Khandagiri - The Sakala

ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଫିସର । ଭିଜିଲାନ୍ସ ପଞ୍ଝାରେ ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା । ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ। ଏଥିସହ ଦେବଜାନୀଙ୍କ ଅଫିସ ଓ ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ବୁଲିବ ବୁଲ୍‌ଡୋଜର, ଆସନ୍ତକାଲି ଭଙ୍ଗାଯିବ ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର: ଆସନ୍ତାକାଲି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରିସ୍ଥିତ କୁନି ସାରଥୀଙ୍କ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଆସନ୍ତାକାଲି ସକାଳ ୮ଟାରେ ଆଶ୍ରମ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ନେଇ ସୂଚନା । ଆଶ୍ରମ ଭାଙ୍ଗିବାକୁ ଘୋଷଣା କଲା ବିଡିଏ । ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସ ପକ୍ଷରୁ ଭଙ୍ଗାଯିବ ଆଶ୍ରମ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ଏହି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।

ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ଖଣ୍ଡଗିରିର ବାରିରେ ରହିଛି କାଶୀନାଥ ବାବାଙ୍କର ବୈକୁଣ୍ଠ ଧାମ । ବିବାଦକୁ ଆସିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ ଅନେକ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ସବୁଠାରୁ ବଡ଼କଥା ହେଲା ଭକ୍ତ ଭାବେ ଆସୁଥିବା ଲୋକଙ୍କୁ କେମିତି ଠକା ଯାଉଥିଲା ତାହାର ଗୁମର ଆଶ୍ରମରୁ ମିଳିଥିବା ଏକ ଡାଏରୀରେ ଉଲ୍ଲେଖ ରହିଛି । ଭଣ୍ଡ ବାବାଙ୍କ ପୂଜା କରିବା ପାଇଁ କେବଳ ୩୫ ହଜାର ଟଙ୍କାର ଫୁଲ ଲାଗୁଥିଲା । କେଉଁ ଫୁଲ, କେତେ ପରିମାଣର ତାହାର ଚିଠା ଡାଏରୀରେ ରହିଛି । ଯାହାର ଲିଷ୍ଟ ପୂଜା ପାଇଁ ଆସୁଥିବା ଭକ୍ତଙ୍କୁ ଦିଆଯାଇ ଲୁଟାଯାଉଥିଲା ।

ବହୁଚର୍ଚ୍ଚିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଖାଁ ଖାଁ, ବିବାଦ ବଢିବା ପରେ ଆଶ୍ରମ ଫାଟକରେ ତାଲା
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ଆଜି ଖାଁ ଖାଁ। ବିବାଦ ବଢିବା ପରେ ଆଶ୍ରମ ଫାଟକରେ ତାଲା ପଡିଥିବା ବେଳେ ଆଶ୍ରମ ବାହାର ଓ ଭିତରେ କେହି ଦେଖିବାକୁ ମିଳୁ ନାହାଁନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରବିବାର ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମେ। କିନ୍ତୁ ଆଜି ରବିବାର ଥିଲେ ମଧ୍ୟ ବିବାଦ ହୋଇଥିବାରୁ ଆଶ୍ରମରେ କାହାକୁ ଦେଖିବାକୁ ମିଳୁ ନାହିଁ। ଭକ୍ତଙ୍କ ଡ୍ରେସ କୋଡ଼ ମଧ୍ୟ ରହିଛି। ଭକ୍ତ ମାନେ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତି। ଏଥିସହିତ ଆଶ୍ରମ ଠାରୁ ୨୦୦ ମିଟର ଦୂରରେ ଆଶ୍ରମର ଏକ ଗୋଦାମ ସହ ଭକ୍ତଙ୍କ ରହିବା ଘର ରହିଛି। ଏହି ତିନି ମହଲା ଘରେ ଆଶ୍ରମର ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ରୋସୋରି ସାମଗ୍ରୀ ସହ ଭକ୍ତ ମାନେ ଆସିଲେ ସେଠି ରୁହନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। କିନ୍ତୁ ଆଶ୍ରମକୁ ନେଇ ବିବାଦ ହେବା ପରେ ଗୋଦାମ ପରିସରରେ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ୧୨/୧୩ ବର୍ଷୀୟ ଏକ ବାଳକର ଫଟୋ କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ସେଥିରେ ବାଳକଟିର ପାଦ ତଳେ ତୁଳସୀମାଳ ରହିଥିଲା। ଏହି ଫଟୋଟି ଖଣ୍ଡଗିରିବାରିରେ ଥିବା ବୈକୁଣ୍ଠ ଆଶ୍ରମର ବୋଲି ଜଣାପଡ଼ିବା ପରେ ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ କରାଯାଇଥିଲା। ଏହା ହିନ୍ଦୁ ଧର୍ମକୁ କୁଠାରଘାତ ପହଞ୍ଚାଇଛି ବୋଲି ଦର୍ଶାଯାଇଥିଲା।

ସନାତନ ଧର୍ମରେ ଗୀତା ଭାଗବତ ଓ ତୁଳସୀକୁ ପୂଜା କରାଯାଇଥାଏ । ତେଣୁ ଜଣେ ନାବାଳକ ପାଖରେ ପାଦତଳେ ପବିତ୍ର ବସ୍ତୁକୁ ରଖିବାକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି । ଅଭିଯୋଗ ଆଧାରରେ ଆଶ୍ରମରେ ପଶି ପୁଲିସ ପଚରାଉଚରା କରିଛି । ୮ ବର୍ଷ ହେବ ସ୍ଥାନୀୟ ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ହୋଇଛି । କାଳେ କିଛି ମିଛ ଧରା ପଡ଼ିଯିବା ଯୋଗୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳୁନି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଧର୍ମ ନାମରେ ବେପାର ହେଉଛି ବୋଲି କହିଛନ୍ତି ହେତୁବାଦି ।

ସରିଲା ଖଣ୍ଡଗିରି କୁମ୍ଭମେଳା, ନାଗା ବାବାଙ୍କ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଭୁବନେଶ୍ବର: ସରିଲା ଖଣ୍ଡଗିରି କୁମ୍ଭମେଳା । ଦୀର୍ଘ ୯ ଧରି ହୋମ, ଯଜ୍ଞ ସହ ପୁରା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ଖଣ୍ଡଗିରି । ସାଧୁମାନେ ଧୂନି ଜାଳି ବିଶ୍ଵ ଶାନ୍ତି ପାଇଁ ଆହୁତି ଦେଉଥିଲେ । ନାଗା ଓ ଜୈନ୍ ସନ୍ଥମାନଙ୍କ ଠାରୁ ଆର୍ଶୀବାଦ ନେବାକୁ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ନାଗା ବାବାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବାକୁ ଖଣ୍ଡଗିରିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଉଜ୍ଜୟିନୀ ମହାକାଲ, ହରିଦ୍ଵାର, କେଦାର ନାଥ, କାଶୀ, ମଥୁରା, ବୃନ୍ଦାବନ, ଡେରାଡୁନର ସାଧୁ ସନ୍ଥମାନେ ଏକାଠି ହୋଇଥିଲେ । ଆକର୍ଷଣ ସାଜିଥିଲେ ଶ୍ରୀଦିଗାମ୍ବର ବମବମ ପୁରୀ ମହାରାଜ, ଶ୍ରୀ ଦିଗାମ୍ବର ଫୈଜୀ ନାଗା ସ୍ବାମୀ, ଷ୍ଟାଣ୍ଡିଙ୍ଗ ବାବା, ରୁଦ୍ରାକ୍ଷ ବାବା। ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ସର୍ବଭାରତୀୟ ସାଧୁସନ୍ଥ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି।

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା; ଭିଡ଼ ଜମାଇଲେଣି ରାଜ୍ୟ ବାହାରର ସାଧୁସନ୍ଥ
ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ସାଧୁସନ୍ଥମାନେ ଗୁରୁବାରଠାରୁ ଅର୍କକ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ କୁମ୍ଭରେ ଜଳ ଆଣି ଆସିବା ପରେ ଖଣ୍ଡଗିରି ପାଦଦେଶରେ ଧୁନି ସ୍ଥାପନ କରାଯାଇ ଯଜ୍ଞ ସହିତ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ମହାମେଘବାହାନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ଆସି ସାଧନା କରୁଛନ୍ତି। ସାରା ଦେଶରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଭିଡ଼ ଜମାଇଲେଣି।

ହଜାର ହଜାର ବର୍ଷ ତଳୁ ବହୁ ସାଧୁସନ୍ଥମାନେ ଖଣ୍ଡଗିରିକୁ ଆସି ମା’ ବାରଭୁଜାଙ୍କ ପୀଠରେ ତପସ୍ୟା ଓ ସାଧନା କରୁଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥମାନେ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତା ଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ ସହିତ ୯ଦିନ ଧରି ଯଜ୍ଞ କରିବେ। ଉତ୍ତର ଭାରତର ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ପକାଇ କୁମ୍ଭରେ ଜଳ ଆଣିବେ। ଏଠାକୁ ଆସି ‘ଖଣ୍ଡଖିରି’ ଖାଇସାରି କୁମ୍ଭମେଳା ପାଇଁ ଧୁନି ସ୍ଥାପନ କରିବେ। ଏଥିପାଇଁ ପ୍ରାୟ ୫ଶହରୁ ଅଧିକ ସାଧୁସନ୍ଥ ଆସିଛନ୍ତି। ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି ଚାଲିଛି। ଆସନ୍ତାକାଲି ଠାରୁ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୀଠରେ ଅଖଣ୍ଡ ଦ୍ୱୀପ ଲଗାଯିବ। ଏଥିସହିତ ଶ୍ରୀହନୁମାନଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା କରାଯିବ।

ସେହିପରି ଆସନ୍ତାକାଲି ରାତିରେ ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପ ଖେଳ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଖଣ୍ଡଗିରି ମେଳା ପାଇଁ ଓଡ଼ିଶା ସମେତ କାଶୀ, ବାରଣାସୀ, ମଥୁରା, ହରିଦ୍ୱାର ଓ ଝାନ୍ସୀ ଆଦିରୁ ନାଗା ବାବାଙ୍କ ସୁଅ ଛୁଟିଲାଣି। ଏପଟେ ପାହାଡ଼ ପାଦଦେଶରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ସେପଟେ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ବ୍ୟବସାୟୀମାନେ ପସରା ମେଳାଉଥିବା ବେଳେ ମୀନାବଜାର ମଧ୍ୟ ପ୍ରସ୍ତୁତ ହେଲାଣି। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ଠାରୁ ଟ୍ରାଫିକ୍‌‌ ଛକ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀମାନେ ପସରା ମେଲାଇଲେଣି। ଖାଇବାଠାରୁ ଆରମ୍ଭ କରି ଘର ସଜ୍ଜା ଓ ଗୃହୋପକରଣ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଦୋକାନ ଲାଗିଲାଣି। ସେହିଭଳି କୁଲା ବାଉଁସିଆ ଠାରୁ ଆରମ୍ଭ କରି ପଥର ଓ ପିତ୍ତଳ ସାମଗ୍ରୀ ଦୋକାନୀମାନେ ମଧ୍ୟ ଧୀରେ ଧୀରେ ଭିଡ଼ ଜମାଉଛନ୍ତି। କେତେକ ଦୋକାନ ଖୋଲିଥିବାବେଳେ ଆଉ କିଛି ବ୍ୟବସାୟୀ ଆସନ୍ତାକାଲିଠାରୁ ଦୋକାନ ଖୋଲିବେ।

