FIRE - The Sakala

ଜଳିଗଲା ଆମ୍ବୁଲାନ୍ସ; ରୋଗୀ ଆଣିବାକୁ ଯାଉଥିବା ବେଳେ ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ
ଭୁବନେଶ୍ୱର: ଚଳନ୍ତା ଆମ୍ବୁଲାନ୍ସରେ ଲାଗିଲା ନିଆଁ । ଖଣ୍ଡଗିରି ନିକଟ ଜାଗମରା ଠାରେ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ। ରୋଗୀ ଆଣିବାକୁ ଯାଉଥିବା ବେଳେ ଘଟିଛି ଅଘଟଣ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ କେହି ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ତମାଣ୍ଡୋ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସ୍ଥିତି ପରଖିଲେ ମେୟର
କଟକ: କଟକ ପ୍ରେସଛକ ମାଛ ମାର୍କେଟ ରେ ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୁରା ମାଛ ମାର୍କେଟ ଜଳିପୋଡି ଛାରଖାର ହୋଇଯାଇଛି। ପାଖାପାଖି ୩୦ରୁ ଅଧିକ ଦୋକାନ ପୋଡ଼ିଯାଇଛି । ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଛି । ନିଆଁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ, ଓଭରବ୍ରିଜ ଉପର ଯାଏଁ ନିଆଁ ଉଠିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇବା ପରେ ଉଭୟ ବକ୍ସି ବଜାର ଓ ଚାଉଳିଆଗଞ୍ଜରୁ ତିନୋଟି ଗାଡ଼ି ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ସାଢ଼େ ୭ ଘଣ୍ଟା ପରେ ବି ନିଆଁ ଆୟତ୍ତକୁ ଆସି ନଥିବା ଜଣାପଡିଛି ।

ଘଟଣାସ୍ଥଳନରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାଷ ସିଂହ ଏବଂ ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର । ସେ କହିଛନ୍ତି କି, ପାଖରେ ଥିବା ଜରାଜୀର୍ଣ୍ଣ ବିଲ୍ଡିଂ ପାଇଁ ସରକାର ସ୍ବତନ୍ତ୍ର ବ୍ୟବବରାଦ କଲେ ଏହାକୁ ଭଙ୍ଗାଯିବ । ପ୍ରଶାସନ କଠୋର ହେବା ସହ ସହରରେ ଥିବା ଏଭଳି ଜରାଜୀଣ୍ଣ୍ଣ ବିଲ୍ଡିଂକୁ ଚିହ୍ନଟ କରି ଭାଙ୍ଗିବା ଜରୁରୀ । ହଜାରେ ବର୍ଷର ସହର ଅର୍ଥାତ ନିଆଁ ଲାଗିବାର ସାଢ଼େ ୭ ଘଣ୍ଟା ପରେ ବି ଆୟତ୍ତକୁ ନଆସିବା ଦୁଃଖର ବିଷୟ । ସରକାର କଠୋର ହେଲେ ପ୍ରକିୟା ଆଗେଇବ ବୋଲି କହିଛନ୍ତି ମେୟର ।

ଭୁବନେଶ୍ୱର ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ନାବାଳିକା ସମେତ ୩ମୃତ
ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ କେନାଲ ରୋଡ୍‌ରେ ଥିବା ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ନିଆଁ ଲାଗି ୩ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀ ଓ ମହିଳା କେୟାର ଟେକର ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା ।

ଆଜି ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କ ରୁମରେ ପ୍ରଥମେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଦ୍ରୁତ ଗତିରେ ନିଆଁ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ । ଅନିଶ୍ବାସୀ ହୋଇଯାଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ୨୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣା ପଡି ନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ
କଟକ: ହାଇକୋର୍ଟ ପାଚେରୀ କଡ଼ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । ମହିଳା ଜଣକ ନାଁ ହେଉଛି ମିନତି ସାହୁ। ଜଗତସିଂହପୁର  ଜିଲ୍ଲା ବିରିଡ଼ି ଅଞ୍ଚଳର ଏହି ମହିଳା ଗାଡିରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗାଡ଼ିରେ ନିଆଁ ଲାଗିବା ବେଳର ଏକ ଭିଡିଓ ସାମନାକୁ ଆସିଛି। ଯେଉଁ ଥିରେ ମହିଳା ଜଣକ ନିଆଁ ଲଗାଉଥିବାର ଦୃଶ୍ୟ ଥିବା ସାମ୍ନାକୁ ଆସୁଛି ।

