hair loss - The Sakala

"ମୁଁ ସମ୍ପୂର୍ଣ୍ଣ ଲଣ୍ଡା, ଏହା ଏକ ୱିଗ୍": ବାଇପୋଲାର୍ ଡିଜଅର୍ଡର ଔଷଧ ଯୋଗୁଁ କେଶ ହରାଇବା ନେଇ ୟୋ ୟୋ ହନି ସିଂହଙ୍କ ଖୁଲାସା
ଜଣାଶୁଣା ସିଙ୍ଗର୍ ତଥା ରାପର୍ ୟୋ ୟୋ ହନି ସିଂହ ନିଜ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପୂର୍ବରୁ ଅନେକ ଥର ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ନିଜର ବାଇପୋଲାର୍ ଡିଜଅର୍ଡର ବା ଦ୍ୱିମୁଖୀ ଅବସାଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ଏବଂ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ସେ ନିଜର ସବୁ କେଶ ହରାଇଛନ୍ତି।

ଚିକିତ୍ସାର ପ୍ରଭାବ ଏବଂ କେଶହାନି

ଏବିଟକ୍ସ (ABtalks) ପଡକାଷ୍ଟରେ ଆଲୋଚନା କରିବା ବେଳେ ହନି ସିଂହ ସ୍ୱୀକାର କରିଛନ୍ତି ଯେ, "ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଛି ଏବଂ ଏବେ ଏକ ୱିଗ୍ ବ୍ୟବହାର କରୁଛି।" ବାଇପୋଲାର୍ ଡିଜଅର୍ଡରର ଚିକିତ୍ସା ତାଙ୍କୁ କେବଳ ମାନସିକ ସ୍ତରରେ ନୁହେଁ, ବରଂ ଶାରୀରିକ ସ୍ତରରେ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା। ଏହି କାରଣରୁ ତାଙ୍କର ଓଜନ ବୃଦ୍ଧି ହେବା ସହ ଦ୍ରୁତଗତିରେ କେଶ ଝଡ଼ିବା ଆରମ୍ଭ ହୋଇଥିଲା।

କିପରି ଆରମ୍ଭ ହେଲା ସମସ୍ୟା?

ସେ ନିଜର ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ଅଭିନେତା ଶାହରୁଖ ଖାନ୍ଙ୍କ ସହ ଆମେରିକା ଗସ୍ତରେ ଥିବା ବେଳେ ଏବଂ ଏକ ମ୍ୟୁଜିକ୍ ରିଆଲିଟି ସୋ'ର ବିଚାରପତି ଥିବା ବେଳେ ତାଙ୍କ ଠାରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା। ସେହି ସମୟରେ ତାଙ୍କୁ ଲାଗୁଥିଲା ଯେମିତି ସେ ମରିଯିବେ। ଷ୍ଟେଜ୍ ଉପରେ ପରଫର୍ମ କରିବାକୁ ସେ ଏତେ ଭୟଭୀତ ଥିଲେ ଯେ, ଏଥିରୁ ବର୍ତ୍ତିବା ପାଇଁ ସେ ନିଜର ଅଧା ମୁଣ୍ଡ ଲଣ୍ଡା କରିଦେଇଥିଲେ। ତଥାପି ଆୟୋଜକମାନେ ତାଙ୍କୁ ଏକ ଟୋପି ପିନ୍ଧାଇ ଷ୍ଟେଜ୍କୁ ପଠାଇଥିଲେ।

୭ ବର୍ଷ ଧରି ଘରେ ବନ୍ଦୀ

ନିଜର ଏହି ମାନସିକ ସ୍ଥିତି ଯୋଗୁଁ ସେ ଥରେ ଅଧାରୁ ଷ୍ଟେଜ୍ ପରଫର୍ମାନ୍ସ ଛାଡ଼ି ପଳାଇ ଆସିଥିଲେ। ଏହାପରେ ତାଙ୍କର ଲମ୍ବା ସଂଘର୍ଷ ଆରମ୍ଭ ହୋଇଥିଲା। ପ୍ରାୟ ୭ ବର୍ଷ ଧରି ସେ ନିଜ ଘର ଭିତରେ ନିଜକୁ ଆବଦ୍ଧ କରି ରଖିଥିଲେ। ନିଜର ଖରାପ ସ୍ଥିତି ପ୍ରଶଂସକମାନଙ୍କୁ ନଦେଖାଇବା ପାଇଁ ସେ ଫୋନ୍, ଟିଭି, ଇଣ୍ଟରନେଟ୍ ଏବଂ ପିଲାଦିନର ସାଙ୍ଗସାଥୀଙ୍କ ଠାରୁ ମଧ୍ୟ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ। ହନି ସିଂହଙ୍କ କହିବା ଅନୁଯାୟୀ, "ବାଇପୋଲାର୍ ଡିଜଅର୍ଡର ଆପଣଙ୍କୁ ଏପରି ବିନାଶକାରୀ ଚିନ୍ତାଧାରା ଆଡ଼କୁ ନେଇଯାଏ ଯାହା ବାସ୍ତବରେ ଘଟୁନଥାଏ, କିନ୍ତୁ ଆପଣଙ୍କୁ ତାହା ସତ ଲାଗେ।"

କେଶ ଝଡ଼ିବାରୁ କପରି ପାଇବେ ମୁକ୍ତି: ଜାଣନ୍ତୁ ହୋମିଓପାଥି, ଏଲୋପାଥି ଓ ଆୟୁର୍ବେଦ ଓପଚାର
କେଶ ଝଡ଼ିବା ଏବେ ଏକ ବଡ଼ ସମସ୍ୟା। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ, ଓ ପରିବେଶ ପ୍ରଦୂଷଣ ପାଇଁ କେଶ ଝଡ଼ିବା ସମସ୍ୟା ଦେଖାଦିଏ। ଅନେକଙ୍କ କ୍ଷେତ୍ରରେ ବଂଶାନୁକ୍ରମିକ ଲକ୍ଷଣ, ହର୍‌ମୋନ୍ ପରିବର୍ତ୍ତନ, ଚିନ୍ତା ଓ ପୋଷକତତ୍ତ୍ବର ଅଭାବ ପାଇଁ ମଧ୍ୟ କେଶ ଝଡ଼ିଥାଏ। ତେବେ ପ୍ରଥମରୁ ଏହାର ଉପଚାର କରାଗଲେ ଏହି ସମସ୍ୟା ଦୂର ହୁଏ।

ହୋମିଓପାଥି

କେଶ ଝଡ଼ିବା ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲରେ ଆର୍ନିକା, କ୍ୟାଲେଣ୍ଡୁଲା, କାନ୍ଥାରିସ୍ ଓ ଜାବୋରାତ୍ରୀ ମିଶାଇ କେଶମୂଳରେ ଭଲ ଭାବେ ମାଲିସ୍ କରିବା ଉଚିତ। କିନ୍ତୁ ଏହା ବ୍ୟକ୍ତି ବିଶେଷରେ ଭିନ୍ନ ହୋଇଥାଏ। କାରଣ ଶାରୀରିକ ଲକ୍ଷଣକୁ ଦେଖି ହୋମିଓପାଥି ଔଷଧ ଦେବାକୁ ହୁଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏଭିସିଫ୍ସ, ଲାଇକୋ ପେଡିୟନ୍, ଥାଇଲିସିଆ ମେଡିସିନ୍‌ ସେବନ କରନ୍ତୁ। ସାଧାରଣ ଭାବେ ତ୍ବଚା ଶୁଷ୍କ ହେଲେ କେଶର ମୂଳ ଶୁଷ୍କ ହୋଇ କେଶ ଝଡ଼େ। ତେଣୁ ଅଧିକ ମାତ୍ରାରେ ପାଣି ପିଇବା ସହିତ ପୋଷକତ୍ତ୍ବଯୁକ୍ତ ଖାଦ୍ୟ ଖାଆନ୍ତୁ।