ଚଳଚଞ୍ଚଳ ଖଣ୍ଡଗିରି ପାଦଦେଶ: ଏଥର ୫ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥଙ୍କ ହେବ ସମାଗମ, ପାଳନ ହେବ କଳିଯୁଗର ୫୧୨୫ତମ ପୂର୍ତ୍ତି
ଭୁବନେଶ୍ୱର: ଚଳଚଞ୍ଚଳ ହୋଇଉଠିଲାଣି ଖଣ୍ଡଗିରି ପାଦଦେଶ। ଆସନ୍ତା ୧୬ ତାରିଖରୁ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହେବ କୁମ୍ଭମେଳା। ଦୂରଦୂରାନ୍ତରୁ ସାଧୁସନ୍ଥଙ୍କ ଆଗମନ ହେଉଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଧୁସନ୍ଥ ବସିବା ସ୍ଥାନକୁ ସଫାସୁତୁରା କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିବାର ରହିଛି। ଉତ୍ତର ଭାରତରୁ ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବେ। ସେହିପରି ଓଡ଼ିଶା, ହରିଦ୍ୱାର, ଗୁଜରାଟ ଏବଂ ଝାନ୍‌‌ସୀରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବାଙ୍କ ସମେତ ଦିଲ୍ଲୀ, ଉତ୍ତରାଖଣ୍ଡ, ବ୍ରହ୍ମପୁର ଆଦି ସ୍ଥାନରୁ ବାବାମାନେ ଯୋଗଦେବେ। ତେବେ ଆସନ୍ତା ୧୬ତାରିଖ ମାଘ ସପ୍ତମୀ ଏବଂ ଚନ୍ଦ୍ରଭାଗା ବୁଡ଼। ଏହିଦିନ ଠାରୁ ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭ ମେଳା ଆରମ୍ଭ ହୋଇଥାଏ। ମାଘ ସପ୍ତମୀରେ ଠାକୁର ଶ୍ରୀଶ୍ରୀ ଅନନ୍ତ କେଶରୀ ଦେବଙ୍କୁ ଜାଗମରା ନାଗା ମଠରୁ ଶୋଭା ଯାତ୍ରାରେ ଉଦୟଗିରି ମୁଣ୍ଡିଆରେ ଥିବା ରାଣୀହଂସପୁରକୁ ନିଆଯିବ। ସେଠାରେ ଠାକୁରଙ୍କ ମାଘସ୍ନାନ ପରେ ସେହି ରାତିରେ ପୁଣି ଠାକୁରଙ୍କୁ ନାଗା ମଠକୁ ଫେରାଇ ଅଣାଯିବ। ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞ ଆରମ୍ଭ ହେବ। ମାଘ ପୂର୍ଣ୍ଣିମାରେ ଯଜ୍ଞରେ ପୂର୍ଣ୍ଣାହୁତି ସହ ମେଳା ସମାପ୍ତ ହେବ। ନବରାତ୍ର କୁମ୍ଭମେଳା ପାଇଁ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମଚରିତ ମାନସ, ନବାହ୍ନ ପାରାୟଣ, ପ୍ରବଚନ, ସାଧୁ ସମ୍ମେଳନ ଓ ବିଶ୍ୱଶାନ୍ତି ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହେବ। ତେବେ ଏଥର ବୈଦିକ ରୀତିରେ କଳିଯୁଗର ୫୧୨୫ ତମ ପୂର୍ତ୍ତି ପାଳନ କରାଯିବ ବୋଲି ବାବା ପଞ୍ଚଦେବ କହିଛନ୍ତି।

ମେଳାର ମାହାତ୍ମ୍ୟ

ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି ମେଳା ଆୟୋଜିତ ହୋଇଥାଏ। ଏକଦା ଶମ୍ଭାସୁର ନାମକ ଜଣେ ବହୁ ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ଉପଚାର ନିମନ୍ତେ ଅନନ୍ୟୋପାୟ ହୋଇ ଶମ୍ଭାସୁର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ। ସୂର୍ଯ୍ୟଦେବଙ୍କ ଠାରୁ ଆଦେଶ ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଲେ। ସେଠାରେ ‘ଖଣ୍ଡଖିରି’ ସେବନ କରି ଜପତପ କରିବା ପରେ ସେ ରୋଗମୁକ୍ତ ହୋଇଥିଲେ। ଏହାକୁ ବିଶ୍ୱାସ କରି ମାଘ ମାସରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରି-ଉଦୟଗିରିରେ ଆସି ଜପତପ କରିଥାନ୍ତି। ଏହାଦ୍ୱାରା ଆତ୍ମାକୁ ଶାନ୍ତି ଏବଂ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। କୁମ୍ଭମେଳା ନାମରେ ନାମିତ ଏହି ୯ଦିନ ବ୍ୟାପୀ ମେଳାକୁ ସ୍ଥାନୀୟ ଲୋକେ ‘ଅନନ୍ତ କେଶରୀଙ୍କ ଯାତ୍ରା’ ବୋଲି ମଧ୍ୟ କହିଥାନ୍ତି। ସ୍ଥାନୀୟ ଲୋକେ ଠାକୁର ଅନନ୍ତ କେଶରୀ ଦେବ ସେହି ମନ୍ଦିରରେ ରହୁଥିଲେ ବୋଲି ବିଶ୍ୱାସ କରନ୍ତି।

ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ କେଶରୀଙ୍କ ରଥଯାତ୍ରା ହୋଇଥାଏ। ରଥଯାତ୍ରା ସମୟରେ ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ ଥିବା ମାଉସୀଘର(ବର୍ତ୍ତମାନର ନାଗା ମଠ)କୁ ୯ ଦିନ ଲାଗି ଯାତ୍ରା କରିଥାନ୍ତି। ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣାଯାଇଥାଏ। ଏହି ସମୟରେ ପାଳିକରି ଗ୍ରାମବାସୀମାନେ ଠାକୁରଙ୍କୁ ଜଗିଥାନ୍ତି। ସମୟକ୍ରମେ ଏହି ପରମ୍ପରା ବଦଳିଯାଇଛି। କେବଳ ମାଘ ସପ୍ତମୀ ଗୋଟିଏ ଦିନ ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣି ମଧ୍ୟରେ ନିଆଯାଉଛି। ମେଳା ଆରମ୍ଭ ହେବାପରେ ଠାକୁରଙ୍କୁ ପୁଣି ନାଗା ମଠକୁ ଫେରାଇ ଅଣାଯାଉଛି।

ବାଜିଲା ବିଗୁଲ୍‌: ୧୬ରୁ କୁମ୍ଭ ମେଳା, ୧୮ରୁ ଆରମ୍ଭ ହେବ ଯାତ୍ରା ମହାସମର
ଭୁବନେଶ୍ୱର: ଆସନ୍ତା ମାସ ୧୬ ତାରିଖରୁ ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରା ମହାସମରରେ ଓଡ଼ିଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡ଼ିଶାର ୧୩ଟି ବଛା ବଛା ଅପେରା ପାର୍ଟି ଅଂଶଗ୍ରହଣ କରିବେ। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚରେ ୩ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ । ୧୮ ରୁ ୨୦ ତାରିଖ ଯାଏଁ ସାଇ ସମ୍ରାଟ, ୨୧ ରୁ ୨୪ ତାରିଖ ଯାଏଁ ଅଶୋକ ସମ୍ରାଟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ନାଟକ ପରିବେଷଣ କରିବେ । ସାଇ ସମ୍ରାଟ ‘ଦେବଦାସୀ’, ଅଶୋକ ସମ୍ରାଟ ‘ରକ୍ତ ସମ୍ପର୍କ’, ତୁଳସୀ ଗଣନାଟ୍ୟ ‘ଅଧ ରାତିର ସାଥୀ’ ଓ ‘ସିନ୍ଦୁର ହଜିଗଲା ଶୁଭ ରାତିରେ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବ। ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ‘ସେଇ ଗୋଟିଏ ଭୁଲ୍ ପାଇଁ’ ଓ ୨୪ ରୁ ୨୯ ତାରିଖ ସୂର୍ଯ୍ୟ ମନ୍ଦିର ‘ତୁ ରାଜା ଝିଅ ମୁଁ ରିକ୍ସା ବାଲା’ ନାଟକ ପରିବେଷଣ କରିବେ । ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ (ଖଣ୍ଡଗିରି-ଜାଗମରା) ମଞ୍ଚରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ୧୮ ରୁ ୨୨ ତାରିଖ ଯାଏଁ ଓ ଶିବାନୀ ଗଣନାଟ୍ୟ ୨୩ ରୁ ୨୯ ତାରିଖ ଯାଏଁ ଯାତ୍ରା ପରିବେଷଣ କରିବେ। କଳିଙ୍ଗ ‘କାନ୍ଦେନାରେ ବାଇଆ ମନ’ ଓ ଶିବାନୀ ‘ଗାନ୍ଧୀ ଭୂମିକାରେ କହ୍ନେଇ ଦାସ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇବେ। ମା ମଙ୍ଗଳା ଯୁବ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ‘କାନ୍ଦେନାରେ ଲୁହ ସରିଯିବ’ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ମହଲ ‘କେତେ ଦୁଃଖ ଦବୁ ଦେ…ରେ କାଳିଆ’ ନାଟକ ଦର୍ଶକଙ୍କୁ ଭେଟିଦେବେ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ୧୮ ରୁ ୨୩ ତାରିଖ ଗୌରୀ ଗଣନାଟ୍ୟ ଓ ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱପ୍ନ ମହଲ ଯାତ୍ରା ପରିବେଷଣ କରିବେ। ସେହିପରି ସାଇ ନୀଳାଦ୍ରି ଯାତ୍ରା କମିଟି ମାଧ୍ୟମରେ ‘ରଙ୍ଗ ମହଲ’ ଖଣ୍ଡଗିରି ଯାତ୍ରା ମହାସମରରେ ପାଦ ଦେବ। ‘ଜହ୍ନରେ ତୋଳୁଛି ଘର’ ଓ ମୁଁ ‘ଗୋଟିଏ ଝିଅର ବାପା’ ନାଟକକୁ ନେଇ ବିଶ୍ୱ ରଙ୍ଗ ମହଲ ମଇଦାନକୁ ଓହ୍ଲାଇବ ।‌ ସେହିଭଳି ନୀଳକଣ୍ଠେଶ୍ବର ଯାତ୍ରା କମିଟି (ବରମୁଣ୍ଡା) ମଞ୍ଚରେ ମଧ୍ୟ ଚଳିତ ବର୍ଷ ନାଟକ ପରିବେଷଣ ହେବ।

୩ ଦିନ ଦୁଲୁକିବ ଖଣ୍ଡଗିରି ପାଦଦେଶ

ସବୁଥର ଭଳି ଏବର୍ଷ ମଧ୍ୟ କୁମ୍ଭ ମେଳା ଓ ଯାତ୍ରା ସାଙ୍ଗକୁ ମହୋତ୍ସବର ମଜା ନେବେ ଦର୍ଶକ । ଖଣ୍ଡଗିରି ପାହାଡ଼ ପାଦଦେଶରେ ଅନୁଷ୍ଠିତ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ‘କଲ୍ୟାଣ’ର ମିଳିତ ଆନୁକୂଲ୍ୟରେ ମହୋତ୍ସବ ଅନୁଷ୍ଠିତ ହେବ। ଖଣ୍ଡଗିରି-ଉଦୟଗିରି ମହୋତ୍ସବ ୩ ଦିନ ଧରି ଚାଲିବ । ମହୋତ୍ସବ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୨୦ରୁ ସମ୍ପୂର୍ଣ୍ଣ ଖୋଲିବ କସ୍‌ମୋପଲିସ୍‌ ଫ୍ଲାଏଓଭର