ମହିଳା ଜଣକ ସହିତ ଏକ ନାବାଳକ ପୁଅ ମଧ୍ୟ ରହିଛି। ପେଟ୍ରୋଲ କିଣି ୫ ବର୍ଷର ନାବାଳକ ପୁଅକୁ ଧରି ସେ ଆସିଥିବା ଜଣାପଡିଛି। ପେଟ୍ରୋଲ କିମ୍ବା ପରେ ସାଥିରେ ଆଣିଥିବା କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରୀ ଭିତର ପଟକୁ ପକାଇବା ଦୃଶ୍ୟ ଭିଡିଓରେ ରହିଛି। ନିଆଁ ପାଚେରୀରେ ବାଜି ଗାଡ଼ି ତଳେ ପଡ଼ି ଯାଇଥିଲା ଓ ପରେ ଏକାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା।  ପୋଲିସକୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କୁ କବଜାରେ ନେଇ ଅଧିକ ପଚରା ଉଚ୍ଚର କରୁଛି ପୋଲିସ । ତେବେ ମହିଳାଜଣକ କାହିଁକି ନିଆଁ ଲଗାଇଲେ, ସଠିକ ଭାବେ ନ କହିଲେ ମଧ୍ୟ ଭିଡିଓରେ ଅନେକ ସତ ଲୁଚି ରହିଥିବା ଜଣାପଡୁଛି ।

ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ
ଭୁବନେଶ୍ୱର CRP ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ନିଆଁ ଲାଗି ମେଡିସିନ ଦୋକାନ, ପ୍ଲାଷ୍ଟିକ ଦୋକାନ, ବହି ଦୋକାନ, ଗିଫ୍ଟ ଆଇଟମ ଦୋକାନ ଆଦି ଛାରଖାର ହୋଇଛି।

ସୂଚନା ଅନୁସାରେ, ମାକେର୍ଟ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାରେ ଥିବା ଏକାଧିକ ଦୋକାନରେ ନିଆଁ ବ୍ୟାପି ଯାଇଥିଲା। ଭିତରେ ଥିବା ସମସ୍ତ ଦୋକାନୀ ବାହାରକୁ ଦୌଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଜଣାପଡିଛି। ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ କରିବକୁ ଉଦ୍ୟମ ଜାରି ରଖିଛି। ମାର୍କେଟ୍ କମ୍ପ୍ଲେକ୍ସ କିଛି ଗୋଦାମ ଘର ଥିବା ଜୋରଦାର ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପକ୍ଷରୁ ପାଣିମାଡ଼ କରାଯାଇଛି। ପ୍ରବଳ ଧୂଆଁ ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଛି। ଅନେକ ଦୋକାନୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ୪ ତାଲା ବିଶିଷ୍ଟ କୋଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ପାଣି ଟ୍ୟାଙ୍କରରୁ ପାଣି ମାଡ଼ କରାଯାଇଛି। ଏକ ଖେଳନା ଦୋକାନରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୪ଟି ଫାୟାର ଟିମ ଅଗ୍ନିକାଣ୍ଡ ରୋକିବାରେ ନିୟୋଜିତ ହୋଇଛନ୍ତି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସରେ ନିରାପତ୍ତା ଲାଗି ଅଗ୍ନିଶମ ବ୍ୟବସ୍ଥା ଥିଲା କି ନାହିଁ ତାହା ଜଣାପଡିନାହିଁ।

ଡ୍ରୋନ୍ ଆକ୍ରମଣ ପରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ବିମାନ ଚଳାଚଳ ବାତିଲ
ନୂଆଦିଲ୍ଲୀ: ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ବାତିଲ କରାଯାଇଛି। ଉପସାଗରୀୟ ଅଞ୍ଚଳରେ ଏବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆମେରିକା ଏବଂ ଇସ୍ରାଏଲ୍ ଦ୍ୱାରା ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରତିଶୋଧ ନେବାକୁ ଯାଇ ଇରାନ ଏବେ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଜାରି ରଖିଛି। ଏହି ଡ୍ରୋନ୍ ଆକ୍ରମଣ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ତଥା ପ୍ରମୁଖ ଆର୍ଥିକ ହବ୍ ନିକଟରେ ହୋଇଛି। ତେହେରାନର ଏହି ବର୍ଦ୍ଧିତ ଆକ୍ରମଣ ଏବେ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ସହର ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।

ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ସୂଚନା ମିଳିଛି। ସାଧାରଣ ପ୍ରତିରକ୍ଷା ଦଳ (ସିଭିଲ୍ ଡିଫେନ୍ସ ଟିମ୍) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଆଁକୁ ସଫଳତାର ସହ ଆୟତ୍ତ କରିଛନ୍ତି। ଫଳରେ ନିକଟରେ ଥିବା ଏକ ଇନ୍ଧନ ଟାଙ୍କିକୁ ବଡ଼ ବିପଦରୁ ରକ୍ଷା କରାଯାଇପାରିଛି। ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ବିମାନବନ୍ଦର କମ୍ପ୍ଲେକ୍ସରୁ ଭୟଙ୍କର ଅଗ୍ନିଶିଖା ଏବଂ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ତୋଷାଳୀ ଭବନରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା
ଭୁବନେଶ୍ବର: ଭୁବନେଶ୍ବରର ସତ୍ୟନଗରରେ ଥିବା ତୋଷାଳି ଭବନରେ ଅଗ୍ନିକାଣ୍ଡ । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ-୩ରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବରପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି ।