ଏଲୋପାଥି

ଅନେକ ପ୍ରକାର ତ୍ବଚାଭିତ୍ତିକ ରୋଗ ରହିଛି, ଯାହା ପାଇଁ କେଶ ଝଡ଼ିଥାଏ। ତେଣୁ ଏ ସମସ୍ୟାର ସମାଧାନ ପାଇଁ ସ୍କିନ୍ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ। କେତେକ ସ୍ବାସ୍ଥ୍ୟଗତ ପରୀକ୍ଷା କରାଯିବା ପରେ କେଶ ଝଡ଼ିବାର ଅସଲ କାରଣ ଜଣାପଡ଼େ। ଭିଟାମିନ୍ ଓ ମିନେରାଲ୍‌ ଅଭାବ ହେଲେ ମଧ୍ୟ କେଶ ଝଡ଼େ। ଏହାର ସମାଧାନ ପାଇଁ ଭିଟାମିନ୍ ଏ, ଇ, ମଲ୍‌ଟି ଭିଟାମିନ୍ ଓ ଆଇରନ୍‌ଯୁକ୍ତ ମେଡିସିନ୍‌ ରହିଛି, ଯାହାଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର ହୁଏ। ଏହା ସହିତ ଗଜାମୁଗ, ଗଜାବୁଟ ଓ ତନ୍ତୁଜାତୀୟ ଖାଦ୍ୟକୁ ସାମିଲ୍‌ କରନ୍ତୁ। ଆଣ୍ଟିପଙ୍ଗଲ୍‌ଯୁକ୍ତ ମେଡିସିନ୍ ମଧ୍ୟ ରହିଛି, ଯାହାକେଶ ଝଡ଼ିବା ସମସ୍ୟା ଦୂର କରେ। କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ଉଚିତ ନୁହେଁ। କାରଣ ଶରୀରରେ ଆଇରନ୍‌ ବା ଲୌହର ପରିମାଣ ଅଧିକ ହେଲେ ବିଭିନ୍ନ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି ହୁଏ।

ଆୟୁର୍ବେଦ

କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଅନେକ ଘରୋଇ ଉପାୟ ରହିଛି। ଅନେକ ହର୍‌ବାଲ୍‌ ବିୟୁଟି ଟିପ୍‌ସ ରହିଛି, ଯାହାକୁ ନିୟମିତ ଆପଣାଇବା ଦ୍ବାରା କେଶ ଝଡ଼ିବା ସମସ୍ୟା କିଛି ମାତ୍ରାରେ କମ୍ ହୁଏ। କେଶ ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଆୟୁର୍ବେଦରେ ଅନେକ ଉପଚାର ରହିଛି। ସେସବୁ ଉପଚାର ଜଣେ ଦକ୍ଷ ବଇଦଙ୍କ ପାଖରେ ହିଁ ସମ୍ଭବ। କିନ୍ତୁ ସାଧାରଣତଃ ଉପଯୁକ୍ତ ପୋଷକଯୁକ୍ତ ଖାଦ୍ୟ ଓ ହେୟାର୍‌ ଭରଟିଲାଇଜର୍‌ ବ୍ୟବହାର ଦ୍ବାରା କେଶ ଝଡ଼ିବା କମାଇ ହେବ। ଏହାକୁ ଓଡ଼ିଆରେ ଜଟାମାଂସି ମଧ୍ୟ କୁହାଯାଉଛି। ଏସବୁ ବ୍ୟତୀତ ଅଧÒକ ଦିନ ପର୍ଯ୍ୟନ୍ତ କେଶରେ ତେଲ ନ ଲଗାଇ ରଖନ୍ତୁ ନାହିଁ।