MMDR Act - The Sakala

ଖଣି ବିଲ୍‌ କାର୍ଯ୍ୟକାରୀ ହେଲେ ବ୍ୟାପକ କ୍ଷତି ସହିବ ଓଡ଼ିଶା, କ୍ଷୋଭ ପ୍ରକାଶ କଲେ ରଣେନ୍ଦ୍ର
ଭୁବନେଶ୍ୱର: ଲୋକସଭା ପରେ ରାଜ୍ୟସଭାରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି। ଓଡ଼ିଶା ପରି ରାଜ୍ୟ ଯାହାର ମୁଖ୍ୟ ରାଜସ୍ୱ ଖଣି ଏବଂ ଖଣିଜ ଜମିରୁ ଆସିଥାଏ, ଏହାଦ୍ୱାରା ଅତ୍ୟଧିକ କ୍ଷତି ହେବାକୁ ଯାଉଥିବାରୁ ଏନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟ ସରକାର ଡବଲ ଇଞ୍ଜିନ ସରକାରର ସ୍ଲୋଗାନ ଦେଉଥିବା ବେଳେ ରାଜ୍ୟରୁ ବିଜେପିର ୨୦ ଜଣ ସାଂସଦ ଏହି ବିଲ ବିରୁଦ୍ଧରେ ମତାମତ ରଖିଥିଲେ କି ? ଏହି ବିଲ କାର୍ଯ୍ୟକାରୀ ହେଲେ ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ। ଏହା କ’ଣ ତାଙ୍କର ଡବଲ ଇଞ୍ଜିନର ପରିଣତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାର ଅନେକ ଜନକଲ୍ୟାଣକରି ଯୋଜନା ପାଇଁ ଅଧିକାଂଶ ସମ୍ୱଳ ଖଣି ଏବଂ ଖଣିଜ ଜମି ଉପରେ କର, ସେସ ରୁ ଆସିଥାଏ। ମାତ୍ର ଏହି ବିଲ କାର୍ଯ୍ୟକାରୀ ହେଲେ, ଓଡ଼ିଶା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ। ସରକାର ଏହି ଆଶଙ୍କାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ନା ନାହିଁ? ଏହା କେବଳ ଏକ ବିଧେୟକ ନୁହେଁ, ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ କୁଠାରାଘାତ ବୋଲି ସେ କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୨୦୨୪ ଅଗଷ୍ଟରେ ସୁପ୍ରିମକୋର୍ଟ ସାମ୍ୱିଧାନିକ ପୀଠ ୮-୧ ରାୟରେ ଖଣିଜ ସମ୍ପଦ ଥିବା ଜମିରୁ ଟାକ୍ସ ଓ ସେସ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ କ୍ଷମତାପ୍ରାପ୍ତ କରିଥିଲେ ଏବଂ ୨୦୦୫ ମସିହାଠାରୁ ବକେୟା ଟଙ୍କା ୧୨ ବର୍ଷ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଐତିହାସିକ ରାୟକୁ ବିରୋଧ କରି ବଡ଼ ବଡ଼ ଖଣି କମ୍ପାନୀଙ୍କୁ ସୁରକ୍ଷା ଦେବାକୁ ଏହି ବିଧେୟକ ଅଣା ଯାଇଛି। ଏହି ବିଲ ଯେ ଓଡ଼ିଶା ପରି ରାଜ୍ୟର ହିତ ପାଇଁ ପରିପନ୍ଥୀ, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ଆଜି ଓଡ଼ିଶାବାସୀ ପଚାରୁଛନ୍ତି ଯେ ଓଡିଶା ସରକାର ଏହା ବିରୁଦ୍ଧରେ ନୀରବ ରହିବେ ନା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ନିଜ ମତାମତ ପ୍ରଦାନ  କରିବେ। ଏହି ବିଧେୟକ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଅଧିକାରଙ୍କୁ ନେଇ ଯାଇଛନ୍ତି। ଏହାଦ୍ୱାରା କେବଳ ଯେ ରାଜ୍ୟର ଜନ କଲ୍ୟାଣକାରୀ ଯୋଜନା ବ୍ୟାହତ ହେବ, ତାହା ନୁହେଁ, ରାଜ୍ୟର ଋଣଭାର ବଢିଯିବ। ନବୀନ ପଟନାୟକଙ୍କ ଦୂରଦର୍ଶୀ ଆର୍ଥିକ ପରିଚାଳନା ଯୋଗୁଁ ଓଡ଼ିଶା ଦେଶର ସବୁଠାରୁ ଶ୍ରେଷ୍ଠ ଆର୍ଥିକ ପରିଚାଳନା ରାଜ୍ୟ ଭାବେ ସମ୍ମାନିତ ହେଉଥିଲା, ଏବେ ତାହା ଧ୍ୱଂସ ହେବାକୁ ବସିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେବାରେ ଲାଗିଛି। ରାଜ୍ୟରେ ଥିବା ଖଣି, ଖାଦାନର ମାଲିକ ଓଡ଼ିଶାବାସୀ ହୋଇଥିବା ବେଳେ, ଏମଏମଡିଆର ଆଇନର ସଂଶୋଧନ ହେଲେ ଓଡ଼ିଶା ବ୍ୟାପକ କ୍ଷତି ସହିବ ବୋଲି କ୍ଷୋଭକ୍ତି ପ୍ରକାଶ କରିଛି ବିଜେଡି। ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।

