂକମ୍ପର ମୃଦୁ ଝଟ୍‌କା ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଭାବିତ ଲୋକଙ୍କୁ ଭାରତ ଯଥାସମ୍ଭବ ମାନବିକ ସହାୟତା ଏବଂ ଆଶ୍ବସ୍ତି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି। ଏହା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ନିଜ ଆଫଗାନ ସମକକ୍ଷ ମାୱାଲାୱି ଅମିର ଖାନ ମୁତାକିଙ୍କ ସହ କଥା ଗଭୀର ଶୋକ ପ୍ରକାଶ କରିଥିଲେ। ଭାରତ ରିଲିଫ ସାମଗ୍ରୀ ପଠାଇ ଦେଇଛି ବୋଲି ସୂଚନା ଦେଇଥିଲେ। ତତ୍କାଳ ସହାୟତା ଭାବେ ଭାରତ ହଜାରେ ପରିବାର ପାଇଁ ଟେଣ୍ଟ, ୧୫ ଟନ୍‌ ଖାଦ୍ୟ ସାମଗ୍ରୀ ପଠାଇଥିବା ସୂଚନା ଦେଇଥିଲେ।
ଏହି ଭୂକମ୍ପରେ କୁନାରର ନୁର୍ଗାଲ୍ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ଏକ ଗାଁ ଲୋପ ପାଇ ଯାଇଛି। ଗ୍ରାମବାସୀ ଅବଶେଷ ତଳେ ଫସି ରହିଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ ସହାୟତା ପାଇଁ ନିବେଦନ କରିଛନ୍ତି। ପୂର୍ବ ଆଫଗାନିସ୍ତାନ ଏହି ପାର୍ବତ୍ୟାଞ୍ଚଳରେ ଆସିଥିବା ଭୂକମ୍ପ ଯୋଗୁଁ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଯାଇଛି। ବର୍ତ୍ତି ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସେ ଆଖି ସାମ୍ନାରେ ଘର ଭାଙ୍ଗି ପଡୁଥିବା ଏବଂ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର ଦେଖିଛନ୍ତି। ସାଦିକୁଲ୍ଲାହ କହିଛନ୍ତି ଯେ ସେ ଏକ ବଡ଼ ଝଡ଼ ପରି ଶବ୍ଦ ହେବାରୁ ସେ ନିଦରୁ ଉଠି ପଡିଥିଲେ। ପରେ ସେ ପିଲାମାନଙ୍କ ପାଖକୁ ଦୌଡ଼ି ପଳାଇଥିଲେ। ସେ ମାତ୍ର ତିନି ଜଣଙ୍କୁ ବଞ୍ଚାଇ ପାରିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଯାଉଥିବାବେଳେ କୋଠାଟି ଭୁଶୁଡି ତାଙ୍କ ଉପରେ ପଡ଼ି ଯାଇଥିଲା।
୧୦୦୦ରୁ ଊର୍ଦ୍ଧ୍ବ ମୃତ…
ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ; ୨୦୫୩ ଜଣଙ୍କ ମୃତ୍ୟୁ, ୯,୨୪୦ ଆହତ
କାବୁଲ: ଶନିବାର ଆସିଥିବା ୬.୩ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ ଦେଖିବାକୁ ମିଳୁଛି। ଅନେକ ଗାଁ ମାଟିରେ ମିଶି ଯାଇଛି। ଦିନେ ଯେଉଁଠି ସୁଉଚ୍ଚ କୋଠା ଥିଲା ଆଜି ସେଠି ଅବଶେଷ ଦେଖିବାକୁ ମିଳୁଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨,୦୫୩ରେ ପହଞ୍ଚି ଯାଇଛି। ଆହତଙ୍କ ସଂଖ୍ୟା ୯,୨୪୦ ଛୁଇଁଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ସୂଚନା ମନ୍ତ୍ରାଳୟର ପ୍ରବକ୍ତା ଅବଦୁଲ ୱାହିଦ ରେୟାନ କହିଛନ୍ତି। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ହେରାତ୍‌ ପ୍ରଦେଶର ୬ଟି ଗାଁ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅବଶେଷ ତଳୁ ଜୀବନ ସନ୍ଧାନ କରାଯାଉଛି। ଶହ ଶହ ଲୋକ ଦବି ରହିଥିବା କୁହାଯାଉଛି। ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଛି।