ଖଣ୍ଡଗିରି କୁମ୍ଭମେଳାକୁ ଦୃଷ୍ଟିରେ ରଖି କସମୋପଲିସ ଫ୍ଲାଏଓଭରର ଗୋଟିଏ ପାର୍ଶ୍ବ ରାସ୍ତା ଖୋଲିଥିବା ବେଳେ ଆଉ ଗୋଟିଏ ପଟ ନିର୍ମାଣ କାମ ଚାଲିଛି। ତେବେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା କସମୋପଲିସ ଫ୍ଲାଏଓଭରର ଦୁଇ ପାର୍ଶ୍ବ ରାସ୍ତା ଖୋଲାଯିବ ବୋଲି ବିଏମସିର ପ୍ରସ୍ତୁତି ବୈଠକରେ କହିଛନ୍ତି ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା। ଖଣ୍ଡଗିରି ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବାପରେ କସ୍‌ମୋପଲିସ ଛକ ନିକଟରେ ଥିବା କଟ୍‌କୁ ବନ୍ଦ କରାଯିବାରୁ ଡୁମୁଡୁମା, ସରକନ୍ତରା, ରଘୁନାଥ ନଗର ଆଦି ଆଖପାଖ ଅଞ୍ଚଳର ଲୋକେ ଭୁବନେଶ୍ୱର ଯିବାକୁ ହେଲେ ଶନି ମନ୍ଦିର ଫ୍ଲାଏଓଭର ଠାରୁ ବୁଲିକି ଆସିବାକୁ ପଡୁଥିଲା। ଏନେଇ ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକା ସଂସ୍ଥା ସହିତ ଆଲୋଚନା କରାଯାଇଥିଲା। ଆସନ୍ତା ମାସ ୧୫ ତାରିଖ ଦିନ କସମୋପଲିସ ଫ୍ଲାଏଓଭର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ତୁଳସୀର ପୁଣି ‘ଅଧ ରାତିର ସାଥୀ’

ଗତବର୍ଷ ଖଣ୍ଡଗିରି ଯାତ୍ରା ମହାସମରରେ ଚହଳ ପକାଇଥିବା ତୁଳସୀ ଗଣନାଟ୍ୟ ଚଳିତ ଥର ପୁଣି ମଇଦାନକୁ ଓହ୍ଲାଇବ । ଗତ ଥରର ବହୁଚର୍ଚ୍ଚିତ ନାଟକ ‘ଅଧ ରାତିର ସାଥୀ’ ପୁଣି ଦର୍ଶକଙ୍କୁ ଭେଟିଦେବ। ଗତବର୍ଷ ୪ ଦିନ ପାଇଁ ତୁଳସୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିଥିଲା। ପ୍ରଥମ ଦୁଇ ଦିନ ଗୋଟିଏ ଲେଖାଟି ସୋ କରିଥିଲା। ଏହି କାହାଣୀରେ ପୀୟୂଷଙ୍କ ଅଭିନୟ ଦର୍ଶକଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା । ଫଳରେ ବାକି ଦୁଇ ଦିନ ଦୁଇଟି ଲେଖାଏଁ ସୋ କରିଥିଲା। ୪ ଦିନରେ ୬ ଥର ସେହି ନାଟକ ପରିବେଷଣ କରିଥିଲା। ଚଳିତ ଥର ମଧ୍ୟ ସେହି ନାଟକ ପରିବେଷଣ କରି ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ଅନୁଷ୍ଠାନ ଆଶା ରଖିଛି ।

ସିସିଟିଭି ଜଗିବ ଖଣ୍ଡଗିରି

ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ଅବସରରେ ଜନ ସମାଗମକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୭ ପ୍ଲାଟୁନ ପୁଲିସ ଫୋର୍ସ ସାଙ୍ଗକୁ ୨୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥିସହିତ ସାଦା ପୋଷାକଧାରୀ ପୁଲିସ ଓ ମହିଳା ପୁଲିସ ମଧ୍ୟ ମୁତୟନ କରାଯିବ। ସେମାନେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ପଇଁତରା ମାରିବେ। ମେଳା ସହିତ ଯାତ୍ରା ଉପରେ ନଜର ରଖିବାକୁ ପ୍ରବେଶ ପ୍ରସ୍ଥାନ ଦ୍ୱାର ସମେତ ଗୁରୁତ୍ୱପୂର୍ଣ୍ଣ ଯାଗାରେ ୪୦ଟି ସିସିଟିଭି କ୍ୟାମେରା ଖଞ୍ଜା ଯିବ। କଣ୍ଟ୍ରୋଲ ରୁମରୁ ହିଁ ସବୁ ସିସିଟିଭି କ୍ୟାମେରା ଉପରେ ନଜର ରଖାଯିବ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସାଙ୍ଗେ ସାଙ୍ଗେ ପୁଲିସ ନଜରକୁ ଆସିବ ଓ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଯାତ୍ରା ମହାକୁମ୍ଭକୁ ଦୃଷ୍ଟିରେ ରଖି ଫେବୃଆରୀ ୧୬ ତାରିଖରୁ ୨୯ ତାରିଖ ଯାଏଁ ଖଣ୍ଡଗିରିରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । କେବଳ ମେଳା ଭିତରେ ନୁହଁ ଖଣ୍ଡଗିରି ଛକ, ଦୁଇ ପଟର ସର୍ଭିସ ରାସ୍ତା ଓ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ୨୦ଜଣ ଟ୍ରାଫିକ କନେଷ୍ଟବଳଙ୍କଙ୍କ ସମେତ ୨ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। ଏହିସବୁ କାମକୁ ଟ୍ରାଫିକ୍‌ ଏସିପି ତଦାରଖ କରିବେ ବୋଲି ଟ୍ରାଫିକ୍‌ ଡିସିପି ପ୍ରାଣକୃଷ୍ଣ ରାଉତ ଏନେଇ ସୂଚନା ଦେଇଛନ୍ତି।

