Ollywood Actress - The Sakala

ବହୁଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ
କଟକ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତାଙ୍କ ମୃତ୍ୟୁ ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏକ ବଡ଼ ରାୟ ଶୁଣାଇଛନ୍ତି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଏହି ହତ୍ୟା ମାମଲାରେ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅଧିକ ୨ ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏଥିସହ ମାମଲାରେ ଅନ୍ୟ ଅଭିଯୁକ୍ତ ତଥା ମୃତ ନିକିତାଙ୍କ ଶଶୁର ଲିଙ୍ଗରାଜ ସାହୁ ଏବଂ ଶାଶୂ କୁନ୍ତଳା ସାହୁଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଘଟଣା ସମୟରେ ଲିପନ ନିକିତାଙ୍କ ସହ ଛାତ ଉପରେ ଉପସ୍ଥିତ ଥିଲେ। ନିକିତା କିପରି ଛାତରୁ ତଳକୁ ପଡ଼ିଲେ, ସେନେଇ ଲିପନ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସ୍ପଷ୍ଟୀକରଣ ଦେଇପାରି ନ ଥିଲେ।

ସୂଚନାଯୋଗ୍ୟ, ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ନିକିତାଙ୍କର ମୃତ୍ୟୁ ହୋଇଥିଲା । ୪ ତାରିଖ ସନ୍ଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । ରାତି ପ୍ରାୟ ୧୦ଟା ୧୫ଟାରେ ଛାତ ଉପରୁ ପଡିଯାଇଥିଲେ ନିକିତା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ନିକିତାଙ୍କ ସ୍ବାମୀ ଲିପନ ଏବଂ ତାଙ୍କ ବାପା ମାଆଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଥିଲା ।

ଓଲିଉଡ୍ ହିରୋଇନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗ, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ରିଲ୍ ନୁହେଁ ରିଅଲ ଲାଇଫ ଝାମେଲା ପଡ଼ିଛି ପଦାରେ । ଜଣେ ଜଣାଶୁଣା ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ଆଣିଲେ ଅଭିଯୋଗ । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

ପୁଣିଥରେ ଠକେଇ, ନିର୍ଯାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହେଲା । ପୁରୁଷ ବନ୍ଧୁ ମଧ୍ୟ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁଟିଂ ସେଟରେ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ରହିଛି । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ୍ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ । ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ରେ ମାମଲା ରୁଜୁ ହୋଇଛି ।

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା । ଝରଣା ଦାସଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ, ଜଗତରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।ସ୍ଵର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା  କରିଛନ୍ତି ।

ଫ୍ୟାମିଲି କୋର୍ଟରେ ସମୟ ମାଗିଲେ ବର୍ଷା
ଭୁବନେଶ୍ବର/କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଟକ ଫ୍ୟାମିଲି କୋର୍ଟରେ ମଧ୍ୟସ୍ଥତା ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହା ସମାଧାନ ହୋଇପାରିନାହିଁ। ଦିନକୁ ଦିନ ଗୋଟିଏ ଟ୍ୱିଷ୍ଟ ଏହି ବିବାଦରେ ଦେଖିବାକୁ ମିଳୁଛି। ଗତ ୧୪ତାରିଖରେ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇ ଦିନ ଧରି ଉଭୟଙ୍କୁ ହାଜର ହେବାର ଥିଲେ ମଧ୍ୟ ଏକା ଅନୁଭବ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବର୍ଷା ମଧ୍ୟସ୍ଥତା ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ୧୦ତାରିଖରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅଦାଲତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟରେ ଆଜି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବା ବେଳେ ଅନୁଭବ ଗଣମାଧ୍ୟମକୁ କହିଥିଲେ ଯେ ବର୍ଷା ଭଲରେ ଥାଆନ୍ତୁ। ବର୍ଷାଙ୍କୁ ସେ ଭଲପାଇ ବିବାହ କରିଥିଲେ। ପତ୍ନୀ ବର୍ଷାଙ୍କୁ ସେ ବହୁତ ସମ୍ମାନ ଦିଅନ୍ତି ଆଉ ଏହି ସମ୍ମାନ ବି କମିନାହିଁ। ଅଦାଲତଙ୍କୁ ବି ସମ୍ମାନ କରନ୍ତୁ ବୋଲି ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପ୍ରକାଶଥାଉକି ଗତ ୯ତାରିଖ ଉଭୟ ପ୍ରଥମ ଥର ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ।