Water logging - The Sakala

ସରକାରଙ୍କ ଅପାରଗତା ଜଳବନ୍ଦୀ ଲୋକଙ୍କୁ ଅଧିକ ଭୟଭୀତ କରୁଛି: ନବୀନ
ଭୁବନେଶ୍ୱର: ବର୍ଷା କାରଣରୁ ରାଉରକେଲା ସହରରେ ବ୍ୟାପକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ। ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି । ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁ ନଥିବାର ମଧ୍ୟ ଅଭିଯୋଗ ଆସୁଛି। ଏପରି ଅସମୟରେ ଲୋକଙ୍କ ସାଥିରେ ସରକାର ଦୃଢ଼ ଭାବେ ଠିଆ ହେବା ବଦଳରେ ଲୋକଙ୍କ ହାତ ଛାଡ଼ିଦେଇଥିବା ପରି ମନେ ହେଉଛି । ଲୋକଙ୍କ କଥା ନ ଶୁଣି, ଲୋକଙ୍କ ସମସ୍ୟା ସମାଧାନ ନ କରି ସରକାର ଖାଲି ଦିବା ସ୍ୱପ୍ନ ଦେଖାଉଛନ୍ତି।

ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି । ପୂର୍ବରୁ ଏପରି ସ୍ଥିତି କେବେ ଦେଖା ଦେଇନଥିବା ବେଳେ ଏବେ ସ୍ମାର୍ଟ ସିଟିର ଡ୍ରେନେଜ୍‌ ଓ ସ୍ୱେରେଜ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ନବୀନ ସମାଲୋଚନା କରିଛନ୍ତି।  ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସୁନାମ ସାଉଁଟୁଥିଲା, ହେଲେ ଏ ସରକାର ସହରାଞ୍ଚଳରେ ବର୍ଷା ଜଳ ପରିଚାଳନାରେ ମଧ୍ୟ ବିଫଳ ହେଉଛନ୍ତି। ପ୍ରତିଟି ଜୀବନ ମୂଲ୍ୟବାନ, ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ବୋଲି ନବୀନ କହିଛନ୍ତି।