ମେଳା ପରିସର ହେବ ନୋ ପ୍ଲାଷ୍ଟିକ୍‌‌ ଜୋନ୍‌‌

କୁମ୍ଭମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି)ପକ୍ଷରୁ ସୋମବାର ବିଏମ୍‌‌ସି ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁୁଲତା କହଁର, କମିସନର୍‌‌ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ପ୍ରୀୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଲାଇନ ଡିପାର୍ଟମେଣ୍ଟର ପ୍ରତିନିଧି, ଟିମ୍‌‌ ବିଏମ୍‌‌ସି ଉପସ୍ଥିତ ଥିଲେ।ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ବିଦ୍ୟୁତ୍‌‌ ଯୋଗାଣ ଓ ଆଲୋକୀକରଣ, ପରିମଳ ବ୍ୟବସ୍ଥା, ପୁରାତନ ପାଇଖନାଗୁଡ଼ିକୁ ସଫା କରିବା ସହ ନୂତନ ଅସ୍ଥାୟୀ ପାଇଖାନା ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂପଗୁଡ଼ିକୁ ମରାମତି ପାଇଁ କୁହାଯାଇଛି। ଏକ ଅନ୍ତଃବିଭାଗୀୟ କମିଟି ଗଠନ କରାଯାଇ ମେଳା ପାଇଁ ସ୍କେଚ୍‌‌ ମ୍ୟାପ୍‌‌ ପ୍ରସ୍ତୁତ କରିବା ସହ ବ୍ୟବସାୟୀମାନଙ୍କୁ ଅସ୍ଥାୟୀ ଦୋକାନ ପାଇଁ ସ୍ୱତନ୍ତ୍ର ଷ୍ଟଲ ସାଇଜ୍‌‌ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି କମିସନର ଶ୍ରୀ କୁଲାଙ୍ଗେ। ମେଳାରେ ଅଗ୍ନି ନିର୍ବାପକ ପାଇଁ ଦମକଳ ମହଜୁଦ୍‌‌ ରଖିବାକୁ କୁହାଯାଇଛି। ଅନୁରୋଧକ୍ରମେ ପ୍ରଭୁ ଅନନ୍ତ କିଶୋରଙ୍କ ଯାତ୍ରା ପାଇଁ ଅଧିକ ଆର୍ଥିକ ଅନୁଦାନ, ରାଣୀ ହଂସପୁର, ଗୁପ୍ତ ଗଙ୍ଗା, ଆକାଶ ଗଙ୍ଗା ଇତ୍ୟାଦି ସ୍ଥାନକୁ ସଫେଇ କରିବା ସହ ଆଲୋକୀକରଣ କରିବା, ଜାଗମରାରୁ ଘାଟିକିଆ ରାସ୍ତା ଯାଏଁ ସ୍ୱତନ୍ତ୍ର ଆଲୋକ ସଜ୍ଜାକୁ ଗୁରୁତ୍ୱ ଦିଆଯିବ। ଖଣ୍ଡଗିରି-ଉଦୟଗିରି ମଧ୍ୟରେଥିବା ରାସ୍ତାକୁ ଖୋଲିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ମେଳାରେ ‘ନୋ ପ୍ଲାଷ୍ଟିକ୍‌‌ ଜୋନ୍‌‌’ ହେବ ଓ ପ୍ରତ୍ୟେକ ଦୋକାନୀ ଓଦା ଶୁଖିଲା ବର୍ଜ୍ୟ ପାଇଁ ଦୁଇଟି ଲେଖାଏଁ ଡଷ୍ଟବିନ ରଖିବେ। ଦୈନିକ ସକାଳୁ ଏବଂ ସନ୍ଧ୍ୟାରେ ମେଳାସ୍ଥଳରୁ ବର୍ଜ୍ୟ ଉଠାଇବା ପାଇଁ କୁହାଯାଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଯଦି କିଛି ଜବରଦଖଲ ରହିଛି, ତାହାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାଗୁଡ଼ିକର ମରାମତି କରିବା ସହ ମେଳା ପଡ଼ିଆକୁ ସମାନ କରାଯିବ। ରାସ୍ତାରେ ଥିବା ପଟ୍‌‌ହୋଲ୍‌‌କୁ ତୁରନ୍ତ ଠିକ୍‌‌ କରିବାକୁ ନେଇ ଆଲୋଚନା ହୋଇଥିଲା। ସେହିଭଳି ରାସ୍ତାକଡ଼ରେ ବିକ୍ରି କରୁଥିବା ଖାଦ୍ୟ ଦୋକାନରୁ ଖାଦ୍ୟର ମାନ ପରୀକ୍ଷା କରିବା ସହ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୟଫ୍ରେଣ୍ଡ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ପଠାଇବା ମାମଲା: ଝାଡ଼ଖଣ୍ଡରୁ ଧରାପଡ଼ିଲା ପ୍ରେମିକ
ଖଣ୍ଡଗିରି: ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ୯୭ ଲକ୍ଷ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ପାୟଲ ମହାପାତ୍ରର ପ୍ରେମିକ ତଥା ଘଟଣାର ଅନ୍ୟତମ ଅଭିଯୁକ୍ତ ବିକାଶ କୁମାରକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସୂଚନା ଅନୁଯାୟୀ, ବିକାଶକୁ ଧରିବା ପାଇଁ ଏସଆଇ ପ୍ରଣବ ଟୁଡୁଙ୍କ ନେତୃତ୍ୱରେ ତମାଣ୍ଡୋ ପୁଲିସର ୪ ଜଣିଆ ଟିମ୍ ଶନିବାର ରାତିରେ ଝାଡ଼ଖଣ୍ଡ ଯାଇଥିଲା। ବିକାଶ ରାଞ୍ଚି ଅଞ୍ଚଳରେ ତାର ଜଣେ ସମ୍ପର୍କୀୟଙ୍କ ଘରେ ଥିବା ଖବରପାଇ ଗତକାଲି ପୂର୍ବାହ୍ଣରେ ପୁଲିସ ସେଠାରେ ଚଢ଼ଉ କରି ବିଫଳ ହୋଇଥିଲା। ଅପରାହ୍ଣରେ ବିକାଶର ହଜାରିବାଗ ସ୍ଥିତ ଘରେ ଚଢ଼ଉ କରିଥିଲେ ମଧ୍ୟ ବିକାଶକୁ ନ ପାଇ ଖାଲି ହାତରେ ଫେରିଥିଲା ପୁଲିସ। ତେବେ ଅଭିଯୁକ୍ତ ବିକାଶ ଝାଡ଼ଖଣ୍ଡ ଇଚକ୍ ଥାନା ଅଞ୍ଚଳରେ ତା’ର ଦାଦାଙ୍କ ବିବାହ ଭୋଜିରେ ଥିବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ରାତି ପ୍ରାୟ ୧୧ ଟା ସମୟରେ ସେ ଖାଉଥିବା ବେଳେ ତମାଣ୍ଡୋ ପୁଲିସର‌ ଏକ ଟିମ୍ ଚଢ଼ଉ କରିଥିଲା। ପୁଲିସକୁ ଦେଖି ବିକାଶ ସେଠାରୁ ଗହୀର ଭିତରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ତାକୁ ଧରିବା ପାଇଁ ପୁଲିସ ପ୍ରାୟ ଦୁଇ କିଲୋମିଟର ତା ପଛରେ ଗୋଡ଼ାଇ ଥିଲେ ମଧ୍ୟ ପୁଲିସକୁ ଚକମା ଦେଇ ଗହୀର ସେପାଖରେ ଥିବା ଏକ ଗାଁ ଭିତରକୁ ପଳାଇଥିଲା। ପୁଲିସ ସେଠାରୁ ନ ଫେରି ଚତୁରତାର ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗହୀର ଭିତରେ ଛପି ରହିଥିଲା। ପୁଲିସ ପଳାଇଥିବା ଭାବି ଦୁଇ ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୧ ଟା ୩୦ ସମୟରେ ବିକାଶ ପୁଣି ସେହି ରାସ୍ତା ଦେଇ ଚାଲିଚାଲି ଫେରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।

ଆଜି ପୂର୍ବାହ୍ନରେ ବିକାଶକୁ ହଜାରିବାଗ ଏସଡିଜେଏମ କୋର୍ଟରେ ହାଜର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା କିନ୍ତୁ କୋର୍ଟ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ତେବେ ଆସନ୍ତାକାଲି ବିକାଶକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯିବ ଏବଂ ଉଭୟ ପାୟଲ ଓ ବିକାଶକୁ ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ପୁଲିସ କହିଛି । ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ପରେ ୯୭ ଲକ୍ଷ ଟଙ୍କା ହଡପ ଘଟଣାର ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା ରଖିଛି। କେବଳ ଏହି ଦୁଇ ଜଣ ନୁହେଁ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ତେବେ ପାୟଲ ଓ ବିକାଶ ରିମାଣ୍ଡରେ ଆସିଲେ ଅନ୍ୟ କାହାର ସଂପୃକ୍ତି ରହିଛି ଜଣାପଡ଼ି।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ୪୨ ମୈଜା କୁଳସରିଚୁଆଁ ଗ୍ରାମର ପାୟଲ ମହାପାତ୍ର ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ଆକାଉଣ୍ଟ ସେକ୍ସନର ଅଫିସ ଆସିଷ୍ଟାଣ୍ଟ ଭାବେ ୨୦୧୭ ମସିହାରୁ କାମ କରୁଥିଲେ ଓ ଛାତ୍ରଛାତ୍ରୀମାନଙ୍କ କଲେଜ ଫି ଓ ହଷ୍ଟେଲ ଫି ଆଦାୟ କରିବା ଦାୟିତ୍ବରେ ଥିଲେ। ତେବେ ଆଦାୟ ହେଉଥିବା ଅର୍ଥରୁ ୯୭ ଲକ୍ଷ ୫୩ ହଜାର ୯ ଶହ ଟଙ୍କା କମ୍ ଥିବା ଗତ ୧୦ ଦିନ ପୂର୍ବେ କଲେଜ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ। ଏନେଇ ପାୟଲକୁ ପଚାରିବାରୁ ସେ ସମସ୍ତ ଟଙ୍କା ତା’ର ପ୍ରେମିକ ବିକାଶ କୁମାରକୁ ଦେଇଛି ବୋଲି ସ୍ୱୀକାର କରିଥିଲା। କଲେଜ କର୍ତ୍ତୁପକ୍ଷ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ଟଙ୍କା ହେରଫେର ଅଭିଯୋଗରେ ଗତ ଶୁକ୍ରବାର ଦିନ ପାୟଲ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ତମାଣ୍ଡୋ ଥାନା ପୁଲିସ।

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା; ଉଭୟ ଶାଳୀ ଓ ରସିକିଆ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ
ଖଣ୍ଡଗିରି: ପ୍ରଥମ ସ୍ତ୍ରୀ ଓ ଦୁଇଟି ପିଲା ଥାଇ ଦ୍ଵିତୀୟ ବିବାହ କରିବା ରସିକିଆ ସ୍ବାମୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମ ସ୍ତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ରସିକିଆ ସ୍ବାମୀ ଓ ତା’ର ଦ୍ୱିତୀୟ ପତ୍ନୀ ତଥା ଶାଳୀଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ତମାଣ୍ଡୋ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଲିପୁ ନାୟକ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରାଜେଶ୍ବରୀ ମଲ୍ଲିକ।

ପୁଲିସ ସୂଚନା ଅନୁଯାୟୀ, ଲିପୁ ନାୟକ ୧୦ ବର୍ଷ ପୂର୍ବେ ସ୍ୱପ୍ନା କୁମାରୀ ନାୟକଙ୍କୁ ବିବାହ କରିଥିଲେ ଓ ଉଭୟଙ୍କର ଦୁଇ ପୁଅଝିଅ ଅଛନ୍ତି। ଲିପୁ ରୋଜଗାର କରୁଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ଟଙ୍କା ଦେଉ ନ ଥିଲେ । ସ୍ଵପ୍ନା ଇନଫୋଭ୍ୟାଲି ଥାନା ଅଧୀନରେ ଥିବା ଏକ କମ୍ପାନୀରେ କାମ କରି ଘର ଚଳାଉଥିଲେ। ତେବେ ସ୍ଵପ୍ନାଙ୍କୁ ଲିପୁ ଟଙ୍କା ମାଗିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଲିପୁ କିଛିଦିନ ହେବ ସ୍ଵପ୍ନାଙ୍କୁ ଛାଡ଼ି ସ୍ଵପ୍ନାଙ୍କ ସମ୍ପର୍କୀୟ ଭଉଣୀ ରାଜେଶ୍ୱରୀଙ୍କ ସହିତ ରହୁଥିଲେ। ଏନେଇ ଲିପୁଙ୍କ ପ୍ରଥମ ପତ୍ନୀ ସ୍ଵପ୍ନା ଅଭିଯୋଗ କରିବା ପରେ ଲିପୁ ଓ ତା’ର ଶାଳୀ ରାଜେଶ୍ଵରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ |

ହୋମଯଜ୍ଞରେ କମ୍ପିଲା କୁମ୍ଭମେଳା: ସାଧୁମୟ ହେଉଛି ଖଣ୍ଡଗିରି ପାଦଦେଶ, ଏକାଠି ହେଲେ ଦେଶବିଦେଶର ୨ ଶହ ସାଧୁସନ୍ଥ
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମାଘ ସପ୍ତମୀ କୁମ୍ଭମେଳା। ଏହିକ୍ରମରେ ଖଣ୍ଡଗିରି ପାଦଦେଶରେ ସାଧୁସନ୍ଥଙ୍କ ଭିଡ଼ ଜମିଲାଣି। ଦେଶ ବିଦେଶରୁ ଆସିଥିବା ୨ ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆଜି ନିଜନିଜ ସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ସାରାବିଶ୍ୱରୁ ବହୁ ସାଧୁସନ୍ଥ ଆସି ଯୋଗ ଦେଇସାରିଲେଣି। ଏଥର ମହାମାରୀ କରୋନା କଟକଣା ଯୋଗୁଁ କମ୍‍ ସଂଖ୍ୟକ ବାବାଙ୍କ ସମାଗମ ହୋଇଛି। ଅଧିକାଂଶ ସାଧୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଆସି ପହଞ୍ଚିଯାଇଥିଲେ। ଏଥିପାଇଁ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜାଗମରା ଗ୍ରାମର ଆରାଧ୍ୟ ଦେବ ଅନନ୍ତ କେଶରୀଙ୍କ ଯାତ୍ରା।

ଦିଅଁଙ୍କ ଯାତ୍ରାପାଇଁ ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହିଅବସରରେ ଅଧିଷ୍ଠାତ୍ରୀ ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୂଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ବାଜାବାଣ, ରୋସଣୀ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀ ହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା। ମା’ ବାରଭୂଜାଙ୍କ ଖଣ୍ଡଖିିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ କରିଥିଲେ। ମା’ ବାରଭୂଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ଅନୁଷ୍ଠିତ ହେବ। ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ସାଧୁସନ୍ଥ ଆସିଛନ୍ତି। କିଏ ମା’ ବାରଭୂଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତକୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଏହି ମେଳା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାମଧ୍ୟକୁ ସରକାରଙ୍କ ଗାଇଡ୍‍ଲାଇନ୍‍ ଅନୁଯାୟୀ ବୟସ୍କ ଲୋକ, ଶିଶୁ, ଗର୍ଭବତୀ ମହିଳାଙ୍କୁ ଆସିବା ପାଇଁ ବାରଣ କରାଯାଇଛି। ଏହି ଅବସରରେ ପୂର୍ଣ୍ଣକୁମ୍ଭରେ ଜଳ ଆମ୍ବଡାଳ ଦିଆଯାଇ କୁମ୍ଭମେଳା ଆରମ୍ଭ କରାଯାଇଥିଲା। ଖଣ୍ଡଗିରିସ୍ଥତ ହରିଓଁ ପୀଠ ପକ୍ଷରୁ ୧୦୮ଟି କୁମ୍ଭ ବସା ଯାଇ ପୂଜାବିଧି ଆରମ୍ଭ କରାଯାଇଥିଲା। ଏହାସହିତ ଅନ୍ୟ ସାଧୁସନ୍ଥମାନେ ସମୁଦାୟ ୨୪୪ଟି କଳସ ବସାଇ ଘଟସ୍ଥାପନ କରିଥିଲେ ବୋଲି ହରିଓଁ ବାବା ଶିଶୁ ଛବି ସୂଚନା ଦେଇଛନ୍ତି। ମେଳାକୁ ବିଭିନ୍ନ ଦିଗରୁ ସାଧୁସନ୍ଥମାନେ ଅହୋରାତ୍ର ତପସ୍ୟା ରତ ରହିଛନ୍ତି।

ଏ ବର୍ଷ ମଧ୍ୟ ହୋଇ ନପାରେ ଖଣ୍ଡଗିରି ମାଘ ମେଳା
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରରେ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ବର୍ଷ ମଧ୍ୟ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା । ରାଜ୍ୟରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ଖଣ୍ଡଗିରି ଯାତ୍ରା ମଧ୍ୟ ହୋଇ ନପାରେ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । କରୋନା ସଂକ୍ରମଣ କମିଛି କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ଆୟୋଜନ ନକରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ସେଠୀ ।

ଖଣ୍ଡଗିରି ଓଭରବ୍ରିଜ୍‍ ରେ ଗଲା ଆଉ ଏକ ମୁଣ୍ଡ
ଭୁବନେଶ୍ୱର : ଖଣ୍ଡଗିରି ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୂରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ। ଶୁକ୍ରବାର ଅପରାହ୍ଣରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ୍‍ ଚାଳକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀର ଅଜୟ ପରିଡ଼ା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଦୁର୍ଘଟଣା ଘଟାଇଥିବା ଅଳିଆ ବୋଝେଇ ଟ୍ରକ୍‍ ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଜଟଣୀର ଅଜୟ ପରିଡ଼ା ଶୁକ୍ରବାର ଅପରାହ୍ଣରେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। କାମ ସାରି ସେ ଅପରାହ୍ଣ ୫ଟା ସମୟରେ ଘରକୁ ଫେରୁଥିଲେ। ଖଣ୍ଡଗିରି ଓଭରବ୍ରିଜ୍‍ ଉପରେ ଯିବା ସମୟରେ ପଛରୁ ଆସୁଥିବା ଏକ ଅଳିଆ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।