ଶ୍ରୀ ଘଡେ଼ଇ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଖଣି ରାଜସ୍ୱ ଓଡ଼ିଶାବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇପାରୁ ନାହିଁ। ଖଣିଜ ସମ୍ପଦରୁ ଆସୁଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍‌ ହୋଇ ବସି ରହିଛନ୍ତି। ଖଣିଜ ସମ୍ପଦର ରୟାଲିଟି ଅର୍ଥକୁ ଡିଏମଏଫ ଜରିଆରେ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରାଯାଏ, କିନ୍ତୁ ତାହା ନ କରି ରାଜ୍ୟ ସରକାର କେନ୍ଦ୍ର ହାତରେ ଟେକି ଦେବାକୁ ଯୋଜନା କରୁଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିରୁ ଆଦାୟ ହେବାକୁ ଥିବା ସମସ୍ତ ରାଜସ୍ୱ ରାଜ୍ୟବାସୀଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ବିନା ଚର୍ଚ୍ଚାରେ ସଂସଦରେ ପାରିତ ହୋଇଥିବା ଏହି  ବିଲ୍‌କୁ ରାଜ୍ୟରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ରାଜସ୍ୱହାନି ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ସମୟରେ ରାଜ୍ୟର ବିଜେପି ସାଂସଦମାନେ ଅନ୍ଧ-ମୂକ-ବଧୀର ପାଲଟିଛନ୍ତି  ବୋଲି ସେ କହିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଏମ୍‌ଏମଡିଆର ଆକ୍ଟର ସଂଶୋଧନ କରି ଓଡ଼ିଶାକୁ ଲୁଟିବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରିଛନ୍ତି। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ସୁଦ୍ଧା, କେନ୍ଦ୍ର ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବେଖାତିର ଆମ ଅଧିକାରକୁ ଛଡ଼ାଇ ନେଉଛନ୍ତି । ଖଣି ମାଲିକ ମାନଙ୍କ ଉପରେ ବକେୟା ଥିବା ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ୨୦୨୪ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ରାଜ୍ୟ ବିଜେପି ସରକାର ଏହି ଅର୍ଥ ଆଦାୟ କରିବା ପାଇଁ ସାମାନ୍ୟ ଚେଷ୍ଟା କଲେନାହିଁ। ଅପରପକ୍ଷରେ ରାଜ୍ୟ ପାଉଥିବା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱକୁ କେନ୍ଦ୍ର ହାତକୁ ଟେକିଦେବେ ଏହି ଆଇନ ଜରିଆରେ। ନୂତନ ବିଲ୍‌ ଅନୁଯାୟୀ କୌଣସି ଖଣି ମାଲିକଙ୍କ ଠାରୁ ରାଜ୍ୟ ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥା ସହିତ ବିଜେପି ସରକାର ଜଡ଼ିତ ରହି ରାଜ୍ୟର ଯେଉଁ ବ୍ୟାପକ କ୍ଷତି କରୁଛନ୍ତି, ତାହାକୁ ଓଡ଼ିଶାବାସୀ ଆଦୌ କ୍ଷମା କରିବେ ନାହିଁ। ଏମଏମଡିଆର ଆଇନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ ଦୃଢ଼ ବିରୋଧ କରିଥିଲା। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।