ଭୁବନେଶ୍ୱର ସୁପରମାର୍ଟରେ ଭୟାଭହ ଅଗ୍ନିକାଣ୍ଡ , ଗତ ରାତିରୁ ଜଳୁଥିବା ନିଆଁ ଏବେ ବି ଆସିନି ଆୟତ୍ତକୁ
ଭୁବନେଶ୍ୱର: ଜଳୁଛି ସୁପରମାର୍ଟ । ଲିଭୁନି ନିଆଁ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଶିଶୁପାଳଗଡ଼ ସ୍ଥିତ ନୂଆଗାଁ ନିକଟରେ ଥିବା ସୁପର ମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ। ତୃତୀୟ ମହଲାରେ ସୋମବାର ରାତି ସାଢ଼େ ୧୦ଟାରୁ ଏଯାଏ ହୁତୁହୁତ ହୋଇ ଜଳୁଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ୮ ଦମକଳ ଗାଡ଼ି ସହ ୨୫ଟି ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ତଥାପି ଆୟତ୍ତକୁ ଆସୁନି ନିଆଁ । ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ ।

୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲୋଇକ୍ ପ୍ଲାଟଫର୍ମ ନିୟୋଜିତ ଅଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ରୋବଟ୍ ଗାଡି ସହାୟତାରେ ମଧ୍ୟ ନିଆଁକୁ ଲଭାଇବାକୁ ଉଦ୍ୟମ କରାଯାଉଛି । ଏ ପର୍ଯ୍ୟନ୍ତ ଚତୁର୍ଥ ମହଲାରେ ନିଆଁ ବଳବତ୍ତର ରହିଛି ।

ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି ।

ଭୁବନେଶ୍ୱର ୧ନଂ ହାଟରେ ଭୟଙ୍କର ଅଗ୍ନିକାଣ୍ଡ; ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ପାଇଁ ନିଆଁ ଲାଗୁଥିବା କହିଲେ ମେୟର
ଭୁବନେଶ୍ୱର: ଭୁବନେଶ୍ୱର ୧ନଂ ହାଟରେ ଭୟଙ୍କର ଅଗ୍ନିକାଣ୍ଡ । । ହୁତୁହୁତୁ ହୋଇ ଜଳିଗଲା ପ୍ରାୟ ୫୦ ଦୋକାନ । ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି ୧୩ଟି ଦମକଳ ବାହିନୀ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ।

ବିଏମସି କମିଶନର ଚଞ୍ଚଳ ରାଣା କହିଛନ୍ତି ଯେ, କିଛି ବ୍ୟବସାୟୀ ବହୁଳ ମାତ୍ରାରେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରି ଦେଇଛନ୍ତି। ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଏସଆରସି ପକ୍ଷରୁ ସ୍ଵୀକୃତି ମିଳିଛି। ଏନେଇ ଡିପିଆର ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ଦିଆଯାଇଥିଲା। ଏସଆରସି ପ୍ରାୟ ୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମାର୍କେଟର ୫୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ଗାଡି ନିୟୋଜିତ ଥିଲେ। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ, ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ
ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଲାଗିଲା ନିଆଁ । ଷ୍ଟେସନ ମାଷ୍ଟରଙ୍କ କ୍ୟାବିନ୍‌ରେ ନିଆଁ ଲାଗିଥିବା ସୂଚନା । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।ସେପଟେ ଭୟବିତ ନ ହେବା ପାଇଁ ରେଲୱେ ବିଭାଗ ତରଫରୁ କୁହାଯାଇଛି।

ପ୍ରଭାସଙ୍କ ଫିଲ୍ମ ଚାଲିଥିଲା ବେଳେ ଅଶୋକା ସିନେମା ହଲରେ ଲାଗିଲା ନିଆଁ
ରାୟଗଡା: ସିନେମା ହଲ୍‌ରେ ଲାଗିଲା ନିଆଁ । ରାୟଗଡ଼ା ଅଶୋକ ଟକିଜ୍‌ ହଲ୍‌ରେ ଅଗ୍ନିକାଣ୍ଡ । ରାୟଗଡା ସହରର ଅଶୋକା ସିନେମା ହଲରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା 'ରାଜା ସାହେବ୍' ଚାଲିଥିଲା ବେଳେ ଅଘଟଣ । ସିନେମାରେ ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ରରେ ନିଆଁକୁ ଆୟତ୍ତ କରିଥିଲେ। ଯାହାଦ୍ବାରା ଏକ ବଡ ଦୁର୍ଘଟଣାକୁ ଏଡେଇ ଦିଆଯାଇ ପାରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଚାଲୁଥିବା ବେଳେ ମଝି ରାସ୍ତାରେ ଜଳିଗଲା 'ଆମ ବସ୍', ସମସ୍ତ ଯାତ୍ରୀ ସୁରକ୍ଷିତ
ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ଚାଲୁଥିବା ବେଳେ ବସ୍‌ରୁ ହଠାତ ଧୂଆଁ ବାହାରିଥିଲା । ଧୂଆଁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ । ଗାଡ଼ିରୁ ବାହାରିବା ପରେ ହୁ ହୁ ହୋଇ ଜଳିଗଲା ବସ୍‌ । ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭଗବାନଙ୍କ କୃପାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।