ବଡ଼ ଭୂକମ୍ପ ପରେ ୩ ଘଣ୍ଟା ମଧ୍ୟରେ ୬ ଥର ଭୂଇଁ ଥରିଛି। ହେରାତ ସହରରୁ ପ୍ରାୟ ୪୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ସୂଚନା ମିଳିଛି। ଭୂକମ୍ପରେ ଘର ହରାଇଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଇବା ପିଇବାକୁ ମିଳୁନାହିଁ। ଜରୁରୀ ସାମଗ୍ରୀ ଅଭାବ ଦେଖା ଦେଇଛି। ଲୋକେ ମୁକ୍ତ ଆକାଶ ତଳେ ଜୀବନ ବିତାଉଛନ୍ତି। ଖୁବଶୀଘ୍ର ଟେଣ୍ଟ, ଖାଦ୍ୟପଦାର୍ଥ ଏବଂ ଔଷଧ ଯୋଗାଣ କରିବା ପାଇଁ ତାଲିବାନ ଏନ୍‌ଜିଓ ଗୁଡ଼ିକୁ ଅନୁରୋଧ କରିଛି। ଜାତିସଂଘ (ୟୁଏନ୍‌) କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୪୬୫ ଘର ଧ୍ବଂସ ହୋଇଯାଇଛି। ୧୩୫ ଘର କ୍ଷତିଗ୍ରସ୍ତ ହୋଇଛି।
ସୂଚନାଯୋଗ୍ୟ ଯେ ଶନିବାର ସକାଳ ୧୧ଟାରେ ଆଫଗାନିସ୍ତାନରେ ଭୂକମ୍ପ ଆସିଥିଲା। ବଡ଼ ଭୂକମ୍ପ ପରେ ଆସିଥିବା ଝଟ୍‌କାର ତୀବ୍ରତା ୪.୬ରୁ ୬.୩ ମଧ୍ୟରେ ଥିଲା ବୋଲି ଆମେରିକା ଜିୟୋଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ମାର୍ଚ୍ଚରେ ଭୂକମ୍ପ ଲାଗି ୧୩ ଜଣଙ୍କ ଜୀବନ ଯାଇଥିଲା। ୩୦୦ ଜଣ ମଧ୍ୟ ଆହତ ହୋଇଥିଲେ। ୨୦୨୨ ଜୁନ୍‌ରେ ୬.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦୦ ଜଣ ଆହତ ହୋଇଥିଲେ।
ଆଫଗାନିସ୍ତାନ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା, ଧ୍ୱଂସସ୍ତୁପ ପାଲଟିଲା ଶହଶହ କୋଠା
କାବୁଲ: ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି ବୋଲି ତାଲିବାନର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି । ଗତକାଲି ତିନୋଟି ଭୂକମ୍ପରେ ଥରି ଉଠିଥିଲା ଆଫଗାନିସ୍ତାନ, ଯାହାର ତୀବ୍ରତା ଯଥାକ୍ରମେ ୬.୩, ୫.୯ ଓ ୫.୫ ଥିଲା । ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି ।
ଶକ୍ତିଶାଳୀ ଭୂମିକମ୍ପରେ ହେରାତ ସହରର ପାଖାପାଖି ୪୦ କିଲୋମିଟର ଦୂରତା ଭିତରେ ଥିବା ୬ଟି ଗାଁଁ ଧ୍ୱଂସ ହୋଇଛି । ଶହଶହ କୋଠା ମାଟିରେ ମିଶିଛି । ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଅନେକ ଲୋକ ଫସି ରହିପାରନ୍ତି ବୋଲି ଆଶଙ୍କା କରିଛି ଜାତିସଂଘ । ଜାତିସଂଘ ଭୂବିଜ୍ଞାନ ସର୍ଭେ ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ହେରାତ ସହରରୁ ୪୦ କିଲୋମିଟର ଉତ୍ତର-ପଶ୍ଚିମ ଥିଲା।
କାବୁଲ: ଆଫଗାନୀସ୍ତାନର କାବୁଲରେ ଥିବା ଚାଇନିଜ୍ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହିତ କିଛି ଅସ୍ତ୍ରଶସ୍ତ୍ର ସଜିତ ଲୋକ କାବୁଲର ଏହି ବିଲ୍ଡିଂରେ ଗୁଳିମାଡ଼ କରିଛନ୍ତି । ତେବେ ଏହି ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହୋଟେଲର ନାମ ଶହର-ଏ-ନୱା ହୋଇଥିବାବେଳେ ଏହାକୁ ଚାଇନିଜ୍ ହୋଟେଲ୍‌ ବୋଲି କୁହାଯାଏ କାରଣ ଏଠାକୁ ସର୍ବଦା ଚୀନର ବରିଷ୍ଠ ଅଧିକାରୀଙ୍କ ଯିବା ଆସିବା ଲାଗି ରହିଥାଏ। ଏ ପର୍ଯ୍ୟନ୍ତ ଆକ୍ରମଣକାରୀର ପରିଚୟ ମିଳି ପାରି ନାହିଁ। ହୋଟେଲ୍ ପରିସରରେ ଖୁବ୍ ଜୋରରେ ଗୁଳି ଫୁଟିବା ଶବ୍ଦ ବି ଶୁଣିବାକୁ ମିଳିଛି।
ଆକ୍ରମଣରେ ହୋଟେଲ୍‌ର ଏକ କୋଠରୀରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସାମ୍ବାଦିକ ଆକ୍ରମଣର କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ହୋଟେଲ୍ ଭିତରେ କିଛି ଆକ୍ରମଣକାରୀ ଗୁଳି ମାଡ କରିଥିବା କହିଛନ୍ତି। ତେବେ ଏହି ଘଟଣାରେ କେତେ ଜଣ ଲୋକ ମୃତାହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଣି ଏହି ଆକ୍ରମଣ ପଛରେ କେଇଁ ସଂଗଠନ ଅଛି ତାହା ବି ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି ।
ଆଫଗାନିସ୍ତାନର ଏକ ଧାର୍ମିକ ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ; ୧୬ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର
କାବୁଲ: ଆଫଗାନିସ୍ତାନର ଏକ ମଦରାସା ବା ଧାର୍ମିକ ସ୍କୁଲ ଭିତରେ ଭୟଙ୍କର ବୋମା ବିସ୍ଫୋରଣ ଘଟି ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଛି ।
ତାଲିବାନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ତାଲିବାନର ଗୃହ ମନ୍ତ୍ରାଳୟ ମୁଖପାତ୍ର ଅବଦୁଲ ନଫି ଟାକୋର ମଧ୍ୟ ଏହି ବିସ୍ଫୋରଣକୁ ସ୍ବୀକାର କରିଛନ୍ତି ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଗତବର୍ଷ ଆଫଗାନିସ୍ତାନରୁ ଆମେରିକା ସମର୍ଥିତ ସରକାର ହଟିବା ପରେ ତାଲିବାନ ଏହାକୁ ଦଖଲ କରିନେଇଥିଲା । ଏହାପରେ ଲଗାତର ଭାବେ ଆଫଗାନିସ୍ତାନରେ ବିସ୍ଫୋରଣ ଭଳି ଘଟଣା ଦେଖିବାକୁ ମିଳୁଛି ।
ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ; ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି ଲୋକେ
କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ ଥରୁଟିଏ ବି ଖାଇବାକୁ ମିଳୁନାହିଁ। ଶିଶୁ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଭୋକର ଜ୍ବାଳାରେ ସେମାନଙ୍କୁ ନିଦ ହେଉନାହିଁ। ଏଥିଯୋଗୁଁ ଲୋକେ ବାଧ୍ୟ ହୋଇ ପିଲାଙ୍କୁ ନିଦ ବଟିକା ଖୁଆଇ ଶୁଆଉଛନ୍ତି। ଅନେକ ଲୋକେ ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି। ତାଲିବାନ ଲୋକଙ୍କୁ ଏବଂ ସେମାନଙ୍କ ଅଧିକାରକୁ ଅଣଦେଖା କରିବାରେ ଲାଗିଛି। ତାଲିବାନ କବ୍‌ଜା ପରଠାରୁ ଦେଶକୁ ବିଦେଶୀ ସହାୟତା ମିଳିପାରୁନାହିଁ।
ଆଫଗନିସ୍ତାନର ତୃତୀୟ ବୃହତ ସହର ହେରାତ୍‌ର ମାଟି ଘରେ ଅନେକ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ସ୍ଥାନୀୟ ଅଧିବାସୀଙ୍କ ଅନୁୟାୟୀ ଖାଦ୍ୟ ମିଲୁ ନ ଥିବାରୁ ମାସକୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଛି। ପିଲାଛୁଆ ଭୋକରେ ଆଉଟପାଉଟୁ ହେଉଛନ୍ତି। ସାରାରାତି ଶୋଇ ନ ପାରି କାନ୍ଦୁଛନ୍ତି। ଫଳରେ ସେମାନେ ନିଦ ଔଷଧ ଦେଇ ପିଲାଙ୍କୁ ଶୁଆଉଛନ୍ତି। ଗୁଲାନ ହଜରତ ନିଜର ବର୍ଷକର ଶିଶୁକୁ ମଧ୍ୟ ଏହି ଔଷଧ ଖାଇବାକୁ ଦେଉଛନ୍ତି। ତେବେ ଡାକ୍ତରଙ୍କ ଅନୁଯାୟୀ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥାଏ। ଏହାକୁ ନିୟମିତ ଖାଇବାକୁ ଦିଆଯାଇପାରିବ ନାହିଁ। ସବୁବେଳେ ଖାଇଲେ ଲିଭର ଖରାପ ହେବାର ସମ୍ଭାବନା ରହିଛି।
ରିପୋର୍ଟ ଅନୁଯାୟୀ ଖାଦ୍ୟ ସଙ୍କଟ ଯୋଗୁଁ ବିବାହ ନାମରେ କମ୍‌ ବୟସର ଶିଶୁକନ୍ୟାଙ୍କୁ ବିକ୍ରି କରାଯାଉଛି। ୫୦ ହଜାରରୁ ୨ ଲକ୍ଷ ଟଙ୍କାରେ ଝିଅଙ୍କୁ ବିକାଯାଉଛି। ପାହିମାଙ୍କ ଅନୁଯାୟୀ ତାଙ୍କ ପତି ୬ ବର୍ଷ ଏବଂ ଦେଢ଼ ବର୍ଷର ଝିଅକୁ ୩୩୫୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା)ରେ ବିକି ଦେଇଛନ୍ତି। ଏହି ଅର୍ଥ ମଧ୍ୟ ଏକାଥରକେ ଦିଆଯାଉନାହିଁ। ଏହି ସବୁ ସମସ୍ୟାରୁ ତାଲିବାନ ହାତ ପୋଛି ନେଇଛି। ଅଧିକାରୀଙ୍କ ଅନୁଯାୟୀ ଏଥିପାଇଁ ସରକାର ନୁହେଁ, ଖରାପ ଅର୍ଥବ୍ୟବସ୍ଥା ଦାୟୀ। ଆମେରିକା ବିଦେଶରେ ଥିବା ଅର୍ଥ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ; ୧୯ ମୃତ, ୨୮ ଆହତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଆତଙ୍କବାଦୀ କାବୁଲରେ ଥିବା ଗୋଟିଏ ଶିକ୍ଷା କେନ୍ଦ୍ର ଭିତରେ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ସୂଚନା ମିଳିଛି ।
କାବୁଲର ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଛି। ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫୟ ଟାକୋର ଟ୍ୱିଟ କରିଛନ୍ତି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି।