BJD Targets BJP - The Sakala

ଡବଲ ଇଞ୍ଜିନ ସରକାରରେ ମିଳିଛି ଟ୍ରିପଲ ବିଫଳତା: ବିଜେଡି
ଭୁବନେଶ୍ୱର: ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିଲା। କିନ୍ତୁ ବାସ୍ତବରେ ଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଦେଖିବାକୁ ମିଳିଛି। ରାଜ୍ୟର ଆର୍ଥକ ବିକାଶ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହି ସୁଯୋଗ ହାତଛଡା ହେବାକୁ ବସିଲାଣି। ବଡ଼ ବଡ଼ କମ୍ପାନୀ ମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ବିଜେପି ସରକାର ଆବଶ୍ୟକୀୟ ବାତାବରଣ ତିଆରି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି। ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ,  ଗତ ୧୮ ମାସର ବିଜେପି ଶାସନରେ ବିଫଳତା ତାଲିକା ଏତେ ଲମ୍ୱା ହୋଇଛି ଯେ, ରାଜ୍ୟବାସୀ ଆଜି ରାଜ୍ୟରେ ଗୋଟିଏ ସରକାର ଅଛି ବୋଲି ଅନୁଭବ କରି ପାରୁ ନାହାନ୍ତି।

୨୦୨୨ ମସିହାରେ ଷ୍ଟାର୍ଟଅପ୍‌ ନିବେଶ କ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଥିଲା। କିନ୍ତୁ ୨୦୨୫ ବେଳକୁ ଓଡ଼ିଶା ୨୦ ତମ ସ୍ଥାନକୁ ଖସି ଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ, ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଯୁବବର୍ଗର ଲୋକମାନଙ୍କୁ ସାହସ ଶକ୍ତି ଓ ପ୍ରେରଣା ପ୍ରଦାନ କରାଯାଉଥିଲା। ହେଲେ ଏବେ କାହିଁକି ଓଡ଼ିଶାର ସ୍ଥାନ ତଳକୁ ତଳ ଖସୁଛି ବୋଲି ଶ୍ରୀ ଘଡ଼ାଇ ପ୍ରଶ୍ନ କରିଛନ୍ତି। ଏହା ବ୍ୟତୀତ ନବୀନ ପଟ୍ଟନାୟକଙ୍କ ସମୟରେ ଦୁବାଇକୁ ଆରମ୍ଭ ହୋଇଥିବା ସିଧା ବିମାନ ସେବା ଏବେ ବନ୍ଦ ହେବାକୁ ଯାଉଛି। ଦୁବାଇ ଏକ ଅନ୍ତର୍ଜାତୀୟ ଟ୍ରେଡ୍‌ ସେଣ୍ଟର ହୋଇଥିବାରୁ, ଏଠାକୁ ବିମାନ ସେବା ବନ୍ଦ ହେବା ଯୋଗୁ ଏହା ରାଜ୍ୟର ବ୍ୟବସାୟ ବୃଦ୍ଧି ପାଇଁ ବାଧକ ହେବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ଶ୍ରୀ ଘଡ଼ାଇ ସରକାରଙ୍କ ଉପରେ ବର୍ଷିଛନ୍ତି। ଲଘୁ ଖଣିଜ ସମ୍ପଦ ଓ ଗୁରୁ ଖଣିଜ ସମ୍ପଦରେ ବ୍ୟାପକ ଲୁଟ ଚାଲିଛି। ଏଇ ଦୁଇ କ୍ଷେତ୍ରରେ ମାଫିଆମାନେ ରାଜ କରୁଛନ୍ତି। ନିକଟରେ କେନ୍ଦୁଝର ଜିଲ୍ଲାରେ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଡକାୟତ ମାନେ କୋଟି କୋଟି ଟଙ୍କା ଲୁଟିନେବା ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ସଦ୍ୟତମ ନମୁନା ସାଜିଛି। ସବୁ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳୁଥିବା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି। ଫଳସ୍ୱରୂପ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି। ରାଜ୍ୟ ସରକାରଙ୍କର ତୁରନ୍ତ ନିଦ୍ରା ଭଙ୍ଗ ହେବା ଦରକାର ଓ ରାଜ୍ୟର ଶାସନ ବ୍ୟବସ୍ଥାରେ ସରକାର ସୁଧାର ଆଣିବା ଉଚିତ।  ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଘଡ଼ାଇ ଚେତାବନୀ ଦେଇଛନ୍ତି।

