Digapahandi Sub-Jail - The Sakala

ଦିଗପହଣ୍ଡି ସବ୍‌-ଜେଲ୍ କ୍ୱାର୍ଟର୍ସରୁ ଜେଲ୍ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଗଞ୍ଜାମ: କ୍ୱାର୍ଟର୍ସରୁ ଜେଲ୍ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବ୍-ଜେଲ୍ ପରିସରରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦିଗପହଣ୍ଡି ସବ୍‌-ଜେଲର ଆବାସିକ କ୍ୱାର୍ଟର୍ସରୁ ଜଣେ ଜେଲ୍ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଶିବାନନ୍ଦ ସ୍ୱାଇଁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶିବାନନ୍ଦ ସ୍ୱାଇଁ ମାତ୍ର ୧୫ ଦିନ ପୂର୍ବରୁ ପୁରୀରୁ ବଦଳି ହୋଇ ଆସି ଦିଗପହଣ୍ଡି ସବ୍-ଜେଲ୍‌ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଅନ୍ୟ କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର କୌଣସି ଉତ୍ତର ନମିଳିବାରୁ ସେମାନେ କ୍ୱାର୍ଟର୍ସର କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ସେଠାରେ ତାଙ୍କ ମୃତଦେହ ଫାଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ସାନଖେମୁଣ୍ଡି ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି ପଚରାଉଚରା କରିଛନ୍ତି। ସ୍ଥିତିର ଅନୁଧ୍ୟାନ କରିବା ପାଇଁ ବ୍ରହ୍ମପୁର ଜେଲ୍ ଡିଆଇଜି ମଧ୍ୟ ସବ୍-ଜେଲ୍‌ରେ ପହଞ୍ଚିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ଏହି ଘଟଣାର ଟିକିନିଖି ତଦନ୍ତ ଆରମ୍ଭ କରିଛି।