ଧାନକିଣା ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି
ଧାନ କିଣା ନେଇ ବିଜେପି ରାଜନୀତି କରୁଛି ବୋଲି କହି କଡା ସମାଲୋଚନା କରିଛି ବିଜେଡି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କେନ୍ଦ୍ର ଉପରେ ବର୍ଷିଛନ୍ତି । ପ୍ରେସମିଟରେ ସ୍ନେହାଙ୍ଗିନୀ କହିଛନ୍ତି ଯେ, ଆସନ୍ତା ୨୦ ତାରିଖରେ ସବୁ ଏଫସିଆଇ ଗୋଦାମ ଆଗରେ ବିଜେଡି ଧାରଣା ଦେବ । କେବେ ଧାନ କିଣାଯିବ, ତାହା କେନ୍ଦ୍ର ସ୍ଥିର କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟୋକନ ସିଷ୍ଟମରେ ଦଲାଲଗିରି ଚଳିବ ନାହିଁ । ଧାନ କିଣାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ଚାଷୀଙ୍କ ସହିତ ବିଜେଡି ସବୁବେଳେ ଠିଆ ହୋଇଛି । ଟୋକନ ବ୍ୟବସ୍ଥାରେ ଧାନ କିଣାରେ ଚାଷୀ ଲାଭବାନ ହେଉଛନ୍ତି । ଚାଷୀଙ୍କୁ 24ରୁ 48 ଘଣ୍ଟାରେ ଧାନକିଣା ଟଙ୍କା ଦିଆଯାଉଛି । ମାତ୍ର ଏହି ବ୍ୟବସ୍ଥାକୁ ବିଜେପି ବିରୋଧ କରୁଛି । ଚାଷୀ ବିରୋଧୀ ବିଜେପି ଏବେ ଭୟଭୀତ ଅବସ୍ଥାରେ ଅଛି । ସ୍ନେହାଙ୍ଗିନୀ କହିଛନ୍ତ, କୃଷି ଆଉ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଟୋକନ ପାଇଥିବା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି ।

ସେମାନେ ସୁରୁଖୁରୁରେ ମଣ୍ଡିରେ ଧାନ ବିକୁଛନ୍ତି । ଟୋକନ ବ୍ୟବସ୍ଥାକୁ ବିଜେପି କାହିଁକି ବିରୋଧ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି । ଦଲାଲ୍ ଓ ଅସାଧୁ ବ୍ୟବସାୟୀଙ୍କୁ ହଟାଇବା ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ନିକଟରେ ଦଲାଲଗିରି ଭାଇଗିରି ଚଳିବ ନାହିଁ । ଧାନକିଣା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । କେନ୍ଦ୍ରର ନୀତି ଅନୁସାରେ ରାଜ୍ୟ ସରକାର ଧାନ କିଣୁଛନ୍ତି । ଆଗରୁ ଓଡ଼ିଶାକୁ ଭୋକର ଭୂଖଣ୍ଡ ବୋଲି ବାହାର ଲୋକ ଜାଣୁଥିଲେ । ଏବେ ଓଡ଼ିଶାର ଚାଷୀ ସମ୍ମାନର ସହିତ ସ୍ବାବଲମ୍ବୀ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମଡେଲ୍ ଉତ୍ତରପ୍ରଦେଶ ଆପଣାଇବାକୁ ଚିନ୍ତା କରୁଛି । ରାଜନୀତି ନକରି ଚାଷୀଙ୍କ ପାଖରେ ବିଜେପି ଠିଆ ହେଉବୋଲି ବିଜେଡି କହିଛି ।

ରାଜ୍ୟରେ 20ଲକ୍ଷ ମେଟ୍ରିକ ଟନରୁ 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏବେବି ଅଛି । 7ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କେନ୍ଦ୍ର ସରକାର କେବେ ନେବେ ବୋଲି କେନ୍ଦ୍ର ସ୍ପଷ୍ଟ କରୁ । 2011 ମସିହା ଠାରୁ ଓଡିଶା ଚାଉଳରେ ବଳକା ରାଜ୍ୟ ହୋଇପାରିଛି । କୃଷି ନୀତି, ଆଧୁନିକ ଯନ୍ତ୍ରପାତି, ଅମଳ କ୍ଷମ ବିହନ ଏହି ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଧାନକିଣା ପ୍ରକ୍ରିୟା 2003-2004ରୁ ଓଡିଶା ସରକାର ସୁରୁଖୁରୁରେ ଚଳାଇ ଆସିଛନ୍ତି । ଡିଜିଟାଇଜେସନ, ମଣ୍ଡି, ଡିବିଟି ବ୍ୟବସ୍ଥା ହୋଇଛି । ଓଡିଶା ସରକାର ଋଣ ଆଣି ଧାନ କିଣନ୍ତି ଓ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅର୍ଥ ଦିଅନ୍ତି । ଧାନ କିଣା ସରିବା ପରେ ଗତ ବର୍ଷର 6 ହଜାର 570 କୋଟି ଟଙ୍କା କେନ୍ଦ୍ର ସରକାର ଦେଇନାହାନ୍ତି ।

ରାଜ୍ୟ ସରକାର ଋଣ କରି ଚାଷୀଙ୍କୁ ପୈଠ କରିଛନ୍ତି। ତୁରନ୍ତ ରାଜ୍ୟର ବଳକା ଥିବା 6 ହଜାର 570 କୋଟି କେନ୍ଦ୍ର ଦେଉବୋଲି ଦାବି କରିଛି ବିଜେଡି । ଏହା ସହିତ 7 ହଜାର କୁଇଣ୍ଟାଲ ଚାଉଳ ଶୀଘ୍ର ଉଠାନ୍ତୁ । ଦାବି ନଶୁଣିଲେ ଆସନ୍ତା 20 ତାରିଖରେ ସମସ୍ତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡିର ଆନ୍ଦୋଳନ କରିବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଚେତାବନୀ ଦେଇଛନ୍ତି ।